୫ ଦିନରେ ଜଳିଗଲା ୪ଟି ଇଲେକ୍ଟ୍ରିକ୍‌ ସ୍କୁଟର, ନିଆଁ ପଛରେ ଚୀନ୍ !

ଦେଶରେ ଗତ କିଛି ଦିନ ମଧ୍ୟରେ  ଇଲେକ୍ଟ୍ରିକ୍‌ ସ୍କୁଟରରେ ନିଆଁ ଲାଗିବା ଭଳି ପ୍ରାୟ ୪ଟି ଘଟଣା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।  ଏହି ନିଆଁ କୌଣସି ଗୋଟିଏ କମ୍ପାନୀର ସ୍କୁଟରରେ ନୁହେଁ ବରଂ ଭିନ୍ନ କମ୍ପାନୀର ସ୍କୁଟରରେ ଲାଗିଛି । ଯେଉଁଥିରେ ଇଲେକ୍ଟ୍ରିକ୍‌ ଗାଡ଼ି ବା ଇଭିକୁ ନେଇ ପ୍ରଶ୍ନ ଉଠୁଛି ।

କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟକୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ କିଭଳି ସ୍କୁଟରରେ ନିଆଁ ଲାଗିବା ଘଟଣା ବଢ଼ିଲା ଆସନ୍ତୁ ଆଲୋଚନା କରିବା ।

ପ୍ରଥମ ଘଟଣା ୨୫ ମାର୍ଚ୍ଚ ତାମିଲନାଡୁର ବିଲୋର ଜିଲ୍ଲାରେ ଘଟିଥିଲା । ଓକିନାବା କମ୍ପାନୀର ଏକ ସ୍କୁଟରକୁ ଚାର୍ଜିଂ ପାଇଁ ଦେଇଥିବାବେଳେ ନିଆଁ ଲାଗିଥିଲା । ଏଥିରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଏବଂ ତାଙ୍କ ୧୩ ବର୍ଷୀୟ ଝିଅଙ୍କ ମୃତ୍ୟୁ ହୋଇଛି ।

ଦ୍ୱିତୀୟ ଘଟଣା ଘଟିଥିଲା ୨୬ ମାର୍ଚ୍ଚରେ । ଯେଉଁଠାରେ ଓଲାର ଏସ୧ ଏକ ସ୍କୁଟରରେ ହଠାତ୍‌ ନିଆଁ ଲାଗିଗଲା ।

ତୃତୀୟ ଘଟଣା ୨୮ ମାର୍ଚ୍ଚରେ ତାମିଲନାଡୁର ଚିରୁଚିଲ୍ଲାପଲ୍ଲିରେ ଘଟିଥିଲା । ଯେଉଁଠାରେ ଓକିନାବାର ଏକ ସ୍କୁଟରରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଲା ।

ଚତୁର୍ଥ ଘଟଣା  ୩୦ ମାର୍ଚ୍ଚରେ ତାମିଲନାଡୁର ରାଜଧାନୀ ଚେନ୍ନାଇର । ହାଇଦ୍ରାବାଦର ଷ୍ଟାର୍ଟଅପ୍‌ ପ୍ୟାରର ଲାଲ ରଙ୍ଗର ସ୍କୁଟିରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଲା ।

ତେବେ ଏହି ସମସ୍ତ କମ୍ପାନୀ ଉକ୍ତ ଘଟଣାକୁ ନେଇ ତଦନ୍ତ ଜାରି ରଖିଥିବା କହିଛନ୍ତି  ।

ଇଲେକ୍ଟ୍ରିକ୍‌ ଗାଡ଼ି ନିର୍ମାତା ଏହି ଗାଡ଼ିର ବ୍ୟାଟେରୀ ଚୀନରୁ ଆଣୁଛନ୍ତି । ଏଠାରୁ ନିମ୍ନ ମାନର ବିଏମଏସ ବ୍ୟାଟେରୀ ଆସିଥାଏ । ଏଥିରେ ବ୍ୟାଟେରୀରେ ନିଆଁ ଲାଗିବା ବ୍ୟତୀତ ଅନ୍ୟ କେତେକ ସମସ୍ୟା ଦେଖା ଦେଇଥାଏ ।

ଷ୍ଟାଟିଷ୍ଟା ରିପୋର୍ଟ ଅନୁସାରେ ୨୦୨୧ରେ ବିଶ୍ୱରେ ଲିଥିୟମ ଆୟନ ବ୍ୟାଟେରୀ ସବୁଠାରୁ ବଡ଼ ମ୍ୟାନୁଫ୍ୟାକଚରର ଥିଲା । ଏହି ସମୟରେ ବିଶ୍ୱର ୭୯ ପ୍ରତିଶତ ଲିଥିୟମ ଆୟନ୍‌ ବ୍ୟାଟେରୀ ଚୀନରେ ତିଆରି ହୋଇଥିଲା ।

କିଛି ବିଶେଷଜ୍ଞଙ୍କ କହିବା ହେଉଛି ଏହାର କାରଣ ହେଉଛି ଥର୍ମାଲ ରନ ଓ୍ୱେ । ବ୍ୟାଟେରୀରରେ ଅଧିକ ତାପମାତ୍ରା ହେତୁ ଏହା ସୃଷ୍ଟି ହୋଇଥାଏ । ଭାରତରେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ପହଞ୍ଚିଯାଏ । ଥର୍ମାଲ ରନ୍‌ ଓ୍ୱେ ହେତୁ ଏହା ୯୦ରୁ ୧୦୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯାଏ । ଯେଉଁ କାରଣରୁ ସ୍କୁଟରରେ ନିଆଁ ଲାଗିଯାଏ ।