spot_img
Home Blog Page 4576

ନବରଙ୍ଗପୁରରେ ପୋଲିସ ଗାଡି ଓଲିଟିବା ଘଟଣା, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ନବରଙ୍ଗପୁରରେ ପୋଲିସ ଗାଡି ଓଲିଟିବା ଘଟଣା । ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ବସ୍ ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ବିଷୟରେ ଜାଣି ସେ ଦୁଃଖିତ ଥିବା ଟ୍ବିଟ୍ କରି ଜଣାଇଛନ୍ତି । ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୫ରୁ ଅଧିକ ଗ୍ରାମରଖିଙ୍କୁ ନେଇ ନବରଙ୍ଗପୁର ପୋଲିସ ରିଜର୍ଭ ଅଫିସରୁ କୋଷାଗୁମୁଡ଼ା ଅଭିମୁଖେ ଯାଉଥିବା ବସ ସୋରିଷପଦରର ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣ ଗ୍ରାମରକ୍ଷୀଙ୍କ ମୃତ୍ୟୁ ହୋଇଥିଲା । ୨୫ରୁ ଅଧିକ ଆହତ ହୋଇଛନ୍ତି । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।

ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୩ ଗ୍ରାମରଖି ହେଉଛନ୍ତି ନବରଙ୍ଗପୁର ଇଛାବତୀଗୁଡ଼ାର ଶେଷା ରାଓ, ଖାତିଗୁଡା ଥାନା ଅଞ୍ଚଳର ରବି ବିଶୋଇ, ଓ ଡ଼ଙ୍ଗରଭେଜା ଫାଣ୍ଡି ଅଞ୍ଚଳର ଜଗବନ୍ଧୁ ଗୌଡ଼ । ତେବେ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତ ଓ ଗୁରୁତରମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରାଯିବ ଏବଂ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଡଃ. କମଳଲୋଚନ ମିଶ୍ର ସୂଚନା ଦେଇଛନ୍ତି । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ବିଧାୟକ ସଦାଶିବ ପ୍ରଧାନୀ ମେଡିକାଲରେ ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି ।

ବିଶ୍ୱକୁ ପରାକ୍ରମ ଦେଖାଇବ ଋଷ, ଆଜି ସାମରିକ ବାହିନୀର ମେଗା ଡ୍ରିଲ୍ ଅନୁଧ୍ୟାନ କରିବେ ପୁଟିନ୍

ନୂଆଦିଲ୍ଲୀ: ଆଜି ବିଶ୍ୱକୁ ପରାକ୍ରମ ଦେଖାଇବ ଋଷ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନିଙ୍କ ଡେଞ୍ଜର ଗେମ୍ । ଆଜି ସାମରିକ ବାହିନୀର ମେଗା ଡ୍ରିଲ ଅନୁଧ୍ୟାନ କରିବେ ପୁଟିନ । ଆଣବିକ ଅସ୍ତ୍ରଶସ୍ତ୍ର, ବାଲିଷ୍ଟିକ ଓ କ୍ରୁଜ ମିସାଇଲର ସମରାଭ୍ୟାସ ଓ ପ୍ରୟୋଗ କ୍ଷେତ୍ରରେ ନିର୍ଭୁଲତା ଆଦିର ସମୀକ୍ଷା କରିବେ ପ୍ରେସିଡେଣ୍ଟ । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ସୀମାରେ ପ୍ରାୟ ଦେଢ ଲକ୍ଷ ଋଷୀୟ ସୈନ୍ୟ ମୁତୟନ ହୋଇଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି- ଋଷ ଯାହା କହୁଛି ମିଛ କହୁଛି । ୟୁକ୍ରେନ ଆକ୍ରମଣ କୌଣସି ମୁହୂର୍ତ୍ତରେ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ୟୁକ୍ରେନର କେତେକ ସ୍ଥାନରେ ଋଷ ପକ୍ଷରୁ ଗୋଳାମାଡ କରାଯାଇଛି ବୋଲି ଅଭିଯୋଗ ହୋଇଛି ।

ସେପଟେ ଋଷ ସୀମାରେ ଅଧିକରୁ ଅଧିକ ସୈନ୍ୟ ମୁତୟନ କରୁଛି ବୋଲି କହିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟୋଟେନବର୍ଗ । ଋଷ ପ୍ରିପ୍ୟାତ ନଦୀ ଉପରେ ବ୍ରିଜ ନିର୍ମାଣ କରି ଅଧିକ ସୈନ୍ୟ ମୁତୟନ କରୁଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ଖୁବଶୀଘ୍ର ୟୁକ୍ରେନରୁ ବନ୍ଦେ ଭାରତ ମିଶନ ଜରିଆରେ ଭାରତୀୟ ନାଗରିକଙ୍କୁ ସ୍ବଦେଶ ଫେରାଇ ଅଣାଯିବ ବୋଲି ଘୋଷଣା କରିଛି ଏୟାର ଇଣ୍ଡିଆ । ଆସନ୍ତା ୨୨, ୨୪ ଓ ୨୬ ତାରିଖରେ ଏହି ବିମାନ ଚାଲିବ ବୋଲି କୁହାଯାଇଛି । ସେପଟେ ୟୁକ୍ରେନରେ ଫସିଥିବା ସମ୍ପର୍କୀୟମାନଙ୍କୁ ଫେରାଇ ଆଣିବା ଲାଗି ଅନୁରୋଧ କରିଛନ୍ତି ପରିବାର ।

ପୁରୀରେ 5-T ସଚିବ, ଶ୍ରୀଜିଉଙ୍କୁ କଲେ ଦର୍ଶନ

ପୁରୀ: ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ। ଆଜି ସକାଳୁ ସେ ପୁରୀ ପହଞ୍ଚି ଶ୍ରୀମନ୍ଦିରକୁ ଯାଇଥିଲେ। ଶ୍ରୀମନ୍ଦିରରେ ସେ ଏବଂ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଭିତରେ ବେଡ଼ା ପରିକ୍ରମା କରିବା ସହ ଦର୍ଶନ ସାରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି । ଏହାପୂର୍ବରୁ ଗତ ବୁଧବାର ମଧ୍ୟ ଭି.କେ ପାଣ୍ଡିଆନ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପୁରୀ ଆସିଥିଲେ ।

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ବିମାନବନ୍ଦରରେ ସ୍ୱାଗତ କରିବେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ଦିଲ୍ଲୀରୁ ବାହାରି ଅପରାହ୍ନ ୨ଟା ୪୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକଙ୍କୁ ଏୟାରପୋର୍ଟରେ ସ୍ବାଗତ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ପୁରୀ ରାଜଭବନରେ ପହଞ୍ଚି ସ୍ୱଳ୍ପ ରହଣୀ ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ ରହିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନଜରରେ ରଖି ଅପରାହ୍ନ ୪ ଟାରୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖାଯିବ ।

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଗୌଡୀୟ ମଠକୁ ଯାଇ ଆଳତି କାର୍ଯ୍ୟକ୍ରମରେ ଯୋଗଦେବା ସହ ୧୫ ମିନିଟ ବିତାଇବେ । ଏହାପରେ ଶରଧାବାଲି ଯାଇ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟା ବିଶ୍ବବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗ ଦେବେ । ସେପଟେ ଗଜପତି ମହାରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗଦେଇପାରିବେନି ବୋଲି ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

କାର୍ ଭିତରୁ ଜବତ ହେଲା ୩ଲକ୍ଷ ୩୩ହଜାର ଟଙ୍କା: ବିଜେପି ପାଇଁ ଟଙ୍କା ବାଣ୍ଟୁଥିବା ଅଭିଯୋଗ

0

ଦେବଗଡ଼: ପ୍ରଥମେ ହିଂସା, ଏବେ ଟଙ୍କା। ଦେବଗଡ଼ରେ ପରାଜୟ ଭୟରେ ହତାଶ ବିଜେପି । ପ୍ରଥମେ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ଆକ୍ରମଣ, ଧମକ ଚମକ ଦେଉଥିଲେ ବିଜେପି ନେତା ଓ କର୍ମୀ। ଆଉ ଏବେ ଭୋଟ ହାତେଇବାକୁ ଟଙ୍କା ବାଣ୍ଟୁଛି ବିଜେପି। କେବଳ କର୍ମୀ ନୁହଁନ୍ତି ଟଙ୍କା ବଣ୍ଟା କାମରେ ଶିକ୍ଷକଙ୍କୁ ବି ଦଳ ଲଗାଇଥିବା ଅଭିଯୋଗ ହୋଇଛି। ତିଳେଇବଣି ବ୍ଲକ ଭୁକାବେଡା ଗାଁ ନିକଟରେ ଏକ କାର୍ ଭିତରୁ ୩ଲକ୍ଷ ୩୩ହଜାର ଟଙ୍କା ଜବତ କରିଛି ପୋଲିସ।

ଭୁଟେଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଭାଗ୍ୟ ପାତ୍ର ବିଜେପି ପାଇଁ ଟଙ୍କା ବାଣ୍ଟୁଥିବା ଜଣାପଡ଼ିଛି । ଟଙ୍କା ଜବତ କରିବା ସହ ସୁଭାଗ୍ୟଙ୍କୁ ଅଟକ ରଖିଛି ପୋଲିସ। ସ୍ଥାନୀୟ ବିଧାୟକ ସୁବାସ ପାଣିଗ୍ରାହୀ ଶିକ୍ଷକଙ୍କୁ ଛାଡିବା ପାଇଁ ପୋଲିସ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି। ଏପରିକି ବିଧାୟକ ନିଜେ ଥାନାକୁ ଆସିବା ପରେ ବିଜେପିର ସଂପୃକ୍ତି ଏକପ୍ରକାର ସ୍ପଷ୍ଟ କରିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜୟ ପାଇଁ ବିଜେପି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି ।

କୋହଲୀ, ପନ୍ତ ଓ ବୋଲର ଜିତାଇଲେ ମ୍ୟାଚ୍

କୋଲକାତା: ଇଡେନ ଗାଡେନ୍ସରେ ଖେଳାଯାଇଥିବା ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ମ୍ୟାଚ୍‌କୁ ୮ରନ୍ ଜିତି ନେଇଛି ଭାରତ । ଏହା ସହିତ ୩ଟିକିଆ ସିରିଜ୍‌କୁ ୨-୦ରେ ଜିତି ନେଇଛି । ଭାରତ ଦ୍ୱାରା ରଖାଯାଇଥିବା ୧୮୭ ରନ ବିଜୟ ଲକ୍ଷ୍ୟ ଜବାବରେ ଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୧୭୮ ରନ କରିପାରିଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ୬୨ ରନ ଓ ରୋଭମାନ ପଓ୍ୱେଲ ୬୮ ରନ କରିଥିଲେ ।

ଆଜିର ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।  । ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା । ଓପନ୍‌ର ଈଶାନ୍ କିଷନ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ପ୍ରଥମ ଟି-୨୦ରେ ଜବରଦସ୍ତ ବ୍ୟାଟିଂ କରିଥିବା ରୋହିତ୍ ଶର୍ମା ମାତ୍ର ୧୯ ରନ୍‌ର ବ୍ୟକ୍ତିଗତ ସ୍କୋରରେ ପେଭିଲିୟନ୍ ଫେରିଥିଲେ । ରୋହିତଙ୍କୁ ରୋଷ୍ଟନ୍ ଚେଜ୍ ଆଉଟ୍ କରିଥିଲେ। ରୋହିତଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଲଗାତର ଖରାପ ଫର୍ମରେ ଥିବା ବିରାଟ୍‌ କୋହଲି ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଏବଂ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ କୋହଲି ନିଜ ୱିକେଟ୍‌ ହରାଇ ବସିଥିଲେ। ସେ ୪୧ ବଲର ସାମ୍ନା କରି ୭ ଚୌକା ଓ ୧ ଛକା ସହ ୫୨ ରନ୍ କରିଥିଲେ। କୋହଲିଙ୍କ ଆଉଟ୍ ପରେ ଋଷଭ ପନ୍ତ ଓ ଭେଙ୍କଟେଶ ଆୟର୍ ରନ୍ ଗତି ଜାରି ରଖିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୭୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରି ଭାରତକୁ ମଜଭୁତ ସ୍କୋରରେ ପହଞ୍ଚାଇଥିଲେ। ଏହି ବିଜୟ ସହ ଭାରତ ସିରିଜର ୨-୦ରେ ଅଜେୟ ଅଗ୍ରଣୀ ହାସଲ କରିଛି ।

ଏଥିସହିତ ପଢ଼ନ୍ତୁ: ସନରାଇଜର୍ସ ହାଇଦ୍ରାବାଦ ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଲେ କାଟିଚ୍

ଗଜପତି ମହାରାଜା କରୋନା ସଂକ୍ରମିତ ଚିହ୍ନଟ: ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେନାହିଁ

ପୁରୀ: ଗଜପତି ମହାରାଜା ଦିବ୍ୟ ସିଂହ ଦେବ କରୋନା ସଂକ୍ରମିତ ଚିହ୍ନଟ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଗଜପତି ମହାରାଜା । ଏଣୁ ସେ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ପାଇଁ ଆୟୋଜନ ହେବାକୁ ଥିବା ସ୍ୱାଗତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ନାହିଁ । ଗଜପତିଙ୍କ ଅନୁପସ୍ଥିିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶ୍ରୀମନ୍ଦିର ସିଂହ ଦ୍ୱାର ଠାରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱାଗତ କରାଯିବା କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ରାମନଥ କୋବିନ୍ଦଙ୍କ କାର୍ଯ୍ୟକ୍ରମ କରୋନା କଟକଣା ମଧ୍ୟରେ କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ବ୍ୟକ୍ତି ବିଶିଷ୍ଟମାନଙ୍କର ଆଜି କରୋନା ପରୀକ୍ଷା କରାଯାଇଥିଲା। ଏହି କ୍ରମରେ ଗଜପତି ମହାରାଜାଙ୍କର ମଧ୍ୟ କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ଗଜପତିଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିଛି। ତେଣୁ ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଦୂରେଇ ରହିବେ। ତେବେ ଗଜପତି ମହାରାଜା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଭବ କରୁନାହାନ୍ତି। ସେ ବର୍ତ୍ତମାନ ପାଇଁ ୭ ଦିନ ପର୍ଯ୍ୟନ୍ତ ଗୃହ ସଂଗରୋଧରେ ରହିବେ।

ଏଥିସହିତ ପଢ଼ନ୍ତୁ: ଗୁଜବକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜବାବ: ‘ନିର୍ବାଚନ ଆସିଲେ ଆରମ୍ଭ ହୁଏ ଗୁଜବ’

ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ : ୩ଜଣଙ୍କ ମୃତ୍ୟୁ

ନବରଙ୍ଗପୁର: ପାପଡ଼ାହାଣ୍ଡି ଅନ୍ତର୍ଗତ ମୋକିଆ ନିକଟବର୍ତ୍ତୀ ସୋରିଷପଦର ଗାଁ ନିକଟରେ ପୋଲିଂ ବସ ଦୁର୍ଘଟଣା ଗ୍ରସ୍ତ । ତିନି ଜଣ ମୃତ, ଆହତମାନଙ୍କୁ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି । ନିର୍ବାଚନ କାର୍ଯ୍ୟ ନିମନ୍ତେ କୋଷାଗୁମୁଡା ବ୍ଲକକୁ ଯିବା ସମୟରେ ଦୁର୍ଘଟଣା ସୂଚନା । ପୋଲିସ ବାହିନୀର ଗୃହରକ୍ଷୀ ଓ ହୋମଗାର୍ଡ ରହିଥିବା ସୂଚନା ।

ସୂଚନା‌ ଅନୁସାରେ ଆଜି ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୨ୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଗ୍ରାମରକ୍ଷୀ ମାନେ ନବରଂଗପୁର ଆରଓ କାର୍ଯ୍ୟାଳୟରୁ କୋଷାଗୁମୁଡାକୁ ଯାଉଥିଲେ। ସେମାନେ କୋଷାଗୁମୁଡା ଅଞ୍ଚଳରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ୩ୟ ପର୍ଯ୍ୟାୟର ଭୋଟ ଗ୍ରହଣ ସମୟରେ  ଡ୍ୟୁଟି କରିଥାନ୍ତେ। ପ୍ରାୟ ୪୦ ଜଣଙ୍କୁ ନେଇ ଏହି ବସ୍‌ଟି ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ଠାରୁ ବାହାରିଥିଲା। କିନ୍ତୁ ପାପଡ଼ାହାଣ୍ଡି ବ୍ଲକର ସୋରିଷପଦର ଗାଁ ନିକଟରେ ବସ୍‌ର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଏହା ଫଳରେ ଏଯାବତ୍ ମୋଟ ୩ଜଣଙ୍କ ମୃତ୍ୟୁୁ ହୋଇଛି ।

ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଛି। ତେବେ ସ୍ଥାନୀୟ ଲୋକଙ୍କର ସହାୟତରେ ପୋଲିସ ଆମ୍ବୁଲାନ୍ସ ଜରିଆରେ ସମସ୍ତ ଆହତ ଓ ଗୁରୁତରଙ୍କୁ ପାପାଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। କିନ୍ତୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ହିଂସାର ବାଟ ଛାଡ଼ୁନି ବିଜେପି: ବୁଥ୍‌ ଭଙ୍ଗାରୁଜା ସହ ପୋଲିଂ କର୍ମଚାରୀଙ୍କୁ କଲା ଆକ୍ରମଣ

ଭୁବନେଶ୍ୱର: ହିଂସା ବାଟ ଛାଡ଼ୁନି ବିଜେପି । ଆଜି ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବି ନେତା ଓ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଦେଖବାକୁ ମିଳିଛି । ଏଥର ବି ଭୋଟ ବାକ୍ସ ରିଗିଂ କରିଛନ୍ତି କର୍ମୀ । କେତେକ ସ୍ଥାନରେ ବୁଥ ଭଙ୍ଗାରୁଜା ସହ ମତଦାତା ଏବଂ ପୋଲିଂ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଏଭଳି ଭାବେ ଆତଙ୍କ ଘଟାଇ ବିଜୟ ଆଶାରେ ରହିଛି ବିଜେପି ।

ହିଂସାକୁ ଅସ୍ତ୍ର କରିଛି ବିଜେପି । ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବି ନେତା ଓ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ଆତଙ୍କ ଘଟାଇ ବିଜୟ ଆଶାରେ ବିଜେପି । କେଉଁଠି ଭୋଟବାକ୍ସ ରିଗିଂ କଲେ ତ ଆଉ କେଉଁଠି ବୁଥରେ କରିଛନ୍ତି ଭଙ୍ଗାରୁଜା । ମତଦାତା ଓ ପୋଲିଂ କର୍ମଚାରୀଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନାହାନ୍ତି ବିଜେପି ଗୁଣ୍ଡା । ଜଗତସିଂହପୁରରେ ପଟସରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ନମ୍ବର ବୁଥରେ ଭୋଟ ବାକ୍ସ ଭଙ୍ଗାରୁଜା କରିଛନ୍ତି ୪୦ ରୁ ୫୦ ବିଜେପି କର୍ମୀ । ମତଦାତାଙ୍କୁ ଠେଲି ବାହାରକୁ ବିଦା କରିଦେଇଥିଲେ । ସେପଟେ ଡିହପଟସରା ପ୍ରାଥମିକ ବିଦ୍ୟାଳୟର ବୁଥରେ ଭଙ୍ଗାରୁଜା କରିଛନ୍ତି କର୍ମୀ । ବାଲେଶ୍ଵର ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତର ଲକ୍ଷ୍ମୀଧର ମହାନ୍ତିଙ୍କୁ ବିଜେପି କର୍ମୀମାନେ ଆକ୍ରମଣ କରିଛନ୍ତି । କାରଣ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । କେନ୍ଦ୍ରାପଡାରେ ବି ବିଜେପି କର୍ମୀଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । କରିଲୋପାଟଣା ନାରଣପୁର ୧୪ନମ୍ବର ବୁଥରେ ବିଜେଡି ଏଜେଣ୍ଟଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି ।

ପାରାଦୀପରେ ରକ୍ତମୁଖା ବିଜେପି । ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ରାଲିରେ ବିଜେପି କର୍ମୀ କରିଥିଲେ ଲଙ୍କାକାଣ୍ଡ । କଟକ ବାରଙ୍ଗ ବ୍ଲକରେ ଅଭାବନୀୟ ପରିସ୍ଥିତି । ବାଇକରେ ବାଲାଟ ବାକ୍ସ ନେଇ ଅଧିକାରୀ ପଳାଇଯିବା ବେଳେ ପୋଲିସ ଉଦ୍ଧାର କରିଛି । ଅଧିକାରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

କୁଆଡେ ଗଲେ ଗଞ୍ଜାମ ସୁବଳୟା ପଞ୍ଚାୟତରେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ସମିତି ସଭ୍ୟା ଓ ତାଙ୍କ ସ୍ୱାମୀ । ଉଭୟଙ୍କୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାହାକ ଅପହରଣ କରିଥିବା ଅଭିଯୋଗ ହୋଇଛି । ଅପହରଣ ନେଇ ଥାନାରେ ଅଭିଯୋଗ ସତ୍ତ୍ୱେ ମିଳୁନି ପତ୍ତା । ଉଭୟଙ୍କୁ ମୁକୁଳାଇବା ଦାବିରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷକଙ୍କ କରପଡ଼ା ପଞ୍ଚାୟତରେ ସୁବଳୟା ପଞ୍ଚାୟତବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶାନ୍ତି ଶୃଙ୍ଖଳାର ସହ ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ମୋଟ ୭୧ ପ୍ରତିଶତ ମତଦାନ

ଶାନ୍ତି ଶୃଙ୍ଖଳାର ସହ ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ମୋଟ ୭୧ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଆଜି ୭୧ ପ୍ରତିଶତ ମତଦାନ ହୋଇଛି । କାଁ ଭାଁ ଗଣ୍ଡଗୋଳକୁ ଛାଡ଼ି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ମତଦାନ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି । ୩୦ ଜିଲ୍ଲାର ୨୦ ହଜାର ୪୩୬ ବୁଥରେ ୧୮୬ ଜିଲ୍ଲା ପରିଷଦ ଜୋନ ସହ ୧୫୧୪ ପଞ୍ଚାୟତରେ ଭୋଟ ପଡ଼ିଛି । ବାଲଟ ବକ୍ସରେ ସିଲ ହୋଇଯାଇଛି ପ୍ରାର୍ଥୀମାନଙ୍କ ଭାଗ୍ୟ ।

ବୁଥରେ ଧାଡ଼ିରେ ଯାଇ ଜଣେ ଭୋଟର ଦେଇଛନ୍ତି ୪ଟି ଭୋଟ୍‌ । ଓ୍ୱାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି, ସମିତି ସଭ୍ୟ ପାଇଁ ନୀଳ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଧଳା ବାଲଟ ପେପରରେ ଭୋଟର ନିଜ ପସନ୍ଦର ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲ୍ଲାର ୬୮ ବ୍ଲକର ୨୦ ହଜାର ୪୩୬ ବୁଥରେ ୧୮୬ ଜିଲ୍ଲା ପରିଷଦ ସଭ୍ୟ, ୧୫୧୪ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ସରିଛି । ୨୦୧୭ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୭୭ ଦଶମିକ ୯୧ ପ୍ରତିଶତ ମତଦାନ ହୋଇଥିଲା । ଏଥର ୭୦ ପ୍ରତିଶତ ଟପିଛି ।

ଭୋଟଗ୍ରହଣ ପରେ ବାଲଟ୍ ବକ୍ସଗୁଡ଼ିକୁ ବ୍ଲକ ସ୍ତରରେ ଥିବା କଣ୍ଟ୍ରୋଲ ରୁମକୁ ନେଇ କଡ଼ା ସୁରକ୍ଷାରେ ରଖାଯାଇଛି । କିଛି ସ୍ଥାନରେ ବିଭିନ୍ନ କାରଣରୁ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା । ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କିଛି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ବାଲଟ ପେପରରେ ତ୍ରୁଟି ପାଇଁ ଦୁଇ ତିନିଟି ସ୍ଥାନରେ ପୁନଃ ନିର୍ବାଚନ ଆବଶ୍ୟକ ହୋଇପାରେ । ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ପାଇଲା ପରେ ରାଜ୍ୟ ନିର୍ବାଚନ କମିଶନ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ।  ୨୦ ତାରିଖ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିଛି । ଏହି ପର୍ଯ୍ୟାୟରେ ୨୯ ଜିଲ୍ଲାର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ୧୩୮୨ ପଞ୍ଚାୟତରେ ଭୋଟିଂ ହେବ । ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖ ତିନିଧରି ଭୋଟ ଗଣତି ହେବ ।