spot_img
Home Blog Page 4591

ସକାଳୁ ସକାଳୁ ଦୁର୍ଘଟଣା, ୪ ଯାତ୍ରୀ ମୃତ

କନ୍ଧମାଳ: ସକାଳୁ ସକାଳୁ ଦୁର୍ଘଟଣା  । ଆଖି ଖୋଲିବା ଆଗରୁ ଆଖି ମୁଜିଲେ ୪ ଯାତ୍ରୀ  ।  ଫୁଲବାଣୀ ସଦର ଥାନା ଲାହାବାଡ଼ିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତାଳପଡ଼ାରୁ ବାଡି ସୁଗା ଫେରୁଥିବା ବେଳେ, ଓମିନିକୁ ପିଟିଛି ଏକ ଟ୍ରକ୍ ।  ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଦ୍ୱିତୀୟ ବର୍ଷରେ ଆପଣଙ୍କ ସହ ‘ନନ୍ଦିଘୋଷ ଟିଭି’

ନନ୍ଦିଘୋଷ ବ୍ୟୁରୋ: ଦ୍ୱିତୀୟ ବର୍ଷ ପୂର୍ତ୍ତୀ ପାଳନ କରୁଛି ନନ୍ଦିଘୋଷ ଟିଭି  ।  ଖବର ଦୁନିଆର ଜୟ ଯାତ୍ରାରେ ଆଉ ଏକ ପାଦ । ସଫଳତାର ସହ ଦ୍ୱିତୀୟ ବର୍ଷ ପୂରଣ କରିଛି ନନ୍ଦିଘୋଷ ଟିଭି । ଆଜି ନନ୍ଦିଘୋଷ ଟିଭିର ଦ୍ୱିତୀୟ ବର୍ଷପୂର୍ତ୍ତି ଉତ୍ସବ । ଏକ ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମ ଭାବେ ସଫଳତାର ସହ କାମ କରିଚାଲିଛି ନନ୍ଦିଘୋଷ ଟିଭି । ଓଡ଼ିଆ ମିଡିଆ ଜଗତରେ ନିଜ ସ୍ଥିତି ମଜଭୁତ୍ କରିପାରିଛି । ଲୋକଙ୍କ ପାଇଁ ଲଢେଇ କରି ଖୁବ କମ୍ ଦିନରେ ଲୋକପ୍ରିୟ ହୋଇପାରିଛି ନନ୍ଦିଘୋଷ ଟିଭି ।

ନନ୍ଦିଘୋଷ ଟିଭି । ଏକ ଆନ୍ଦୋଳନର ନାଁ । ଗରିବ ଖଟିଖିଆଙ୍କ ଭରସାର ନାଁ । ଗାଁରୁ ସହର ପ୍ରତିଟି ମଣିଷ ପାଇଁ ସାହାସର ନାଁ । କୋଟିଆରେ ଆନ୍ଧ୍ରର ଷଡ଼ଯନ୍ତ୍ର ବିରୋଧରେ ସଂଗ୍ରାମ କରିଛୁ । ପୁଣି ରାଜ୍ୟର ହକ୍ ପାଇଁ ମେଗା ଲଢେଇରେ ରହିଛୁ ଆଗଧାଡ଼ିରେ । ସଫଳତାର ଝୁଙ୍କରେ ଆମେ ଭୁଲିନୁ ଗଣମାଧ୍ୟମର ଲକ୍ଷ୍ମଣରେଖା । ସେ ଜଓ୍ବାଦ ହେଉ କି ୟାସ୍ ଅବା ବନ୍ୟା । କ୍ରିକେଟ ଓ୍ବାର୍ଲ୍ଡକପରୁ ହକି ମହାସମର, ଅଲିମ୍ପିକ୍ସରୁ ଆଇପିଏଲ । ଦୁଃଖଦ ବିଦାୟରୁ ଶେଷକୃତ୍ୟ ।

ଖିୁବ୍ କମ ସମୟରେ ନନ୍ଦିଘୋଷ ଟିଭି ହୋଇଛି ସ୍ବତନ୍ତ୍ର । ନନ୍ଦିଘୋଷ ଟିଭିର ଦୁଇବର୍ଷ ପୂର୍ତ୍ତି ଅବସରରେ ସେଇ ସମାନ ଲକ୍ଷ୍ୟକୁ ପୁଣି ଦୋହରାଉଛୁ ଆମେ । ନିରପେକ୍ଷ, ନିରନ୍ତର ଭାବେ ଓଡ଼ିଶାର ସ୍ୱାର୍ଥ ପାଇଁ ଆମ ଲଢେଇ ଜାରି ରହିବ ଆପଣଙ୍କ ପାଇଁ । ନନ୍ଦିଘୋଷର ଏହି ଆନ୍ଦୋଳନରେ ଜନତାଙ୍କ ପାଇଁ ଖବର ଜାରି ରହିବ  । ସାଧାରଣ ଲୋକଙ୍କ ହକ୍ ର ଲଢେଇରେ ଆମେ ସାମିଲ ହେବୁ  । କୋଭିଡ ମହାମାରୀ ହେଉ କିମ୍ବା ବାତ୍ୟା-ବନ୍ୟା , ପ୍ରତିଟି ସମୟରେ ଆମେ ରହିଛୁ ଆପଣଙ୍କ ସାଥିରେ  ।

ପଞ୍ଚାୟତ ନିର୍ବାଚନ: ମତଦାନ ପୂର୍ବରୁ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ, ଅନ୍ୟ ଜଣଙ୍କୁ ହତ୍ୟା ଧମକ

ଢେଙ୍କାନାଳ/ଜଗତସିଂହପୁର : ଆସନ୍ତା ୧୬ତାରିଖରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହାର ପୂର୍ବରୁ ରାଜ୍ୟର କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଓଡ଼ାପଡ଼ା ବ୍ଲକ ବଦାଳୁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନୃସିଂହ ବାରିକ ।

ମୋଟଙ୍ଗା ଥାନା ଅନ୍ତର୍ଗତ ଘୋଡାଡିଆଁ ଛକରେ ୫ଜଣ ଯୁବକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସନ୍ଧ୍ୟାରେ ସେ ଘୋଡାଡିଆଁ ଛକ ଦେଇ ଯାଉଥିବା ସମୟରେ ହଠାତ ଏହି ଯୁବକମାନେ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ନିସ୍ତୁକ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ମଧ୍ୟ ଆକ୍ରମଣ କରିଛନ୍ତି । ଏଣୁ ତାଙ୍କ ଗୋଡ଼ରେ ଓ ମୁଣ୍ଡରେ ଆଘାତ ଲାଗିଛି । ଚିକିତ୍ସା ନେଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ନିକଟରେ ଥିବା ୧ ଲକ୍ଷ ୫ ହଜାର ଟଙ୍କା ଛଡ଼ାଇ ନେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ନେଇ ଧମକ ଧମକ ଦିଆଯାଇଥିବା ବେଳେ ଆଜି ଆକ୍ରମଣ ହୋଇଥିବା କହିଛନ୍ତି ସରପଞ୍ଚ ପ୍ରାର୍ଥୀ ଶ୍ରୀ ବାରିକ୍ ।

ଅନ୍ୟପକ୍ଷରେ ଜଗତସିଂହପୁର ସରପଞ୍ଚ ପ୍ରାର୍ଥିନୀଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଭୋଟ ପ୍ରଚାର କଲେ ଗୁଳି ଖାଇବ ବୋଲି କହି, ଗାଁର ଜଣେ ଯୁବକ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି ପ୍ରାର୍ଥିନୀ ନିବେଦିତା ମଲିକ । ଯୁବକ ରବୀନ୍ଦ୍ର ରାଉଳଙ୍କ ନାମରେ ମାମଲା ରୁଜୁ ହୋଇଛି । ପ୍ରାର୍ଥିନୀଙ୍କୁ ଅଶାଳୀନ ଭାଷା ଓ ହତ୍ୟା ଧମକ ଦେବା ଦେଇଥିବାରୁ ତୁଳଙ୍ଗରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ନିଜର ଭୋଟ ପ୍ରଚାର ସମୟରେ ଧମକ ମିଳିଲା ।

ସମଲେଶ୍ୱରୀ ମିଡିଆକପ୍ ୨୦୨୨: ସକାଳ ଓ ନନ୍ଦିଘୋଷ ଟିଭି ରନର୍ସଅପ୍

ସମ୍ୱଲପୁର: ସରିଲା ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ପ୍ରଥମ ମାଆ ସମଲେଶ୍ୱରୀ ମିଡିଆକପ୍ ୨୦୨୨ । ଟୁର୍ଣ୍ଣାମେଣ୍ଟର ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସକାଳ ଓ ନନ୍ଦିଘୋଷ ଟିମକୁ ହରାଇ ଟାଇଟଲ ହାସଲ କରିଛି ଧରିତ୍ରୀ । ମାତ୍ର ୨୪ ରନରେ ହାରି ରନର୍ସ ଅପ ହୋଇଛି ଆୟୋଜକ ଟିମ୍ ।

ସରିଲା ସମଲେଶ୍ୱରୀ ମିଡିଆ କପ୍ ୨୦୨୨ । ଫାଇନାଲରେ ଜୋରଦାର ଟକ୍କର । ଆୟୋଜକ ଟିମକୁ ହରାଇ ଟାଇଟଲ ହାତେଇଲା ଧରିତ୍ରୀ । ସମ୍ବଲପୁରରେ ସକାଳ ଓ ନନ୍ଦିଘୋଷ ଟିଭି ତରଫରୁ ଆୟୋଜିତ ସମଲେଶ୍ବରୀ ମିଡିଆ କପ ୨୦୨୨ର ଚାମ୍ପିଅନ ହୋଇଛି ଧରିତ୍ରୀ । ଦୁଇଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଫାଇନାଲ ଲଢେଇ । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମାତ୍ର ୨୪ ରନରେ ହାରି ରନର୍ସ ଅପ ହୋଇଛି ସକାଳ ଓ ନନ୍ଦିଘୋଷ ଟିମ୍ । ସମାଜକୁ ହରାଇ ଫାଇନାଲରେ ପ୍ରବେଶ କରିଥିବାବେଳେ ନ୍ୟୁଜ୍-7କୁ ହରାଇ ଫାଇନାଲକୁ ଯାଇଥିଲା ଧରିତ୍ରୀ ।

ଫାଇନାଲରେ ସକାଳ ଓ ନନ୍ଦିଘୋଷ ଟିଭି ଟସ୍ ଜିତି ଧରିତ୍ରୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମ ବ୍ୟାଟିଂ କରି ଧରିତ୍ରୀ ଟିମ୍ ନିର୍ଦ୍ଧାରିତ ଓଭରରେ ୮୮ ରନ କରିଥିଲେ । ଦଳ ପକ୍ଷରୁ ରୋଷନ ପଣ୍ଡିତ ସର୍ବାଧିକ ୨୬ ରନ କରିଥିଲେ । ୮୮ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଆୟୋଜକ ଟିମ୍ ୬୪ ରନ କରି ମାତ୍ର ୨୪ ରନରେ ମ୍ୟାଚ ହାତଛଡା କରିଥିଲା । ଦଳ ପକ୍ଷରୁ ଅଶୋକ ଭୋଇ ସର୍ବାଧିକ ୨୧ ରନ କରିଥିଲେ । ଫାଇନାଲରେ ମୁଖ୍ୟ ଅତିଥିଭାବେ TPWOLDର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ସଞ୍ଜୀତ ନାୟକ, ବିରାଟର ନିର୍ଦ୍ଦେଶକ ରାହୁଲ, ଟାଟାପାଓ୍ବାରର ଇଞ୍ଜିନିୟର ଡମରୁଧର ଓଝା, ଧନଞ୍ଜୟ ରଣା ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ପିତାମ୍ବର ସାହୁଙ୍କୁ ମ୍ୟାନ ଅଫଦି ମ୍ୟାଚ ଘୋଷଣା କରାଯାଇଥିବାବେଳେ ଟୁକୁନିମଣି ଭୋଇ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଟିମ ସହ ୬ଟି ଦଳ ଭାଗ ନେଇଥିଲେ ।

ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ଦେବେନ୍ଦ୍ର କୁମାର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ତଥା ଅବସରପ୍ରାପ୍ତ ଆଇଏଏସ୍ ଦେବେନ୍ଦ୍ର କୁମାର ମିଶ୍ରଙ୍କ ପରଲୋକ । ଶନିବାର ଦିନ ୧୨ଘଣ୍ଟା ୩୦ମିନିଟରେ ପରଲୋକ ହୋଇଛି । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା ।
ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିବା ଶ୍ରୀ ମିଶ୍ର ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ଭାବେ ୧୯୯୪ରୁ ୧୯୯୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସ୍ୱତନ୍ତ୍ର ସହାୟକ, ଭବାନୀପାଟଣା ଉପଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ, ଓଡ଼ିଶା ହ୍ୟାଣ୍ଡଲୁମ୍ ନିଗମର ଜେନେରାଲ ମ୍ୟାନେଜର, ମ୍ୟୁନିସପାଲ ପ୍ରଶାସନର ନିର୍ଦ୍ଦେଶକ ଭଳି ପଦବୀରେ ସଫଳତାର ସହ କାର୍ଯ୍ୟ କରିଥିଲେ । ସେ ଭୁବନେଶ୍ୱର ଓ ସୋନପୁରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ସକ୍ରିୟ ଭାବେ ଜଡ଼ିତ ଥିଲେ ।
ଆସନ୍ତାକାଲି ସକାଳେ ଶ୍ରୀମିଶ୍ରଙ୍କ ଶହୀଦନଗରସ୍ଥିତ ବାସଭବନରେ ତାଙ୍କର ମରଶରୀରକୁ ସର୍ବସାଧାରଣଙ୍କ ଶେଷଦର୍ଶନ ପାଇଁ ରଖାଯିବ । ଆସନ୍ତାକାଲି ଫେବ୍ରୁଆରୀ ୧୩ତାରିଖରେ ଭୁବନେଶ୍ୱରର ସତ୍ୟନଗର ମଣାଣିରେ ଦିନ ୧୧ଟା ୩୦ମିନିଟରେ ତାଙ୍କର ଶେଷକୃତ୍ୟ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।
ଶ୍ରୀ ମିଶ୍ରଙ୍କ ମୃତ୍ୟୁବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ ସୁହାସିନୀ ମିଶ୍ର, ପୁଅ ଅସିତ୍ ମିଶ୍ର ଓ ବୋହୂ ବିଭୂଦତ୍ତ ପଟେଲ ଓ ସାନ ପୁଅ ବ୍ରଜେନ୍ଦ୍ର ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ପ୍ରଥମ ଥର ଆରମ୍ଭ ହେଲା ନାମଲେଖା

ଭୁବନେଶ୍ୱର: ନୂଆ ମେଡିକାଲ କଲେଜ ପାଇଁ ହୋଇଛି ନାମାଲେଖା । ଆଜି ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ପ୍ରଥମ ଥର ନାମଲେଖା ହୋଇଥିବାବେଳେ ଆସନ୍ତାକାଲି ହାଇଟେକ୍ କଲେଜ ପାଇଁ ହେବ ଆଡମିସନ୍ । ଏଥର ହାଇଟେକ୍ ମେଡିକାଲର ବର୍ଦ୍ଧିତ ୫୦ ସିଟରେ ନାମ ଲେଖାଇବେ ଛାତ୍ରଛାତ୍ରୀ । ମୋଟ ୧ ହଜାର ୪୬୬ ସିଟ୍ ପାଇଁ ଏଥର ହେବ ନାମାଲେଖା । ତେବେ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ନେଇ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ।

ଚାଲିଛି ପ୍ରଥମ ପର୍ଯ୍ୟାୟ ମେଡିକାଲ କାଉନସେଲିଂ । ଫେବ୍ରୁଆରୀ ୮ତାରିଖରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ରବିବାର ପ୍ରଥମ ରାଉଣ୍ଡର ଶେଷ ନାମାଲେଖା । ନୂଆ କରି ହୋଇଥିବା ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ୧୦୦ ସିଟରେ ଆଡ଼ମିଶନକୁ ଅନୁମତି ମିଳିଥିବାବେଳେ ଓଜେଇଇ ୮୫ଟି ସିଟ୍ ପାଇଁ ଆଡମିଶନ କରିଛି । ବଳକା ୧୫ ସିଟରେ ନିଟ୍ ମାଧ୍ୟମରେ ଅଲ ଇଣ୍ଡିଆ କୋଟାରେ ହେବ ନାମାଲେଖା । ତେବେ ପୁରୀ ମେଡିକାଲ କଲେଜରେ ଆଡ଼ମିଶନ ନେଇଥିବା ଛାତ୍ରଛାତ୍ରୀ ପ୍ରଥମ ବ୍ୟାଚ ହୋଇଥିବାରୁ ଉତ୍ସାହ ପ୍ରକାଶ କରିଛନ୍ତି ।

ରାଜ୍ୟର ୯ଟି ସରକାରୀ ଓ ୩ଟି ଘରୋଇ ମେଡିକାଲ କଲେଜର ମୋଟ ୧ ହଜାର ୩୧୨ MBBS ଓ ୧୫୪ BDS ସିଟ ପାଇଁ ଆଡମିଶନ କରୁଛି OJEE । ଚଳିତବର୍ଷ ହାଇଟେକ ମେଡିକାଲ କଲେଜରେ ୫୦ ନୂଆ ସିଟ ପାଇଁ ଆଡମିଶନ କରାଯାଉଛି । ରବିବାର ଏଥିପାଇଁ ହେବ ନାମଲେଖା । ଏହାପରେ ୧୪ ତାରିଖ ଦିନ ପ୍ରକାଶ ପାଇବ ଭେକେଣ୍ଟ ସିଟ ମାଟ୍ରିକସ ବା ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡ଼ଥିବ ସିଟ ତାଲିକା । ଦ୍ଵିତୀୟ ପର୍ଯ୍ୟାୟ ଆଡ଼ମିଶନ ପାଇଁ ୧୫ ଓ ୧୬ ଦୁଇ ଦିନ ଛାତ୍ରଛାତ୍ରୀ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ । ପ୍ରଥମ ପର୍ଯ୍ୟାୟ କାଉନସିଲିଂ ପ୍ରକ୍ରିୟାରେ ମାତ୍ର ୮୦୭ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

ଚଳିତବର୍ଷ ନଭେମ୍ବରରୁ ମେଡିକାଲ ପ୍ରବେଶିକା ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ବି ଆଡମିଶନ ପ୍ରକ୍ରିୟାରେ ବିଳମ୍ବ ହୋଇଛି । ମାର୍ଚ୍ଚ ୩୧ ସୁଦ୍ଧା ପ୍ରକ୍ରିୟା ଶେଷ କରିବାକୁ ଏମ.ସି.ସି ନିର୍ଦ୍ଦେଶ ଦେଇଛି ।

ଢେଙ୍କାନାଳ ହତ୍ୟା ମାମଲାରେ ବଡ଼ ଖୁଲାସା: ସ୍ତ୍ରୀକୁ ହତ୍ୟା କରି ମହନ୍ତ ସାଜିଥିଲେ ଅଭିଯୁକ୍ତ

ଢେଙ୍କାନାଳ: ଭୁବନରେ ଶ୍ରୀ ଚୈତନ୍ୟ ଗୋସାଇଁ ମଠରେ ହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ଉଦ୍ଧବ ପାତ୍ରଙ୍କୁ ହତ୍ୟା କରିଥିବା ନେଇ ମହନ୍ତ ଦାଶରଥି ବେହେରା ପୋଲିସ ଆଗରେ ସ୍ୱୀକାର କରିଛି । ଅଭିଯୁକ୍ତ ମହନ୍ତ ଦାଶରଥୀ ଉପାସକ ହେବା ପୂର୍ବରୁ ଜଣେ ହତ୍ୟାକାରୀ ଥିବା ଜାଣିବାକୁ ପାଇଛି ପୋଲିସ । ଦାଶରଥୀଙ୍କ ଘର ଭୁବନ ବ୍ଲକ ଅଁଳାଝରୀରେ । ସେ ନୂଆପଡା ଜିଲ୍ଲାରେ ଗୁପଚୁପ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲା ।

୧୯୯୨ରେ ଦାଶରଥି ଜଣେ ମହିଳାଙ୍କୁ ବିବାହ କରିଥିଲା । ହେଲେ କିଛି ବର୍ଷ ପରେ ପ୍ରଥମ ସ୍ତ୍ରୀଙ୍କ ଦେହାନ୍ତ ପରେ ୨୦୦୭ରେ ସେ ଆଉ ଜଣେ ମହିଳାଙ୍କୁ ନିଜର ଜୀବନସାଥୀ ରୂପେ ବାଛିଥିଲା । ତେବେ କୌଣସି କାରଣରୁ ଦ୍ୱିତୀୟ ସ୍ତ୍ରୀଙ୍କ ସହିତ ଦାଶରଥିଙ୍କ ପ୍ରତିଦିନ ଝଗଡା ହୋଇ ଆସୁଥିଲା । ଏହାସହ ସେ ନିଜର ଦ୍ୱିତୀୟ ପତ୍ନୀକୁ ହତ୍ୟା କରିଥିବା ମଧ୍ୟ ପୋଲିସ ସୂଚନା ଦେଇଛି । ସେବେଠାରୁ ନାଁ ବଦଳାଇ ଶ୍ରୀ ଚୈତନ୍ୟ ଗୋସାଇଁ ମଠରେ ମହନ୍ତ ଭାବେ ରହୁଥିଲା ଦାଶରଥୀ । ହେଲେ ମଠରେ ମଦ ପିଇବା ସହ ମହନ୍ତଙ୍କ ସହ ଝଗଡ଼ା କରୁଥିଲା ।

ଏପରିକି ଉଦ୍ଧବ ଚପଲ ପିନ୍ଧି ମଠ ଭିତରକୁ ନ ଆସିବା ପାଇଁ ମହନ୍ତ ତାଙ୍କୁ ବାରଣ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉଦ୍ଧବଙ୍କୁ ମୁଣ୍ଡକୁ ଏକ ଫୁଙ୍କନଳରେ ଶକ୍ତ ପ୍ରହାର ଦେଇଥିଲା ଦାଶରଥୀ । ଆଉ ଘଟଣାସ୍ଥଳରେ ଉଦ୍ଧବଙ୍କର ମୃତ୍ୟୁ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ମଠରେ ପଡିଲା ରକ୍ତ ଛିଟା, ଯୁବକକୁ ବଳି ଦେଇଥିବା ସନ୍ଦେହ

IPL ନିଲାମ: ଇଶାନଙ୍କ ଦାମ ୧୫ କୋଟି ୨୫ ଲକ୍ଷ

ବେଙ୍ଗାଲୁର: ଟାଟା ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜନ-୧୫ ପାଇଁ ଚାଲିଛି ମେଗା ଅକ୍ସନ। ନିଲାମର ପ୍ରଥମ ଦିନରେ ପ୍ରଥମ ଖେଳାଳି ଭାବେ ବିକ୍ରି ହୋଇଛନ୍ତି ଶିଖର ଧାୱନ। ଆଜିର ନିଲମରେ ସବୁଠୁ ଦାମୀ ଖେଳାଳୀ ଥିବା ଶେୟସ ଆୟାରଙ୍କୁ ପଛରପେ ପକାଇଲେ ଇଶାନ କିଶାନ  । ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ  । ସେହିପରି ଇଶାନ୍‌ଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିବା ବେଳେ ମୁମ୍ବାଇ ଇଣ୍ତିଆନ୍ସ ୭ ଗୁଣା ଅଧିକ ଅର୍ଥାତ ୧୫ କୋଟି ୨୫ ଲକ୍ଷରେ କିଣିଛି  । କିଣିଥିବାର ଦେଖିବାକୁ ମିଳିଲା ।

ଆଜି କେଉଁ ଖେଳାଳୀ କେତେ ଟଙ୍କାରେ ନିଲାମ ହେଲେ, ଆସନ୍ତୁ ଦେଖିବା…

  • ଇଶାନ କିସାନଙ୍କ ଦାମ ୧୫ କୋଟି ୨୫ ଲକ୍ଷ । ଇସାନଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ  ।
  • ଦ୍ୱିତୀୟରେ ରହିଛି ଦୀପକ ଚହରଙ୍କ ନାଁ । ୧୪ କୋଟିରେ କିଣିଛି ଚେନ୍ନାଇ  ।
  • ଭାରତର ଷ୍ଟାର୍ ବ୍ୟାଟର୍ ଶ୍ରେୟସ ଆୟର । ଶେୟାସଙ୍କୁ  ୧୨.୨୫ କୋଟି ଟଙ୍କାରେ କିଣିଛି KKR
  • ହର୍ଷଲ ପଟେଲ  ।  ୧୦ କୋଟି ୭୫ ଲକ୍ଷରେ କିଣିଲା RCB
  • ଦକ୍ଷିଣ ଆଫ୍ରିକାର ପେସ୍ ବୋଲର କାଗିସୋ ରବାଡାଙ୍କୁ ୯.୨୫ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ୍

 

  • ଶିମରୋନ ହେଟମାୟାର, ୮ କୋଟି ୫୦ ଲକ୍ଷରେ କିଣିଛି ରାଜସ୍ଥାନ ରୟାଲ୍ସ  ।
  • ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର ଶିଖର ଧାୱନଙ୍କୁ ୮ କୋଟି ୨୫ ଲକ୍ଷ ଟଙ୍କାରେ ପଞ୍ଜାବ କିଙ୍ଗସ କିଣିଛି
  • ନ୍ୟୁଜିଲ୍ୟାଣ୍ଡର ବାମହାତୀ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ୮ କୋଟି ଟଙ୍କାରେ ନେଲା ରାଜସ୍ଥାନ ରୟାଲ୍ସ
  • ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ କ୍ୟାପଟେନ୍ ପ୍ୟାଟ୍ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ
  • ଦକ୍ଷିଣ ଆଫ୍ରିକା ଭେଟେରାନ୍ ଓପ୍ନର ଫାଫ୍‌ ଡୁପ୍ଲେସିସଙ୍କୁ ୭ କୋଟି ଟଙ୍କାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଛି
  • ଫାଫ୍ ଡୁ ପ୍ଲେସିସଙ୍କୁ ୭ କୋଟିରେ ନେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
  • ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ୬.୭୫ କୋଟି ଟଙ୍କାରେ କିଣିଲା ନୂଆ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର୍ ଜାଏଣ୍ଟ
  • ଷ୍ଟାର୍ ବୋଲର ମହମ୍ମଦ ଶାମିଙ୍କୁ ୬.୨୫ କୋଟି ଟଙ୍କାରେ କିଣିଲା ଗୁଜରାଟ ଟାଇଟନ୍ସ
  • ଡେଭିଡ୍ ୱାର୍ଣ୍ଣରଙ୍କୁ ୬.୨୫ କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ ।
  • ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୫ କୋଟି ରେ କିଣିଛି ରାଜସ୍ଥାନ ରୟାଲ୍ସ
  • ସେହିପରି ଦୀପକ ହୁଡ୍ଡାଙ୍କୁ ୫ କୋଟି ୭୫ ଲକ୍ଷରେ କିଣିଛି ଲୌକ୍ଷ୍ନ ସୁପର ଜଏଣ୍ଟସ
  • ଅମ୍ବାତି ରାଇଡୁଙ୍କ ଦାମ ୬ କୋଟି ୨୫ ଲକ୍ଷରେ କିଣିଛି ଚେନ୍ନାଇ  ।
  • ଦିନେଶ କାର୍ତ୍ତିକଙ୍କୁ ୫ କୋଟି ୫ ଲକ୍ଷରେ କିଣିଛି RCB  ।
  • ନିକୋଲସ ପୁରନଙ୍କୁ ୧୦ କୋଟି ୭୫ ଲକ୍ଷରେ କିଣିଛି ସନରାଇଜର୍, ହାଇଦ୍ରାବାଦ  ।
  • ଜନି ବେୟର୍ଷ୍ଟୋଙ୍କୁ ୬ କୋଟି ୭୫ ଲକ୍ଷରେ କିଣିଛି ପଞ୍ଜାବ କିଙ୍ଗସ୍  ।

 

ପ୍ରଥମ ଦିନର ନିଲାମ ପକ୍ରିୟା ସରିଥିବା ବେଳେ ରବିବାର ଜାରି ରହିବ ଦ୍ୱିତୀୟ ଦିନର ନିଲାମ ପକ୍ରିୟା  ।

 

କେନ୍ଦ୍ରମନ୍ତ୍ରୀ ଆକ୍ରମଣ କରିନଥିଲେ ଯଦି ହାଇକୋର୍ଟରୁ ଜାମିନ କ’ଣ ପାଇଁ?

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ସେ ଯେଉଁ ତଥ୍ୟ ରଖିଛନ୍ତି ତାହା ଡାହା ମିଛି ବୋଲି କହିଛନ୍ତି ବିଜେଡି ନେତା ଦେବାଶିଷ ମାରାଣ୍ଡି । ଯଦି ଉକ୍ତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଆହତ କରିନଥିଲେ ତେବେ ସେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସେ କରିଥିବା କାର୍ଯ୍ୟ ପାଇଁ ଜାମିନ କାହିଁକି ପାଇଛନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ଶ୍ରୀ ମାରାଣ୍ଡି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ସରକାରୀ କର୍ମଚାରୀ ନିଜ ହାତକୁ ନିଜେ ଭାଙ୍ଗିଛନ୍ତି । ଯାହା ରାଜେନୖତିକ ଏବଂ ନୈତିକତା ଦୃଷ୍ଟିରୁ ଅତ୍ୟନ୍ତ ନିମ୍ନସ୍ତରର କଥା ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି ।

ସୂଚନା ଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ ଅଧିକାରୀ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଉପ-ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ଗୁରୁତର ଆହତ ହୋଇଥିଲେ । ଦେବାଶିଷଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । । ବିଜେପି ପାର୍ଟି ଅଫିସ ମଧ୍ୟରେ କବାଟ ବନ୍ଦ କରି ଚେୟାରରେ ଆକ୍ରମଣ କରି ହାତ ଭାଙ୍ଗିବା ସହିତ ବିଶ୍ୱେଶ୍ୱର ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏହି ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବାରିପଦା ସ୍ଥିତ ବିଜେପି ପାର୍ଟି ଅଫିସକୁ ଏମପି ଲାଡ୍ ସମ୍ପର୍କିତ ଫାଇଲ୍ ଧରି ଆସିବା ପାଇଁ କହିଥିଲେ । କିନ୍ତୁ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଥିବାରୁ ପାର୍ଟି ଅଫିସକୁ ଯାଇପାରିବେନି ବୋଲି ଦୁଇ ଅଧିକାରୀ କହିଥିଲେ । କିନ୍ତୁ ଏହାପରେ ଦିଲ୍ଲୀ ଅଫିସରୁ ଫୋନ୍ ଆସିବାରୁ ଦୁଇ ଅଧିକାରୀ ପାର୍ଟି ଅଫିସକୁ ଯିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କୁ ମନ୍ତ୍ରୀଙ୍କ ପିଏ ଫୋନ କରି ଫାଇଲ ନନେଇ କେବଳ ଆଲୋଚନା ପାଇଁ ଆସିବାକୁ କହିଥିଲେ। ତେଣୁ ଏହି ଦୁଇ ଅଧିକାରୀ ପାର୍ଟି ଅଫିସକୁ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଯାଇଥିଲେ। ପାର୍ଟି ଅଫିସ୍‌ରେ ପହଞ୍ଚିବା ମାତ୍ରେ ଏହି ଦୁଇ ଅଧିକାରୀଙ୍କୁ ମନ୍ତ୍ରୀ ପ୍ରଥମେ ଲୁହା ରଡରେ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିବା ଅଭିଯୋଗ ହୋଇଛି । ପରେ ପ୍ଲାଷ୍ଟିକ ଚେୟାରରେ ସହକାରୀ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିଲେ।

ଘଟଣା ପରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଏବଂ ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ଜାମିନ ମଧ୍ୟ ମଞ୍ଜୁର ହୋଇଥିଲା ।

ସରପଞ୍ଚ ପ୍ରାର୍ଥୀଙ୍କ ଦକ୍ଷତା ମାପିଲେ ଗ୍ରାମବାସୀ: ଖାତା କଲମ ଧରି ପରୀକ୍ଷା ଦେଲେ ପ୍ରାର୍ଥୀ

ରାଉରକେଲା: ସରପଞ୍ଚ ପ୍ରାର୍ଥୀଙ୍କ ଦକ୍ଷତା ମାପିଲେ ଗ୍ରାମବାସୀ । ପଦବୀ ପାଇଁ ଖାତା କଲମ ଧରି ପରୀକ୍ଷା ଦେଲେ ସରପଞ୍ଚ ପ୍ରାର୍ଥୀ । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ମାଲୁପଡ଼ାରେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଜନସାଧାରଣ । ପ୍ରତିଶ୍ରୁତି ଦେଇ ଭୋଟ ମାଗୁଥିବା ପ୍ରାର୍ଥୀ ବିଜୟ ପରେ କଣ କରିବେ ସେନେଇ ପ୍ରାର୍ଥୀମାନଙ୍କ ମଧ୍ୟରେ ଲିଖିତ ପରୀକ୍ଷା କରାଯାଇଛି ।

ମୋଟ ୮ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିବାବେଳେ ୩ଜଣଙ୍କୁ ଉତ୍ତୀର୍ଣ୍ଣ କରିଛନ୍ତି ଗ୍ରାମବାସୀ । ସରପଞ୍ଚ ହେଲେ କ’ଣ ଲକ୍ଷ୍ୟ ରହିବ ? ୫ ଗୋଟି ନିଃସ୍ୱାର୍ଥ ସେବା କ’ଣ କରିଛ ? ଜିତିଲା ପରେ ଘର ଘର ବୁଲି ଲୋକଙ୍କ ସମସ୍ୟା ସମାଧାନ କରିବେ କି? ଏହିପରି ୭ରୁ ଅଧିକ ପ୍ରଶ୍ନର ଉତ୍ତର ଲେଖିଲେ ପ୍ରାର୍ଥୀ । କୌତୁହଳର କଥା ହେଲା ପ୍ରାର୍ଥୀମାନେ ମଧ୍ୟ ଗ୍ରାମବାସୀଙ୍କ କାର୍ଯ୍ୟକୁ ବିରୋଧ କରିନଥିଲେ । ଉତ୍ତୀର୍ଣ୍ଣ ହୋଇଥିବା ୩ଜଣଙ୍କ ମଧ୍ୟରୁ ଗ୍ରାମବାସୀ ବ୍ୟକ୍ତିଗତ ଇଚ୍ଛାନୁସାରେ ଭୋଟ୍ ଦେଇପାରିବେ । ତେବେ ଏଭଳି ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି।