spot_img
Home Blog Page 4587

ମାର୍ଚ୍ଚ ୪ରେ ଷଷ୍ଠରୁ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ରାଜ୍ୟର ସମସ୍ତ ଆଦର୍ଶ ସ୍କୁଲରେ ପ୍ରବେଶିକା ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ । ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ 4 ତାରିଖରେ ଅନୁଷ୍ଟିତ ହେବ । ୧୫ ଫେବ୍ରୁଆରୀରୁ ଏଥିପାଇଁ ବୋର୍ଡ ସାଇଡରେ ଆଡ଼ମିଟ କାର୍ଡ ଉପଲବ୍ଧ ହେବ । ସପ୍ତମରୁ ନବମ ପର୍ଯ୍ୟନ୍ତ ବିଦ୍ୟାର୍ଥୀ 100 ମାର୍କ ମଲ୍ଟିପୁଲ ଚଏସ୍ ଓ ଷଷ୍ଠ ଶ୍ରେଣୀ ପାଇଁ 52 ମାର୍କର ମଲ୍ଟିପୁଲ ପ୍ରଶ୍ନର ଉତ୍ତର ଦେବେ ।

ଷଷ୍ଠ ଶ୍ରେଣୀ ପାଇଁ ଗଣିତ, ଇଂରାଜୀ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ହେବ । ସେହିପରି ଓଡ଼ିଆ, ଗଣିତ, ଇଂରାଜୀ, ସାଧାରଣ ଜ୍ଞାନ, ସାମାଜିକ ବିଜ୍ଞାନ ବିଷୟ ଉପରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଷଷ୍ଠ ଶ୍ରେଣୀ ପାଇଁ ସକାଳ ୧୦ଟାରୁ ଅପରାହ୍ନ ୧୨ ଟା ଯାଏଁ ପରୀକ୍ଷା ହେବାକୁ ଥିବାବେଳେ ସପ୍ତମରୁ ନବମ ପାଁଇଁ ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ ।

ବୋର୍ଡର ନିଜସ୍ବ ଓ୍ବେବସାଇଟ୍ www.bseodisha.ac.in ୧୫ ତାରିଖରୁ ଉପଲବ୍ଧ ହେବ ଆଡମିଟ କାର୍ଡ । ଛାତ୍ରଛାତ୍ରୀ ନିଜ ନାମ, ବାପାଙ୍କ ନାମ ଓ କେଉଁ ଶ୍ରେଣୀ ପାଇଁ ଆବେଦନ କରୁଛନ୍ତ ସେ ସମସ୍ତ ତଥ୍ୟ ପ୍ରଦାନ କରି ଏହାକୁ ଡାଉନଲୋଡ କରିପାରିବେ ।

ପିପିଲିରେ ପଲଟିକାଲ ପାଲା, ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ

ପିପିଲି: ନିର୍ବାଚନ ପୂର୍ବରୁ ରାଜ୍ୟରେ ରକ୍ତମୁଖା ହେଲାଣି ବିଜେପି । ପିପିଲିରେ ପ୍ରଚାର ସମୟରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । 24 ନମ୍ବର ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ତେଇଶିପୁର ପୋଟଳରେ ପ୍ରଚାର କରୁଥିବାବେଳେ ବିଜେପି କର୍ମୀମାନେ ଆକ୍ରମଣ କରିଥିଲେ ।

ଏଥିରେ ବିଜେଡି ପ୍ରାର୍ଥୀ ଧରଣୀଧର ସାହୁ ଓ ତାଙ୍କ ସହଯୋଗୀ ଗୁରୁତର ହୋଇ କ୍ୟାପିଟାଲ୍ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣରେ ଧରଣୀଙ୍କ ସହଯୋଗୀଙ୍କର ହାତ ଭାଙ୍ଗିଯାଇଛି । ପ୍ରତିବାଦରେ ପିପିଲି ତେଇଶିପୁର ଛକରେ ରାସ୍ତା ଅବରୋଧ କରିଛନ୍ତି ବିଜେଡି କର୍ମୀ । ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ ପାଇଁ ଦାବି ହୋଇଛି ।

ବିଜେପି ବିରୋଧରେ ବିଜେଡି ଫେରାଦ

ଭୁବନେଶ୍ୱର: ନିର୍ବାଚନ ବେଳେ ରକ୍ତମୁଖା ବିଜେପି । ରାଜ୍ୟ ବିଜେପି ଭୋକ ବିକଳରେ ତାଟିଆ କାମୁଡୁଛି। ହାରିବା ସୁନିଶ୍ଚିତ ଜାଣିବା ପରେ ବିଭିନ୍ନ ସ୍ଥାନରେ ହିଂସାର ରାସ୍ତା ଆପଣାଇଛି। ଗତକାଲି ଗଜପତି ଜିଲ୍ଲାର ଗୋଶାଣୀ ବ୍ଲକର ଶରଧାପଲ୍ଲୀ ପଞ୍ଚାୟତ ପ୍ରାର୍ଥୀଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ ବିଜେପି କର୍ମୀ । ମୃତ୍ୟୁ ସହ ସଂଗ୍ରାମ କରି ସେ ପାରଳାଖେମୁଣ୍ଡି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେପଟେ ଏହି ଘଟଣାରେ ବିଜେପିର ରାଜ୍ୟ ନେତୃତ୍ୱଙ୍କ ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏନେଇ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିଛି  । ମରଣାନ୍ତକ ଆକ୍ରମଣ ଘଟଣାରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏୟାର ଇଣ୍ଡିଆକୁ ମିଳିଲା ନୂଆ CEO, ତୁର୍କିସ୍ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍ ଧରିବେ ମଙ୍ଗ

ନୂଆଦିଲ୍ଲୀ: ଟାଟା ସନ୍ସ ତୁର୍କିସ୍ ଏୟାର ଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍ ଇଲ୍କାର ଆୟସୀଙ୍କୁ ଏୟାର ଇଣ୍ଡିଆର ନୂଆ ସିଇଓ ଭାବେ ନିଯୁକ୍ତ କରିଛି । କମ୍ପାନୀ ଆଜିର ବୋର୍ଡ୍ ମିଟିଂରେ ଏହି ନିଷ୍ପତି ନେଇଛି । ଏପ୍ରିଲ ୧ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିବେ । ବୋର୍ଡ୍ ବୈଠକରେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ୍ ଚନ୍ଦ୍ର ଶେଖରନ୍ ମଧ୍ୟ ସାମିଲ ଥିଲେ । ତେବେ ଦାୟିତ୍ୱଗ୍ରହଣ ପୂର୍ବରୁ ତାଙ୍କ ନାମକୁ ସମସ୍ତ ନିୟନ୍ତ୍ରକଙ୍କଠାରୁ ମଂଜୁରୀ ମିଳିବାର ଆବଶ୍ୟକତା ରହିଛି । ଟାଟା ସନ୍ସ ଏୟାର ଇଣ୍ଡିଆର ଶତ ପ୍ରତିଶତ ସେୟାର ୧୮ ହଜାର ୩ଶହ କୋଟି ଟଙ୍କାରେ କିଣିଥିଲା । ଜାନୁଆରୀ ୨୭ ତାରିଖ ଦିନ ଏୟାର ଇଣ୍ଡିଆ ଟାଟା ହାତକୁ ଯାଇଥିଲା ।

ଇସ୍ତାନବୁଲରେ ଜନ୍ମ
ଆୟସୀଙ୍କ ଜନ୍ମ ତୁର୍କୀ ରାଜଧାନୀ ଇସ୍ତାନବୁଲରେ ୧୯୭୧ ମସିହାରେ ହୋଇଥିଲେ । ୫୧ ବର୍ଷୀୟ ଆୟସୀ ତୁର୍କୀର ଭିଲ୍କେଣ୍ଟ୍ ବିଶ୍ୱବିଦ୍ୟାଳରୁ ରାଜନୀତି ବିଜ୍ଞାନ ଓ ସାଧାରଣ ପ୍ରଶାସନରେ ସ୍ନାତକ ହାସଲ କରିଥିଲେ । ସେ ମଧ୍ୟ ଇଂଲଣ୍ଡର ଲିଡସ୍ ବିଶ୍ୱବିଦ୍ୟାଳୟରେ ପାଠ ପଢିଛନ୍ତି ।

ଟାଟା ଗ୍ରୁପ୍ ସହ ଜଡିତ ହେବାରୁ ଖୁସୀ : ଆୟସୀ
ଆୟସୀ କହିଛନ୍ତି ଯେ, ମୁଁ ଟାଟା ଗ୍ରୁପ୍ ସହିତ ସାମିଲ ହୋଇ ବହୁତ ଖୁସୀ ଅଛି । ଆମେ ଏୟାର ଇଣ୍ଡିଆର ମଜଭୁତ ଐତିହ୍ୟର ଉପଯୋଗ କରିବ ଓ ବିଶ୍ୱରେ ଏହାକୁ ସର୍ବୋତ୍ତମ ଏୟାରଲାଇନ୍ସ ଭାବେ ଛିଡା କରିବାକୁ ଉଦ୍ୟମ କରିବୁ ।

ଟାଟା ପାଖେ ତିନୋଟି ଏୟାରଲାଇନ୍ସ
ଟାଟା ସନ୍ସ ପାଖରେ ଏବେ ତିନୋଟି ଏୟାର ଲାଇନ୍ସ ରହିଛି । ଏଥିରେ ସାମିଲ ଅଛି ଏୟାର ଏସିଆ,ଭିସ୍ତାରା ଓ ଏୟାର ଇଣ୍ଡିଆ । ଟାଟା ଗ୍ରୁପ୍ ଏୟାର ଇଣ୍ଡିଆର ବର୍ତ୍ତମାନ କର୍ମଚାରୀଙ୍କୁ ମଧ୍ୟ ରଖିବ । ଏୟାର ଇଣ୍ଡିଆରେ ବର୍ତ୍ତମାନ ୮ ହଜାର ୫ଶହ କର୍ମଚାରୀ କାମ କରୁଛନ୍ତି ।

ଦେଶ ଦ୍ୱିତୀୟ ବୃହତ୍ ଏୟାରଲାଇନ୍ସ
ଟାଟା ସନ୍ସ ଦ୍ୱାରା ଟେକ୍ ଓଭର ପରେ ଟାଟା ଦେଶର ଦ୍ୱିତୀୟ ବୃହତ ଏୟାରଲାଇନ୍ସ ବନିଛି । ଏହାର ପୁରା ସେୟାରା ଟେଲେସ୍ ପ୍ରାଇଭେଟ୍ ଲିମିନଟେଡକୁ ଟ୍ରାନସଫର ହୋଇ ସାରିଛି । ଏୟାର ଇଣ୍ଡିଆ ଅଧିଗ୍ରହଣ ପରେ ଟାଟା ଏହାକୁ ଦୁନିଆର ସର୍ବୋତ୍ତମ ଏୟାରଲାଇନ୍ସ କରିବାକୁ ନିଜ ପ୍ରତିବଦ୍ଧତା ଜାହିର କରି ସାରିଛି ।

ବିଜେପିରୁ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ଇସ୍ତଫା

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଲେ  ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ।  ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ ମନ୍ମଥ  । ପଞ୍ଚାୟତ ନିର୍ବାଚନ ସମୟରେ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି  । ବହୁ ଦିନ ଧରି ବିଜେପିରେ ରହିଥିଲେ ମନ୍ମଥ  ।  ଆଠଗଡରେ ମନ୍ମଥ ମିଶ୍ର ସଂଗଠନ କରିଥିବା ସ୍ୱତେ ତାଙ୍କୁ ଦଳ ତରଫରୁ ଟିକେଟ ଦିଆଯାଇନଥିଲା  ।

ତେବେ ବିଜେପିରୁ ଇସ୍ତଫା ନେଇ ମନ୍ମଥ କହିଛନ୍ତି, ମୁଁ ଯୋଗ ଦେଇନଥିଲି  । ଦଳ ମୋତେ ନିମନ୍ତ୍ରଣ କରିଥିଲା  । ଏହା ପରେ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ସହ ସିଧାସଳଖ ଭାବେ ଯୋଡ଼ି ହୋଇଥିଲି  । ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଟିକେଟ ଦେବା ନେଇ ମନ୍ମଥ ମିଶ୍ରଙ୍କୁ ପ୍ରତିଶ୍ରୁତି ଦେଇଥିଲା ବିଜେପି  । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ବାଦ ଦିଆଯାଇଥିଲା  ।

ନିଜ ସଙ୍ଗୀତ ପ୍ରତି ସମୟର ଅଭାବର ରହୁଛି, ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସଙ୍ଗୀତକୁ ଯଥେଷ୍ଟ ସମୟ  ଦେବା ପାଇଁ ସେ ଦଳ ତ୍ୟାଗ କରିଛନ୍ତି  । ଦଳରେ ରହି ଦଳକୁ ସମୟ ଦେଇ ପାରୁନଥିଲେ  । ତେଣୁ ଇସ୍ତଫା ଦେବାକୁ ସେ ଉଚିତ ମଣିଥିବା ପ୍ରକାଶ କରିଛନ୍ତି  । ଏକଥା ମଧ୍ୟ କହିଛନ୍ତି, ଦଳ ତାଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଅନ୍ୟ ଜଣଙ୍କୁ ଟିକେଟ ମିଳିଲା  ।

ଓଡ଼ିଶା ପରେ ବେଙ୍ଗାଲୁରରେ ବାଗଚୀ ନିର୍ମାଣ କରିବେ ବିଶ୍ୱସ୍ତରୀୟ ହସ୍ପିଟାଲ

ଭୁବନେଶ୍ୱର: ପୁଣି ବାଗଚୀ ଦମ୍ପତିଙ୍କ ବଡ଼ ପଣ । ଓଡ଼ିଶା ପରେ ବେଙ୍ଗାଲୁରୁରେ ବାଗଚୀ ଦମ୍ପତିଙ୍କ ଚର୍ଚ୍ଚା ।  ବାଗଚୀ- ପାର୍ଥସାରଥି ହସ୍ପିଟାଲ ପାଇଁ ୪୨୫କୋଟି ଟଙ୍କା ଦାନ କରିଛନ୍ତି ସୁଶ୍ମିତା ବାଗଚୀ ଓ ସୁବ୍ରତ ବାଗଚୀ । ପାର୍ଥସାରଥିଙ୍କ ସହ ମିଶି ନିର୍ମାଣ କରିବେ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର । ସେପଟେ ମେଡିକାଲରେ ରହିବ ୮୦୦ ବେଡ  ଏବଂ ହସ୍ପିଟାଲର ନାଁ ରହିବ ବାଗଚୀ-ପାର୍ଥସାରଥି ହସ୍ପିଟାଲ ।

ଓଡ଼ିଶାର ଲୋକଙ୍କ କୋଭଡ ବିପତ୍ତି ବେଳେ ସତର୍କ ଏବଂ ସାବଧାନ କରାଇଥିବା ସୁବ୍ରତ ବାଗଚୀ, ଓ଼ଡିଶାରେ କ୍ୟାନସର ମେଡିକାଲ ନିର୍ମାଣ ପାଇଁ ପୂର୍ବରୁ ୩୪୦ କୋଟି ଟଙ୍କା ଦାନ କରିଥିଲେ  ।  ଓଡିଶାରେ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ଓ ପାଲିଆଟିଭ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ  । ଏବେ ପୁଣି ଥରେ ବାଗଚୀ ଦମ୍ପତିଙ୍କୁ ମିଳିଛି ବାହବା  । ସଞ୍ଚିତ ଅର୍ଥରେ ନିର୍ମାଣ କରିବେ ବିଶ୍ୱ ସ୍ତରୀୟ ଗବେଷଣା କେନ୍ଦ୍ର  । ଏନେଇ ସୂଚନା ଦେଇଛନ୍ତି ନିଜେ ସୁସ୍ମିତା ବାଗଚୀ  ।

ଭୋଟ ପାଇଁ ଛୁଟି ଘୋଷଣା, ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି 

ଭୁବନେଶ୍ୱର: ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି  । ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ ସମସ୍ତ କର୍ମଚାରୀ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଶ୍ରମ ଆୟୋଗ । ଉଭୟ ଘରୋଇ ଏବଂ ସରକାରୀ କର୍ମଚାରୀଙ୍କୁ ମତଦାନ ଦିନ ଛୁଟି ଦେବା ବାଧ୍ୟତାମୂଳକ  । କର୍ମଚାରୀ ଛୁଟି ମାଗିଲେ ଉକ୍ତ ସଂସ୍ଥା ଛୁଟି ଦେବା ବାଧ୍ୟତାମୂଳକ  । ନଚେତ ଏହା ଆଇନ ଅନୁଯାୟୀ ଅପରାଧ ବୋଲି କହିଛି ଶ୍ରମ ବିଭାଗ  ।

ପାଞ୍ଚୋଟି ପର୍ଯ୍ୟାୟରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ  । ଆସନ୍ତା ୧୬,୧୮,୨୦,୨୨ ଓ ୨୪ରେ ରାଜ୍ୟରେ ପଡିବ ଭୋଟ  । ତେଣୁ ଏହା ପୂର୍ବରୁ କର୍ମଚାରୀଙ୍କୁ ଛୁଟି ଦେବା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଶ୍ରମ ବିଭାଗ  । ସେପଟେ ଏନେଇ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି  ।

 

ଜଗା ଦର୍ଶନ ପାଇଁ ଦରକାର ନାହିିଁ କୋଭିଡ ପ୍ରମାଣପତ୍ର

ପୁରୀ: କାଳିଆ ପାଖରେ ହାରିଲା କୋଭିଡ । ଜଗା ଦର୍ଶନରେ ବାଧକ ସାଜିପାରିବନି ଅଦୃଶ୍ୟ ଭୂତାଣୁ  ।  କୋହଳ ହୋଇଛି ମହାପ୍ରଭୁଙ୍କ ଦର୍ଶନ କଟକଣା । ବିନା କୋଭିଡ୍‌ ସାର୍ଟିଫିକେଟରେ ଦର୍ଶନ ସୁଯୋଗ ପାଇବେ ଅଗଣିତ ଶ୍ରଦ୍ଧାଳୁ । ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ପଡିବ ନାହିଁ କୋଭିଡ ନେଗେଟିଭ୍ ସାର୍ଟିଫିକେଟ  ।

ସଂକ୍ରମଣ କମୁଥିବାରୁ କଟକଣା କୋହଳ ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଯାହା ଭକ୍ତଙ୍କୁ ଆଶ୍ୱସ୍ତ କରିଛି  । ଛତିଶା ନିଯୋଗରେ ନିଆଯାଇଥିବା ଏହି ନିଷ୍ପତ୍ତି ଆସନ୍ତା ୨୧ ତାରିଖରୁ ଲାଗୁ ହେବ  ।   ସେପଟେ ଆସନ୍ତା  19 ଓ 20 ତାରିଖରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ପୁରୀ ଗସ୍ତ କରୁଛନ୍ତି  ।

ସେହିପରି ରାଷ୍ଟ୍ରପତି ପ୍ରଥମ ଦିନରେ ଅର୍ଥାତ ୧୯ ତାରିଖର ଅପରାହ୍ନ ୫ଟାରୁ ୫ଟା ୪୫ରେ ଶ୍ରୀମନ୍ଦିରରେ ପହଞ୍ଚିବେରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି  । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି  ।

ଉତ୍ତର ପ୍ରଦେଶରେ ଦରକାର ଓଡିଶା ଭଳି ମୁଖ୍ୟମନ୍ତ୍ରୀ, ଯୋଗୀ ନୁହେଁ ୟୁପିରେ ନବୀନ କ୍ରେଜ୍

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡିବାକୁ ଯାଉଛି  । କିନ୍ତୁ ୟୁପି ନିର୍ବାଚନରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ କ୍ରେଜ ପୁଣି ଥରେ ଦେଖିବାକୁ ମିଳିଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଇଛା ପ୍ରକାଶ କରନ୍ତି ନାହିଁ  । କିନ୍ତୁ ରାଜ୍ୟ ବାହାରେ ମଧ୍ୟ ତାଙ୍କୁ ଲୋକେ ଖୋଜୁଛନ୍ତି  । ନବାୀନଙ୍କ ଭଳି ନେତାଙ୍କୁ ରାଜ୍ୟର ନେତୃତ୍ୱ ଦେବାକୁ ବୋଟର ଚାହୁଁଛନ୍ତି  । ଓଡିଶାର ବିକାଶ, ଓଡିଶାର ବିପର୍ଯ୍ୟୟ ପରିଚାଳନା ସମସ୍ତଙ୍କୁ ଆକର୍ଷଣ କରିଛି  । ସେଥିପାଇଁ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ନବୀନଙ୍କ ଭଳି ନେତାଙ୍କୁ ଖୋଜୁଛନ୍ତି ସାଧାରଣ ଜନତା  ।

ଯୋଗୀ ବାବାଙ୍କ ପରି ଶାସନ ଏଠାରେ ନ ଚାଲୁ । ସରକାର ବଡ଼ ବଡ଼ କଥା କହୁଛନ୍ତି ମାତ୍ର କାର୍ଯ୍ୟରେ ତାହା ନାହିଁ ବୋଲି ଭୋଟର କହିଛନ୍ତି । ଏହି ନିର୍ବାଚନରେ କୃଷକଙ୍କ ବିଜୟ ହେବ ବୋଲି ସେମାନେ ଆଶା କରିଛନ୍ତି । ୟୁପିରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅବସରରେ ପ୍ରାୟ ୨ କୋଟି ଲୋକ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ତେବେ ୟୁପିରେ ପୂର୍ବ ଶାସନ ନୁହେଁ, ସରକାରରେ ବ୍ୟାପକ ପରିବର୍ତ୍ତନ ଚାହୁଁଛନ୍ତି  । ମତଦାନ ଦେଇ ମତବ୍ୟକ୍ତ କରିଛନ୍ତି  ।

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ପରି ୟୁପିରେ ବି ଶାସନ ହେଉ  ।  ଏବେ ତାଙ୍କ ପରି ଜଣେ ନେତା ରାଜ୍ୟକୁ ଶାସନ କରନ୍ତୁ ବୋଲି କହିଛନ୍ତି ଭୋଟର । ସେମାନେ କହିଛନ୍ତି ଏହି ନିର୍ବାଚନରେ ଚାଷୀଙ୍କ ବିଜୟ ହେବ । ଯେଉଁ ଚାଷୀ ଲୁହ ଲହୁ ଏକାଠି କରି ରାଜ୍ୟକୁ ବଞ୍ଚାଇ ରଖିଛନ୍ତି, ତାଙ୍କ ପ୍ରତି ଅନ୍ୟାୟ ହୋଇଛି  । ତେଣୁ ଚାଷୀ ଏଥର ଏକ ହୋଇଛନ୍ତି  । ନୂଆ ଏକ ଶାସନ ପ୍ରଣାଳୀ ଚାହୁଁଛନ୍ତି  । ପ୍ରତିକ୍ରିୟା ଦେଇ ଭୋଟର କହିଛନ୍ତି, ନବୀନଙ୍କ ଭଳି ନେତା  ୟୁପିରେ ଶାସନ କରନ୍ତୁ ବୋଲି ଆମେ ଚାହୁଁଛି  ।

ଅଭିମାନରେ ଭାଷଣ ଦେଲେନି, ପ୍ରିୟଙ୍କାଙ୍କ ଆଗରେ ଏମିତି କହିଲେ ସିଦ୍ଧୁ..

ଅମୃତସର: ଫେବୃଆରୀ ୨୦ରେ ପଞ୍ଜାବରେ ପଡିବ ଭୋଟ  । କସରତ ଆରମ୍ଭ କରିଦେଇଛନ୍ତି ସବୁ ଦଳ  । କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନହୋଇଥିବା ନବଜ୍ୟୋତ ସିଂ ସିଦ୍ଧୁ ଏବେ ମଧ୍ୟ ଅଭିମାନ କରିଛନ୍ତି  । କ୍ୟାବଟେନ ଅମରିନ୍ଦର ସିଂ କଂଗ୍ରେସରୁ ଯିବା ପରେ ସିଦ୍ଧୁ ଭାବିଥିଲେ ତାଙ୍କ ରାସ୍ତା ଏକଦମ ସଫା  । କିନ୍ତୁ  ଗଳାରେ କଣ୍ଟା ହୋଇଛନ୍ତି ଚରଣଜିତ ଚନ୍ନି  । କଂଗ୍ରେସ ପୁନର୍ବାର ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ଋଷିଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ  । ଯାହା ପୁଣି ଥରେ ପ୍ରମାଣିତ ହୋଇଛି  ।

ସତ୍ତାଧାରୀ କଂଗ୍ରେସ ପୁଣି ଥରେ ସରକାର ଗଢିବା ନେଇ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି  । ରବିବାର ଅର୍ଥାତ ଫେବୃଆରୀ ୧୩ ରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପଞ୍ଜାବର ଅକ ଜନସଭାରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ  । ସଂଗରର ଜିଲ୍ଲାର ଧୁରୀ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହୋଇଥିବା ଦଲବୀର ସିଂଙ୍କ ନିମନ୍ତେ ଭୋଟ ମାଗିଥିଲେ କଂଗ୍ରେସ ନେତା  । କିନ୍ତୁ ଏହି ସଭାରେ ଯେତେବେଳେ ପଞ୍ଜାବ ପିସିସ ସଭାପତିଙ୍କୁ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବ୍ୟକ୍ତି ସମ୍ବୋଧନ କରିବା ପାଇଁ ନିମନ୍ତ୍ରଣ କରିଥିଲେ  । ସେତେବେଳେ ସିଦ୍ଧୁଙ୍କ ଉପରେ ରହିଥିଲା ସଭିଙ୍କ ଆଖି  । କାରଣ ସିଦ୍ଧୁ କିଛି ନକହି ଏମିତି ଇଙ୍ଗିତ ଦେଇଥିଲେ, ଯାହା ସବୁ କଥା ପ୍ରମାଣିତ କରିଦେଉଥିଲା  ।

ମଞ୍ଚରେ  ଉପସ୍ଥିତ ରହିଥିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜିତ ଚନ୍ନି  । ଏହି ସମୟରେ ସିଦ୍ଧୁଙ୍କ ନାମ ନେଇ ମଞ୍ଚ ପରିଚାଳକା ନାରା ଲଗାଇଥିଲେ,  ଭାଷଣ ଦେବା ନେଇ ସିଦ୍ଧୁଙ୍କୁ ନିମନ୍ତ୍ରଣ କରିଥିଲେ  । କିନ୍ତୁ ପରିଚାଳକାଙ୍କ କଥା ନସରିବା ମାତ୍ରେ ସିହାଂସନରୁ ଉଠିପଡିଥିଲେ ସିଦ୍ଧୁ  । ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜିତ ଚନ୍ନିଙ୍କୁ ଭାଷଣ ଦେବା ନେଇ କହିଥିଲେ  । ଏବଂ ହାତ ଯୋଡି ତାଙ୍କ ନାମ ନନେବାକୁ ଅନୁରୋଧ କରିଥିଲେ  ।

ତେବେ ସିଦ୍ଧୁଙ୍କ ସମସ୍ତ କାର୍ଯ୍ୟାକଳାପକୁ ଦେଖୁଥାନ୍ତି ପ୍ରିୟଙ୍କା ଗାନ୍ଧୀ  । ପିସିସି ସଭାପତି ସଭା ମଞ୍ଚରେ ଭାଷଣ ନଦେବା ଏବଂ ହାତ ଯୋଡି ଅନୁରୋଧ କରିବା ସବୁ କିଛି ପ୍ରମାଣିତ କରିଦେଉଥିଲା  । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନହେବା ପରେ ସିଦ୍ଧୁଙ୍କ ପେଟରେ ଭୋକ ମୁହଁରେ ଲାଜ ସ୍ପଷ୍ଟ କରିଦେଇଥିଲା  । ଝିଅ ରାବିଆ ସିଦ୍ଧୁ ମଧ୍ୟ କଂଗ୍ରେସ ହାଇକମାଣ୍ଡଙ୍କୁ ଆକ୍ଷେପ କରିଥିଲେ । ନବଜ୍ୟୋତ ସିଂ ସିଦ୍ଧୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ଆଘାତକୁ ଏବେ ମଧ୍ୟ ସେ ଭୁଲି ନାହାଁନ୍ତି  । କେବଳ ସେ ନୁହଁନ୍ତି ତାଙ୍କ ପରିବାର ମଧ୍ୟ ଏବେ ଜର୍ଜରିତ  । ଯଦି ବା ସିଦ୍ଧୁ କେଉଁଠି ସିଧା ସଳଖ ମୁହଁ କୋଲି ନାହାଁନ୍ତି, ଅଥଚ ମଞ୍ଚରେ ଅଭିମାନ କରିବା ହିଁ ସବୁ କିଛି କହୁଥିଲା  ।