ରାଜସୁନାଖଳାରୁ ୧୦କେଜି ଲୁଣ କିଣିଥିଲା ଶର୍ମିଷ୍ଠା

1 min read

ଭୁବନେଶ୍ୱର: ମାନସକୁ ପୋତିବା ପାଇଁ ୧୦ କେଜି ଲୁଣ କିଣିକି ନେଇଥିଲା ଶର୍ମିଷ୍ଠା  । କ୍ରାଇମସିନ୍ ରିକ୍ରିଏସନ୍ ରେ ସବୁ ସତ ମାନିଲା ହତ୍ୟାକାରୀ ଶର୍ମିଷ୍ଠା  । କିପରି ମୃତ ଦେହ ଶୀଘ୍ର ନଷ୍ଟ ହୋଇଯିବ ସେନେଇ ପ୍ରି-ପ୍ଲାନ କରିଥିଲେ  ।   ଚାନ୍ଦବାଲିରୁ ଅପହରଣ ଦୟାଲ ଆଶ୍ରମରେ ନିର୍ଯାତନା ପରେ ହତ୍ୟା, ରଣପୁର ବଧିପାଟଣାରେ ପ୍ରମାଣ୍ଡ ନଷ୍ଟ । ଶୁକ୍ରବାର ଶର୍ମିଷ୍ଠା କ୍ରାଇମବ୍ରାଞ୍ଚ ଆଗରେ ହତ୍ୟା ପଛର ସବୁ ସତ ଓଗାଳିଛନ୍ତି  । ଅପହରଣ ପରେ ୭ତାରିଖ ମଧ୍ୟାହ୍ନରେ ଦୟାଲ ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ମାନସଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ। ମୃତ୍ୟୁ ପରେ ମାନସଙ୍କ ମୃତଦେହ ୮ତାରିଖ ଅପରାହ୍ନରେ ବଧିପାଟଣା ନେଇଥିଲେ ।

ମୃତଦେହ ପୋତିବାକୁ ୧ନମ୍ବର ମାର୍କେଟ୍‌ରୁ ଅଖା ବସ୍ତା, ସୁତୁଲୀ ଓ ଗ୍ଲୋବସ କିଣିଥିଲେ ଶର୍ମିଷ୍ଠା ଓ ଝୁନା । ଯିବା ବାଟରେ ରାଜସୁନାଖଳାରୁ ୧୦କେଜି ଲୁଣ ବି ନେଇଥିଲେ । ମୃତଦେହ ପୋତିବାକୁ ଫାଉଡ଼ା ଓ ଗଇଁତି କିଣିଥିଲେ ଭାଗ୍ୟଧର ଓ ରଞ୍ଜନ । କିନ୍ତୁ ଏ କଥା ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ଭୁବନେଶ୍ୱରରେ ହତ୍ୟା ପରେ କାହିଁକି ନୟାଗଡ଼ରେ ମୃତଦେହ ପୋତିବାକୁ ନେଲେ ଏମାନେ  । ଏହାର ସତ ମଧ୍ୟ ଆଜି ସାମ୍ନାକୁ ଆସିଛି  । ବଧିପାଟଣାରେ ଭାଗ୍ୟଧରର ଗାଁ  । ତେଣୁ କେଉଁ ଅଞ୍ଚଳରେ ମୃତଦେହ ପୋତିଲେ ପୋଲିସକୁ ଚକମା ଦେଇହେବ ସେନେଇ ମଧ୍ୟ ଯଥେଷ୍ଠ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା  ।

ସେପଟେ ଯେହେତୁ ବଧିପାଟଣାରେ ଭାଗ୍ୟଧରର ନିଜ ଗାଁ, ତେଣୁ ଗାଁ ଠାରୁ ୨କିଲୋମିଟର ଦୂର ନୂଆକାଟଣୀରେ  ମାନସଙ୍କ ମୃତଦେହ ପୋତିବାକୁ ହୋଇଥିଲା ପ୍ରୟାସ  । କ୍ରାଇମସିନ୍ ରିକ୍ରିଏସନ୍‌ ବେଳେ ଅପରାଧର ଆକ୍ସନ୍ ରିପ୍ଲେ ଦେଖାଇଛି ଶର୍ମିଷ୍ଠା  । ଅନ୍ୟପଟେ ଶର୍ମିଷ୍ଠା ଡେମୋ ଦେଖାଉ ଥିବା ବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଦିନ ତମାମ ମାରଥାନ ଜେରା ଓ କ୍ରସ୍ ଇଣ୍ଟେରୋଗେସନ୍ କରିଛି କ୍ରାଇମବ୍ରାଞ୍ଚ । ଚଣ୍ଡିଖୋଲରେ ପ୍ରମାଣ ନଷ୍ଟର ସତ ଓଗାରିଛି ରଞ୍ଜନ । ନିରଞ୍ଜନକୁ ସ୍ପେସାଲ ଟିମ ମାରାଥନ୍ ଜେରା କରିଛି । ଆସନ୍ତାକାଲି ରିମାଣ୍ଡ ଅବଧି ସରୁଥିବା ବେଳେ ପୁଣିଥରେ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରୁଥିବା ଜଣାପଡିଛି ।