ଭିନ୍ନ ଶୈଳୀରେ ମାଛ ଧରୁଛି କୁନି ପୁଅ, ଭିଡ଼ିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା

1 min read

ନନ୍ଦିଘୋଷ ବ୍ୟୁରୋ: ମହିଦ୍ରା ଗ୍ରୁପ ଚେୟାର ମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କ ସୋସିଆଲ ମିଡିଆ ପୋଷ୍ଟ ସର୍ବଦା ଚର୍ଚ୍ଚାରେଲ ରହିଥାଏ  ।  ଯେଉଁ ସମୟରେ ସେ ଯାହା ପୋଷ୍ଟ କରିଥାନ୍ତି, ତାହାର ପଛରେ ଥାଏ ବିରାଟ ବାର୍ତ୍ତା  । ସାଧାରଣ ଭିଡ଼ିଓରେ ଲୁଚି ରହିଥାଏ ଅନେକ ବାସ୍ତବବାଦୀ ଚିତ୍ର  । କେତେବେଳେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସା କରିଥାନ୍ତି ତ, କେତେବେଳେ କିଛି ନୂତନ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥାନ୍ତି ଆନନ୍ଦ ମହିନ୍ଦ୍ରା  ।

ଶନିବାର ନିଜ ଟ୍ବିଟର ପେଜରେ ଆନନ୍ଦ ମହିନ୍ଦ୍ରା ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି  । ଉକ୍ତ ବିଡ଼ିଓରେ ଜଣେ ନାବାଳକ ମାଛ ଧରିବାର ପ୍ରୟାସ କରୁଛି  । ତାହା ପୁଣି ଭିନ୍ନ ଏକ ଉପାୟରେ  । ଅର୍ଥାତ ପାଣି ଥିବା ଏକ ସ୍ଥାନରେ ଦୁଇଟି ଛୋଟିଆ ବାଡ଼ି ପୋତିଛି, ଉକ୍ତ ବାଡିରେ ଲାଗିଥିବା କଣ୍ଟାରେ ଅଟା ଗୁଳା କରି ପାଣି ମଧ୍ୟକୁ ପିଙ୍ଗି ଦେଉଛି  । ଦୀର୍ଘ ସମୟ ଧରି ପାମିର ତଟରେ ବସି ରହୁଛି ପିଲାଟି  । ଏବଂ ଧର୍ଯ୍ୟର ସହ ଅପେକ୍ଷା କରି ପରବର୍ତ୍ତୀ ସମୟରେ ବଡ଼ ସଫଳତା ହାସଲ କରୁଛି  । ଅର୍ଥାତ ବଡ଼ ବଡ଼ ମାଛ ଧରିବାରେ ସକ୍ଷମ ହେଉଛି  ।

ଏହି ଭିଡ଼ିଓଟି ପୋଷ୍ଟ କରିବା ସହ ଆନନ୍ଦ ମହିନ୍ଦ୍ରା ପିଲାଟିର ଧର୍ଯ୍ୟ ଏବଂ ଦୃଢ ବିଶ୍ୱାସକୁ ପ୍ରଶଂସା କରିଛନ୍ତି  । ଏହା ଏକ ସାଧାରଣ ଭିଡ଼ିଓ ନୁହେଁ  । ଏହା ଏକ ସ୍ୱଳ୍ପ କାହାଣୀ  । ଯାହା ଭିତରେ ଅନେକ କିଛି ଜୀବନର ଉପଦେଶ ଲୁଚି ରହିଥିବା କହିଛନ୍ତି ଆନନ୍ଦ ମହିନ୍ଦ୍ରା  । ଏବଂ ଶେଷରେ ଏକଥା ମଧ୍ୟ ସେ କହିଛନ୍ତି, ଦୃଢ ସଂକଳ୍ପ + ସରଳତା + ଧର୍ଯ୍ୟର ସମାହାରରେ ସଫଳତା ମିଳିଥାଏ  ।