ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କର୍ମୀ

କଟକ: ପଞ୍ଚାୟତ ନିର୍ବାଚନ ସରିଥିବାବେଳେ ରାଜନୈତିକ ହିଂସା କମିନାହିଁ  । ବାଙ୍କୀ ବୈଦେଶ୍ୱର ଥାନା କାଳିପୋଇରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା  । ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର କର୍ମୀ ଜଣେ ବ୍ୟକ୍ତିଙ୍କ ଘରକୁ ପଶି, ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି  । ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି  । ପଞ୍ଚାୟତ ନିର୍ବାଚନରେ ସମର୍ଥନକୁ ନେଇ ଘଟିଛି ଏହି ହିଂସାକାଣ୍ଡ  ।

ମିଳିଥିବା ସୂଚନା ମୁତାବକ ଏହି ହିଂସା କାଣ୍ଡ ପଛରେ ରହିଛି କଂଗ୍ରେସ ଦଳର ସ୍ଥାନୀୟ ନେତାଙ୍କ ଭୂମିକା  । ଗୋଷ୍ଠୀବଦ୍ଧ ହୋଇ କଂଗ୍ରେସର କିଛି କର୍ମୀ ଉକ୍ତ ମହିଳାଙ୍କ ଘରକୁ ଧସେଇ ପଶିଥିଲେ  । ଘରେ କେହି ନଥିବାବେଳେ ବେଳେ ମହିଳାଙ୍କୁ ପାଇ ମରଣାନ୍ତକ ଆକ୍ରମଣ କରିଥିଲେ  । ପରବର୍ତ୍ତୀ ସମୟରେ ତାଙ୍କ ଘରେ ରହିଥିବା  ୪ଟି ଗାଡ଼ିକୁ ଭାଙ୍ଗି ଚୂରମାର କରିଦେଇଥିଲେ  ।

ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କ  । ତେବେ ଏହି ଘଟଣା କାହିଁକି ଓ କେଉଁ କାରଣରୁ ଘଟାଇଲେ ଏହି ରାଜନୈତିକ ଦଳର କର୍ମୀ, ତାହା ଏବେ ତଦନ୍ତ ସାପେକ୍ଷ  । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି କି ନାହିଁ ତାହା କେବଳ ଦେଖିବାକୁ ବାକି ରହିଛି  ।