spot_img
Home Blog Page 4590

IPL 2022: ବେସ୍ ପ୍ରାଇସରେ ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କୁ କିଣିଲା ଚେନ୍ନାଇ

ବେଙ୍ଗଳୁରୁ: ଆଇପିଏଲ୍ ଖେଳିବେ ଓଡ଼ିଆ ପୁଅ । ବେଙ୍ଗଳୁରୁରେ ଚାଲିଥିବା ଆଇପିଏଲ୍ ନିଲାମିର ଦ୍ୱିତୀୟ ଦିନରେ ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କୁ କିଣିଛି ଚେନ୍ନାଇ । ଶୁଭ୍ରାଂଶୁଙ୍କୁ ତାଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର୍ କିଙ୍ଗ୍ସ । ସିଏସକେର ଅଧିନାୟକ ଧୋନିଙ୍କ ଟିମରେ ଆଇପିଏଲ୍ ଖେଳିବେ ଶୁଭ୍ରାଂଶୁ ।

ଶୁଭ୍ରାଂଶୁ ଏବେ ଓଡ଼ିଶା ରଣଜୀ ଟିମର ଅଧିନାୟକ ଅଛନ୍ତି । ବିଜୟ ହଜାରେ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲି ଟ୍ରଫିରେ ଶୁଭାଂଶୁଙ୍କ ଭଲ ପ୍ରଦର୍ଶନ ପରେ ଚେନ୍ନାଇ ଟିମ୍ ଟ୍ରାଏଲ୍ ପାଇଁ ଡାକିଥିଲା । ଆଇପିଏଲ୍ ୨୦୦୮ ସଂସ୍କରଣରେ ପ୍ରଥମ ଓଡ଼ିଆ ଖେଳାଳି ଭାବେ ହଳଧର ଦାସଙ୍କୁ କିଣିଥିଲା ଡେକ୍କାନ ଚାର୍ଜର୍ସ । ତାପରେ ବିପ୍ଲବ ସାମନ୍ତରାୟ ଡେକ୍କାନ ଚାର୍ଜର୍ସରେ ସାମିଲ୍ ହୋଇଥିଲେ ।

ମହିଳାଙ୍କୁ ଗାଡ଼ି ଚଢ଼ାଇ ମାରିଦେଲେ ସରପଞ୍ଚଙ୍କ ପୁଅ !

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୃଷ୍ଣକୁମାରପୁରରେ ଅଭାବନୀୟ ଘଟଣା । ମହିଳାଙ୍କୁ ଗାଡ଼ି ଚଢ଼ାଇ ମାରିଦେଲେ ସରପଞ୍ଚଙ୍କ ପୁଅ ! ମୃତକ ହେଲେ ସେହି ଗାଁର ଶୈଳବାଳା ସାମଲ । ସ୍ଥାନୀୟ ସରପଞ୍ଚଙ୍କ ପୁଅ ଗାଡ଼ି ଚଢ଼ାଇ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ ।

Dhenkanal Allegations Of Run And Murder By Son of Sarpanch

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଢେଙ୍କାନାଳ-କପିଳାସ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଛି । ସ୍ଥାନୀୟ ଲୋକ ଓ ପରିବାର ଲୋକ କ୍ଷତିପୂରଣ ଓ ସରପଞ୍ଚଙ୍କ ପୁଅକୁ ଗିରଫ ଦାବି କରିଛନ୍ତି । ପୋଲିସ ଗାଡ଼ି ଜବତ କରିବା ସହିତ ସରପଞ୍ଚଙ୍କ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି ।

ଭାଲେଣ୍ଟାଇନ୍ ଡେ ରେ ଲଞ୍ଚ ହେବ PSLV-C52

ଅମରାବତୀ : ଆସନ୍ତାକାଲି ଲଞ୍ଚ ହେବ PSLV-C52 । ଭାଲେଣ୍ଟାଇନ ଡେ ଅବସରରେ ଏହି ଡିଜିଟାଲ ମିଶନ ଆରମ୍ଭ ହେବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ପକ୍ଷରୁ ଏହାର ପ୍ରଥମ ଉତକ୍ଷେପଣ ହେବ । ଉତକ୍ଷେପଣ ଲାଗି ଏହାର କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆର୍ଥ ଅବଜର୍ଭେସନ ସାଟେଲାଇଟ ବା EOS-04 ଭାବେ ଏହା ନିଜ କକ୍ଷ ପଥରେ ଘୂରିବ । ଏହାର ଓଜନ ୧ ହଜାର ୭୧୦ କିଲୋଗ୍ରାମ ରହିଥିବାବେଳେ ୫୨୯ କିଲୋମିଟର ବ୍ୟାପୀ କକ୍ଷ ପଥରେ ଏହା ପରିକ୍ରମଣ କରିବ ।

ଆସନ୍ତାକାଲି ଭୋର ୫ଟା ୫୯ ମିନଟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ର ଲଞ୍ଚ ପ୍ୟାଡରୁ ଏହାର ଉଦକ୍ଷେପଣ ହେବ । ପିଏସଏଲଭି ଜରିଆରେ ଦୁଇଟି କ୍ଷୁଦ୍ର ଉପଗ୍ରହ ପ୍ରେରଣ କରାଯିବ । ସେଥିରୁ ଗୋଟିଏ ଉପଗ୍ରହ ହେଉଛି ଇନସ୍ପାୟାର ସ୍ୟାଟ-୧ । EOS-04 ହେଉଛି ଏକ ରାଡାର ଇମେଜିଂ ସାଟେଲାଇଟ ଯାହାକି ଉଚ୍ଚମାନର ଫଟୋ ପ୍ରେରଣ କରିପାରିବ । ଫଳରେ କୃଷି, ଜଙ୍ଗଲ, ବନୀକରଣ, ମୃତ୍ତିକା ଆର୍ଦ୍ରତା, ଜଳସମ୍ପଦ, ବନ୍ୟା ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ । ୨୦୨୨ ମସିହାର ଏହା ହେଉଛି ଇସ୍ରୋର ପ୍ରଥମ ମିଶନ ।

ବିଶ୍ୱ ସ୍ତରୀୟ ପ୍ରବନ୍ଧ ଲେଖା ପ୍ରତିଯୋଗିତାରେ ସାଇ ଶ୍ରୀୟା ପ୍ରଥମ

ଭୁବନେଶ୍ୱର: ବିଶ୍ୱ ସ୍ତରୀୟ ପ୍ରବନ୍ଧ ଲେଖା ପ୍ରତିଯୋଗିତାରେ ପ୍ରଥମ ହୋଇଛନ୍ତି ସାଇ ଶ୍ରୀୟା ସତପଥି । ଶଶାଙ୍କ ଶେଖର ସତପଥି ଓ ହରପ୍ରିୟାଙ୍କ ଝିଅ ହେଉଛନ୍ତି ସାଇ ଶ୍ରୀୟା । ବିଗତ ୪ ବର୍ଷ ହେଲା ଶଶାଙ୍କଙ୍କ ପରିବାର ୟୁଏଇରେ ରହି ଆସୁଛନ୍ତି । ହିନ୍ଦୀ ଭାଷାରେ ‘ଅତୁଲ୍ୟ ଭାରତ’ ଶୀର୍ଷକ ବିଶ୍ୱ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ସାଇ ଶ୍ରୀୟା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ସାଇ ଶ୍ରୀୟା ଷଷ୍ଠ ଶ୍ରେଣୀରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢ଼ନ୍ତି । ଏହି ପ୍ରତିଯୋଗିତାକୁ କନ୍ସୁଟେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ-ଦୁବାଇ ଆୟୋଜନ କରିଥିଲା । ପୂର୍ବରୁ ସାଇ ଶ୍ରୀୟା ଜାତୀୟ ସ୍ତରର ହସ୍ତକଳା ପ୍ରତିଯୋଗିତାରେ ଦୁଇ ଥର ସ୍ୱର୍ଣ୍ଣ ପଦକ ପାଇଛନ୍ତି ।

ମିଥ୍ୟା ସତ୍ୟପାଠ ଅଭିଯୋଗରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାଁରେ ମାମଲା

କେନ୍ଦୁଝର:  34 ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାଁରେ ମାମଲା । ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗରେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ବିବେକାନନ୍ଦ ରାଉତଙ୍କ ନାଁରେ ମାମଲା ରୁଜୁ ହୋଇଛି । ଉପଜିଲ୍ଲାପାଳ ଗୋପିନାଥ କୁଅଁର ଜିଲ୍ଲା ପରିଷଦ ପ୍ରାର୍ଥୀ ବିବେକାନନ୍ଦଙ୍କ ବିରୋଧରେ ଆନନ୍ଦପୁର ଥାନାରେ ମାମଲା ରୁଜୁ କରିଛନ୍ତି । ଏହି ଘଟଣାରେ ପୋଲିସ ବିବେକାନନ୍ଦଙ୍କୁ ନୋଟିସ ଜାରି କରିଛି ।

୨୦୦୭ ମସିହାରେ ବିବାକାନନ୍ଦଙ୍କ ବିରୋଧରେ ସୋସ ଥାନାରେ ଏକ ଫୈଜଦାରି ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ହେଲେ ପ୍ରାର୍ଥିପତ୍ର ଦାଖଲ ସମୟରେ ସେ ନିଜର ସତ୍ୟପାଠରେ ସଂପୃକ୍ତ ମାମଲାରେ ନିର୍ଦ୍ଦୋଶରେ ଖଲାସ ହୋଇଥିବା ଦର୍ଶାଇଥିଲେ । ଯାହାକୁ ନେଇ ପ୍ରତିପକ୍ଷ ବିଜେଡି ପ୍ରାର୍ଥୀ ସୋମନାଥ ଦାସ ଆପତ୍ତି କରିଥିଲେ ।

ଏପରି ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ବିବେକାନନ୍ଦ ରାଉତଙ୍କ ବିରୋଧରେ ଆନନ୍ଦପୁର ଥାନାରେ ଏତଲା ଦେଇଛନ୍ତି । ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମାମଲା ଋଜୁ କରାଯାଇଛି  ।

ଦ୍ୱିତୀୟ ଦିନରେ ଚାଲିଛି ଖେଳାଳି କିଣା, ଲିଭିଂଷ୍ଟୋନଙ୍କୁ ୧୧.୫୦ କୋଟିରେ କିଣିୱା

ବାଙ୍ଗାଲୋର: ବାଜିରେ ଲାଗିଛି ଖେଳାଳିଙ୍କ ଭାଗ୍ୟ, ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗର ମେଗା ଅକ୍ସନ। ବେଙ୍ଗାଲୁର ଠାରେ ଦୁଇ ଦିନିଆ ଅକ୍ସନର ଆଜି ଶେଷ ଦିନ । ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ଏଡନ ମାର୍କରମଙ୍କୁ ୨.୬ କୋଟିରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ । ଟିମ୍‌ ଇଣ୍ଡିଆର ସିନିୟର ଖେଳାଳି ଆଜିଙ୍କ୍ୟ ରାହାଣେଙ୍କୁ ବେସ୍‌ ପ୍ରାଇସ୍ ୧କୋଟିରେ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ ।

ମନଦୀପ ସିଂଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧.୧୦ କୋଟିରେ କିଣିଛି । ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଲିଆମ ଲିଭିଂଷ୍ଟୋନଙ୍କୁ ୧୧.୫୦ କୋଟିରେ କିଣିଛି ପଞ୍ଜାବ କିଙ୍ଗସ । ଜୟନ୍ତ ଯାଦବଙ୍କୁ ୧କୋଟି ୭୦ଲକ୍ଷରେ କିଣିଲା ଗୁଜରାଟ ଟାଇଟନ୍ସ । ବିଜୟ ଶଙ୍କରଙ୍କୁ ୧କୋଟି ୪୦ଲକ୍ଷରେ କିଣିଛି ଗୁଜରାଟ । ଅନସୋଲ୍ଡ ରହିଛନ୍ତି ଡେଭିଡ୍‌ ମଲାନ, ଇୟନ ମର୍ଗାନ ଓ ମର୍ନସ ଲାବୁସେନ ବହୁ ବଡ଼ ଖେଳାଳି ।

ବନ୍ଧାହେଲେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର

ରାଉରକେଲା: ବନ୍ଧାହେଲେ ବିଶ୍ୱଜିତ ମହାପାତ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର ଗିରଫ । ବିଶ୍ୱଜିତ ମହାପାତ୍ରଙ୍କୁ ଆଜି ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଦୁଇ ଦିନ ଧରି ୭ଟି ସ୍ଥାନରେ ଚାଲିଥିଲା ରେଡ୍ । ମାରାଥନ୍ ରେଡ୍ ବେଳେ ପୁଳା ପୁଳା ସମ୍ପତ୍ତି ଠାବ ହୋଇଥିଲା । ୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ ସହ ୩୨ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ, ୨କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍, ୨ଲକ୍ଷ ଟଙ୍କାର ଏନପିଏସ ଓ ୪୭୦ଗ୍ରାମ ସୁନା ମିଳିଛି ।

ସେହିପରି ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର କୋଠା, ରସୁଲଗଡରେ ଫ୍ଲାଟ, କୋଟିଏରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା ଓ 10 ଲଷ 79 ହଜାରର ଇନସ୍ୟୁରାନସ ସହ ୩୫୦ ଗ୍ରାମ ସୁନା ଓ ବାଲିଅନ୍ତାରେ ଥିବା ସିମେଣ୍ଟ ଗୋଦାମ ଠାବ କରାଯାଇଛି । ଭୁବନେଶ୍ବର ଓ ଜଗତସିଂହପୁର ଜିଲ୍ଲାରେ ୧୦ଟି ପ୍ଳଟ ଠାବ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ବାସଭବନରୁ 120 ଗ୍ରାମ ସୁନା ଜବତ ହୋଇଛି । ଏହାସହିତ ସୁନ୍ଦରଗଡ ଅଫିସ, ଭୁବନେଶ୍ୱର ବାଲିଅନ୍ତାରେ ଥିବା ଘର, ନୟାପଲ୍ଲୀରେ ଥିବା ଫ୍ଲାଟ, ଜଗତସିଂହପୁର ରଘୁନାଥପୁରରେ ଥିବା ପୈତୃକ ଘର, ମଣିଜଙ୍ଗାରେ ଥିବା ସମ୍ପର୍କୀୟ ଘର ଓ ରାଜଗାଙ୍ଗପୁର ଓସିଏଲ୍ କ୍ୟାମ୍ପସରେ ଥିବା ସଂପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା ।

ଖାଲରେ ଖସିପଡିଲା ହାତୀ ଛୁଆ

କଳାହାଣ୍ଡି: ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ନିକଟସ୍ଥ ଡଙ୍ଗରତଳ ପଡାରେ ଏକ ଖାଲରୁ ଉଦ୍ଧାର ହେଲା ହାତୀ ଛୁଆ । ପାଣି ଖାଲୁଅରେ ହାତୀ ଛୁଆ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଜେସିବି ସାହାଯ୍ୟରେ ହାତୀ ଛୁଆକୁ ଉଦ୍ଧାର କରିଛି । ହାତୀଟିର ବୟସ ପାଖାପାଖି 3ରୁ 4 ବର୍ଷ ହେବ ।

ହାତୀଟି ପଲ ଧରି ଯାଉଥିବାବେେ ବୋଧ ହୁଏ ଏପରି ଘଟିଥାଇପାରେ  । ତେବେ କେଉଁ କାରଣରୁ ହାତୀ ଛୁଆଟି ଖାଲରେ ଖସିପଡିଛି ତାହାର କାରଣ ଜଣାପଡିନାହିଁ  । ସେପଟେ ଗ୍ରାମବାସୀ ଦେଖି ସୂଚନା ଦେବାପରେ ବନବିଭାଗ ଉଦ୍ଧାର କରିଛି  । ଉଦ୍ଧାର ପରେ ଜଙ୍ଗଲ ଆଡକୁ ଚାଲି ଯାଇଛି ଏହି ହାତୀ ଛୁଆ  ।

ମାଘ ମେଳାରେ ବାବା ମେଳି, ମହୋଷଧି ଦେଉଛନ୍ତି ଡାକ୍ତର ବାବା

ଭୁବନେଶ୍ୱର: ଚାଲିଛି ଖଣ୍ଡଗିରି ମାଘ ମେଳା । ଆଧ୍ୟାତ୍ମିକ ପରିବେଶରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ । ମାଘ ମେଳାରେ ବାବା ମେଳି । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ଖଣ୍ଡଗିରି ପାହାଡ । ଚର୍ଚ୍ଚାରେ ଷ୍ଟାଣ୍ଡିଂ ବାବା । ୨୪ ଘଣ୍ଟା ଠିଆ ହୋଇ କରୁଛନ୍ତି ତପସ୍ୟା । ଯଜ୍ଞ ସହ ଦୂରାରୋଗ ପାଇଁ  । ଗତ ବର୍ଷର ଚର୍ଚ୍ଚିତ ଚେହେରା ଥିଲେ ଡାକ୍ତର ବାବା ମହନ୍ତ ମୋହନ ଗିରି । ନାଗା ସନ୍ୟାସୀଙ୍କ ଚେରମୂଳିରେ ଅନେକ ଲୋକଙ୍କ ରୋଗ ଭଲ ହୋଇଥିଲା ।

କିନ୍ତୁ ଚଳିତବର୍ଷ ରୁଦ୍ରାକ୍ଷ ବାବାଙ୍କ ପାଖରେ ବଢୁଛି ଲୋକଙ୍କ ଭିଡ । ବିଶ୍ବଶାନ୍ତି ସହ ଲୋକଙ୍କ କଲ୍ୟାଣ ପାଇଁ ମନ୍ତ୍ର ପଢି ଯଜ୍ଞରେ ଧ୍ୟାନ କରୁଛନ୍ତି ରୁଦ୍ରାକ୍ଷ ବାବା । ସେହିପରି ସନାତନ ଧର୍ମର ପ୍ରଚାର କରିବା ସହ ଶ୍ରଦ୍ଧାଳୁଙ୍କ କଲ୍ୟାଣ ପାଇଁ ମନ୍ତ୍ର ପଢି ଚାରିପଟେ ବାଡି ବୁଲାଇ ଦେଉଛନ୍ତି ଠେଙ୍ଗାବାବା । କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ସନ୍ଥମାନଙ୍କୁ ଦାନ କରିବା ସହ ଆଶିର୍ବାଦ ନେଉଛନ୍ତି । ଆସନ୍ତା ପୂର୍ଣ୍ଣିମା ପର୍ଯ୍ୟନ୍ତ ଅହରହ ଚାଲିବ ଯଜ୍ଞ ।

ଜୀବନ ପାଇଁ ଭାଲୁ ସହ ଲଢେଇ

ନୀଳଗିରି: ଭାଲୁ ସହ ଲଢେଇ । ବଞ୍ଚିବା ପାଇଁ ମୃତ୍ୟୁ ସହ ସଂଗ୍ରାମ । ଦୁଇଟି ଭାଲୁ ସହିତ ଲଢ଼ି ଗୁରୁତର ହେଲେ ଯୁବକ । ନୀଳଗିରି ଥାନା ମିରିଗିଣି ନିକଟ ନିଶ୍ଚିନ୍ତପୁର ଗାଁର ରଞ୍ଜନ କୁମାର ପାତ୍ର ବନ୍ଧୁ ଘରୁ ଫେରୁଥିବା ବେଳେ ଦୁଇ ଭାଲୁ ହାବୁଡ଼ରେ ପଡ଼ିଥିଲେ । ଜୀବନ ବଞ୍ଚାଇବା ପାଇଁ କିଛି ସମୟ ଦୁଇ ଭାଲୁ ସହ ଲଢ଼ିଥିଲେ ।

ଏହାରି ଭିତରେ ରଞ୍ଜନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଦୌଡ଼ିଆସି ତାଙ୍କୁ ଭାଲୁ ମୁହଁରୁ ଉଦ୍ଧାର କରିଥିଲେ । ରଞ୍ଜନଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛଇ । ଅଳ୍ପଦିନ ବ୍ୟବଧାନରେ ନୀଳଗିରି ଅଞ୍ଚଳରେ ବାରମ୍ବାର ଭାଲୁ ଆକ୍ରମଣ ଘଟଣା ଦେଖି ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି ।