spot_img
Home Blog Page 4614

ଅଣ୍ଡର-୧୯ ବିଶ୍ୱକପ ଫାଇନାଲ, ଇଂଲଣ୍ଡକୁ ପରାସ୍ତ କରି ପଞ୍ଚମ ଥର ଟ୍ରଫି ଉଠାଇବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ

ଆଣ୍ଟିଗୁଆ: ଆଜି ଅଣ୍ଡର-୧୯ ବିଶ୍ୱକପରେ ଫାଇନାଲ ଫାଇଟ । ଫାଇନାଲ ଫାଇଟରେ ଆଣ୍ଟିଗୁଆରେ ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ ।ଚାରି ଥର ବିଶ୍ୱକପ ବିଜେତା ଭାରତ ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ଦଳ ଅଟେ । ତେବେ ଚଳିତ ବର୍ଷ ୟଶ ଧୁଲଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚରେ ବିଜୟ ଲାଭ କରି ପଞ୍ଚମ ଥର ପାଇଁ ଏହି ଟାଇଟଲ ନିଜ ନାମରେ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ଭାରତୀୟ ସମୟ ୬.୩୦ରେ ଆଣ୍ଟିଗୁଆର ସାର ଭିଭିଏନ୍ ରିଚାର୍ଡ ଷ୍ଟାଡିୟମରେ ଖେଳାଯିବ ।

ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଫାଇନାଲରେ ବିଜୟ ଲାଭ କରି ଇତିହାସ ରଚିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଭାରତ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ବିଶ୍ୱକପ ନିଜ ନାମରେ କରିଥିଲା ଟିମ୍ ଇଣ୍ଡିଆ । ସେପଟେ ଇଂଲଣ୍ଡ ଏହି ମ୍ୟାଚକୁ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ । କାହିଁକି ନା ଇଂଲଣ୍ଡ ୧୯୯୮ରେ ପ୍ରଥମ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଥିଲା । ଏହା ପରଠାରୁ ଇଂଲଣ୍ଡ ଆଉ କୌଣସି ଟ୍ରଫି ଜିତିପାରିନାହିଁ । ତେଣୁ ଏହି ମ୍ୟାଚକୁ ଇଂଲଣ୍ଡ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ ।

ୟଶ ଧୁଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଅପରାଜୟ ଭାବରେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଲିଗ୍ ପର୍ଯ୍ୟାୟରେ ତିନୋଟି ମ୍ୟାଚରେ ମିଜୟ ଲାଭ କରିବା ପରେ କ୍ୱାଟର ଫାଇନାଲରେ ଭାରତ ଭେଟିଥିଲା ବାଂଲାଦେଶକୁ । କ୍ୱାଟର ଫାଇନାଲରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା । ସେହିପରି ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୯୪ ରନ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା । ତେବେ ଆଜି କେଳାଯିବାକୁ ଥିବା ଫାଇନାଲରେ ଭାରତ ଇଂଲଣ୍ଡକୁ ପରାସ୍ତ କରି ପଞ୍ଚମ ଥର ପାଇଁ ବିଶ୍ୱ ବିଜେତା ହେବାକୁ ଚେଷ୍ଟା କରିବ ବ୍ଲୁ ବ୍ରିଗେଡ ।

ମୁମ୍ବାଇ ବ୍ଲାଷ୍ଟ ମୋଷ୍ଟ ଓ୍ବାଣ୍ଟେଡ୍ ଅବୁ ବକର ୟୁଏଇରୁ ଗିରଫ

ୟୁଏଇ: ୨୯ ବର୍ଷ ପରେ ଭାରତକୁ ବଡ଼ ସଫଳତା । ଧରାପଡିଲା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଅବୁ ବକର । ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଥିଲା ସାମିଲ । ୟୁଏଇରୁ ଅବୁ ବକରକୁ ଧରିବାକୁ ଭାରତୀୟ ଗୁଇନ୍ଦା ସଂସ୍ଥା ସଫଳ ହୋଇଛନ୍ତି । ଏବେ ତାକୁ ଭାରତ ଆଣିବାକୁ ବ୍ୟବସ୍ଥା କରାଯାଉଛି ।

୧୯୯୩ ମସିହାରେ ମୁମ୍ବାଇର ଅଲଗା ଅଲଗା ସ୍ଥାନରେ ୧୨ଟି ବିସ୍ଫୋରଣ ହୋଇଥିଲା । ଏଥିରେ ୨୫୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୭୧୩ ଜଣ ଲୋକ ଗୁରୁତର ଆହତ ହୋଇଥିଲେ । ଗିରଫ ଅବୁ ପିଓକେରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରଣ ଟ୍ରେନିଂ ଦେଉଥିଲା । ଏହାସହ ସିରିଏଲ ବ୍ଲାଷ୍ଟରେ ବ୍ୟବହାର ହେଉଥିବା ଆରଡିଏକ୍ସ ଲୋଡରେ ଏକ୍ସପର୍ଟ ଥିଲା ବକର । ମୁମ୍ବାଇ ବ୍ଲାଷ୍ଟ ପରଠାରୁ ଭାରତରୁ ଫେରାର ହୋଇଯାଇଥିବା ଅବୁ ପାକିସ୍ତାନ ଓ ୟୁଏଇରେ ରହି ଭାରତ ବିରୋଧୀ ଷଡଯନ୍ତ୍ରରେ ଲିପ୍ତ ଥିଲା ।

ଆଗରୁ ଗିରଫ ହୋଇ ଖସି ଯାଇଥିଲା

ପୂର୍ବରୁ ୨୦୧୯ ମସିହାରେ ଅବୁ ବକରକୁ ଗିରଫ କରାଯାଇଥିଲା । ସେତେବେଳେ କିଛି କାଗଜପତ୍ର ମାମଲାରେ ଅଳ କରି ବକର ୟୁଏଇ ସୁରକ୍ଷା କର୍ମୀଙ୍କ ହାତରୁ ଖସି ଯିବାକୁ ସକ୍ଷମ ହୋଇଥିଲା । ସୂଚନାଯୋଗ୍ୟ ଭାରତୀୟ ସୁରକ୍ଷା ଏଜେନ୍ସି ବକରକୁ ଭାରତ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ମୁମ୍ବାଇ ବ୍ଲାଷ୍ଟର ୨୯ ବର୍ଷ ପରେ ଗିରଫ ବକର ଭାରତ ଆସିବା ପରେ ତା ବିରୋଧରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହେବ ।

ଦାଉଦର ମୁଖ୍ୟ ସହଯୋଗୀ ଥିଲା

ଅବୁ ବକର ପୂରା ନାଁ ଅବୁ ବକର ଅବଦୁଲ ଗଫୁର ଶେଖ । ମହମ୍ମଦ ଓ ମୁସ୍ତାଫା ଦୋଷା ସହ ମିଶି କବର ଚୋରା କାରବାରରେ ସମ୍ପୃତ ଥିଲା । ଏହାସହ ମୋଷ୍ଟ ଓ୍ବାଣ୍ଟେଡ ଦାଉଦ ଇବ୍ରାହିମର ପ୍ରମୁଖ ଲେପ୍ଟନାଣ୍ଟ ଥିଲା । ଗଲ୍ଫ ଦେଶରୁ ସୁନା, କପଡ଼ା ଓ ଇଲେଟ୍ରୋନିକ୍ସ ଜିନିଷ ଚୋରାରେ ମୁମ୍ବାଇ ଓ ଆଖପାଖ ଅଞ୍ଚଳକୁ ଆଣୁଥିଲା ।

୧୯୯୭ରେ ବକର ବିରୋଧରେ ରେଡ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା । ସେବେଠାରୁ ତାକୁ ଧରିବାକୁ ଭାରତ ସରକାରଙ୍କ ବିଭିନ୍ନ ଏଜେନ୍ସ ଲାଗିଥିଲେ । ଇରାନର ଜଣେ ମହିଳାଙ୍କୁ ଦ୍ବିତୀୟ ବିବାହ କରି ବକର ୟୁଏଇରେ ଥିବା ବେଳେ ସ୍ଥାନୀୟ ସୁରକ୍ଷା ଏଜେନ୍ସଙ୍କ ଜରିଆରେ ଭାରତୀୟ ଗୁଇନ୍ଦା ସଂସ୍ଥା ତାକୁ ଗିରଫ କରିବାକୁ ସକ୍ଷମ ହୋଇଛି ।

ଦୁର୍ଲ୍ଲଭ ଆଫ୍ରିକାନ୍ ବ୍ଲାକଉଡ୍, କେଜି ୭ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଦାମୀ କାଠ । ଯାହା ଆଗରେ ଚନ୍ଦନ କାଠ ବି କିଛି ନୁହେଁ । ଗୋଟିଏ କେଜି କାଠର ମୂଲ୍ୟ ୭ ଲକ୍ଷରୁ ଅଧିକ ଟଙ୍କା । ପୃଥିବୀରେ ସବୁଠାରୁ ଦାମୀ ଜିନିଷ ମଧ୍ୟରୁ ଗୋଟିଏ । ଯାହାର ମୂଲ୍ୟ ଆଗରେ ସୁନା ବି କିଛି ନୁହେଁ । ଏହି କାଠରୁ ଖଣ୍ଡେ କିଣିବାକୁ ଚାହୁଁଥିଲେ ଧନୀ ଲୋକେ ବି ଶହେ ଥର ଚିନ୍ତା କରିଥାନ୍ତି ।

ଆମ ଦେଶରେ ଦାମୀ କାଠର କଥା ଉଠିଲେ ଚନ୍ଦନ ନାଁ ଆଗ ଆସିଥାଏ । ହେଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଚନ୍ଦନ ଦୁନିଆର ସବୁଠାରୁ ଦାମୀ କାଠ ନୁହେଁ । ଦୁନିଆର ସବୁଠାରୁ ଦାମୀ କାଠର ମୂଲ୍ୟ ସୁନାଠାରୁ ବି ଅଧିକ । ଯାହାକୁ ଦୁନିଆ ଆଫ୍ରିକାନ ବ୍ଲାକ ଉଡ୍ ନାଁରେ ଜାଣେ । ଆପଣ ଜାଣନ୍ତି ଚନ୍ଦନ କାଠ କିଲୋପ୍ରତି ୫ରୁ ୭ ହଜାର ଟଙ୍କାରେ ବିକ୍ରି ହୋଇଥାଏ । ହେଲେ ଆଫ୍ରିକାନ ବ୍ଲାକ ଉଡ୍ କିଲୋପ୍ରତି ୭ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହୋଇଥାଏ । ଯେଉଁଥିରେ ଆପଣ ଚାହିଁଲେ ଏକ ବିଳାଶପୂର୍ଣ୍ଣ କାର୍ କିଣି ପାରିବେ ।

କାହିଁକି ଏତେ ଦାମ ?

ଏବେ ଭାବୁଥିବେ ଏହି କାଠରେ ଏମିତି କ’ଣ ଅଛି, ଯେଉଁଥି ପାଇଁ ଏହାର ମୂଲ୍ୟ ଏତେ ଅଧିକ । ଆମେ ଏଠାରେ କହି ଦେବାକୁ ଚାହୁଁଛୁ, ଦୁନିଆରେ ଯାହା ଯେତେ କଷ୍ଟରେ ମିଳିଥାଏ ତା’ର ମୂଲ୍ୟ ସେତେ ଅଧିକ ହୋଇଥାଏ । ଆଫ୍ରିକାନ ବ୍ଲାକ ଉଡ୍ ସହ ମଧ୍ୟ ଏମିତି କିଛି ହୋଇଥାଏ । ପ୍ରଥମତଃ ଏହା ବହୁତ କମ ଦେଶରେ ଦେଖିବାକୁ ମିଳିଥାଏ । ଦ୍ବିତୀୟତଃ ଚୋରା ଚାଲାଣ କାରଣରୁ ଏହି ଗଛ ଏବେ ପ୍ରାୟ ବିଲୁପ୍ତ ଶ୍ରେଣୀରେ । ଏହାବାଦ ବ୍ଲାଉ ଉଡ୍ କାଠ ଅନ୍ୟ କାଠ ତୁଳନାରେ ବହୁତ ଅଧିକ ଶକ୍ତ ଓ ଦୀର୍ଘସ୍ଥାୟୀ ହୋଇଥାଏ । ଏସବୁ କାରଣ ପାଇଁ ଆଜି ଏ କାଠ ଦୁନିଆରେ ସବୁଠାରୁ ଦାମୀ ତାଲିକାରେ ରହିଛି ।

ଏହି ଗଛ ଆପଣଙ୍କୁ ଭାରତରେ ମିଳିବ ନାହିଁ । ନାଁ ଅନୁସାରେ ଆଫ୍ରିକାନ ବ୍ଲାକ୍ ଉଡ୍ ଗଛ ଓ କାଠ ଆଫ୍ରିକାରେ ହିଁ ମିଳିଥାଏ । ବିଶେଷ କରି ମଧ୍ୟ ଆଫ୍ରିକାର ସୁଖିଲା ବାତାବରଣରେ ଏହି ଗଛ ବହୁଳ ଭାବେ ଉଠିଥାଏ । ଏହି ଗଛ ସାଇଜରେ ବେଶି ବଡ଼ ହୋଇନଥାଏ । ଏହାର ଲମ୍ବା ୨୫ରୁ ୪୦ ଫୁଟ୍ ପର୍ଯ୍ୟନ୍ତ ହୋଇଥାଏ । ଏକ ପ୍ରାପ୍ତ ଆଫ୍ରିକାନ ବ୍ଲାକ ଉଡ ଗଛ ହେବାକୁ ପ୍ରାୟ ୬୦ ବର୍ଷ ଲାଗିଥାଏ । ହେଲେ, କେନିଆ ଓ ତାଞ୍ଜାନିଆ ଭଳି ଦେଶରେ ଚୋରା ଚାଲାଣ ପାଇଁ ଶୀଘ୍ର ଏହି ଗଛକୁ କାଟି ଦିଆଯାଇଥାଏ । ଏହି କାରଣରୁ ବ୍ଲାକ ଉଡ୍ ଗଛ ବହୁତ କମି ଯିବା ସହ ଦୁର୍ଲ୍ଲଭ ହୋଇଗଲାଣି ।

ବ୍ଲାକ୍ ଉଡରେ କ’ଣ ହୋଇଥାଏ ତିଆରି ?

 

ଆଫ୍ରିକାନ ବ୍ଲକ ଉଡ କାଠର ବ୍ୟବହାର କିଛି ବିଶେଷ ଜିନିଷରେ ହୋଇଥାଏ । ଫର୍ଣ୍ଣିଚର ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଇଥାଏ । ହେଲେ ବିଶେଷ କରି ବଂଶୀ, ସେହେନାଇ, ଗୀଟାର ଭଳି ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ନିର୍ମାଣରେ ବ୍ୟବହାର ହୋଇଥାଏ । ତେବେ ଯେଉଁ ଫର୍ଣ୍ଣିଚନ ବ୍ଲାକ ଉଡ କାଠରେ ତିଆରି ହୋଇଥାଏ ତାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ହୋଇନଥାଏ ।

ବିଲୁପ୍ତ ଦ୍ବାର ଦେଶରେ ବ୍ଲାକ ଉଡ୍

ଆଫ୍ରିକୀ ବ୍ଲାକ ଉଡକୁ ବାବନୁଜ ଓ ଗ୍ରୀନାଲିଡା ନାମରେ ମଧ୍ୟ ଜଣାଯାଏ । ବିଲୁପ୍ତ ଶ୍ରେଣୀକୁ ଆସି ଯାଇଥିବା ଏହି ଗଛର ସୁରକ୍ଷା ପାଇଁ ବହୁ ସଂଗଠନ ଆଗକୁ ଆସିବାରେ ଲାଗିଛନ୍ତି । ଅବାଧ ଚୋରାଚାଲାଣ କାରଣରୁ କେନିଆରେ ଏହି ଗଛ ଏବେ ଅସୁରକ୍ଷିତ ହୋଇଯାଇଛି । ସେହିପରି ତାଞ୍ଜାନିଆ ଓ ମୋଜାମ୍ବିକରେ ମଧ୍ୟ ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ଯେଉଁ ଗଛ ୬୦ ବର୍ଷରେ ବ୍ୟବହାର ପାଇଁ ଉପଯୁକ୍ତ ହୋଇଥାଏ ତାହାର ମୂଲ୍ୟ ତ ନିଶ୍ଚିତ ଅଧିକ ରହିବ । ଏମିତିରେ ଯଦି ଅସମୟରେ ଏହାକୁ କାଟି ଦିଆଯିବ ତେବେ ଶୀଘ୍ର ସେ ସମୟ ଆସିଯିବ ଯେବେ ଆମ ଭବିଷ୍ୟତ ଏହାକୁ ଇତିହାସରେ ପଢ଼ିବେ ।

ପୁରୀରେ ୫ଟି ସଚିବ

ପୁରୀ: ପୁରୀରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଆଜି ସେ ପୁରୀ ଆସିଥିବାବେଳେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଏଥିସହ ସେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡ଼ିଛି । ପଶ୍ଚିମଦ୍ୱାର ପଟେ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟକୁ ସେ ବୁଲି ଦେଖିବା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି । ତେବେ ଆଜି ସେ ସପରିବାର ସହ ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି।

ଟ୍ରକ୍ ଭିତରେ ପଶିଗଲା କାର, ୫ ମୃତ

ରାମପୁର: ଉତ୍ତରପ୍ରଦେଶରର ରାମପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକ୍ ଭିତରେ ପଶିଗଲା କାର୍, ୫ ମୃତ । ଦୁର୍ଘଟଣାରେ କାର୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଟାଣ୍ଡା ଥାନା ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

କାରରେ ୬ ଜଣ ଲୋକ ୟୁପି-ଉତ୍ତରାଖଣ୍ଡ ସୀମାରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ମୁରାଦାବାଦ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା ଟ୍ରକ୍ ଭିତରେ ପଶି ଯାଇଥିଲା । ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣା ଘଟଣା ସ୍ଥାଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ମୃତକଙ୍କ ଶବ ଜବତ କି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଟାଣ୍ଡା ଏସଡିଏମ ରାଜେଶ କୁମାରଙ୍କ ଅନୁସାରେ ଦୁର୍ଘଟଣା ସ୍ଥଳରେ ଏକ ଛକ ରହିଛି । କାରଟି ଏଠାରେ ସ୍ପିଡ ବ୍ରେକର ପାର କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଟ୍ରକ ସହ ପିଟି ହୋଇଯାଇଥିଲା ।

ଆଜି ସରସ୍ୱତୀ ପୂଜା, ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀ

ଭୁବନେଶ୍ୱର: ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଏହି ଅବସରରେ ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ । ସ୍ୱେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ଚଳିତ ବର୍ଷ କୋଭିଡ କଟକଣା ଭିତରେ ବିନା ଛାତ୍ରଛାତ୍ରୀରେ ସମସ୍ତ ଶିକ୍ଷାନୁଷ୍ଠାନରେ ପୂଜା ପାଉଛନ୍ତି ମା ସରସ୍ବତୀ ।

ଶ୍ରୀପଞ୍ଚମୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲାର ଉଦଳା । ମାଆ ବିଣାପାଣୀଙ୍କ ପୀଠରେ ଜାରି ରହିଛି ପୂଜାର୍ଚ୍ଚନା । ଭୋରରୁ ମାଆଙ୍କୁ ଆରାଧନା ଆରମ୍ଭ ହୋଇଛି । ପ୍ରଥମେ ମାଆଙ୍କର ମହାସ୍ନାନ ପରେ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ମନ୍ଦିର କମିଟି । କଟକଣାରେ ମାଆଙ୍କୁ ଭକ୍ତ ଦର୍ଶନ କରୁଥିବାବେଳେ କୋଭିଡ ଗାଇଡଲାଇନ୍ ମାନିବା ବାଧ୍ୟତାମୂଳକ କରାଯାଇଛି ।

ବର୍ଷା ସହ କୁଆପଥର ମାଡ଼

ଭୁବନେଶ୍ବର: ରାଜ୍ୟରେ ସ୍ଥାନେ ସ୍ଥାନେ ଝିପି ବର୍ଷା ଦେଖିବାକୁ ମିଳିଛି । ପଶ୍ଚିମା ଝଡ ପ୍ରଭାବରେ ଘଡଘଡି ବିଜୁଳି ସହ ବର୍ଷା ହେଉଛି । ରାଜ୍ୟରେ କିଛି ଜିଲ୍ଲାରେ କୁଆପଥର ସହ ବର୍ଷା ଅନୁଭୂତ ହେବାର ସମ୍ଭାବନା ରହିଛି । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସମ୍ଭାବନା ରହିଛି ।

୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ । ଆଗାମୀ ୨ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି । ଘଡଘଡି ବିଜୁଳି ସହ ବର୍ଷା ପାଇଁ ୬ଟି ଜିଲ୍ଲା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଏବଂ ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିଭଳି ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ସୁନ୍ଦରଗଡ, ଦେବଗଡ ଏବଂ ଅନୁଗୁଳ ଜିଲ୍ଲାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।  ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ଆସିବ । ପାଗ ଶୁଖିଲା ରହିବା ସହ ତାପମାତ୍ରା କମିବ ।

ଯୋଗୀଙ୍କ ସମ୍ପତ୍ତି କେତେ ? ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ: ଯୋଗୀଙ୍କ ସମ୍ପତ୍ତି କେତେ ? ନିଜକୁ ସନ୍ୟାସୀ କହୁଥିବା ଭାଜପାର ଏହି ଫାୟାର ବ୍ରିଗେଡ ନେତାଙ୍କ ସତରେ ସମ୍ପତି ଅଛି ତ ? ପ୍ରଥମେ ମଠର ମହନ୍ତ, ପରେ ସାସଂଦ  । ଆଉ ଏବେ ମୁଖ୍ୟମନ୍ତ୍ରୀ । ପ୍ରଥମେ ମଠର ମହନ୍ତ, ପରେ ସାସଂଦ ଏବେ ମୁଖ୍ୟମନ୍ତ୍ରୀ  ।  ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ଶୁକ୍ରବାର ସେ ଗୋରଖପୁର ସହରରୁ ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର  । ଆଉ ନାମାଙ୍କନ ଦାଖଲ ବେଳେ ଏଫିଡେବିଟରେ ଉଲ୍ଲେଖ କରିଛନ୍ତି ନିଜର ସମ୍ପତି ତାଲିକା । ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ରହିଛି ୧.୫୪ କୋଟି ଟଙ୍କା ସମ୍ପତ୍ତି  ।

ୟୁପି ବିଧାନସଭା ନିର୍ବାଚନରେ ଏଥର ଯୋଗୀ ଆଦିତ୍ୟନାଥ ଅଂଶଗ୍ରହଣ କରିଛନ୍ତି । ପ୍ରଥମଥର ପାଇଁ ବିଧାୟକ ଭାବେ ଲଢୁଛନ୍ତି  । ବିଧାନପରିଷଦରୁ ନିର୍ବାଚିତ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କମାଣ ସମ୍ଭାଳନ୍ତି ନେତା  । ପ୍ରଥମଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ  । ଆଉ ଏବେ ଏହି ରେକର୍ଡରେ ସାମିଲ ହେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ  । ଯଦି ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ସେ ହେବେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ  । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାମାଙ୍କନ ବେଳେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ପାଖରେ ମୋଟ ୧ କୋଟି ୫୪ ଲକ୍ଷ ୯୪ ହଜାର ୫୪ ଟଙ୍କାର ସମ୍ପତ୍ତି ରହିଛି । ଏଥି ମଧ୍ୟରୁ ନଗଦ ଆକାରରେ ଏବେ ୧ ଲକ୍ଷ ଟଙ୍କା ତାଙ୍କ ପାଖରେ ରହିଛି । ତେବେ ରିପୋର୍ଟ ମୁତାବିକ ୨୦୧୭ ମସିହାରେ ଯୋଗୀଙ୍କ ପାଖରେ ୯୫.୯୮ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବାବେଳେ ୫ ବର୍ଷ ଭିତରେ ସମ୍ପତ୍ତି ୬୦ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି  ।

 

କେଉଁଠି କେତେ ସମ୍ପତ୍ତି ରଖିଛନ୍ତି ଯୋଗୀ ?

ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ନୁହେଁ  । ଦିଲ୍ଲୀ, ଲକ୍ଷ୍ନୌ ଓ ଗୋରଖପୁର ସହ ୬ଟି ସ୍ଥାନରେ ଅଛି ଟଙ୍କା । ଯୋଗୀଙ୍କ ରହିଛି ମୋଟ ୧୧ଟି ବ୍ୟାଙ୍କ୍ ଆକାଉଣ୍ଟ । ଆକାଉଣ୍ଟରେ ମୋଟ ୧ କୋଟି ୧୩ ଲକ୍ଷ ୭୫ ହଜାର ଟଙ୍କା ରହିଛି ।  ବୀମା ପଲିସି ଓ ନ୍ୟାସନାଲ ସେଭିଙ୍ଗ୍ ସ୍କିମରେ ୩୭.୫୭ ଲକ୍ଷ ଟଙ୍କା ରଖିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ପାଖରେ ଏକ ସୁନା କୁଣ୍ଡଳ ମଧ୍ୟ ରହିଛି । ଏହି କୁଣ୍ଡଳର ଓଜନ ୨୦ ଗ୍ରାମ ରହିଥିବାବେଳେ  ଦାମ ରହିଛି ୪୯ ହଜାର ଟଙ୍କା । ସେହିପରି ସୁନାରେ ଏକ ରୁଦ୍ରାକ୍ଷ ମାଳା ପରିଧାନ କରିଛନ୍ତି ଯୋଗୀ   । ଏହି ରୁଦ୍ରାକ୍ଷର ଦାମ ୨୦ ଲକ୍ଷ ଟଙ୍କା  ।  କେବଳ ଏତିକି ନୁହେଁ ୧୨ ହଜାର ଟଙ୍କାର ଏକ ଫୋନ, ୮୦ ହଜାରର ଗୋଟିଏ ରାଇଫଲ ଏବଂ ୧ ଲକ୍ଷ ଟଙ୍କାର ରଇଫଲ ରଖିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ  ।

ମଠ ସନ୍ୟାସୀରୁ ରାଜନୀତିରେ ଯୋଗଦେଇଥିଲେ ଯୋଗୀ ଆଦିତ୍ୟନାଥ  । ପାଞ୍ଚ ପାଞ୍ଚ ଥର ବିଜେପିରୁ ଲୋକସଭା ନିର୍ବାଚନ ଲଢି ସାଂସଦ ହୋଅନ୍ତି ଯୋଗୀ  । ୨୦୧୭ ମସିହାରେ ବିନା ଚେହେରାରେ ୟୁପିରେ ବିଜେପି ହାସଲ କରେ ବହୁମତ  । ୪୦୩ ବିଧାନସଭା ସିଟରୁ ୩୦୦ ପ୍ଲସ ଆସନ ହାସଲ କରେ ବିଜେପି  । ଏହାପରେ ଦଳର ବିଶ୍ୱାସ ଭାଜନ ହୁଅନ୍ତି ବରିଷ୍ଠ ନେତା ଯୋଗୀ ଆଦିତ୍ୟନାଥ  । ମୁଖ୍ୟମନ୍ତ୍ରୀ ଆସନରେ ଅଭିସକ୍ତ ହୁଅନ୍ତି  ।

ଅନେକଙ୍କ ମଧ୍ୟରେ ପ୍ରଶ୍ନ ଥିଲା  । ସତରେ କଣ ସନ୍ୟାସୀଙ୍କ ସମ୍ପତ୍ତି ନାହିଁ  । ଯୋଗୀଙ୍କ ପାଖରେ ଚଙ୍କା ନାହିଁ  । ଏବେ ଖୋଦ ନିଜ ସମ୍ପତ୍ତିର ତାଲିକା ଦାଖଲ କରିଛନ୍ତି ଯୋଗୀ  ।  ମଠରେ ସିଲେକ୍ଟେଡ ହେଉଥିଲେ, ଏବେ ଇଲେକ୍ଟେଡ ହେବେ  । ମାନେ ବିଧାୟକରୁ ମୁଖ୍ୟମନ୍ତ୍ରୀ  । ନିଜକୁ ସନ୍ୟାସୀ କହୁଥିଲେ, ଏବେ ସମ୍ପତ୍ତି ତାଲିକା ଦାଖଲ କଲେ  । ତେବେ ଯୋଗୀଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି  ୧ କୋଟି ୫୪ ଲକ୍ଷ ୯୪ ହଜାର ୫୪ ଟଙ୍କା  ।

 

 

 

ଠକି ଦେଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ଅର୍ଡର ଦେଲେ କିନ୍ତୁ ନେଲେନି । ଠକିଦେଲେ କଂଗ୍ରେସ ବିଧାୟକ । ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛି ସ୍ବୟଂ ସହାୟକ ଗୋଷ୍ଠୀ । ପାଞ୍ଚ ଲକ୍ଷ ଟଙ୍କାର ମାସ୍କ ବରାଦ ଦେଇଥିଲେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ । ୧୦ ହଜାର ମାସ୍କ ତିଆରି ପାଇଁ ଝାଳବୁହା ପରିଶ୍ରମ କଲେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ । ବିଧାୟକଙ୍କ ଉପରେ ଭରସା କରି, ମାସ୍କ ତିଆରି କରିବାରେ ଲାଗିପଡିଲେ ମହିଳା । ଅର୍ଥ ପାଇଁ ବ୍ୟାଙ୍କରୁ ଋଣ ମଧ୍ୟ କଲେ । ଏବେ ମାସ୍କ ତିଆରି ପରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ଦେଖାନାହିଁ । ମହିଳା ସଦସ୍ୟମାନେ ତାଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେଣି ।

ଗତବର୍ଷ ଜୁନ୍‌ ମାସରେ ମୋହନାର ଜୟ ମା ଅନ୍ନପୂର୍ଣ୍ଣା ସ୍ବୟଂ ସହାୟିକା ଗୋଷ୍ଠୀକୁ ଉନ୍ନତମାନର ମାସ୍କ ତିଆରି ପାଇଁ କହିଥିଲେ ବିଧାୟକ ଦାଶରଥୀ ଗମାଙ୍ଗ । ଆଜି ନେବା କାଲି ନେବା କହି କହି ୮ ମାସ ବିତିଗଲାଣି । ମାସ୍କ ନେବା ତ ଦୂରର କଥା ଫୋନ କଲେ ଆଉ ଉତ୍ତର ଦେଉନାହାନ୍ତି । ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ।

ମାସ୍କଗୁଡିକରେ ବିଧାୟକଙ୍କ ନା ଓ ଟେଲିଫୋନ ନମ୍ବର ଉଲ୍ଲେଖ ରହିଛି । ଫଳରେ ପ୍ରଶାସନ ସେଗୁଡ଼ିକୁ ନେବାକୁ ମନା କରିଦେଇଛନ୍ତି । ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସରକାର ବିଭିନ୍ନ ସହାୟତା କରୁଥିବା ବେଳେ ଜଣେ ବିଧାୟକ ଏପରି ଠକିବାକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । କରୋନା ସମୟରେ ଦୁଇ ପଇସା ରୋଜଗାର କରିବା ଆଶା ପାଣିରେ ପଡ଼ିଯାଇଛି । ୠଣ ସହ କ୍ଷତିପୂରଣ ଚିନ୍ତା ମହିଳାଙ୍କୁ ଭାରାକ୍ରାନ୍ତ କରିଛି ।

ଓଡ଼ିଶାକୁ ଜିଏସ୍‌ଟି କ୍ଷତିପୂରଣ ଦେବାରେ ଟାଳଟୁଳ ନୀତି କାହିଁକି ?

ଭୁବନେଶ୍ବର: ସଂଘୀୟ ବ୍ୟବସ୍ଥାରେ ହେଉଛି କି ସାଂଘାତିକ ଷଡ଼ଯନ୍ତ୍ର ? କେନ୍ଦ୍ର ଭୁଲିଯାଉଛି କି ସାମ୍ବିଧାନିକ ସତ୍ୟ ? ଓଡ଼ିଶାକୁ ଉପେକ୍ଷା । ଜିଏସ୍‌ଟି ଆଦାୟରେ ରେକର୍ଡ କରୁଛି ଓଡ଼ିଶା, ମାଲାମାଲ୍‌ ହେଉଛି କେନ୍ଦ୍ର । ହେଲେ ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ ଦେବାରେ ଟାଳଟୁଳ ନୀତି କାହିଁକି ? ୨୦୨୦-୨୧ ଆର୍ଥିକ ବର୍ଷର ଜିଏସ୍‌ଟି କ୍ଷତିପୂରଣ ବାବଦରେ କେନ୍ଦ୍ର ବାକି ରଖିଛି ୧୬୨୩ କୋଟି । ଏହି କ୍ଷତିପୂରଣ ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ରାଜ୍ୟ ଅର୍ଥ ବିଭାଗ କେନ୍ଦ୍ର ଅର୍ଥମନ୍ତ୍ରାଳୟକୁ ଚିଠି ଲେଖିଛି । କେନ୍ଦ୍ର ସରକାରଙ୍କ ଏପରି ଅବହେଳାକୁ ନେଇ ସମାଲୋଚନା କରିଛି ବିଜେଡି ।

ସବୁକ୍ଷେତ୍ରରେ ଓଡ଼ିଶାକୁ ଅବହେଳା । ଜିଏସଟି କ୍ଷତିପୂରଣ ବାକି ନେଇ କେନ୍ଦ୍ରର ମନୋମୁଖୀ କାରବାରକୁ ନିନ୍ଦା କରିଛି କଂଗ୍ରେସ । ଜିଏସ୍‌ଟି ପ୍ରଚଳନ ପରେ ରାଜ୍ୟର ନିଜସ୍ବ ଆୟ ସଙ୍କୁଚିତ ହୋଇଛି । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ କେନ୍ଦ୍ରର ପାଣ୍ଠି ଉପରେ ରାଜ୍ୟକୁ ନିର୍ଭର କରିବାକୁ ପଡ଼ୁଛି । ୨୦୧୭ରୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ୧୪ ପ୍ରତିଶତ ହିସାବରେ କେନ୍ଦ୍ର ନିୟମିତ ବ୍ୟବଧାନରେ ଅର୍ଥ ପ୍ରଦାନ କରିବା କଥା । ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଓଡ଼ିଶାର ଏହି ଟଙ୍କା ବାକି ରଖିବାର କାରଣ ବୁଝାପଡ଼ୁନାହିଁ । ଓଲଟା ରାଜ୍ୟକୁ ଋଣ କରିବାକୁ ବାଧ୍ୟ କରୁଛି । ଏହା ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଆଇନର ପରିପନ୍ଥୀ ବୋଲି କହିଛନ୍ତି ସମୀକ୍ଷକ ।

ସେତିକି ନୁହେଁ ଗରିବଙ୍କୁ ରୋଜଗାର ଦେବା ପାଇଁ ମନରେଗା ଯୋଜନାରେ ବି କେନ୍ଦ୍ର ଅର୍ଥ କମାଇ ଚାଲିଛି । ତଥାପି ଆଗକୁ ରାଜ୍ୟ ବଜେଟରେ ଗରିବଙ୍କ ପାଇଁ ନିଜସ୍ବ ପାଣ୍ଠିରୁ ବିକାଶମୂଳକ ରାଜ୍ୟ ସରକାର ବାଧ୍ୟ ହେବେ । ଯଦି କେନ୍ଦ୍ର ବକେୟା ନଦେଲା ତାହେଲେ ଆଗାମୀ ଜିଏସ୍‌ଟି ପରିଷଦ ବୈଠକରେ ସ୍ବର ଉଠାଇବାକୁ ବାଧ୍ୟ ହେବ ଓଡିଶା ।