ତମାଣ୍ଡୋ ଅଞ୍ଚଳରେ ଗର୍ଜିଲା ବନ୍ଧୁକ, କାର୍‌ ମରାମତିକୁ ନେଇ ଗୁଳିମାଡ଼

ଭୁବନେଶ୍ୱର: ସଂଧ୍ୟାରେ ରାଜଧାନୀରେ ଗର୍ଜିଛି ବନ୍ଧୁକ । ତମାଣ୍ଡୋ ଅଞ୍ଚଳରେ ହୋଇଛି ଗୁଳି ମାଡ଼  । ଫୁଟିଛି ଗୁଳି, ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ  । ତମାଣ୍ଡୋ ଅଞ୍ଚଳରେ ଏକ କାର୍‌ ମରାମତିକୁ ନେଇ ପ୍ରଥମେ ହୋଇଛି ବଚସା ପରେ ଘଟିଛି ଗୁଳି ମାଡ଼  । ଘଟଣା ଘଟିହବା ପରେ ଉକ୍ତ ସ୍ଥାନରେ ପହଁଚିଥିଲା ପୋଲିସ  । ଗୁଳିମାଡ଼ ଘଟଣାରେ ୫  ଅଭିଯୁକ୍ତଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ  ।

ପୋଲିସ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ୩ଟି ଖୋକା ଜବତ କରିଛି । ମିଳିଥିବା ସୂଚନା ମୁତାବକ ୫ ଅଭିଯୁକ୍ତ ଦଶପଲ୍ଲା ଓ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି  । ଘଟଣା ସ୍ଥଳରେ ଜୋନ ଏସିପି ଓ ଆଇଆଇସିଙ୍କ ତନାଘନା କରିଛନ୍ତି । ଗାଡ଼ି ମରାମତିକୁ ନେଇ ଗୁଳିମାଡ଼ ହୋଇଥିବା ସୂଚନା ଦେଇଛି ପୋଲିସ  । ସେପଟେ ପୋଲିସର ସୂଚନା ମୁତାବକ ପାଞ୍ଚ ଜଣଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି  ।