ସୁଶାନ୍ତ ସିଂ ରାଜପୂତଙ୍କ ଠାରୁ ଆରମ୍ଭ କରି ପୁନିତଙ୍କ ପର୍ଯ୍ୟନ୍ତ, ମୃତ୍ୟୁ ପରେ ରିଲିଜ ହେଲା ସିନେମା

 ମୁମ୍ବାଇ: ଜଣେ କଳାକାର ତା’ର କାମ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ଜୀବିତ ଥାଏ । ଆମେ ଆଜି ଆପଣଙ୍କୁ ସେହିଭଳି କିଛି ତାରକାଙ୍କ ବିଷୟରେ ଜଣାଇବୁ, ଯେଉଁମାନେ ଏହି ଦୁନିଆରୁ ବିଦାୟ ନେଇଛନ୍ତି ସତ କିନ୍ତୁ ଏବେ ମଧ୍ୟ ଦର୍ଶକ ତାଙ୍କୁ ଝୁରି ହେଉଛନ୍ତି ତାଙ୍କ ଅଭିନୀତ ଫିଲ୍ମ ପାଇଁ । କିନ୍ତୁ ସବୁଠାରୁ ବଡ଼ ଅବଶୋଷ ହେଉଛି, ବଞ୍ଚି ଥାଉ ଥାଉ ସେମାନଙ୍କ କିଛି ଫିଲ୍ମ ରିଲିଜ୍‌ ହୋଇପାରିନଥିବା ବେଳେ ମୃତ୍ୟୁପରେ ରିଲିଜ୍‌ ହୋଇଛି ଏବଂ ଦର୍ଶକଙ୍କ ଠାରୁ ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି । କିନ୍ତୁ ଦୁଃଖର ବିଷୟ ସେହି ଭଲପାଇବାକୁ ଅନୁଭବ କରିବା ପାଇଁ ସେମାନେ ଏହି ଦୁନିଆରେ ନାହାଁନ୍ତି ।

ଋଷି କପୂର:

ବଲିଉଡର ଚିଣ୍ଟୁ ମାନେ ଋଷି କପୂରଙ୍କ ମୃତ୍ୟୁର ୨୨ ମାସ ପରେ ତାଙ୍କର ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍‌’ ଗୁରୁବାର ରି

ଲିଜ୍‌ ହୋଇଛି ।

ପୁନିତ୍‌ କୁମାର:

 କନ୍ନଡ଼ ସିନେମା ଜଗତର ପାଓ୍ୱାର ଷ୍ଟାର ପୁନିତ୍‌ କୁମାରଙ୍କ ବିୟୋଗ ତାଙ୍କ ପ୍ରଶଂସକଙ୍କୁ ଗମ୍ଭୀର ଆଘାତ ପହଞ୍ଚାଇଥିଲା । ଖୁବ୍‌ ସରଳ ବିଶ୍ୱାସୀ ଓ ପରୋପାକରୀ ଥିଲେ ପୁନିତ୍‌ । ତାଙ୍କ ଅଭିନୀତ ଫିଲ୍ମ‘ଜେମ୍ସ’ ଚଳିତ ମାସରେ ତାଙ୍କ ଜନ୍ମଦିନ ଉପଲକ୍ଷେ ୧୭ ମାର୍ଚ୍ଚରେ ରିଲିଜ୍‌ ହୋଇଛି ।

ଇର୍ଫାନ୍‌ ଖାନ୍‌:

ଦିନେ ବଲିଉଡରେ ରାଜ୍‌ କରୁଥିଲେ ଇର୍ଫାନ୍‌ । କଥାରେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ । ତାଙ୍କ ଅଭିନୀତ ‘ମର୍ଡ଼ର ଆଟ୍‌ ତିସରି ମଞ୍ଜିଲ ୩୦୨’ ବହୁ ପ୍ରତିକ୍ଷୀତ ଫିଲ୍ମ ଶେଷରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି ।

ସୁଶାନ୍ତ ସିଂ ରାଜପୂତ:

ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ସବୁଠାରୁ ଅଧିକ ଆଘାତଦାୟକ ଏବଂ ଆଶ୍ଚର୍ଯ୍ୟଜନକ ମୃତ୍ୟୁ ଥିଲା । ମାସ ମାସ ଧରି ତାଙ୍କ ମୃତ୍ୟୁ ଖବର ଲୋକଙ୍କୁ ବିଚଳିତ କରି ଦେଇଥିଲା । ତାଙ୍କ ମୃତ୍ୟୁର ମାସେ ପରେ ୨୪ ଜୁଲାଇ ୨୦୨୦ରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା ।

ଶ୍ରୀଦେବୀ:

ବଲିଉଡର ହାଓ୍ୱା ହାଓ୍ୱାଇ ଗର୍ଲ ଶ୍ରୀଦେବୀ । ଦୁବାଇର ଏକ ହୋଟେଲରେ ଆଖି ବୁଜିଥିଲେ ।  ସକାଳୁ ଉଠୁ ଉଠୁ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା ।  ମୃତ୍ୟୁର ୧୦ ମାସ ପରେ ତାଙ୍କୁ ଶାହାରୁଖଙ୍କ ଅଭିନୀତ ‘ଜିରୋ’ରେ ଦେଖିବାକୁ ମିଳିଥିଲା ।