spot_img
Home Blog Page 4577

ନିର୍ଦ୍ୱନ୍ଦ୍ୱରେ ବିଜୟୀ ପ୍ରାର୍ଥୀଙ୍କୁ ଅପହରଣ ମାମଲା: ମୁକୁଳାଇବା ଦାବିରେ ପଞ୍ଚାୟତବାସୀଙ୍କ ବିକ୍ଷୋଭ

0

ବ୍ରହ୍ମପୁର: ଗଞ୍ଜାମ ସୁବଳୟା ପଞ୍ଚାୟତରେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ସମିତି ସଭ୍ୟା ଓ ତାଙ୍କ ସ୍ୱାମୀଙ୍କୁ ଅପହରଣ ଘଟଣା । ଉଭୟଙ୍କୁ ମୁକୁଳାଇବା ଦାବିରେ କରପଡ଼ା ପଞ୍ଚାୟତରେ ସୁବଳୟା ପଞ୍ଚାୟତବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନିର୍ଦ୍ୱନ୍ଦ୍ୱରେ ସମିତି ସଭ୍ୟା ଭାବେ ଜିତିଥିବା ମାମି ଦାସ ଓ ତାଙ୍କ ସ୍ୱାମୀଙ୍କୁ କିଛିଦିନ ତଳେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାହାକ ଅପହରଣ କରିଥିବା ରମ୍ଭା ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଏଯାଏଁ ସ୍ୱାମୀ- ସ୍ତ୍ରୀଙ୍କ ପତ୍ତା ମିଳିନାହିଁ ।

ଏହାର ପ୍ରତିବାଦରେ ସୁବଳୟା ପଞ୍ଚାୟତ ଲୋକ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାହାକଙ୍କ ଗାଁ କରପଡ଼ାରେ ଆଜି ଶୋଭାଯାତ୍ରା କରି ପ୍ରଶାନ୍ତଙ୍କ ବିରୋଧରେ ନାରାବାଜି ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଖୁବଶୀଘ୍ର ଅପହୃତ ମାମି ଦାସ ଓ ତାଙ୍କ ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ଦାବି ହୋଇଛି । କରପଡା ଗାଁରେ ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର: ମାଷ୍ଟର ଟ୍ରେନ୍‌ରଙ୍କୁ ମିଳିଲା ଇଭିଏମ୍ ଟ୍ରେନିଂ

 

 

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ଏକାମ୍ର ପ୍ରକଳ୍ପ କାର୍ଯ୍ୟ କଲେ ଅନୁଧ୍ୟାନ

ଭୁବନେଶ୍ୱର: ମହା ଶିବରାତ୍ରି ପୂର୍ବରୁ ଶନିବାର ସନ୍ଧ୍ୟାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ ମନ୍ଦିର ଚାରିପଟେ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସିଂହଦ୍ୱାରରୁ ନିଜ କାରରୁ ଓହ୍ଲାଇବା ପରେ ଚାଲିଚାଲି ପ୍ରଥମେ ବିଘ୍ନ ବିନାଶକ ବିନାୟକ ଗଣେଶଙ୍କୁ ଦର୍ଶନ କରିଥିଲେ । ଏହାପରେ ବେଢା ବୁଲିବା ଆରମ୍ଭ କରିଥିଲେ । ସାଥୀରେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5-T ସଚିବ ଭି.କେ ପାଣ୍ଡିଆନ୍ । ପରେ ମୁଖ୍ୟମନ୍ତ୍ରୀ ମାଆ ପାର୍ବତୀ ଓ ଭୁବନେଶ୍ୱରୀଙ୍କୁ ଦର୍ଶନ ସାରି ଶେଷରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଗମ୍ଭୀରା ଭିତରକୁ ପ୍ରବେଶ କରିଥିଲେ ।

କୋଭିଡ କଟକଣାକୁ ଅନୁପାଳନ କରି ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଡ଼ୁ ନିଯୋଗ ସଭାପତି ପୂଜାର୍ଚ୍ଚନା କରିବା ସହିତ ନବୀନଙ୍କ ଦୀର୍ଘାୟୁ କାମନା କରି ଲିଙ୍ଗରାଜଙ୍କ ପାଖରେ ଜଳଲାଗି କରିଥିଲେ । ମୁଖ୍ୟମନ୍ତ୍ରୀ ନଡ଼ିଆ ଛୁଇଁ ତାଙ୍କୁ ପ୍ରଦାନ କରିଥିଲେ । ପୂଜା ସାରିବା ପରେ ଐତିହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଏହାପରେ ନବୀନ ମନ୍ଦିର ବାହାରକୁ ଆସି ଅପେକ୍ଷାରତ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ।

ସମ୍ପ୍ରତି ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଜୋରସୋର ଚାଲିଛି । ଚମକୁଛି ଏକାମ୍ର କ୍ଷେତ୍ର । ମନ୍ଦିର ମାଳିନୀ ସହରରେ ଗଡ଼ୁଛି ବିକାଶର ନନ୍ଦିଘୋଷ । ଐତିହ୍ୟର ସଂରକ୍ଷଣ ସହ ଆଗେଇଛି ସୌନ୍ଦର୍ଯ୍ୟକରଣ । ଲିଙ୍ଗରାଜ ମନ୍ଦିର ନିକଟ ୬୬ଏକର ଜମିରେ ଚାଲିଛି ଏକାମ୍ର ପ୍ରକଳ୍ପ । ଆଉ ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଯାଇ ସେଠାରେ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏଠାରେ ଏକା ସାଙ୍ଗରେ ୨ଲକ୍ଷ ଲୋକ ସମବେତ ହୋଇପାରିବେ । ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ଓରିଏଣ୍ଟସନ୍ କେନ୍ଦ୍ର, ଫୁଡ୍ ପ୍ଲାଜା, ପାର୍କିଂ ସୁବିଧା ରହିବ । ଏହା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟକାରୀ ହେଉଛି ୯ଟି ପ୍ରକଳ୍ପ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ତାଳେଶ୍ୱରରୁ ବଢ଼େଇବାଙ୍କ ଛକ ଯାଏଁ ନୂଆ ରାସ୍ତା ନିର୍ମାଣ ହେବ ।

ମନ୍ଦିର ଚାରିପଟେ ନିର୍ମାଣ ହେବ ପରିକ୍ରମା ପଥ । ଐତିହ୍ୟ ପୁଷ୍କରିଣୀଗୁଡ଼ିକର ସଂରକ୍ଷଣ ହେବ । ପୂର୍ବରୁ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପାଇଁ ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଥଇଥାନ କେନ୍ଦ୍ର, ଲିଙ୍ଗରାଜ ଥାନା, ମନ୍ଦିର ଟ୍ରଷ୍ଟ ବୋର୍ଡ ଅନ୍ୟତ୍ର ସ୍ଥାନାନ୍ତର ହେବ ।  ଏକାମ୍ର ପ୍ରକଳ୍ପର ସ୍ୱତନ୍ତ୍ର ଡିଜାଇନ୍ ତିଆରି କରିଛନ୍ତି ୧୦ଜଣିଆ ଟିମ୍ ।

ଗୁଜବକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜବାବ: ‘ନିର୍ବାଚନ ଆସିଲେ ଆରମ୍ଭ ହୁଏ ଗୁଜବ’

ଭୁବନେଶ୍ୱର: ଯେବେ ଯେବେ ନିର୍ବାଚନ ଆସେ ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜୁବ ପ୍ରଚାର ଆରମ୍ଭ ହୁଏ । କିନ୍ତୁ ଏଭଳି ଗୁଜୁବ ଯେବେ ବି ସୃଷ୍ଟି ହୋଇଛି, ବିଜୁ ଜନତା ଦଳ ନିର୍ବାଚନରେ ଆହୁରି ଭଲ ପ୍ରଦର୍ଶନ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ପ୍ରଚାର ଚାଲିଥିବା ବେଳେ ସେ ଏହାର ଜବାବ ରଖିଛନ୍ତି ।

ସେ ଆହୁରି କହିଛନ୍ତି ମୁଁ ସୁସ୍ଥ ଅଛି, ଓଡ଼ିଶାବାସୀଙ୍କ ସେବା କରୁଛି । ଆମେମାନେ ମନେ ରଖିବା ଉଚିତ୍ ଯେ ଏବେ ମଧ୍ୟ କୋଭିଡ ରହିଛି ଏବଂ ଆମକୁ କୋଭିଡ ସତର୍କତା ଅବଲମ୍ୱନ କରିବା ସହ ମାସ୍କ ପିନ୍ଧିବା ଜରୁରୀ । ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଏବଂ ଏକାମ୍ର ପ୍ରକଳ୍ପର ସମୀକ୍ଷା ପରେ ସେ ଏହା କହିଛନ୍ତି ।

ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର ସୃଷ୍ଟି ହୋଇଥିଲା । ତେବେ ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିବା ପରେ, ଗୁଜବକାରୀଙ୍କ ଗାଲରେ ବାଜିଛି ଶକ୍ତ ଚାପୁଡ଼ା । ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ନେଇ ମତଦାନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏଭଳି ଗୁଜବ ପ୍ରଚାର ଚାଲିଛି । କୁଚକ୍ରୀ ଗୋଷ୍ଠୀ କରିଛନ୍ତି ଏଭଳି ଘୃଣ୍ୟ କାର୍ଯ୍ୟ ।

ପରାଜୟ ଭୟରେ କୌଣସି ବିରୋଧୀ ରାଜନୈତିକ ଦଳ ଏଭଳି କରିଥିବା ସନ୍ଦେହ କରାଯାଉଛି ।୨୦୧୨ ମସିହାରୁ ଏଭଳି ଅସଫଳ ଷଡ଼ଯନ୍ତ୍ର କରାଯାଉଛି । ଜଣେ ପୂର୍ବତନ ସାଂସଦ ଏବଂ ଜଣେ ବର୍ତ୍ତମାନର ସାଂସଦ ଏଭଳି ଗୁଜବର ମଙ୍ଗ ଧରିଥିବା ଆଲୋଚନା ହେଉଛି । ଏଭଳି ହୀନ ରାଜନୀତିର ପରିଣାମ ସେମାନଙ୍କ ପାଇଁ ଭୟଙ୍କର ହେବ ବୋଲି ମତ । ଏହାପୂର୍ବରୁ ଜାନୁଆରୀ ମାସରେ ମଧ୍ୟ ସମାନ ଗୁଜବ ସୃଷ୍ଟି କରାଯାଇଥିଲା ।

ଜାନୁଆରୀ ୨୬ରେ ମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧି ମାର୍ଗରେ ରାଜଦର୍ପରେ ଚାଲି ଗୁଜବକାରୀଙ୍କ ମୁଁହ ବନ୍ଦ କରିଦେଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ କରି ଫାଇଦା ହାସଲ କରିବାଲାଗି ହୋଇଥିଲା ଉଦ୍ୟମ । ମୁଖ୍ୟମନ୍ତ୍ରୀଙ୍କ ବ୍ୟାୟାମ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଏବଂ ପରେ ମୁଖ୍ୟମନ୍ତ୍ରୀ ନିଜେ ଓହ୍ଲାଇଥିଲେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ।

ଟିକାକରଣ କ୍ଷେତ୍ରରେ ଓଡ଼ିଶା ଛୁଇଁଲା ମାଇଲଖୁଣ୍ଟ: ଲୋକଙ୍କୁ ଦିଆଗଲାଣି ୬କୋଟି ୨୮ ହଜାର ଡୋଜ୍

0

ଭୁବନେଶ୍ୱର: ଟିକାକରଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି । ୬କୋଟି ୨୮ହଜାର ଡୋଜ୍ ଦିଆସରିଛି କରୋନା ଟିକା । ସେଥିରୁ ୩କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଦିଆସରିଛି । ୨କୋଟି ୬୬ଲକ୍ଷଙ୍କୁ ଦ୍ୱିତୀୟ ଡୋଜ୍ ଦିଆସରିଛି । ୭ଲକ୍ଷ ୬୧ହଜାର ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି । ଟିକାକରଣରେ ରାଜ୍ୟର ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛି ସ୍ୱାସ୍ଥ୍ୟ ବିଭାଗ । ଏଯାଏଁ ୨୪ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି । ସେମାନଙ୍କୁ ତୁରନ୍ତ ଦ୍ୱିତୀୟ ଡୋଜ୍ ଦିଆଯିବା ପାଇଁ ଆଶା ଓ ଅଙ୍ଗନଓ୍ୱାଡି କର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଏକ ତାଲିକା ପ୍ରସ୍ତୁତ କରିଛି ।  ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ କରୋନା ପ୍ରଭାବ କମ୍ ହୋଇଥିବା ବେଳେ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । ହଟିଛି ନାଇଟକର୍ଫ୍ୟୁ । ରାଜ୍ୟର ସବୁ ସହରାଞ୍ଚଳରୁ ହଟିଲା ରାତ୍ରିକାଳୀନ କର୍ଫ୍ୟୁ । ଆଜିଠୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ । ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗିଥିଲା । ତେବେ ବିଗତ ପାଞ୍ଚ ଦିନ ହେଲା ରାଜ୍ୟରେ ଲଗାତାର ଭାବରେ ଏକ ହଜାରେ ତଳେ ସଂକ୍ରମଣ ରହିଛି । ଏହାକୁ ଦୃଷ୍ଟିରେ ରଖି ଏସଆରସି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ହଟିଲା ନାଇଟ କର୍ଫ୍ୟୁ

 

ଲିଙ୍ଗରାଜ ମନ୍ଦିର ଯିବେ ମୁଖ୍ୟମନ୍ତ୍ରୀ, ଏକାମ୍ର ପ୍ରକଳ୍ପର ହେବ ସମୀକ୍ଷା

ଭୁବନେଶ୍ୱର: ଚମକୁଛି ଏକାମ୍ର କ୍ଷେତ୍ର । ମନ୍ଦିର ମାଳିନୀ ସହରରେ ଗଡ଼ୁଛି ବିକାଶର ନନ୍ଦିଘୋଷ । ଐତିହ୍ୟର ସଂରକ୍ଷଣ ସହ ଆଗେଇଛି ସୌନ୍ଦର୍ଯ୍ୟକରଣ । ଲିଙ୍ଗରାଜ ମନ୍ଦିର ନିକଟ ୬୬ଏକର ଜମିରେ ଚାଲିଛି ଏକାମ୍ର ପ୍ରକଳ୍ପ । ଆଉ ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଯାଇ ସେଠାରେ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ ।

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏଠାରେ ଏକା ସାଙ୍ଗରେ ୨ଲକ୍ଷ ଲୋକ ହୋଇପାରିବେ ସମବେତ । ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ଓରିଏଣ୍ଟସନ୍ କେନ୍ଦ୍ର, ଫୁଡ୍ ପ୍ଲାଜା, ପାର୍କିଂ ସୁବିଧା ରହିବ । ଏହା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟକାରୀ ହେଉଛି ୯ଟି ପ୍ରକଳ୍ପ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ତାଳେଶ୍ୱରରୁ ବଢ଼େଇବାଙ୍କ ଛକ ଯାଏଁ ନୂଆ ରାସ୍ତା ନିର୍ମାଣ ହେବ । ମନ୍ଦିର ଚାରିପଟେ ନିର୍ମାଣ ହେବ ପରିକ୍ରମା ପଥ । ଐତିହ୍ୟ ପୁଷ୍କରିଣୀଗୁଡ଼ିକର ସଂରକ୍ଷଣ ହେବ । ପୂର୍ବରୁ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପାଇଁ ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଥଇଥାନ କେନ୍ଦ୍ର, ଲିଙ୍ଗରାଜ ଥାନା, ମନ୍ଦିର ଟ୍ରଷ୍ଟ ବୋର୍ଡ ଅନ୍ୟତ୍ର ସ୍ଥାନାନ୍ତର ହେବ ।  ଏକାମ୍ର ପ୍ରକଳ୍ପର ସ୍ୱତନ୍ତ୍ର ଡିଜାଇନ୍ ତିଆରି କରିଛନ୍ତି ୧୦ଜଣିଆ ଟିମ୍ ।

ପୌର ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର: ମାଷ୍ଟର ଟ୍ରେନ୍‌ରଙ୍କୁ ମିଳିଲା ଇଭିଏମ୍ ଟ୍ରେନିଂ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଆରମ୍ଭ ହୋଇଛି ଇଭିଏମ ପ୍ରଶିକ୍ଷଣ ଶିବିର । ପ୍ରତି ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ ପରିଚାଳନା ବାବଦରେ ତାଲିମ ଦେଉଛନ୍ତି ଏକ୍ସପର୍ଟ । ତାଲିମ ଶିବିରରେ ଆଜି ୧୫ ଜିଲାର ମାଷ୍ଟର ଟ୍ରେନରମାନେ ଯୋଗ ଦେଇଛନ୍ତି ।
ଆସନ୍ତାକାଲି ଆଉ ୧୫ ଜିଲାର ମାଷ୍ଟରଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଥର ପୌର ନିର୍ବାଚନ ନୋଟାର ବ୍ୟବହାର ସାଙ୍ଗକୁ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି । ପ୍ରତି ବୁଥରେ ୨ଟି ଇଭିଏମ ରହିବ । ଇଭିଏମର ବିସ୍ତୃତ ପରିଚାଳନା ବାବଦରେ ପ୍ରଶିକ୍ଷଣ ଦିଆଯାଉଛି । ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟର ୪୮ଟି ପୌର ପରିଷଦ, ୫୯ଟି ଏନଏସି ଓ ୩ ଟି ମହାନଗର ନିଗମର ୧୯୩୧ ୱାର୍ଡରେ ୪୫୮୪ ବୁଥରେ ମତ ଦାନ ଦେବ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ୮ଜାନୁଆରୀରେ  ତିନି ମହାନଗର ନିଗମ ପାଇଁ ସୀମା ନିର୍ଦ୍ଧାରଣ ଓ ୱାର୍ଡ ଚିଠା ସଂରକ୍ଷଣ ତାଲିକା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଏକ ବିଜ୍ଞପ୍ତି ଜରିଆରେ ଏହି ତାଲିକା ଉପରେ ବିଭାଗ ଜନସାଧାରଣଙ୍କଠାରୁ ପ୍ରସ୍ତାବ ଓ ଅଭିଯୋଗ ଆହ୍ୱାନ କରିଥିଲେ । ଏବଂ ୧୦ ଦିନ ଭିତରେ ଜନସାଧାରଣ ଅଭିଯୋଗ ଓ ପ୍ରସ୍ତାବ ଦେଇପାରିବେ। ଅଭିଯୋଗ ଓ ପ୍ରସ୍ତ‌ାବ ଉପରେ ବିଚାର କରି ବିଭାଗ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବ। ୧୦ଦିନ ପରେ ଆସିଥିବା ପ୍ରସ୍ତାବ ଓ ଅଭିଯୋଗ ଗ୍ରହଣୀୟ ହେବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା । ଏଥି ସହିତ ବ୍ରହ୍ମପୁର ଓ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ମହିଳା ଏବଂ କଟକ ମହାନଗର ନିଗମର ମେୟର ପଦବୀ ଅଣସଂରକ୍ଷିତ ରହିଛି ।

ଏଥିସହିତ ପଢ଼ନ୍ତୁ: ପୌର ନିର୍ବାଚନରେ ବିଳମ୍ୱ ନେଇ ଅଭିଯୋଗ କରୁଥିଲେ, ଏବେ ଘୁଞ୍ଚାଇବାକୁ ଦାବି କରୁଛନ୍ତି

ୟୁପିରେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରୁଛି ପ୍ରଚାର, ୨୦ରେ ଭୋଟ୍

ଲକ୍ଷ୍ନୌ: ତୃତୀୟ ପର୍ଯ୍ୟାୟ ପାଇଁ ଉତ୍ତରପ୍ରଦେଶରେ କମ୍ପୁଛି କ୍ୟାମ୍ପେନ । ୨୦ରେ ତୃତୀୟ ପର୍ଯ୍ୟାୟ ଭୋଟ ଥିବାରୁ ଆଜି ସନ୍ଧ୍ୟା ୬ଟା ସୁଧା ଶେଷ ହେବ ପ୍ରଚାର । ଏହି ପର୍ଯ୍ୟାୟରେ ୧୬ ଜିଲ୍ଲାରେ ୫୯ ସିଟ ପାଇଁ ମତଦାନ ହେବ । ଦୁଇ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ଓ ବିଜେପି ପାଇଁ ଏହି ପର୍ଯ୍ୟାୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ହାଥରସ୍, ଫିରୋଜାବାଦ୍, ଇଟାଓ୍ବା, ମେନପୁରୀ, କାସଗଞ୍ଜ, ମୈନପୁରୀ, ଫରୁଖାବାଦ, କନ୍ନୌଜ, କାନପୁର, ଝାନସୀ, ଲଳିତପୁର ଆଦି ଜିଲ୍ଲାରେ ଭୋଟ ଗ୍ରହଣ ହେବ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ ।

୫୯ ଆସନ ପାଇଁ ବିଭିନ୍ନ ଦଳରୁ ୬୨୭ ପ୍ରାର୍ଥୀ ମଇଦାନରେ ଥିବା ବେଳେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨କୋଟି ୧୬ ଲକ୍ଷ ଭୋଟର । ଏହି ପର୍ଯ୍ୟାୟରେ ମୈନପୁରୀ ଜିଲ୍ଲା କହରଲ ଆସନରୁ ନିର୍ବାଚନ ଲଢ଼ୁଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସେହି ଆସନରୁ କେନ୍ଦ୍ରମନ୍ତ୍ରୀ ଏସପି ସିଂହଙ୍କୁ ପ୍ରାର୍ଥୀ କରିଛି ବିଜେପି । ହଟାଓ୍ୱାର ଯଶବନ୍ତନଗରରୁ ନିର୍ବାଚନ ଲଢ଼ୁଛନ୍ତି ଅଖିଳେଶଙ୍କ ଚାଚା ଶିବପାଲ ଯାଦବ ।

ସନରାଇଜର୍ସ ହାଇଦ୍ରାବାଦ ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଲେ କାଟିଚ୍

ହାଇଦ୍ରାବାଦ: IPL ସିଜନ୍-୧୫ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ଝଟକା । ହାଇଦ୍ରାବାଦର ଆସିଷ୍ଟାଣ୍ଟ କୋଚ୍ ସାଇମନ୍ କାଟିଚ୍ ପଦରୁ ଇସ୍ତଫା ଦେଇଛନ୍ତି । ଟିମ୍ ମ୍ୟାନେଜମେଣ୍ଟ ଉପରେ ଗମ୍ଭୀର ଅଭିଯୋଗ ଆଣିବା ସହ ନିଜ ପଦରୁ ଇସ୍ତଫା ଦେଇଛନ୍ତି ସାଇମନ୍ । IPL ଅକ୍ସନ ପୂର୍ବରୁ ଟିମ୍‌ ପକ୍ଷରୁ କରାଯାଇଥିବା ଯୋଜନାକୁ ଫ୍ରାଞ୍ଚାଇଜ୍ ପକ୍ଷରୁ ଦୃଷ୍ଟି ଦିଆନଯିବାକୁ ନେଇ ସାଇମନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସିଜିନ-୧୫ ପାଇଁ ସନରାଇଜର୍ସ ହାଇଦ୍ରାବାଦ ୨୦ ଜଣ ଖେଳାଳୀଙ୍କୁ କିଣିଛି । ତେବେ ଏହି ୨୦ ଜଣ ଖେଳାଳୀଙ୍କୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ କିଣାଯାଇନଥିବା ଅଭିଯୋଗ ଆଣିଛନ୍ତି ସାଇମନ କାଟିଚ ।

ଆଇପିଏଲର ଗତ ସିଜିନରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ସମାଲୋଚନାର ଶିକାର ହୋଇଥିଲା । ସିଜିନ୍ ଅଧାରୁ ଡେଭିଡ ୱାର୍ଣ୍ଣରଙ୍କୁ ଅଧିନାୟକ ପଦରୁ ହଟାଯିବା ସହ ଖରାପ ଫର୍ମ ପାଇଁ ଚୂଡାନ୍ତ ଏକାଦଶରୁ ତାଙ୍କୁ ବାଦ ଦିଆଯାଇଥିଲା । ଆଇପିଏଲ ସିଜିନ-୧୪ ହାଇଦ୍ରାବାଦ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ୧୪ ମ୍ୟାଚରୁ ମାତ୍ର ୩ଟି ମ୍ୟାଚରେ ବିଜୟଲାଭ କରିଥିଲା ହାଇଦ୍ରାବାଦ ।

ରାଜ୍ୟରେ ହଟିଲା ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟରେ କୋହଳ ହେଲା କରୋନା କଟକଣା । ରାଜ୍ୟରୁ ହଟିଲା ନାଇଟକର୍ଫ୍ୟୁ । ରାଜ୍ୟର ସବୁ ସହରାଞ୍ଚଳରୁ ହଟିଲା ରାତ୍ରିକାଳୀନ କର୍ଫ୍ୟୁ । ଆଜିଠୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ । ନାଇଟ କର୍ଫ୍ୟୁ ହଟିବା ନେଇ ଏସଆରସି ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗିଥିଲା । ତେବେ ବିଗତ ପାଞ୍ଚ ଦିନ ହେଲା ରାଜ୍ୟରେ ଲଗାତାର ଭାବରେ ଏକ ହଜାରେ ତଳେ ସଂକ୍ରମଣ ରହିଛି । ଏହାକୁ ଦୃଷ୍ଟିରେ ରଖି ଏସଆରସି ଏଭଳି ନିଷ୍ପତ୍ତି ନେଇଛନ୍ତି । ସସୂଚନା ଅନୁସାରେ ଆଜି ରାଜ୍ୟରେ ୬ ଶହ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ଦିଲ୍ଲୀରୁ ବାହାରିବେ । ଅପରାହ୍ନ ୨ଟା୪୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିବେ ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ଯିବେ । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ବହୁ ବରିଷ୍ଠ ଅଧିକାରୀ ବିମାନବନ୍ଦରରେ ଉପସ୍ଥିତ ରହିବେ ।

ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ୨.୪୫ରେ ପହଞ୍ଚିବେ । ଏହାପରେ ୨.୫୫ ମିନିଟରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ ରାଷ୍ଟ୍ରପତି । ପୁରୀରେ ୩.୨୫ ମିନିଟରେ ପହଞ୍ଚିବା ପରେ ସେଠାରୁ ଏକ ସ୍ୱତନ୍ତ୍ର କାରକେଡରେ ଏକ ଘରୋଇ ହୋଟେଲକୁ ଯିବେ । ସେଠାରୁ ରାଷ୍ଟ୍ରପତି ୪.୫୫ ମିନିଟରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସିବାର କାର୍ଯ୍ୟକ୍ରମ ରହିଛି ।  ଜଗନ୍ନାଥ ମନ୍ଦିରରେ ୪୫ ମିନିଟ୍ ଅତିବାହିତ କରିବା ପରେ ରାତ୍ରୀଯାପନ ପାଇଁ ପୁଣି ଥରେ ହୋଟେଲକୁ ଫେରିବେ ରାଷ୍ଟ୍ରପତି । ପୁରୀରେ ରାତ୍ରୀଯାପନ ପରେ ୨୦ ତାରିଖ ସକାଳ ୧୦.୩୦ ମିନିଟରେ ବଡ଼ଦାଣ୍ଡ ସ୍ଥିତ ଗୌଡିୟ ମଠରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହେବେ । ଏହାପରେ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିଦିନ ନିର୍ବାଚନ ଥିବାରୁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ପୋଲିସ ଅଧିକାରୀ ମୁତୟନ ରହିବେ । ସେପଟେ ଗୌଡିୟ ମଠ ପରିସରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବେ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ।