ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ଚିଲିକା: ବାଣପୁର ଥାନା ଭିତରେ ଗଣ୍ଡଗୋଳ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ । ବାଣପୁର ଜେଏମଏଫସି କୋର୍ଟ ମାମଲାର ବିଚାର କରି ବିଧାନୟଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

ଗତ ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନ ପରେ ଭେଟେଶ୍ବର ପଞ୍ଚାୟତର ଭେଟେଶ୍ବର ଛକରେ ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ଜିତେନ୍ଦ୍ର ଭୋଳ ବାଣପୁର ଥାନାରେ ଅଭିଯୋଗ କରିଥିଲେ । ଜିତେନ୍ଦ୍ର ଥାନାରେ ଥିବା ବେଳେ ବିଧାୟକ ସମର୍ଥକଙ୍କ ସହ ଥାନାରେ ପଶି ଜିତେନ୍ଦ୍ରଙ୍କ ଭାଇଙ୍କୁ ମାଡ଼ ମାରିଥିଲେ । ଏହି ମାମଲାରେ ବିଧାୟକଙ୍କ ପକ୍ଷରୁ ଜାମିନ ପାଇଁ ଆବେଦନ କରାଯାଇଛି । ଯାହାର ଶୁଣାଣି କରି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।