ବଜେଟରେ ବିକାଶର ବାସ୍ନା

1 min read

ଭୁବନେଶ୍ୱର: ରାଜ୍ୟ ବଜେଟକୁ ଲାଗିନି ମହାମାରୀ କରୋନାର ଗ୍ରହଣ । ବିକାଶ ପାଇଁ ଭଣ୍ଡାର ଖୋଲିଛନ୍ତି ସରକାର । କୃଷିପ୍ରଧାନ ଓଡ଼ିଶାର ଚାଷୀକୁଳ ସହ ସବୁ ବର୍ଗଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ବଜେଟରେ କୃଷି, ଶିକ୍ଷା ସହ ସ୍ୱାସ୍ଥ୍ୟକୁ ସର୍ବାଧିକ ଫୋକସ କରାଯାଇଛି । ରାଜ୍ୟର ଅଭିବୃଦ୍ଧି, ଭିତ୍ତିଭୂମିକ ବିକାଶ ସହ ପୁଞ୍ଜି ନିବେଶକୁ ଅଧିକ ଗୁରୁତ୍ୱ ମିଳିଛି । ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିଛନ୍ତି କାମଚଳା ବଜେଟ । ଏ ବଜେଟରେ ଶ୍ରୀ ପୂଜାରୀ ରାଜ୍ୟର ବିକାଶ ପାଇଁ ବେଶ ହାତଖୋଲା ପାଣ୍ଠି ବରାଦ କରିଛନ୍ତିୀ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସରକାର ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଆଳକନ କରିଛନ୍ତି । ଆସନ୍ତା ଏପ୍ରିଲରୁ ଜୁଲାଇ ୪ ମାସ ପାଇଁ ଖର୍ଚ୍ଚ ବାବଦକୁ ଅର୍ଥମନ୍ତ୍ରୀ ୧ ଲକ୍ଷ ୬ ହଜାର ୪ ଶହ ୯୮ କୋଟିର ଲେଖାନୁଦାନ ବିଧାନସଭାରେ ଆଗତ କରିଛନ୍ତି । ଗତ ଆର୍ଥିକ ବର୍ଷରେ ସରକାର ୧ ଲକ୍ଷ ୭୦ ହଜାର କୋଟିର ବଜେଟ ଆଣିଥିଲା ବେଳେ ଏଥିରେ ୧୭.୬% ଅଧିକ ବୃଦ୍ଧି କରିଛନ୍ତି ।

ମହାମାରୀ କରୋନା କାରଣରୁ ଗତ ଦୁଇଟି ଆର୍ଥିକ ବର୍ଷ ରାଜ୍ୟ ରାଜକୋଷ ବେଶ୍‌ କ୍ଷତି ସହିଛି । ରାଜ୍ୟ ରାଜକୋଷକୁ ସମ୍ବଳର ସୁଅ ଶୁଖିଛି । ମାତ୍ର ଏହା ସତ୍ତ୍ୱେ ସରକାରଙ୍କ ଦୂରଦୂର୍ଶୀ ଆର୍ଥିକ ପରିଚାଳନାରୁ ଚଳିତ ବଜେଟରେ ଏହାର ବିଶେଷ ପ୍ରଭାବ ପଡ଼ିନି । କୌଣସି ପରିସ୍ଥିତିରେ ବିକାଶରେ ରୋକ ଲଗାଇବାକୁ ସରକାର ଚାହୁଁନାହାନ୍ତି । ତେଣୁ ସରକାର ୨ ଲକ୍ଷ କୋଟିର ବ୍ୟୟ ଅଟକଳ କରିଛନ୍ତି । ଏ ଥିରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବାବଦକୁ ସରକାର ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଆକଳନ କରିଛନ୍ତି । ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସହ ଚାଷ ଏବଂ ଚାଷୀଙ୍କ ଉନ୍ନତି ପାଇଁ ସରକାର ସଂକଳ୍ପବଦ୍ଧ ଥିବା ବଜେଟ କହୁଛି ।

GIZ supports Odisha for sustainable urban development - Urban Update

ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ବଜେଟର ୬ ପ୍ରତିଶତ ପାଣ୍ଠି ଦେଇଛନ୍ତି । ଆସନ୍ତା ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ପାଇଁ ୧୨,୨୪୧ କୋଟି ଖର୍ଚ୍ଚ କରିବାକୁ ପାଣ୍ଠି ବରାଦ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୬ ଲକ୍ଷ ପରିବାକୁ ନିଗ ବିହୀନ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ୧୮୬୪ କୋଟି ପାଣ୍ଠି ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନକୁ ୨୩୩୫ କୋଟି ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୨୧୫୬ କୋଟି ପାଣ୍ଡି ବରାଦ କରିଛନ୍ତି ପୂଜାରୀ ।

Odisha Biju Swasthya Kalyan Yojana (BSKY) 2022: Apply Online, Eligibility

କୃଷି ଓ ଆନୁଷଙ୍ଗିକ ବିଭାଗ ପାଇଁ ୨୦,୩୪୪ କୋଟି ପାଣ୍ଠି ବରାଦ ହୋଇଛି । କାଳିଆ ଯୋଜନା ପାଇଁ ୧୮୭୪ କୋଟି ପାଣ୍ଠି ଦେଇଛନ୍ତି ସରକାର । ସାର, ବିହଦ ଓ ସୁଧମୁକ୍ତ ଋଣ ବାବଦକୁ ୩୦୦ କୋଟି ଏବଂ ଶସ୍ୟ ଉତ୍ପାଦନ ପରିଚାଳନା ପାଇଁ ୬୮୮ କୋଟି ବରାଦ ହୋଇଛି । ସେହିଭଳି ଶିକ୍ଷା ଓ ଦକ୍ଷତା ବିକାଶକୁ ସରକାର ବଜେଟରେ ଅଗ୍ରାଧିକାର ଦେଇଛନ୍ତି । ଏ ବାବଦକୁ ୨୬,୪୯୨ କୋଟି ପାଣ୍ଠି ବ୍ୟୟ ଅଟକଳ ହୋଇଛି । ମୋ ସ୍କୁଲ ଅଭିଯାନକୁ ୫୨୧ କୋଟି, ସମଗ୍ର ଶିକ୍ଷା ପାଇଁ ୩୫୫୨ କୋଟି , ସ୍ମାର୍ଟ କ୍ଲାସରୁମ ପାଇଁ ୪୩୯ କୋଟି ବରାଦ ହୋଇଛି ।

Kalia Yojana: Get district wise details (sharecroppers) - Update Odisha

ବଜେଟରେ ମହିଳା ଓ ଶିଶୁ ବିକାଶ, ପାନୀୟ ଜଳ ଯୋଗାଣକୁ ମଧ୍ୟ ଗୁରୁତ୍ୱ ମିଳିଛି । ମିଶନଶକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ଜାତୀୟ ଗ୍ରାମୀଣ ଜୀବିକା ମିଶନକୁ ୧୦୩୯ କୋଟି ପାଣ୍ଠି ବଜେଟରେ ମିଳିଛି । ସାମାଜିକ ନିରାପତ୍ତା ମଧ୍ୟ ପୂର୍ବଭଳି ଅଗ୍ରାଧିକାର ତାଲିକାରେ ଅଛି । ଏଥିରେ ସରକାର ୩୬୨୧ କୋଟି ଖର୍ଚ୍ଚ କରିବେ । ଟଙ୍କିକିଆ ଚାଉଳ, ପର୍ଯ୍ୟଟନର ବିକାଶ, ଅଧିକ ଜଙ୍ଗଲ ସୃଷ୍ଟି, ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ମଧ୍ୟ ବଜେଟରେ ଗୁରୁତ୍ୱ ପାଇଛି ।

Biju Expressway - Wikipedia

ବିପର୍ଯ୍ୟୟ ପରିଚାଳନା ପାଇଁ ବଜେଟରେ ୩୨୧୦ କୋଟି ବରାଦ ହୋଇଛି । ବିଧାୟକ ପାଣ୍ଠିରେ ୪୪୧ କୋଟି ଏବଂ, ବିଜୁ ଏକ୍ସପ୍ରେସ୍ ୱେ ରେ ୩୦୦ କୋଟି, ଅବଢ଼ାରେ ପୁରୀରେ ଐତିହ୍ୟ କାମ ପାଇଁ ୨୦୦ କୋଟି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୬୭୫ କୋଟି ଟଙ୍କା ବ୍ୟୟ କରିବାକୁ ସରକାର ବଜେଟରେ ଲକ୍ଷ୍ୟ ରଖିଛନ୍ତି । ବଜେଟ ଆଗତ କରିବା ପରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟକୁ କହିଛନ୍ତି, ରାଜ୍ୟବାସୀଙ୍କ ବିକାଶ ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି । ସରକାର ସବୁ କ୍ଷେତ୍ରକୁ ଅଗ୍ରାଧିକାର ଦେଇଛନ୍ତି ।