କ୍ୟାନସର ସହ ସଂଘର୍ଷ କରୁଛନ୍ତି ସାମ୍ବାଦିକ, ଚିକିତ୍ସା ପାଇଁ ସହାୟତା ଲୋଡ଼ା
ଭୁବନେଶ୍ୱର: ବୟସ ୪୪, ଘର ରାଉରକେଲା ସହରର ଛେଣ୍ଡ ଅଞ୍ଚଳରେ । ପେଷାରେ ସାମ୍ବାଦିକ କମଲ କୁମାର । ଦୀର୍ଘ ୨ ଦଶନ୍ଧି ଧରି ଓଡ଼ିଆ ଗଣମାଧ୍ୟମ ସହ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାରେ ସେ କାମ କରିଛନ୍ତି । ଏବେ ବ୍ରେନ୍ କ୍ୟାନସର ସହ ସଂଘର୍ଷ କରୁଛନ୍ତି । ସାମ୍ବାଦିକତା ଚାକିରି କାଳରେ ଯାହା ଟଙ୍କା ଥିଲା ଚିକିତ୍ସାରେ ସରିବାକୁ ବସିଲାଣି । ଏବେ ମାସକୁ ଚିକିତ୍ସା ପାଇଁ ୮୦ ହଜାରରୁ ଅଧିକ ଟଙ୍କା ଆବଶ୍ୟକ ହେଉଛି । ପାଖରେ ଟଙ୍କା ନଥିବାରୁ ସହାୟତା ନିବେଦନ କରିଛନ୍ତି କମଲ ।

ଏବେ କମଲଙ୍କ ଚିକିତ୍ସା ଗୁରୁଗାଓଁର ଫର୍ଟିସ୍ ହସ୍ପିଟାଲରେ ଚାଲିଛି । ଅଧିକ ଚିକିତ୍ସା ପାଇଁ ଦରକାର ଆହୁରି ଟଙ୍କା । ସହୃଦୟ ବ୍ୟକ୍ତି ଆର୍ଥିକ ସହାୟତା ପ୍ରଦାନ ପାଇଁ କମଲ ନିବେଦନ କରିଛନ୍ତି । କେହି ସହାୟତା କରିବାକୁ ଚାହୁଁଥିଲେ କମଲଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିପାରିବେ ।
Account Holder Name: Kamal Kumar
A/C No- 38473556274
IFSC Code- SBIN0002112
State Bank of India (SBI), Rourkela Township
ରାଜଧାନୀରେ ବକେୟା ଟଙ୍କା ଦେବାକୁ ଡାକି ହତ୍ୟା ଅଭିଯୋଗ
ଭୁବନେଶ୍ୱର: ବକେୟା ଟଙ୍କା ଦେବାକୁ ଡାକି ଯୁବକଙ୍କୁ ହତ୍ୟା ଅଭିଯୋଗ । ରାଜଧାନୀରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ନାଁ ଦିଲ୍ଲୀପ ଜେନା । ଯାଜପୁରର ବଜରାପାଟରେ ତାଙ୍କ ଘର । ସେ କିଟ୍ ରୋଡରେ ଏକ ଫାଷ୍ଟଫୁଡ଼ ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲେ । ସେ ରହୁଥିବା ଭଡ଼ାଘରୁ ତାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଦୋକାନ ମାଲିକ କେଉଁ ଆଡେ ଫେରାର ହୋଇଯାଇଛନ୍ତି ।
ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ପ୍ରସ୍ତୁତି
ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ଫେବ୍ରୁଆରୀ ୭ତାରିଖଠାରୁ ଅଷ୍ଟମ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ନିମନ୍ତେ ବିଦ୍ୟାଳୟ ଖୋଲିବା ସହ ଅଫଲାଇନ୍ ଅନ୍ଲାଇନ୍ରେ ହାଇବ୍ରିଡ ମୋଡ୍ରେ ଶିକ୍ଷାଦାନ କରାଯାଉଛି । ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାବଦରେ ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଏବଂ ବିଶେଷଜ୍ଞମାନଙ୍କ ସହ ବିସ୍ତୃତ ଆଲୋଚନାପୂର୍ବକ ଏହି ଅଂଶୀଦାରମାନଙ୍କ ମତାମତ ଆଧାରରେ ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାଙ୍କନ ନିମନ୍ତେ ଉପଯୁକ୍ତ ପ୍ରସ୍ତାବ ଗ୍ରହଣ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅଧ୍ୟକ୍ଷ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଆଲୋଚନା ନେଇ ସବିଶେଷ ପଦକ୍ଷେପ ଗ୍ରହଣ କରାଯିବ ।
ବିଦ୍ୟାଳୟ ଓ ଗଣାଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ରୁପଦ ସେଠୀ କହିଛନ୍ତି ଯେ କୋଭିଡ-୧୯ ଶିକ୍ଷା କ୍ଷେତ୍ର ପାଇଁ ଏକ କଠିନ୍ ସମୟ ସୃଷ୍ଟି କରିଛି ଏବଂ ଏହି ଆହ୍ୱାନ ଗୁଡ଼ିକୁ ଯଥା ସମ୍ଭବ ସମାଧାନ କରାଯିବ । ଶିକ୍ଷାଦାନ ପୁନରାମ୍ଭର, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ଏବଂ ପ୍ରଶିକ୍ଷଣ ପ୍ରକ୍ରିୟାରେ ଥିବା ବ୍ୟବଧାନ ଦୂର କରିବା ଉପରେ ଆମେ ପ୍ରଧାନତଃ ଗୁରୁତ୍ୱାରୋପ କରିଛୁ ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି ।


