ବଧିପାଟଣା ମର୍ଡର ସ୍ପଟରେ ଶର୍ମିଷ୍ଠା, କେମିତି ପୋତିଥିଲା..

ନୟାଗଡ଼: ମାନସକୁ ହତ୍ୟା  ପରେ ଯେଉଁ ସ୍ଥାନରେ ପୋତିଥିଲା ଶର୍ମିଷ୍ଠା, ସେହି ସ୍ଥାନରେ ବଖାଣିଲା ହତ୍ୟାର ଦୃଶ୍ୟ । ନୟାଗଡ଼ରେ କ୍ରାଇମସିନ୍ ରିକ୍ରିଏଟ କରିଛି କ୍ରାଇମବ୍ରାଞ୍ଚ । କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ସିରିଜ ଡେମୋ । ଚାନ୍ଦବାଲି ଓ ଭୁବନେଶ୍ବର ଦୟାଲ ଆଶ୍ରମ ପରେ ନୟାଗଡ ଜିଲ୍ଲା ରଣପୁର ବଧିପାଟଣା କ୍ରାଇମସ୍ପଟରେ କ୍ରାଇମସିନ୍ ରିକ୍ରିଏଟ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ମାନସଙ୍କୁ ହତ୍ୟାପରେ ଏଠାରେ ପୋତାଯାଇଥିଲା । କେମିତି ଏଠାରେ ପୋତା ଯାଇଥିଲା ମାନସଙ୍କ ମୃତଦେହ ଓ ପ୍ରମାଣ ଲୁଚାଇବାକୁ କଣ ହୋଇଥିଲା ପ୍ଲାନ୍‌, ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ଦେଖାଇଥିଲା ଡେମୋ ।

ଆଜି ସକାଳେ ପ୍ରଥମେ ଚାନ୍ଦବାଲିରେ ଶର୍ମିଷ୍ଠା କ୍ରାଇମସିନ୍ ରିକ୍ରିଏସନ୍ କରି ଦେଖାଇଥିଲା । ପରେ ସେଠାରୁ ଆସି ଶର୍ମିଷ୍ଠାକୁ ଭୁବନେଶ୍ବର ଦୟାଲ ଆଶ୍ରମ ଅଣାଯାଇଥିଲା । ଏଠାରେ ବି ଶର୍ମିଷ୍ଠା କହିଛି ନିର୍ଯାତନା ଓ ହତ୍ୟା ବେଳର ସତ । ସତ କହିବା ବେଳେ କାନ୍ଦି ପକାଇଥିଲା ଶର୍ମିଷ୍ଠା । ଚାନ୍ଦବାଲିରୁ ଅପହରଣ ପରେ ଦୟାଲ ଆଶ୍ରମରେ ମାନସଙ୍କୁ ନୃଶଂସ ଭାବେ ନିର୍ଯାତନା ଦିଆଯାଇଥିଲା । ପରେ ହତ୍ୟା କରି ରଣପୁରର ବଧିପାଟଣାରେ ପୋତା ଯାଇଥିଲା ।