ବିନା ବିଜୁଳି ଖର୍ଚ୍ଚରେ ଜମିକୁ ମାଡୁଛି ମହାନଦୀ ପାଣି

ସମ୍ବଲପୁର: ଜଳସେଚନ ପାଇଁ ନାହିଁ ଆଉ ବିଦ୍ୟୁତ ଚିନ୍ତା । ବିନା ବିଜୁଳିରେ ଜମିକୁ ମାଡୁଛି ମହାନଦୀ ପାଣି । ସୌର ଚାଳିତ ଉଠା ଜଳସେଚନ ପ୍ରକଳ୍ପରେ ଉପକୃତ ହେଉଛନ୍ତି ଚାଷୀ । ଧାନ ସାଙ୍ଗକୁ ଡାଲି ଜାତୀୟ ଫସଲ ଓ ପନିପରିବା ଚାଷ କରି ଲାଭବାନ ହେଉଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ସାହସପୁର ପଞ୍ଚାୟତର ଚାଷୀ । ଆଉ ପାଣି ପଞ୍ଚାୟତ ଗଠନ କରି ପ୍ରକଳ୍ପର ଦେଖାଶୁଣା କରୁଛନ୍ତି ।

ରେଢାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କ ଉଦ୍ୟମରେ ଏହି ସୌର ଲିଫ୍ଟ ପଏଣ୍ଟ ତିଆରି ହୋଇଛି । ସହାରପୁର ପଞ୍ଚୟାତର ପ୍ରାୟ ୨୨ ଏକରରୁ ଅଧିକ ଜମି ଏହି ପ୍ରକଳ୍ପ ମାଧ୍ୟମରେ ଜଳସେଚିତ ହେଉଛି । ସକାଳ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପାଣି ଯୋଗାଇବାରେ ପ୍ରକଳ୍ପ ସକ୍ଷମ ହୋଉଛି । ଯାହାକୁ ନେଇ ସ୍ଥାନୀୟ ବିଧାୟକଙ୍କ ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାଷୀ ।

ବିଧାୟକଙ୍କ ଉଦ୍ୟମରେ ସରକାରୀ ଯୋଜନା ସାହାସପୁରରେ ଫଳପ୍ରଦ ହୋଇଛି । ଆଗକୁ ରେଢାଖୋଲରେ ସୌର ଚାଳିତ ଲିଫ୍ଟ ପଏଣ୍ଟ ବସିବ ବୋଲି ଇଂ ରୋହିତ ପୂଜାରୀ କହିଛନ୍ତି ।