ବିଜେପି ବିଧାୟକଙ୍କ ହୀନ ମନ୍ତବ୍ୟ: ‘ଝିଅମାନଙ୍କୁ ଭଲ ମୋବାଇଲ ଓ ଡ୍ରେସ ଦରକାର ଏଣୁ…’

ଭୁବନେଶ୍ୱର: ବିଜେପି ବିଧାୟକଙ୍କ ହୀନ ମନ୍ତ୍ୟବ । ଭାରତୀୟ ଜନତା ପାର୍ଟିର ଉଦଳା ବିଧାୟକ ଭାସ୍କର ମଢ଼େଇ ବୁଧବାର ବିଧାନସଭାରେ ଅତ୍ୟନ୍ତ ଲଜ୍ଜାଜନକ ମନ୍ତବ୍ୟ ରଖିଛନ୍ତି । ‘ନବୀନ ବାବୁ ଏଭଳି କରିଛନ୍ତି ଯେ, ସ୍ୱୟଂ ସହାୟିକା ମହିଳାମାନେ ଯାହା ସାଙ୍ଗରେ ନାହିଁ ତାହା ସାଙ୍ଗରେ ପଳାଉଛନ୍ତି । ବିଧାୟକ ଗୃହରେ ଏଭଳି ମନ୍ତବ୍ୟ ରଖିଥିବା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ଏବଂ ଏଭଳି ମନ୍ତବ୍ୟକୁ ରେକର୍ଡରୁ ବାଦ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିବା କହିଛନ୍ତି । କେବେଳ ସେତିକି ନୁହେଁ ଯୁବତୀମାନଙ୍କୁ ନେଇ ମଧ୍ୟ ଅତି ନିନ୍ଦନୀୟ ମନ୍ତ୍ୟବ ରଖିଛନ୍ତି । ଯାହାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସର୍ବା ସାଧାରଣରେ କ୍ଷମା ପ୍ରାର୍ଥନା ଲାଗି ଦାବି କରିଛି ।

ଉଦଳା ବିଧାୟକ କହିଛନ୍ତି ‘ ଆଜି କାଲି ଝିଅମାନଙ୍କ ମୋବାଇଲର ଆବଶ୍ୟକତା ରହିଛି, ଭଲ ଖାଇବାର ଆବଶ୍ୟକତା ରହିଛି, ଭଲ ଡ୍ରେସର ଆବଶ୍ୟକତା ରହିଛି ଏଣୁ ସେମାନେ ରାସ୍ତାରେ ନଯାଇ ଅବାଟରେ ଯାଉଛନ୍ତି । ସେମାନେ ଫେରାର ହୋଇ କୁଆଡ଼େ ଯାଇ ତାଙ୍କ ଜୀବନ ନଷ୍ଟ କଲେଣି’ । ବିଜେପି ବିଧାୟକଙ୍କ ଏଭଳି ମନ୍ତବ୍ୟ ପରେ ମହିଳାଙ୍କ ପ୍ରତି ରାଜ୍ୟ ବିଜେପିର ଚିନ୍ତାଧାରା ନେଇ ପ୍ରଶ୍ନ ଉଠିଛି ।

ସେହିଭଳି ମାଆମାନଙ୍କୁ ନେଇ ମଧ୍ୟ ଅତି ଲଜ୍ଜାଜନକ ମନ୍ତବ୍ୟ ରଖିଛନ୍ତି । ଏସ୍ଏଚ୍‌ଜି ମହିଳାମାନେ କାମ ବାହାନାରେ ବ୍ଳକ୍‌କୁ ଆସୁଛନ୍ତି, ଘର ଲୋକଙ୍କ କଥା ଭାବୁନାହାନ୍ତି, ସ୍ୱାମୀଙ୍କ କଥା ଶୁଣୁନାହାନ୍ତି । ଘର ଲୋକଙ୍କୁ ପଛରେ ପକାଇ ଟଙ୍କା ପଛରେ ପଡ଼ିଛନ୍ତି । ‘ନବୀନ ବାବୁ ଏଭଳି କରିଛନ୍ତି ଯେ, ସ୍ୱୟଂ ସହାୟିକା ମହିଳାମାନେ ଯାହା ସାଙ୍ଗରେ ନାହିଁ ତାହା ସାଙ୍ଗରେ ପଳାଉଛନ୍ତି ବୋଲି ସେ କହିଛନ୍ତି ।

ଏହାକୁ ନେଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ରାଜ୍ୟ ବିଜେପିର ନେତାମାନେ ବାରମ୍ୱାର ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । ସେ ଯେଉଁଭଳି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ତାହା ସାରା ରାଜ୍ୟର ମହିଳାମାନଙ୍କ ପାଇଁ ଅପମାନ ଜନକ କଥା । ସେ ସର୍ବସାଧାରଣରେ କ୍ଷମା ପ୍ରର୍ଥନା କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସାରା ଓଡ଼ିଶାର ମହିଳାମାନେ ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ ଏବଂ ଆର୍ଥିକ ଭାବେ ସ୍ୱାବଲମ୍ୱୀ ହେବା ପାଇଁ କାର୍ଯ୍ୟ କରୁଥିବା ବେଳେ ଏଭଳି ମନ୍ତବ୍ୟ ମହିଳାମାନଙ୍କୁ ହତୋତ୍ସାହିତ କରିବ । ତେବେ ବିଜେପି ନେତାଙ୍କ ମହିଳାଙ୍କ ପ୍ରତି ଏଭଳି ମନ୍ତବ୍ୟ ନୂଆ ନୁହେଁ । କିଛି ଦିନ ପୂର୍ବରୁ ମହିଳାଙ୍କ ଉଦ୍ଦେଶ୍ୟରେ ଅପ୍ରିତିକର ମନ୍ତ୍ୟବ ଦେଇଥିବାରୁ ଦଳୀୟ ବିଜେପି ସାଂସଦ ଜୁଏଲ ଓରାମ୍‌ଙ୍କ ବିରୋଧ ତାଙ୍କ ମହିଳା ପ୍ରତିନିଧି ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । ସେହିଭଳି ଆଉ ଜଣେ ମହିଳା ନେତ୍ରୀ ମଧ୍ୟ ସୁରାଟରେ ରହୁଥିବା ଓଡ଼ିଆ ମହିଳାଙ୍କ ବାବଦରେ ଖରାପ ମନ୍ତବ୍ୟ ରଖିଥିଲେ ।