spot_img
Home Blog Page 4588

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି କରୁଛି ଗୁଣ୍ଡାଗର୍ଦ୍ଦି: ଭୋଟରଙ୍କୁ ଧମକାଉଛି, ପ୍ରାର୍ଥୀଙ୍କୁ ଆକ୍ରମଣ କରୁଛି

ଭଦ୍ରକ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି କରୁଛି ଗୁଣ୍ଡାଗର୍ଦ୍ଦି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ୨ ନମ୍ୱର ଜୋନରେ ବିଜେପିକୁ ଘାରିଛି ହାରିବା ଭୟ । ଯେଉଁଥି ପାଇଁ ଗୁଣ୍ଡାଗିରି ଚଳାଇଛି ବିଜେପି । ମୌସୁଧା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଧମକ ଦେବା ସହ ଗାଡ଼ି ଭାଙ୍ଗିଥିବା ନେଇ ବାଂଶଡା ଥାନାରେ ମାମଲା ରୁଜୁ ହୋଇଛି ।

ରାତି ହେଲେ ବିଜେପି କର୍ମୀମାନେ ମାରଣାସ୍ତ୍ର ଧରି ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦିର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପକ୍ଷରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଶରଧାପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଛି । ଆହତ ଜଣକ ହେଲେ ଚେନି ପ୍ରସାଦ ରାଓ । ଆକ୍ରୋଶ ମୂଳକ ଭାବେ ତାଙ୍କୁ ବିରୋଧୀ ବିଜେପି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶୋଭାଯାତ୍ରା ସମୟରେ କିଛି ବିଜେପି କର୍ମୀ ଚେନି ପ୍ରସାଦଙ୍କ ସହ ଯୁକ୍ତି ତର୍କ କରିଥିଲେ । ପ୍ରଚାର ଶେଷ ହେବା ପରେ ରାତି ପ୍ରାୟ ୯ ଘଣ୍ଟା ସମୟରେ ଗୁରୁତର ଅବସ୍ଥାରେ ତାଙ୍କୁ ଗାଁ ନିକଟରୁ ଉଦ୍ଧାର କରାଯାଇଥିଲା । କିଛି ବିଜେପି କର୍ମୀ ତାଙ୍କୁ ଆକ୍ରମଣ କରୁଥିବା ବେଳେ ଲୋକ ଦେଖି ପାଟି କରିଥିଲେ । ଫଳରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଭାବେ ଚେନି ପ୍ରସାଦ ରାଓଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚେନି ପ୍ରସାଦଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଦୋଷୀଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।

ଓଡ଼ିଶା ହାଇକୋର୍ଟର ୩ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ

କଟକ: ଓଡିଶା ଉଚ୍ଚ ନ୍ୟାୟାଳୟରେ ଶପଥ ଗ୍ରହଣ କରିଛନ୍ତି ତିନି ନୂଆ ବିଚାରପତି । ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀରମଣ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଡକ୍ଟର ଜଷ୍ଟିସ ଏସ ମୁରଲୀଧର ତିନି ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ । କୋଭିଡ କଟକଣା ମଧ୍ୟରେ ସୀମିତ ଅତିଥିଙ୍କୁ ନେଇ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀରମଣଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହାଇକୋର୍ଟର ପୂର୍ବତନ ବିଚାରପତି ସ୍ୱର୍ଗତ ଜଷ୍ଟିସ ଭି.ଗୋପାଳ ସ୍ୱାମୀଙ୍କ ପୁଅ ହେଉଛନ୍ତି ଭି.ନରସିଂହ । ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଭଗବାନ ଶତପଥୀ ଓ ପ୍ରଭାବତୀ ଶତପଥୀଙ୍କ ପୁଅ ହେଉଛନ୍ତି ଆଇନଜୀବୀ ବିରଜା ପ୍ରସନ୍ନ ଶତପଥୀ । ସେ ୧୯୮୧ରେ ତିର୍ତ୍ତୋଲ ହାଇସ୍କୁଲରୁ ମାଟ୍ରିକ୍ ପାସ କରିଥିଲେ । ସେହିପରି ୧୯୭୦ ଜୁନ୍ ୮ରେ ଏମ.ଆର.ଭି ରାଓ ଓ ଅନସୂୟା ଦେବୀଙ୍କ ପୁଅ ଭାବେ ମୁରାହରି ଶ୍ରୀରମଣ ଜନ୍ମ ଗ୍ରହଣ କରିଥିଲେ । ଏହି ତିନି ବିଚାରପତିଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିଛି ।

ଏଥିସହିତ ପଢ଼ନ୍ତୁ: ୧୪ରାଣୀଙ୍କ ରାଜା: ପ୍ରେମ ଦିବସରେ ବନ୍ଧା ହେଲେ ରସିକିଆ ଡାକ୍ତର

 

ଆଉ ୫୪ ଚାଇନିଜ୍ ଆପ୍‌କୁ ବ୍ୟାନ୍ କଲା ଭାରତ: ବ୍ୟୁଟି ଓ ସେଲ୍‌ଫି କ୍ୟାମେରା ସାମିଲ

0

ନୂଆଦିଲ୍ଲୀ: ଆଉ ୫୪ ଚାଇନିଜ୍ ଆପ୍ ବ୍ୟାନ୍ କଲା ଭାରତ । ଦେଶରେ ସୁରକ୍ଷା ଦୃଷ୍ଟିରୁ ଆପ୍ ବ୍ୟାନ୍ ହୋଇଥିବା ସୂଚନା ମିଲିଛି । ବ୍ୟାନ୍ ହୋଇଥିବା ଆପ୍ ମଧ୍ୟରେ ରହିଛି ଅନେକ ବ୍ୟୁଟି ଆପ୍ । ସ୍ୱିଟ୍ ସେଲ୍‌ଫି HD, ବ୍ୟୁଟି କ୍ୟାମେରା, ସେଲଫି କ୍ୟାମେରା, ଭିଭା ଭିଡିଓ ଏଡିଟର, ଟେନସେଣ୍ଟ ସ୍କ୍ରିଭର, ଆପ୍‌ଲକ୍ ଓ ସ୍ପେସ୍ ଲାଇଟ୍ । ଗତବର୍ଷ ଜୁନ୍ ଶେଷ ସୁଦ୍ଧା ୫୯ଚାଇନିଜ୍ ଆପ୍ ବ୍ୟାନ୍ କରାଯାଇଥିଲା । ଟିକଟକ୍, ୱି-ଚାଟ୍ ଆଦି ଆପ୍ ବ୍ୟାନ୍ କରିଥିଲା ଦେଶ । ଚୀନ ସହ ସୀମା ବିବାଦ ମଧ୍ୟରେ ୨୦୨୦ ମେ ସୁଦ୍ଧା ଭାରତ ୩ଶହ ଚାଇନିଜ୍ ଆପ୍ ବ୍ୟାନ୍ କରିସାରିଥିଲା । ଗଲୱାନ ଭ୍ୟାଲିରେ ୧୫ ଜୁନରେ ଚାଇନିଜ୍ ସେନା ଦ୍ୱାରା ୨୦ ଭାରତୀୟ ସେନାଙ୍କ ମୃତ୍ୟୁ ପରେ ପ୍ରଥମ ପର୍ଯ୍ୟାୟ ଚାଇନିଜ୍ ଆପ୍ ବ୍ୟାନ୍ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ଆର୍ଥ ଅବଜର୍ଭେସନ ଓ ଅନ୍ୟ ୨ କ୍ଷୁଦ୍ର ସାଟେଲାଇଟ୍ ସହ PSLV-C52ର ସଫଳ ଉତ୍‌କ୍ଷେପଣ

 

 

ରାଜଧାନୀରେ ଆରମ୍ଭ ହେବ କର୍ପୋରେଟ୍ କ୍ରିକେଟ ଲିଗ୍

0

ଭୁବନେଶ୍ୱର: ଖୁବଶୀଘ୍ର ଆରମ୍ଭ ହେବ କର୍ପୋରେଟ୍ କ୍ରିକେଟ ଲିଗ୍ । ଏଥିରେ ରାଜଧାନୀ କର୍ପୋରେଟ ହାଉସ୍ ସହ ଉଦ୍ୟୋଗୀମାନେ ମଧ୍ୟ ସାମିଲ ହେବେ । ଭୁବନେଶ୍ୱରରେ ବଢ଼ୁଥିବା ସ୍ପୋର୍ଟ କ୍ରେଜ୍‌କୁ ଦେଖି କ୍ରିକେଟ ଲିଗ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି, ରାଜ୍ୟର ଅଗ୍ରଣୀ ବ୍ୟାଙ୍କିଂ ସେବା ପ୍ରଦାନ କରୁଥିବା ଫିନଟେକ୍ କମ୍ପାନୀ ଆଇ ସର୍ଭ ୟୁ। ଖୁବଶୀଘ୍ର ଏହି ଲିଗର ରୂପ ରେଖ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯିବ ବୋଲି ଆଇ ସର୍ଭ ୟୁର ସିଏସ୍‌ଓ ଉମାକାନ୍ତ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଇ ସର୍ଭ ୟୁ ପକ୍ଷରୁ ଗତ ୨ ଦିନ ଧରି ସିଭି ରମନ୍ ଗ୍ରାଉଣ୍ଡରେ ସ୍ଵତନ୍ତ୍ର କ୍ରିକେଟ୍ ଲିଗ୍ ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୪ଟି ଟିମ ଭାଗନେଇଥିଲେ। ଏହା ସହ ପ୍ରତ୍ୟେକ ମାସରେ କମ୍ପାନୀ ପକ୍ଷରୁ ଏଭଳି ଲିଗ୍ ଆୟୋଜନ କରାଯିବ ବୋଲି ସେ କହିଛନ୍ତି । କର୍ପୋରେଟ ସଂସ୍ଥାମାନଙ୍କରେ ଟିମ୍ ସ୍ପିରିଟ ବଢ଼ାଇବା, ଷ୍ଟ୍ରେସ ଫ୍ରି ରହିବା ଶୃଙ୍ଖଳିତ ବ୍ୟବହାର ସହ ଫିଟନେସ ଉପରେ ଗୁରୁତ୍ୱ ଦେବା ଲକ୍ଷରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । କର୍ପୋରେଟ କ୍ରିକେଟ୍ ଲିଗ୍ ଏ ଦିଗରେ ବିଶେଷ ସହାୟ ହେବ ବୋଲି ଆଇ ସର୍ଭ ୟୁର ବରିଷ୍ଠ ଅଧିକାରୀମାନେ ମତ ରଖିଛନ୍ତି। ଭୁବନେଶ୍ୱର ପରେ ରାଜ୍ୟର ଅନ୍ୟ ସହରରେ ଏଭଳି କ୍ରିକେଟ୍ ଲିଗ୍ ଅୟୋଜନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛ ।

ଏଥିସହିତ ପଢ଼ନ୍ତୁ: ହାରିଛନ୍ତି ସେ, କିନ୍ତୁ ମରିନି ମନୋବଳ: ଅଷ୍ଟମ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି

ହାରିଛନ୍ତି ସେ, କିନ୍ତୁ ମରିନି ମନୋବଳ: ଅଷ୍ଟମ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି

ଭଦ୍ରକ: ୬୦ ବର୍ଷୀୟ ବ୍ୟକ୍ତିଙ୍କ ନିର୍ବାଚନୀ ନିଶା । ୩୫ ବର୍ଷ ଧରି ପରାଜୟ ପରେ ବି ମରିନି ମନୋବଳ । ସାତ ସାତ ଥର ନିର୍ବାଚନ ମୈଦିନକୁ ଓହ୍ଲାଇଛନ୍ତି, ବାରମ୍ବାର ହାରୁଛନ୍ତି । ହେଲେ ହାର୍‌ମାନିନାହାନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଣି ୱାର୍ଡମେମ୍ବର ପାଇଁ କରୁଛନ୍ତି ପ୍ରତିଦ୍ୱନ୍ଦ୍ୱିତା । ସେ ହେଉଛନ୍ତି ଭଦ୍ରକ ତିହିଡିର ୬୦ ବର୍ଷୀୟ ଅଶ୍ୱିନୀ ସେଠୀ ।

ନିର୍ବାଚନ ଲଢ଼ିବା ତାଙ୍କ ପାଇଁ ଏକ ନିଶା ।  ୩୫ ବର୍ଷ ହେଲା ୱାର୍ଡମେମ୍ବର ପାଇଁ ଲଗାତର ପ୍ରତିଦ୍ୱନ୍ଦ୍ୱିତା ସେ ଜାରି ରଖିଛନ୍ତି । ସାଇକେଲରେ ଗାଁ ଗାଁ ବୁଲି ପ୍ରଚାର ଚଳାଇଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ ନିଜ ଗାଁର ୧୮ ନମ୍ବର ଓ୍ୱାର୍ଡ ଅମୃତପୁରରୁ ଶଗଡ଼ ଚିହ୍ନରେ ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି । ସବୁ ନିର୍ବାଚନରେ ପରାଜିତ ହେଉଥିଲେ ବି ନିଜକୁ ପରାଜିତ ସୈନିକ ନ ଭାବି ପ୍ରତିଦ୍ୱନ୍ଦ୍ୱିତା ଜାରି ରଖିଛନ୍ତି ଅଶ୍ୱିନୀ ସେଠୀ । କୌତୁହଳର କଥା ସବୁଥର ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢନ୍ତି କୌଣସି ଦଳରୁ ପ୍ରାର୍ଥୀ ହେବାକୁ ସେ ଘୃଣା କରନ୍ତି ।

୧୯୮୭ ମସିହାରୁ ପଞ୍ଚାୟତ ନିର୍ବାଚନରେ ସେ ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଯେ ପଛକୁ ଫେରି ଚାହୁଁ ନାହାନ୍ତି । ଏଥର ୨୦୨୨ ନିର୍ବାଚନରେ ଲୋକେ ତାଙ୍କୁ ଅନୁକମ୍ପାମୂଳକ ଭୋଟ୍ ଦେବାକୁ ଚାରିଆଡ଼େ ପ୍ରଚାର ଚାଲିଛି । ଦେଖାଯାଉ ଅଶ୍ୱିନୀଙ୍କ ଭାଗ୍ୟ କେବେ ଖୋଲୁଛି । ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ରାଜନୀତିକୁ ଆସିବା ମୂଳ ଲକ୍ଷ ବୋଲି ଅଶ୍ୱିନୀ କୁହନ୍ତି  ।

ସ୍ପେଶାଲ ସ୍କ୍ୱାର୍ଡ ହାତରେ ଜମତାରା ଗ୍ୟାଙ୍ଗର ଦୁଇ ଠକ

ଭୁବନେଶ୍ୱର:  ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଜମତାରା ଗ୍ୟାଙ୍ଗର ଦୁଇ ଠକ । ଦୁଇଜଣଙ୍କୁ ଗିରିଢ଼ିରୁ ଗିରଫ କଲା ସ୍ପେଶାଲ୍ ସ୍କ୍ୱାର୍ଡ । kyc ଅପଡେଟ କରିବା ନାଁରେ ୬୬ ଲକ୍ଷ ଠକି ଥିଲା ୨ ଜଣିଆ ଗ୍ୟାଙ୍ଗ । ଝାଡ଼ଖଣ୍ଡରେ ରହି ଓଡ଼ିଶା ଲୋକଙ୍କ ଆକାଉଣ୍ଟରୁ ଲୁଟି ଥଲେ ଟଙ୍କା । ଏନେଇ ସୂଚନା ଦେଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

 ସୂଚନା ଯୋଗ୍ୟ ଯେ, ପ୍ରଥମେ ଗ୍ରାହକଙ୍କ ସହ କଥା ହୋଇ ବିଶ୍ୱାସଭାଜନ ହେବା ପରେ ଚତୁରତାର ସହ ଠକୁଛି ଜମତାରା ଗ୍ୟାଙ୍ଗ । ବିଭିନ୍ନ ପ୍ରକାର ଟେକନିକ୍ ବ୍ୟବହାର କରି ଲୋକଙ୍କଠାରୁ ଡାଟା ନେଇ ଠକୁଛି ଗ୍ୟାଙ୍ଗ । ଏ ସମ୍ପର୍କିତ ଏକ ଭିଡିଓ ଜାରି କରିବା ସହ ଫୋନ୍ ଯୋଗେ କୌଣସି ବ୍ୟାଙ୍କ ଡିଟେଲ୍ସ ମାଗୁଥିବା ଲୋକଙ୍କୁ ଡାଟା ନଦେବାକୁ ପରାମର୍ଶ ଦେଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ଏହି ଜମତାରା ଗ୍ୟାଙ୍ଗ ପ୍ରଥମେ ଗ୍ରାହକଙ୍କୁ କଲ୍ କରି ବ୍ୟାଙ୍କର କର୍ମଚାରୀ ବୋଲି କହୁଛନ୍ତି । କଲ୍ କରି ଗ୍ରାହକଙ୍କ ବ୍ୟାଙ୍କ ଖାତା ବନ୍ଦ ହୋଇଯାଇଛି, ଖାତା ଚାଲୁ କରିବାର ଅଛି କି ବୋଲି କହୁଛନ୍ତି । ଏହାର କିଛି ସମୟ ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଫୋନ ଦେଉଛି ବୋଲି ସାଇବର ଠକ କହୁଛି । ଏହା ପରେ ଅନ୍ୟ ଜଣେ ଠକ ନିଜକୁ ବ୍ୟାଙ୍କ ମ୍ୟାନେଜର କହି କଥା ହେଉଛି ଏବଂ KYC ଅପଡେଟ କରିବାକୁ ଗ୍ରାହକଙ୍କୁ କହୁଛି । KYC ଅପଡେଟ କରିବାକୁ ଗ୍ରାହକଙ୍କୁ ତାଙ୍କ ଏଟିଏମ୍ କାର୍ଡର ୧୬ ଟିକିଆ ନମ୍ବର ମାଗୁଛନ୍ତି । ଏହା ପରେ ଏହି ଏଟିଏମ କାର୍ଡର ଏକ୍ସପାରି ନମ୍ବର ଅଛି କି ନାହିଁ ତାହା ପଚାରୁଛନ୍ତି । ଏହା ପରେ ଗ୍ରାହକଙ୍କୁ ଏକ କୋର୍ଡ ମାଗୁଛନ୍ତି । ଗ୍ରାହକ ସାଇବର ଠକଙ୍କୁ କୋର୍ଡ ଦେବା ପରେ ଠକ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ୱଲପୁର ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ୱଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ସମ୍ବଲପୁରର ମୁଖ୍ୟ ଯନ୍ତ୍ରୀ ସୁନିଲ କୁମାର ପଣ୍ଡା । ଏକାସାଙ୍ଗରେ ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଚଢାଉରେ ୨ଜଣ ଡିଏସପି, ୯ ଇନସ୍ପେକ୍ଟର ଓ ୨ଜଣ ଏଏସଆଇ ସାମିଲ ହୋଇଛନ୍ତି । ସମ୍ବଲପୁର ଗ୍ରୀନ ପାର୍କର ଘର, ସମ୍ବଲପୁରର ପୈତୃକ ଘର, ଖଣ୍ଡଗିରି କସମୋପଲିସରେ ଥିବା ଫ୍ଲାଟ୍ ଓ ଅଫିସରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

ଏଥିସହିତ ପଢ଼ନ୍ତୁ: ୧୪ରାଣୀଙ୍କ ରାଜା: ପ୍ରେମ ଦିବସରେ ବନ୍ଧା ହେଲେ ରସିକିଆ ଡାକ୍ତର

 

ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା: ନିଆଁ ଲାଗି ଜଳିଗଲା ଦୋକାନ ଘର, ଦୁର୍ଘଟଣା ପରେ ବାଇକ୍‌ରେ ଲାଗିଲା ନିଆଁ

ରାଉରକେଲା/ରାୟଗଡ଼ା: ରାଉରକେଲା ସହରର ଆଇଟିଆଇ ଛକ ନିକଟରେ ନିଆଁ ଲାଗି ୧୦ଟି ଦୋକାନ ଜଳି ଯାଇଛି । ଅଗ୍ନିକାଣ୍ଡରେ ଗ୍ୟାରେଜରେ ଥିବା ୩ଟି କାର ମଧ୍ୟ ପୋଡ଼ି ଯାଇଛି । ଖବର ପାଇ ଅଗ୍ନିଶମ ସେବା କର୍ମଚାରୀ ଓ ଦମକଳ ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ଫଳରେ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଜଳି ଯାଇଛି ଦୁଇ ବାଇକ । ରାୟଗଡ଼ା ଜିଲ୍ଲା ସେସଖାଳ ଥାନା ଜମାଦେଇ ପେଣ୍ଠ ନିକଟ ଏସାର ପେଟ୍ରୋଲ ପମ୍ପ ରାସ୍ତା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ପରେ ନିଆଁ ଲାଗି ଯାଇଛି । ଗତ କାଲି ରାତିରେ ଦୁଇ ବାଇକ ଦ୍ରୁତ ଗତିରେ ଯାଉଥିବାବେଳେ ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ବାଇକରେ ନିଆଁ ଲାଗି ଜଳିଯାଇଛି । ଦୁଇ ବାଇକ ଚାଳକ ଜମାଦେଇ ପେଣ୍ଠ ଗାଁ ନିକଟର ବୋଲି ଜଣାପଡିଛି ଓ ଏହି ଦୁର୍ଘଟଣା ପରେ ଦୁହେଁ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଯୁବକମାନେ ନିଆଁକୁ ଆୟତ କରିଥିବା ବେଳେ ସେସଖାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୧୪ରାଣୀଙ୍କ ରାଜା: ପ୍ରେମ ଦିବସରେ ବନ୍ଧା ହେଲେ ରସକିଆ ଡାକ୍ତର

୧୪ରାଣୀଙ୍କ ରାଜା: ପ୍ରେମ ଦିବସରେ ବନ୍ଧା ହେଲେ ରସିକିଆ ଡାକ୍ତର

ଭୁବନେଶ୍ୱର: ଭାଲେଣ୍ଟାଇନ୍ସ ଡେ’ରେ ବନ୍ଧା ହେଲେ ରସିକିଆ ଡାକ୍ତର । ୭ଟି ରାଜ୍ୟରେ ୧୪ ପତ୍ନୀ ରଖିଥିବା ଡାକ୍ତର ରମେଶ ସ୍ୱାଇଁଙ୍କୁ ବାନ୍ଧିଛି କମିଶନରେଟ ପୋଲିସ । ବିବାହ ନାଁରେ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ । ନିଜକୁ ହୋମିଓପ୍ୟାଥିକ ଡାକ୍ତର କହୁଥିବା ରମେଶ ସ୍ୱାଇଁ କିଛି ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଉପ ନିର୍ଦ୍ଦେଶକ କହିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଅଭିଯୁକ୍ତ ଜଣଙ୍କ ଦୁଇଜଣଙ୍କୁ ଆଇନଗତ ଭାବେ ବିବାହ କରିଥିବା ବେଳେ ଅନ୍ୟ ୧୨ ଜଣଙ୍କୁ ଠକେଇ କରିବା ଉଦ୍ଦେଶ୍ୟରେ ଵିବାହ କରିଥିଲେ। ସମ୍ଭ୍ରାନ୍ତ ଘରର ଯୁବତୀ କିମ୍ବା ଏକା ରହୁଥିବା ମହିଳାମାନଙ୍କୁ ସେ ନିଜ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ । ବିବାହ ପରେ ତାଙ୍କ ଠାରୁ ସମ୍ପତ୍ତି ନେଇ ଚମ୍ପଟ ମାରୁଥିଲେ । ବିଶେଷ କରି ମାଟ୍ରିମୋନିଆଲ ସାଇଟରେ ସେ ସମ୍ପର୍କ ଯୋଡ଼ୁଥିଲେ । ପୋଲିସର ତଥ୍ୟ ଅନୁସାରେ, ୧୯୮୨ରେ ସେ ପ୍ରଥମେ ବିବାହ କରିଥିଲେ । ତାଙ୍କର ୩ପିଲା ଡାକ୍ତର । ୨୦୦୨ରେ ସେ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ଦୁଇଟି ପିଲା ରହିଛି । ଏହା ପରଠୁ ୧୨ଜଣଙ୍କୁ ବିବାହ କରି ଠକେଇ କରୁଥିଲା । କୌଣସି ସ୍ତ୍ରୀ ତାଙ୍କୁ ନେଇ ସନ୍ଧେହ କରୁଥିଲେ ତାକୁ ଛାଡ଼ି ଆଉ ଜଣଙ୍କୁ ବିବାହ କରୁଥିଲେ । ଠକେଇ ଟଙ୍କାରେ ସେ ରାଜକୀୟ ଜୀବନ ବିତାଉଥିଲେ । ତାକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବାକୁ ଯୋଜନା କରିଛି ପୋଲିସ ।

୨୦୦୬ରେ କେରଳ ଏର୍ନାକୁଲମ୍ ପୋଲିସ ରମେଶକୁ ଗିରଫ କରିଥିଲା । ୧୩ଟି ବ୍ୟାଙ୍କରୁ ୧କୋଟି ଠକିଥିବା ଅଭିଯୋଗରେ ଗିରଫ ହୋଇଥିଲା । ତା’ ପାଖରୁ ୧୨୮ଟି ନକଲି ଆଇ କାର୍ଡ ମିଳିଥିଲା । କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ ହେଲ୍ଥରେ ଡେପୁଟୀ ଡାଇରେକ୍ଟର ଥିବା କହି ଠାକୁଥିଲା । ଛାତ୍ରଙ୍କୁ MBBS କରେଇବା କହି ୨ କୋଟି ଠକିଥିବା ଅଭିଯୋଗରେ ୨୦୧୧ ରେ ହାଇଦ୍ରାବାଦ ଟାସ୍କ ଫୋର୍ସ ଗିରଫ କରିଥିଲା

ତେବେ ଗତବର୍ଷ ୨୫ଜୁଲାଇରେ ତାଙ୍କର ଏକ ପତ୍ନୀ ମହିଳା ଥାନାରେ ଠକେଇ କରିଥିବା ନେଇ ଏତଲା ଦେଇଥିଲେ । ସେହି ମାମଲାର ତଦନ୍ତ କରି ପୋଲିସ ଗିରଫ କରିଛି । ସିଙ୍ଗିଲ ଡିଭୋର୍ସ ଓ ମଧ୍ୟ ବୟସ୍କା ମହିଳାଙ୍କୁ ମଧ୍ୟ ଟାର୍ଗେଟ କରୁଥିଲେ । ଅଧିକାଂଶ ସମୟ ଆସାମ ଗୌହାଟୀରେ ରହୁଥିଲେ । ନିଜକୁ ବିଦୁ ପ୍ରସାଦ ସ୍ୱାଇଁ ଓ ରମଣୀ ରଞ୍ଜନ  ସ୍ୱାଇଁ ବୋଲି ମଧ୍ୟ ପରିଚୟ ଦେଉଥିଲେ । ୨୦୧୮ରେ ପଞ୍ଜାବର ସେଣ୍ଟ୍ରାଲ ଆର୍ମ ଫୋର୍ସର ଜଣେ ଯୁବତୀଙ୍କୁ ବିବାହ କରି ୧୦ଲକ୍ଷ ଠକେଇ କରିଥିଲେ । ଖଣ୍ଡଗିରିରେ ରହୁଥିବା ଘର ସର୍ଚ୍ଚ କରି ୧୧ଟି ଏଟିଏମ୍ ମିଳିଛି । ଏ ପର୍ଯ୍ୟନ୍ତ ୯ ମହିଳାଙ୍କ ସହ ଯୋଗାଯୋଗ କରିଛି ପୋଲିସ । ସମସ୍ତ ମହିଳା ଉଚ୍ଚ ପଦସ୍ଥ ସରକାରୀ ଚାକିରିଆ ଓ ସମ୍ଭ୍ରାନ୍ତ ଶ୍ରେଣୀର । ମହିଳା ଥାନା ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ ତିଆରି କରି ପଚରାଉଚରା କରାଯିବ ।

୩ ରାଜ୍ୟରେ ମେଗା ମୁକାବିଲା: ଉତ୍ତରାଖଣ୍ଡ, ଗୋଆ ଓ ଉତ୍ତରପ୍ରଦେଶରେ ୧୫୧୯ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା

0

ନୂଆଦିଲ୍ଲୀ: ଆଜି ୩ ରାଜ୍ୟରେ ମେଗା ମୁକାବିଲା । ଉତ୍ତରପ୍ରଦେଶରେ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଉତ୍ତରାଖଣ୍ଡ ଓ ଗୋଆରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନଙ୍କ ହେବ ଭାଗ୍ୟ ପରୀକ୍ଷା । ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତଙ୍କର ବି ହେବ ଭାଗ୍ୟ ପରୀକ୍ଷା । ୩ ରାଜ୍ୟର ମୋଟ ୧୬୫ ଆସନରେ ମେଗା ମୁକାବିଲା ହେଉଥିବା ବେଳେ ମୋଟ ୧୫୧୯ ପ୍ରାର୍ଥୀଙ୍କ ଭାଗ୍ୟ ହେବ ନିର୍ଣ୍ଣୟ ।

ବିଜେପି, କଂଗ୍ରେସ, ଏସପି ଲାଗି ଅଗ୍ନିପରୀକ୍ଷା ସାବ୍ୟସ୍ତ ହେବ ନିର୍ବାଚନ । ଉତ୍ତରପ୍ରଦେଶର ୯ ଜିଲ୍ଲାର ୫୫ ବିଧାନସଭା ଆସନରେ ହେବ ଭୋଟ । ମୋଟ ପ୍ରାର୍ଥୀ ସଂଖ୍ୟା ଅଛନ୍ତି ୫୮୬ । ଅମ୍ରୋହା, ବରେଲି, ବିଜନୋର, ବୁଦାଉନ, ମୋରାଦାବାଦ, ରାମପୁର, ସାହାରଣପୁର, ସମ୍ବଲ, ଶାହାଜାହାନପୁର ଜିଲ୍ଲାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ମୋଟ ୨ କୋଟି ୧ ଲକ୍ଷ ୪୨ ହଜାର ୪୪୧ ଭୋଟର କରିବେ ମତଦାନ ।

ମୈଦାନରେ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା, ଜଳଶକ୍ତି ମନ୍ତ୍ରୀ ବଳଦେବ ସିଂହ ଅଉଲାଖ, ସହରାଞ୍ଚଳ ବିକାଶ ମନ୍ତ୍ରୀ ମହେଶ ଗୁପ୍ତା, ଶିକ୍ଷାମନ୍ତ୍ରୀ ଗୁଲାବ ଦେବୀ, ଜେଲରେ ଥିବା ସମାଜବାଦୀ ପାର୍ଟି ନେତା ମହମ୍ମଦ ଆଜମ ଖାଁଙ୍କ ବହୁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ । ସେହିପରି ଉତ୍ତରାଖଣ୍ଡର ୭୦ ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି । ମଇଦାନରେ ୬୩୨ ପ୍ରାର୍ଥୀ ରହିଥିବା ବେଳେ ମୋଟ ୮୨ ଲକ୍ଷ ୩୮ ହଜାର ୧୮୭ ଭୋଟର ନିର୍ବାଚନରେ ଭାଗ ନେବେ ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଶିକ୍ଷାମନ୍ତ୍ରୀ ଧନ ସିଂ ରାଓ୍ୱତ, ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ, କୃଷିମନ୍ତ୍ରୀ ସୁବୋଧ ଉନ୍ୟାଲଙ୍କ ସମେତ ବହୁ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ । ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ ପୂର୍ବତନ ବାଚସ୍ପତି ୟଶପାଲ ଆର୍ଯ୍ୟଙ୍କ ମଧ୍ୟ ଭାଗ୍ୟ ନିର୍ଣ୍ଣୟ ହେବ । ସେହିପରି ଗୋଆର ୪୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ । ୪୦ ବିଧାନସଭା ଆସନରେ ୧୨ ଦଳର ୩୦୧ ପ୍ରାର୍ଥୀ ପ୍ରଚାର ମଇଦାନରେ ଅଛନ୍ତି ।