କେମିତି ଜଙ୍ଗଲରେ ନିଆଁ ଲିଭାଏ ହେଲିକପ୍ଟର ?

1 min read

ନୂଆଦିଲ୍ଲୀ: ରାଜସ୍ଥାନର ଅଲବର ଜିଲ୍ଲାରେ ସରିସ୍କା ଟାଇଗର ରିଜର୍ଭର ଏକ ବଡ଼ ଅଂଶରେ ନିଆଁ ଲାଗିଯାଇଛି । ଏହାକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି । ଏଥିପାଇଁ ଭାରତୀୟ ବାୟୁସେନା ହେଲିକପ୍ଟରର ସାହାଯ୍ୟ ନିଆଯାଉଛି । ଭାରତୀୟ ବାୟୁସେନା ୨ଟି Mi-17 ହେଲିକପ୍ଟର ନିଆଁ ଲାଗିଥିବା ଅଞ୍ଚଳରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି । ଏହା ପୂର୍ବରୁ ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ହେଲିକପ୍ଟରର ସାହାଯ୍ୟ ନିଆ ଯାଇଥିଲା । ତେବେ Mi-17 ହେଲିକପ୍ଟର ନିଆଁ ଲିଭାଇବାରେ ନିୟୋଜିତ ଥିବା କଥା ଭାରତୀୟ ବାୟୁସେନା ଟୁଇଟ୍‌ ମାଧ୍ୟମରେ ଜଣାଇଛି ।

ନିଆଁ ଲିଭାଇବାରେ କେମିତି ସାହାଯ୍ୟ କରେ ହେଲିକପ୍ଟର ?

ବାୟୁସେନା ନିକଟରେ ଏହି ଖାସ୍‌ କାମ ପାଇଁ ୨ଟି Mi-17 ହେଲିକପ୍ଟର ରହିଛି । ସୂଚନା ଅନୁସାରେ ଆକାରରେ ଏହା ଖୁବ୍‌ ବଡ଼ । ଯାହା ଯଥଷଷ୍ଟ ଓଜନର ଜିନିଷ ବୋହିବାରେ ସମର୍ଥ । ଏଥିରେ ପାଣି ସ୍ପ୍ରେ କରିବାର ଉପକରଣ ଲାଗିଥାଏ । ଯେଉଁ ବକେଟର କ୍ଷମତା ୫ ହଜାର ଲିଟର ଟ୍ୟାଙ୍କ୍‌ ବୋଲି କୁହାଯାଏ । ଦଶନ୍ଧି ଧରି ଏହି ହେଲିକପ୍ଟର ଜଙ୍ଗଲରେ ନିଆଁ ଲିଭାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି । ଖାଲି ସେତିକି ନୁହେଁ ହେଲିକପ୍ଟର ଟିମ୍‌ ଏବଂ ନିଆଁ ଲିଭାଇବାର ଜରୁରୀ ଉପକରଣ ନେବାରେ ମଧ୍ୟ ଏହା ସାହାଯ୍ୟ କରି ଆସୁଛି । ତେବେ ଏଥିରେ ବ୍ୟବହୃତ ହେଉଥିବା ବକେଟକୁ ବମ୍ବି ବକେଟ ବୋଲି କୁହାଯାଏ ।  ଏହାକୁ ଫାଷ୍ଟ ବକେଟ୍‌ ବୋଲି ମଧ୍ୟ କୁହାଯାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରୁ ପାଣି ଶେଷ ହୋଇଗଲେ ନିକଟରେ ଥିବା କୌଣସି ନଦୀ ବା ଝରଣାରୁ ପାଇଲଟ୍‌ ଜଳ ସଂଗ୍ରହ କରିପାରିବେ ।

ଫାୟାର ଆଟାକ୍‌ କିଟ୍‌:

ଏହା ଏଭଳି ଏକ ଟ୍ୟାଙ୍କ୍‌ ଯେଉଁଥିରେ ପମ୍ପିଙ୍ଗ୍‌ ହୋଜ୍‌ ହୋଇଥାଏ । ଏହାଦ୍ୱାରା ପାଣି ଭରାଯାଇଥାଏ । ହେଲିକପ୍ଟରର ଆକୃତି ଅନୁସାରେ ଏହି ଟ୍ୟାଙ୍କର ଆକାର ହୋଇଥାଏ ।

ନିଆଁ ଲିଭାଇବାରେ    ବିଭିନ୍ନ ପ୍ରକାରର ହେଲିକପ୍ଟର ବ୍ୟବହାର ହୁଏ । ଏଥିରେ Astar, 350, B2, B3, B3E, B4 ଏବଂ EC120 ଖୁବ୍‌ ଚର୍ଚ୍ଚିତ ମଡେଲ । ଦେଶ ଅନୁସାରେ ହେଲିକପ୍ଟରର ଆକାର ଭିନ୍ନ ଭିନ୍ନ ହୋଇଥାଏ । ଯେପରିକି ଇଟାଲୀ ଏବଂ ଗ୍ରୀସରେ Bells 205, 212, 214 ଏବଂ 412 ହେଲିକପ୍ଟର ବ୍ୟବହାର ହୋଇଥାଏ । ଭାରତରେ Mi ସିରିଜ୍‌ ବ୍ୟବହାର ହୋଇଥାଏ ।

ଖୁବ୍‌ କାଠିକର ସ୍ଥିତିର ହୁଏ ସାମ୍ନା

ଏହି ହେଲିକପ୍ଟରକୁ ନିଆଁ ଲାଗିଥିବା ସ୍ଥାନ ପାଖାପାଖି ରହିବାକୁ ପଡ଼ିଥାଏ । ଏଥିପାଇଁ ଅଧିକାଂଶ ସମୟରେ ଧୂଆଁ ହେତୁ ଦେଖିବାରେ ସମସ୍ୟା ହୋଇଥାଏ ।  ଏକାଧିକ ହେଲିକପ୍ଟର ପାଖାପାଖି ଥିବା ହେତୁ ନିଆଁ ଏବଂ ଧୂଆଁ ମଧ୍ୟରେ ସମସ୍ୟା ଅଧିକ ବଢ଼ିଯାଏ । ଏହାକୁ ପ୍ରିଶିକ୍ଷଣପ୍ରାପ୍ତ ପାଇଲଟ ହିଁ ଉଡ଼ାଇଥାନ୍ତି ।