ଋଷର ଶକ୍ତିଶାଳୀ ବୋମାକୁ ପାଣି ବୋତଲରେ ଡିଫ୍ୟୁଜ୍ କରିଦେଲେ ୟୁକ୍ରେନ୍ ଯବାନ

1 min read
Russia Ukraine War Ukrainians Defused Russia's Powerful Bomb With A Water Bottle

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନି । ଶକ୍ତିଶାଳୀ ଋଷ ୟୁକ୍ରେନ୍ ଉପରେ ଦିନକୁ ଦିନ ଆକ୍ରମଣକୁ ଜୋରଦାର୍ କରୁଛି । ଅନ୍ୟପଟେ ସେନାରେ ଯୋଗ ଦେବାକୁ ବିଦେଶରେ ରହୁଥିବା ନାଗରିକଙ୍କୁ ଡାକିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଯୁଦ୍ଧ ଭିତରେ ୟୁକ୍ରେନର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯିଏ ଦେଖୁଛି ସିଏ କ୍ଷଣଟିଏ ଅଟକି ଯାଉଛି । କାରଣ ଏଠି ଋଷ ବୋମାକୁ ସାମାନ୍ୟ ପାଣି ବୋତଲରେ ଡିଫ୍ୟୁଜ୍ କରି ଦେଉଛନ୍ତି ୟୁକ୍ରେନ୍ ଯବାନ ।

 Russia Ukraine War Ukrainians Defused Russia's Powerful Bomb With A Water Bottle

ପୂର୍ବରୁ ଆପଣ ଋଷ ଆକ୍ରମଣ ଅନେକ ଭିଡିଓ ଦେଖିଥିବେ । ଆକ୍ରମଣର ଭୟାବହତା ବି ବାରିଥିବେ । କାରଣ ଋଷର ଆକ୍ରମଣରେ ଅତିଷ୍ଠ ୟୁକ୍ରେନ୍ ଜନତା ଦେଶ ଛାଡି଼ବାରେ ଲାଗିଛନ୍ତି । ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ବୋମା ନିଷ୍କ୍ରିୟକାରୀ ଦଳ ଏକ ପାଣି ବୋତଲ ଧରିଛନ୍ତି । ଜଣେ ଯବାନ ଋଷ ବୋମା ଉପରେ ବୋତଲରୁ ପାଣି ଢାଳୁଥିବା ଦେଖା ଯାଉଛି ।

 

ୟୁକ୍ରେନ୍ ଯବାନଙ୍କ ଏଭଳି ବୋମା ନିଷ୍କ୍ରିୟ କୌଶଳ ଦେଖି ସମସ୍ତେ ଆଶ୍ଚମ୍ବିତ ହୋଇ ଯାଉଛନ୍ତି । କାରଣ ବୋମାକୁ ପାଣି ବୋତଲ ସାହାଯ୍ୟରେ ଡିଫ୍ୟୁଜ୍ କରାଯାଇଛି । ୩୧ ସେକେଣ୍ଡର ଏହି ଭାଇରାଲ୍ ଭିଡିଓକୁ ବହୁ ଲୋକ ଦେଖି ସାରିଲେଣି । ଋଷ ପକ୍ଷରୁ ମାଡ଼ କରାଯାଇଥିବା ଏକ ରକେଟ୍ ବିସ୍ଫୋରଣ ନ ହୋଇ ପଡ଼ି ଯାଇଥିଲା । ଯାହାକୁ ବୋମା ନିଷ୍କ୍ରିୟକାରୀ ଦଳ ଡିଫ୍ୟୁଜ୍ କରିଛନ୍ତି ପାଣି ବୋତଲ ସାହାଯ୍ୟରେ । ଏବେ ଯାହାକୁ ନେଇ ସୋସିଆଲ୍ ମିଡିଆରେ ଢେର୍ ଚର୍ଚ୍ଚା ହେଉଛି ।