ଇମ୍ରାନଙ୍କ ସାହାରା ତୃତୀୟ ପତ୍ନୀଙ୍କ କଳା ଯାଦୁ !

ନୂଆଦିଲ୍ଲୀ: ଟଳମଳ ହେଉଛି ଇମ୍ରାନଙ୍କ ଆସନ । କ୍ରିକେଟରରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିବା ଇମ୍ରାନଙ୍କ ହାତରୁ କେଉଁ ମୁହୂର୍ତ୍ତରେ ଖସିଯାଇପାରେ ପ୍ରଧାନମନ୍ତ୍ରୀ ଗାଦି। ଶାସନ ଗାଦିକୁ ନେଇ ଚିନ୍ତାରେ ଥିବା ଇମ୍ରାନଙ୍କ ପାଇଁ ସାହାର ପାଲଟିଛନ୍ତି ୩ୟ ପତ୍ନୀ । ପତ୍ନୀ ବୁସାରା ବିବିଙ୍କ ପାଖରେ ଜିନ୍ନ ଥିବା ନେଇ ଖୁବ୍ ଚର୍ଚ୍ଚା ହେଉଛି । ଯାହା ଦମରେ ସେ ସରକାରକୁ ବଞ୍ଚାଇ ପାରିବେ ।

ପତିଙ୍କ ଆସନ ରକ୍ଷା ପାଇଁ ବୁସାରା କଳା ଯାଦୁର ବ୍ୟବହାର କରୁଛନ୍ତି । ଯେଉଁଥିପାଇଁ ସେ କୁକୁଡା ବଳି ଦେଇଛନ୍ତି । କିଛି ଏଭଳି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଶହବାଜ ସରିଫ । ନିକଟରେ ଇମ୍ରାନଙ୍କ ଘର ବନିଗାଲାରେ ଟନ୍ ଟନ୍ ମାଂସ ଜଳାଯାଇଥିଲା ବୋଲି ଶହବାଜ ଦାବି କରିଥିଲେ।


କିଏ ଇମ୍ରାନଙ୍କ ୩ୟ ପତ୍ନୀ ବୁସାରା ବିବି?
ବୁସାରା ବିବିଙ୍କ ରହସ୍ୟମୟୀ ବ୍ୟକ୍ତିତ୍ୱ ପାଇଁ ସେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ୧୯୭୪ରେ ଜନ୍ମିତ ବୁସାରା ପାକିସ୍ତାନ ପଞ୍ଜାବର ଏକ ପ୍ରଭାବଶାଳୀ ରାଜନୈତିକ ପରିବାରର ଝିଅ। ବୁସାରା ଓ ଇମ୍ରାନ ବାବା ଫରିଦାଙ୍କ ବଡ଼ ଭକ୍ତ। କୁହାଯାଏ ଦୁହିଁଙ୍କ ପ୍ରଥମ ସାକ୍ଷାତ ବାବା ଫରିଦାଙ୍କ ଦରଘାରେ ହୋଇଥିଲା । ଇମ୍ରାନଙ୍କୁ ବିବାହ ପୂର୍ବରୁ ବୁସାରା, ଖାବର ମନେକାଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ୫ ସନ୍ତାନ ରହିଛନ୍ତି ।


୨୦୧୭ରେ ବୁସାରା ପ୍ରଥମ ସ୍ୱାମୀଙ୍କୁ ତଲାକ ଦେଇଥିଲେ। ଆଧୁନିକ ବିଚାରଧାରାରେ ଚାଲୁଥିବା ବୁସାରା ଧିରେଧିରେ ଆଧ୍ୟାତ୍ମିକ ଆଡକୁ ମୁହାଁଇଥିଲେ। ଅନେକ ଲୋକ ତାଙ୍କୁ ଆଧ୍ୟାତ୍ମିକ ଗୁରୁ ତଥା ପିଙ୍କି ପିର ବୋଲି କୁହାଯାଏ । ଏପରିକି ବାବା ଫରିଦଙ୍କ ଦରଘାର ଏକ ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ତଥା ସୁଫି ବିଦ୍ୱାନ ହୋଇଯାଇଥିଲେ। ପରେ ୨୦୧୮ରେ ଇମ୍ରାନ ଓ ବୁସାରାଙ୍କ ବିବାହ ହୋଇଥିଲା ।

ବୁସାରାଙ୍କ ପାଖରେ ରହିଛି କି କଳା ଯାଦୁ?
ବୁସାରାଙ୍କ ପାଖରେ ରହସ୍ୟମୟୀ ଆଧ୍ୟାତ୍ମିକ ଶକ୍ତି ରହିଛି। ଅନେକ ସମୟରେ ସେ କଳା ଯାଦୁ କରୁଥିବା ଅଭିଯୋଗ ହୋଇଛି । ରିପୋର୍ଟ ମୁତାବକ ବୁସାରାଙ୍କ ପାଖରେ ଦୁଇଟି ଜିନ୍ନ ରହିଛି । ଆଉ ନିଜ ଇଚ୍ଛା ପୂରା କରିଥାନ୍ତି। ପ୍ରତି ବଦଳରେ ସେ ଜିନ୍ନଙ୍କୁ ମାଂସ ଖୁଆଇଥାନ୍ତି ।
ବୁସାରା ସାର୍ବଜନୀନ ଭାବେ ଖୁବ୍ କମ୍ ନଜର ଆସିଥାନ୍ତି । ଏମିତିକି ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ନାହିଁ । ବୁସାରାଙ୍କ ପୂର୍ବରୁ ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବୁର୍ଖାରେ ରହିନାହାଁନ୍ତି । ବୁସାରାଙ୍କୁ ଇମ୍ରାନଙ୍କ ଦଳୀୟ କର୍ମୀ ‘ଗଡ ମଦର’ ଭାବେ ମାନ୍ୟତା ଦେଇଛନ୍ତି ।

ପାକିସ୍ତାନ ନ୍ୟାସନାଲ୍ ବିଧାନସଭାରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। ଫଳରେ ସପ୍ତାହେ ଭିତରେ ଭୋଟିଂ ହେବ । ଯେଉଁଥିରେ ଇମ୍ରାନଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡିବ । ୩୭୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ୍ ଆସେବ୍ଲିରେ ଇମ୍ରାନଙ୍କ ଦଳ ପାଖରେ ୧୫୫ ସଦସ୍ୟ ରହିଛନ୍ତି । କିନ୍ତୁ ବହୁମତ ପାଇଁ ୧୭୨ ସାଂସଦ ଆବଶ୍ୟକ । ଏବେ ଖାଲି ଦେଖିବାକୁ ବାକି ରହିଲା ପାକିସ୍ତାନ ସଂସଦରେ ବୁସାରାଙ୍କ ତଥାକଥିତ କଳା ଯାଦୁ କାମ କରିବ କି ନାହିଁ?