ଚର୍ଚ୍ଚାରେ ଗୁଜୁରାଟର ଗୃହମନ୍ତ୍ରୀଙ୍କ ବୟାନ୍‌, କହିଲେ ଦୁଷ୍ମର୍ମର କାରଣ ମୋବାଇଲ ଫୋନ୍‌

ଅହମଦାବାଦ:  ଚର୍ଚ୍ଚାରେ  ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଘବୀଙ୍କ ବୟାନ୍‌ । କହିଲେ ମୋବାଇଲ ଫୋନରେ ଉପଲବ୍ଧ ହେଉଥିବା ଅଶ୍ଳୀଳ ଭିଡ଼ିଓ ହିଁ  ଆଜିକାଲି ହେଉଥିବା ଦୁଷ୍ମର୍ମ ପଛର କାରଣ । କେବଳ ସେତିକି ନୁହେଁ ବରଂ ପଡ଼ୋଶୀ ଏବଂ ନିଜ ପରିବାର ସଦସ୍ୟଙ୍କ ସମ୍ପୃକ୍ତି ମଧ୍ୟ ଏକ ପ୍ରମୁଖ କାରଣ ବୋଲି କହିଛନ୍ତି ଗୁଜୁରାଟ ଗୃହମନ୍ତ୍ରୀ  ହର୍ଷ ସାଙ୍ଘବୀ ।

ହର୍ଷ ସାଙ୍ଘବୀ କହିଛନ୍ତିଯେ, ନିକଟରେ ଏହାକୁ ନେଇ ଏକ ସର୍ଭେ କରାଯାଇଥିଲା ।  ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛିଯେ, ମୋବାଇଲ ଫୋନ୍‌ କେଉଁଭଳି ଭାବରେ ଏଥିପାଇଁ ଦାୟୀ । କିଭଳି ଲୋକ ସମ୍ପୂର୍ଣ୍ଣ ଭାବରେ ଏହା ସହିତ ଜଡ଼ିତ ରହୁଛନ୍ତି ଏବଂ ଦୁଷ୍କର୍ମ କରୁଛନ୍ତି । ସେ କହିଛନ୍ତିଯେ, ଆମେ ସର୍ବଦା ଏଭଳି ଘଟଣା ପାଇଁ କେବଳ ପୋଲିସକୁ ଦାୟୀ କରୁ, କିନ୍ତୁ ବାସ୍ତବ କଥା ହେଉଛି ଆମେ କେବଳ ପୋଲିସକୁ ଏଥିପାଇଁ ଦାୟୀ କରିପାରିବା ନାହିଁ ।

କେବଳ ସେତିକି ନୁହେଁ ଯଦି ଏକ ବାପା ତା’ର କୁନି ଝିଅ ସହିତ ଦୁଷ୍କର୍ମ କରୁଛି ତାହା ପଛର କାରଣ ମଧ୍ୟ ମୋବାଇଲ ଫୋନ୍‌ ବୋଲି କହିଛନ୍ତି ଗୃହମନ୍ତ୍ରୀ   । କିନ୍ତୁ ଏହି ମାମଲାରେ ଗୁଜୁରାଟ ସବୁଠାରୁ ନିରାପଦ ସ୍ଥାନ ବୋଲି ସେ ମତ ରଖିଛନ୍ତି ।