କରୋନାର ଚତୁର୍ଥ ପର୍ଯ୍ୟାୟ: ମା’ଠାରୁ ପିଲାକୁ ଅଲଗା କରୁଛି ଚୀନ୍‌

1 min read

କରୋନା ଉତ୍ପତ୍ତିସ୍ଥଳ ଚୀନରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆସିଛି ଏକ ଭିନ୍ନ ଖବର । ଯାହା ଚୀନରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ କୋଭିଡ ସଂକ୍ରମିତଙ୍କ ପିଲାଙ୍କୁ ନିଜ ବାପା-ମା’ଙ୍କ ଠାରୁ ଅଲଗା କରି ଦେଉଛନ୍ତି ଡାକ୍ତର । ଦେଖୁ ନାହାଁନ୍ତି ବୟସ । ଯୋଗାଯୋଗ ମଧ୍ୟ ବିଛିନ୍ନ ।

ସୂଚନା ଅନୁସାରେ ଏସଥର ଝାଓ ନାମକ ଜଣେ ମହିଳା ଗତ ମାର୍ଚ୍ଚ ୨୬ରେ ତାଙ୍କର ଅଢ଼େଇ ବର୍ଷର ଝିଅକୁ ଜ୍ୱର ହେବାରୁ ସଂଘାଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । କିନ୍ତୁ ରିପୋର୍ଟ ଆସିବା ପରେ ଜଣାଗଲାଯେ ଉଭୟ ମା’ ଓ ଝିଅ କରୋନା ପଜିଟିଭ୍‌ । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଉଭୟଙ୍କ୍ ପୃଥକ୍‌ ରହିବାକୁ କହିଲେ । ଝିଅର ବୟସ ଖୁବ୍‌ କମ୍ । ତେଣୁ କୁନି ଝିଅଠାରୁ ଦୂରେଇ ନରଖିବାକୁ ଝାଓ ସେମାନଙ୍କୁ ଖୁବ୍‌ ଅନୁରୋଧ କଲେ । କିନ୍ତୁ ତାଙ୍କ କଥାକୁ କେହି ମଧ୍ୟ କର୍ଣ୍ଣପାତ କଲେନାହିଁ । ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଧମକ ଦେଇଥିଲେ ।  ଯଦି ସଂଘାଇ ପବ୍ଲିକ୍‌ ହେଲ୍ଥ କ୍ଲିନିକାଲ ସେଣ୍ଟରକୁ ଛାଡ଼ିବାକୁ ସେ ସହମତ ନ ହୁଅନ୍ତି ତେବେ ତାଙ୍କ ଝିଅକୁ ସେହି ହସ୍ପିଟାଲରେ ଛାଡ଼ିଦିଆଯିବ ବୋଲି ଧମକ ଦେଲେ । ଝାଓଙ୍କ ନିକଟରେ ଝିଅକୁ ଛାଡ଼ିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା ।

ଏହାପରେ କେବଳ ଝାଓଙ୍କୁ ଏକ ମେସେଜ୍‌ ଆସିଥିଲାଯେ, ତୁମ ଝିଅ ଠିକ୍‌ ଅଛି । ଏହାପରେ କୌଣସି ମଧ୍ୟ ଖବର ଆସିନଥିଲା । ଏମିତିକି ଏକ ଫଟୋ ମଧ୍ୟ ଦେଖିବାକୁ ପାଇନଥିଲେ ଝାଓ ।  ଏହି ଘଟଣା ଝାଓଙ୍କୁ ଖୁବ୍‌ ବ୍ୟସ୍ତ ବିବ୍ରତ କରିଥିଲା । ସେ ଖୁବ୍‌ ଡରି ଯାଇଥିଲେ । ଅନ୍ୟପଟେ ସାମ୍ନାକୁ ଆସିଥିବା ଏକ ଫଟୋରୁ ଜଣାପଡ଼ିଲାଯେ, ଗୋଟିଏ ଖଟରେ ୪ ଜଣ ପିଲାଙ୍କୁ ରଖାଯାଉଛି ଖୁବ୍‌ ଅବ୍ୟବସ୍ଥାର ସହିତ । ତେବେ ସଂଘାଇ ଚୀନର ଏକ ବଡ଼ ସହର ହୋଇଥିବାବେଳେ ହସ୍ପିଟାଲରେ ଏଭଳି ଘଟଣା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।