spot_img
Home Blog Page 4574

ମହାପ୍ରଭୁଙ୍କ ଦର୍ଶନ ପାଇଁ ସପତ୍ନୀକ ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି

ପୁରୀ: ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସନ୍ଧ୍ୟା ୫ଘଣ୍ଟା ୧୦ ମିନିଟ ସମୟରେ ମହାମହିମଙ୍କ କାରକେଡ୍ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ତାଙ୍କ କୌଳିକ ପଣ୍ଡା ତାଙ୍କୁ ପାଛୋଟି ନେଇଥିଲେ । ଏହା ପରେ ସପତ୍ନିକ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ରାଷ୍ଟ୍ରପତି ।

ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ୍ ରହିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାକୁ ନଜରରେ ରଖି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖାଯାଇଛି ।

ସୂଚନା ଯୋଗ୍ୟ ଯେ, ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ପ୍ରମୁଖ ସ୍ୱାଗତ ଜଣାଇଥିଲେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାଇଥିଲେ ରାଷ୍ଟ୍ରପତି ।

ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଗୌଡ଼ିୟ ମଠକୁ ଯାଇ ଆଳତୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ୧୫ ମିନିଟ୍ ରହିବେ । ପରେ ଶରଧାବାଲି ଯାଇ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟା ବିଶ୍ୱ ବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗଦେବେ ।

ରାଜ୍ୟ ସଭାପତିଙ୍କ ଗସ୍ତ ବେଳେ ରାସ୍ତା ଉପରେ ବିଜେପି କର୍ମୀଙ୍କ ମଦ ଆସର: ଦେଖନ୍ତୁ ଭିଡିଓ

ବାଙ୍କୀ: ବିଜେପି ରାଜ୍ୟ ସଭାପତିଙ୍କ ବାଙ୍କୀ ଗସ୍ତ ବେଳେ କର୍ମୀଙ୍କ ମଦ ଆସର । ରାସ୍ତା ମଝିରେ ମଦ ପିଉଛନ୍ତି ବିଜେପି କର୍ମୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଜଣେ କର୍ମୀ ବିଦେଶୀ ମଦ ବୋତଲର ମଦ ଅନ୍ୟ କର୍ମୀମାନଙ୍କ ଗ୍ଳାସରେ ଢାଳିଦେଉଛନ୍ତି । ଏବଂ କର୍ମୀମାନେ ମଦ ପିଉଛନ୍ତି ।

ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋକେ ବିଜେପିର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ବିଜେପି କର୍ମୀଙ୍କ ଦ୍ୱାରା ହିଂସା ଭିଆଇବା ଏବଂ ଅର୍ଥ ବାଣ୍ଟିବା ଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ରାସ୍ତା ଉପରେ ବିଜେପି କର୍ମୀଙ୍କ ମଦ ଆସର ଖବର ସାମ୍ନାକୁ ଆସିଛି ।  ଏଭଳି ଖବର ସାମ୍ନାକୁ ଆସିବା ପରେ ମଦ, ମାଂସ ଓ ଅର୍ଥ ବଳ ଦ୍ୱାରା ଭାରତୀୟ ଜନତା ପାର୍ଟି କର୍ମୀ ଯୋଗାଡ଼ କରୁଥିବା ସହ ଭୋଟରକୁ ହାତେଇବାକୁ ଉଦ୍ୟମ କରୁଥିବା ଲୋକେ ମଧ୍ୟରେ ଚର୍ଚ୍ଚା ହେଉଛି ।

ଏଥିସହିତ ପଢ଼ନ୍ତୁ: ପରାଜୟ ଭୟରେ ହିଂସା ଆପଣାଉଛି ବିଜେପି

ମୁଖ ଦୁର୍ଗନ୍ଧ, ହୋଇପାରେ ଏହି ବଡ଼ ରୋଗର ଲକ୍ଷଣ…

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି । କିନ୍ତୁ ଫ୍ୟାଟି ଲିଭର ଏମିତି ଏକ ସମସ୍ୟା ଯେଉଁଥିରେ ଲିଭର (ଯକୃତ)ର ରକ୍ତକଣିକାରେ ଫ୍ୟାଟ୍ ଜମା ହୋଇଯାଏ । ଲୋକଙ୍କ ଅନୁସାରେ ଅତ୍ୟଧିକ ମଦ ପିଉଥିବା ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଏ । ତେବେ ଏହି ରୋଗ ଏବେ ଭିନ୍ନ ଭିନ୍ନ ଲୋକଙ୍କୁ ବିଭିନ୍ନ ଭାବେ ପ୍ରଭାବିତ କରିପାରେ । ଏହାକୁ ଡାକ୍ତରୀ ଭାଷାରେ ହେପୋଟିକ୍ ଷ୍ଟିଟୋସିସ୍ କୁହାଯାଏ । ଅଧିକ ମାତ୍ରାରେ ମଦପାନ କରୁଥିବା ଲୋକଙ୍କୁ ଫ୍ୟାଟି ଲିଭର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

Breath Smells Can Be A Sign Of Fatty Liver Disease

ଆଉ ଅନେକ କ୍ଷେତ୍ରରେ କେବେ ମଦ ପିଇ ନଥିବା ଲୋକଙ୍କୁ ମଦ ଏହି ସମସ୍ୟା ବେଶୀ ଅସୁବିଧାର ପକାଏ । ସେମାନଙ୍କ ଠାରେ ହାଇ କୋଲେଷ୍ଟ୍ରଲ ଲେବଲ, ମଧୁମେହ, ସ୍ଲିପ୍ ଏପନିଆ, ଅଣ୍ଡରଆକ୍ଟିଭ୍ ଥାଇରଏଡ୍, ଆଦି ଲକ୍ଷଣ ଦେଖାଯାଏ । ଅଧିକାଂଶ ମାମଲାରେ ଆରମ୍ଭରୁ ଏହି ରୋଗ ଜଣା ପଡ଼ି ନଥାଏ । କିନ୍ତୁ ଆପଣ ଶ୍ୱାସକ୍ରିୟା ବେଳେ ଆସୁଥିବା ଦୁର୍ଗନ୍ଧ ଏହି ରୋଗକୁ ସମୟ ପୂର୍ବରୁ ସଂକେତ ଦେଇଥାଏ ।

ଫ୍ୟାଟି ଲିଭରର ଗୋଟିଏ ଲକ୍ଷଣ ଶ୍ୱାସକ୍ରିୟା ବେଳେ ଅଜବ ଗନ୍ଧ ହେବା । ଏହାକୁ ଫେଟୋର ହେପୋଟିକ୍ସ ନାମରେ ଜଣାଯାଏ । ଏହି ରୋଗ ହେଲେ ଶ୍ୱାସକ୍ରିୟା ବେଳେ ଏମିତି ଦୁର୍ଗନ୍ଧ ଆସେ ଯେମିତି କିଛି ଜିନିଷ ପଚସଢ଼ି ଯାଇଛି । କିଛି ଖାଇବା ପରେ କିମ୍ବା ସକାଳେ ଶୋଇ କରି ଉଠିବା ବେଳେ ମୁଖ ଦୁର୍ଗନ୍ଧ ସାଧାରଣ କଥା । କିନ୍ତୁ ଫ୍ୟାଟି ଲିଭର ରୋଗରେ ପୀଡ଼ିତଙ୍କ ଠାରେ ଏହି ସମସ୍ୟା ଦିନ ଯାକ ଦେଖାଯାଏ । ଏହି ଲକ୍ଷଣ ଫ୍ୟାଟି ଲିଭର ରୋଗର ସ୍ପଷ୍ଟ ସଂକେତ, ଯାହାକୁ ଏଡ଼ାଇ ଯିବା ଅନୁଚିତ୍ ।

Breath Smells Can Be A Sign Of Fatty Liver Disease

ପ୍ୟାଟି ଲିଭର ହେଲେ ଯକୃତ (ଲିଭର) ରକ୍ତକୁ ଠିକ୍ ଭାବେ ଫିଲ୍ଟର କରିପାରେ ନାହିଁ । ଫଳରେ ଲିଭରରେ ଫିଲ୍ଟର ହେବାକୁ ଥିବା ବିଷାକ୍ତ ପଦାର୍ଥ ଶ୍ୱାସକ୍ରିୟା ପ୍ରଣାଳୀ ସହିତ ଅନ୍ୟ ଭାଗରେ ବ୍ୟାପିଯାଏ । ଯେଉଁଥିପାଇଁ ପ୍ରଶ୍ୱାସ ଛାଡ଼ିବା ବେଳେ ଦୁର୍ଗନ୍ଧ ହୋଇଥାଏ । ଏଥିପାଇଁ ଡାଇମିଥାଇଲ୍ ସଲ୍ଫାଇଡ୍ ଦାୟୀ ।

କଟକରୁ ପୁଣି ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି

କଟକ: ନକଲି କାରଖାନାର ପେଣ୍ଠ ପାଲଟିଛି କଟକ । ପୁଣି ଠାବ ହୋଇଛି ନକଲି ମସଲା ଫ୍ୟାକ୍ଟ୍ରି । ଚଢ଼ାଉ ପରେ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା ଜବତ । କଟକ ବେଣ୍ଟକାର ଥାନା ଝିଙ୍କିରିଆ ଠାରେ ଦୀର୍ଘଦିନ ହେବ ଚାଲୁଥିଲା ଏହି ନକଲି ମସଲା କାରଖାନା । କମ୍ପାନୀ ମାଲିକ ଅଜୟ ଦାସଙ୍କୁ ଅଟକ ରଖିଛି ବେଣ୍ଟକାର ଥାନା ପୋଲିସ ।

କିଛି ଦିନ ପୂର୍ବରୁ ଜଗତପୁର ପୀରବଜାର ଚମ୍ପତ୍ତିଠାରେ ନକଲି ସିମେଣ୍ଟ ଗୋଦାମ ଠାବ ହୋଇଥିଲା । ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ସିମେଣ୍ଟ ଜବତ କରାଯାଇଥିଲା । କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।। ଚଢ଼ାଉ ବେଳେ ଗୋଟିଏ କି ଦୁଇଟି ନୁହେଁ ୪ଟି ବ୍ରାଣ୍ଡର ନକଲି ସିମେଣ୍ଟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା । ବ୍ରହ୍ମପୁରରୁ ବ୍ରାଣ୍ଡର ଜରି ଆସୁଥିଲା । ଏଠାରେ ମୁଣ୍ଡା ଓ ନଷ୍ଟ ସିମେଣ୍ଟକୁ ଗୁଣ୍ଡ କରି ସମେଣ୍ଟ ପ୍ୟାକେଟରେ ଭର୍ତ୍ତି କରାଯାଉଥିଲା । ଦୁଇଟି ଗୋଦାମରୁ ପ୍ରାୟ ୧ ହଜାରରୁ ଅଧିକ ବସ୍ତା ସିମେଣ୍ଟ ଜବତ କରାଯାଇଥିଲା ।

୧୮ ମାସ ପରେ ଏହି ରାଶିରେ ପ୍ରବେଶ କରୁଛନ୍ତି ରାହୁ, ୪ ରାଶିର ବ୍ୟକ୍ତିଙ୍କୁ ମିଳିବ ଲାଭ

ଭୁବନେଶ୍ୱର: ରାହୁ ନାଁ ଶୁଣିଲେ ମନରେ ଡର ଆସେ । ଦେହ ଥରି ଯାଏ । ହେଲେ ରାହୁ ସବୁବେଳେ ଅଶୁଭ ଫଳ ପ୍ରଦାନ କରନ୍ତି ନାହିଁ । କୁଣ୍ଡଳୀରେ ରାହୁଙ୍କର ଉପସ୍ଥିତି ଅନୁସାରେ ଫଳ ମିଳିଥାଏ । ରାହୁ ଦେବ ଶୁଭ ଘର ଥିଲେ ଭଲ ଫଳ ମିଳେ । ଆଉ ଅଶୁଭ ଘରେ ରହିଲେ ଜାତକ ଜୀବନ କଷ୍ଟମୟ ହୋଇଯାଏ । ବହୁତ ଧିର ଗତିରେ ପ୍ରଚଳନ କରୁଥିବା ରାହୁ ଦେବ ୧୮ ମାସ ପରେ ୨୦୨୨ ଜୁଲାଇ ୧୨ରେ ରାଶି ବଦଳାଇବାକୁ ଯାଉଛନ୍ତି । ରାହୁଙ୍କ ରାଶି ପରିବର୍ତ୍ତନ ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିବ । କିନ୍ତୁ ୪ଟି ରାଶିଙ୍କ ଲାଗି ରାହୁ ଦେବଙ୍କ ରାଶି ପରିବର୍ତ୍ତନ ବେଶ୍ ଲାଭଦାୟକ ହୋଇପାରେ ।

Rahu Gochar-2022 May Give Good Profit To 4 Zodiac Signs

ଏହି ୪ ରାଶିର ବ୍ୟକ୍ତିଙ୍କୁ ମିଳିବ ଲାଭ

(ମିଥୁନ) କର୍ମ ଅନୁସାରେ ପୂର୍ଣ୍ଣ ଫଳ ପାଇବେ ମିଥୁନ ରାଶିର ବ୍ୟକ୍ତି । ପ୍ରଶାସନିକ ସେବାରେ ଥିବା ବ୍ୟକ୍ତିଙ୍କ ମାନ ସମ୍ମାନ ବଢ଼ିବ । ବେପାର ବଣିଜ କରୁଥିବା ବ୍ୟକ୍ତିଙ୍କୁ ବି ଲାଭ ଦେବ ରାହୁଙ୍କ ରାଶି ପରିବର୍ତ୍ତନ । ଯଦି ଆପଣ ବ୍ୟବସାୟରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ରାହୁ ଚଳନ ସମୟ ଆପଣଙ୍କ ପାଇଁ ବେଶ୍ ଅନୁକୂଳ । ସେୟାର ବଜାରରେ ଟଙ୍କା ଲଗାଇଲେ ଲାଭ ହେବ ।

(କର୍କଟ) କର୍କଟ ରାଶି ଜାତକଧାରୀଙ୍କ ଆର୍ଥିକ ସ୍ଥିତିରେ ଭଲ ସୁଧାର ଆସିବା ସମ୍ଭାବନା ରହିଛି । ପ୍ରତିଟି କାମରେ କର୍କଟ ରାଶି ବ୍ୟକ୍ତିଙ୍କ ପ୍ରଦର୍ଶନ ଭଲ ରହିବ । ଆପଣ ଭଲ ଆୟ କରିବାରେ ସଫଳ ହେବେ । କାର୍ଯ୍ୟକ୍ଷେତ୍ରରେ ଆପଣ ଉଚ୍ଚ ପ୍ରଂଶସିତ ହେବା ସହ କର୍କଟ ରାଶି ଉପରେ ଚନ୍ଦ୍ର ଦେବଙ୍କ ଆଧିପତ୍ୟ ରହିବ । ଏଥିପାଇଁ ଆପଣଙ୍କୁ ବିଶେଷ ଲାଭ ମିଳିବ । ଦୀର୍ଘ ସମୟରୁ ଧିମେଇ ଯାଇଥିବା ବ୍ୟବସାୟରେ ଅଗ୍ରଗତି ଆସିବ ।

Rahu Gochar-2022 May Give Good Profit To 4 Zodiac Signs

(ବିଛା) ବିଛା ରାଶିର ବ୍ୟକ୍ତିଙ୍କ ଲାଗି ରାହୁ ଚଳନ ଶୁଭଫଳ ଦେବ । ବିଛା ରାଶିର ବ୍ୟକ୍ତି ଭଲ ଧନ ଅର୍ଜନ କରିବା ସହ ସଞ୍ଚୟ କରିବାକୁ ସକ୍ଷମ ହେବେ । ନୂଆ ବ୍ୟବସାୟ ଆରମ୍ଭ ଆପଣଙ୍କୁ ବେଶ୍ ଲାଭ ଦେବ । ବିଛା ରାଶିର ଅଧିପତି ମଙ୍ଗଳ ଗ୍ରହ ହୋଇଥିବାରୁ ସେନା, ଇଞ୍ଜିନିୟର, ପୋଲିସ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିବ ।

(କୁମ୍ଭ) ବିଛା ଭଳି କୁମ୍ଭ ରାଶିର ଲୋକଙ୍କ ପାଇଁ ରାହୁ ଚଳନ ଶୁଭଦାୟକ ହେବ । କୁମ୍ଭ ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ସୁଧୁରିବ । ଶନି ଦେବଙ୍କ ସମ୍ପର୍କିତ ସାମଗ୍ରୀ ଯେପରିକି ତେଲ, ଲୁହା କାର୍ଯ୍ୟ କିମ୍ବା ତା ଉପରେ ନିବେଶ ପାଇଁ ଏହି ସମୟ ଶୁଭଙ୍କର । ଅର୍ଥ ସଞ୍ଚୟ କରିବାରେ ସଫଳ ହେବେ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ବି ସମୟ ବେଶ୍ ଭଲ । ଶନି ଦେବ କୁମ୍ଭ ରାଶିର ଅଧିପତି ଅଟନ୍ତି । ଜ୍ୟୋତିଷଙ୍କ ଅନୁସାରେ, ରାହୁଙ୍କ ସହ ଶନିଦେବଙ୍କ ବନ୍ଧୁତା ରହିଛି । ସେ ଦୃଷ୍ଟିରୁ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ସେୟାର ବଜାରରେ ଆକସ୍ମିକ ଲାଭ ମିଳିପାରେ ।

ଏହାଛଡ଼ା ମେଷ, ବୃଷ, ସିଂହ, କନ୍ୟା, ତୁଳା, ଧନୁ, ଧନୁ, ମକର, ମୀନ, ରାଶି ଲାଗି ରାହୁ ଚଳନ ସେତେଟା ଭଳ ଫଳ ଦେବ ନାହିଁ ।

ତାଣ୍ଡବ ରଚିଲା ଭୟଙ୍କର ଝଡ଼ ’ୟୁନିସ’, ପ୍ରଭାବିତ ହୋଇଛନ୍ତି ୧୦ ଲକ୍ଷରୁ ଅଧିକ ଲୋକ

ଲଣ୍ଡନ: ଦକ୍ଷିଣ ଇଂଲଣ୍ଡରେ ଭୟଙ୍କର ଝଡ଼ର ତାଣ୍ଡବ । ’ୟୁନିସ’ ପ୍ରଭାବରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ୯ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଭାବରେ ହଜାର ହଜାର ଲୋକ ବେଘର ହୋଇଛନ୍ତି । ଇଂଲଣ୍ଡର ନ୍ୟୁ ହେଭେନ ବନ୍ଦରରେ ମଧ୍ୟ ବ୍ୟାପକ କ୍ଷତି ଘଟିଛି । ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଥିବା ଝଡରେ ଇଂଲଣ୍ଡର ଦକ୍ଷିଣାଞ୍ଚଳ, ଉତ୍ତରପଶ୍ଚିମ ୟୁରୋପରେ ବ୍ୟାପକ କ୍ଷତି ଘଟିଛି । ପ୍ରବଳ ପବନ ବହିବା ସହ ଜୁଆର ଯୋଗୁ ଅନେକ ଘର ନଷ୍ଟ ହୋଇଛି । ହଜାର ହଜାର ଘର ଉପୁଡି ପଡିଥିବାବେଳେ ରାଜପଥ ଓ ରେଳପଥରେ ଚଳାଚଳ ଠପ୍ ହୋଇଯାଇଛି ।

https://youtu.be/XsRGRLbfB7w

ଗତକାଲି ସନ୍ଧ୍ୟାରେ ବାତ୍ୟା ଇଉନିସର ଲ୍ୟାଣ୍ଡଫଲ୍ ହୋଇଥିଲା । ପବନର ବେଗ ଘଣ୍ଟା ପ୍ରତି ୧୯୬ କିଲୋମିଟର ଥିବା ଯୋଗୁ ହଜାର ହଜାର ଘର ନଷ୍ଟ ହୋଇଯାଇଥିଲା । ଏହି ଝଡର ପ୍ରଭାବ ଫ୍ରାନ୍ସ, ବେଲଜିୟମ, ଆୟାରଲ୍ୟାଣ୍ଡ ଓ ନେଦରଲ୍ୟାଣ୍ଡସରେ ମଧ୍ୟ ଦେଖିବାକୁ ମିଳିଛି । ବ୍ରିଟେନରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଲକ୍ଷ ଲକ୍ଷ ଯାନବାହନ ନଷ୍ଟ ହୋଇଯାଇଛି । ସେହିପରି ଫ୍ରାନ୍ସର ଓ୍ବିମେରକ୍ସରେ ମଧ୍ୟ ବାତ୍ୟାର ପ୍ରଭାବ ପଡିଛି । ନେଦରଲ୍ୟାଣ୍ଡ୍ସର ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ବେଲଜିୟମରେ ଭୟଙ୍କର ଝଡର ପ୍ରଭାବ ପଡିଛି । ହଜାର ହଜାର ଲୋକ ହୋଇଛନ୍ତି କ୍ଷତିଗ୍ରସ୍ତ । ବିଶେଷ କରି ଉପକୂଳ ଅଞ୍ଚଳର ଲୋକଙ୍କ ବିଶେଷ କ୍ଷତି ହୋଇଛି । ନେଦରଲ୍ୟାଣ୍ଡସରେ ପବନର ବେଗ ଏତେ ଅଧିକ ଥିଲା ଯେ ଏକ ଡଙ୍ଗାକୁ ଉଡାଇ ନେଇ ଏକ ଗଛରେ ଲଗାଇଥିଲା ।

ଭୁବନେଶ୍ୱରରୁ ପୁରୀ ଅଭିମୁଖେ ରାଷ୍ଟ୍ରପତି, ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ପ୍ରମୁଖ ସ୍ୱାଗତ ଜଣାଇଥିଲେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାଇଛନ୍ତି ରାଷ୍ଟ୍ରପତି ।

CM Naveen Patnaik Welcomes President Ramnath Kovind In Airport

ପୁରୀର ତାଳବଣିଆ ହେଲିପ୍ୟାଡରେ ଓହ୍ଲାଇବା ପରେ ରାଷ୍ଟ୍ରପତି କିଛି ସମୟ ପୁରୀ ରାଜଭବନରେ ବିଶ୍ରାମ ନେଇ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ୍ ରହିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାକୁ ନଜରରେ ରଖି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖାଯିବ । ଦର୍ଶନ ପରେ ସେଠାରୁ ଯାଇ ରାତ୍ରୀ ଯାପନ କରିବେ ।

ଏଥିସହ ପଢ଼ନ୍ତୁ: ସକାଳ ଜଳଖିଆରୁ ରାତି ଡିନର, ଜାଣନ୍ତୁ ରାଷ୍ଟ୍ରପତିଙ୍କ ପାଇଁ ହୋଇଥିବା ଖାଦ୍ଯସୂଚୀ…

ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଗୌଡୀୟ ମଠକୁ ଯାଇ ଆଳତୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ୧୫ ମିନିଟ୍ ରହିବେ । ପରେ ଶରଧାବାଲି ଯାଇ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟା ବିଶ୍ୱ ବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଦର୍ଶନ ବ୍ୟବସ୍ଥା ଓ ନୀତିକାନ୍ତିର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମନ୍ଦିର ଭିତରେ ସେବାୟତଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ।

ଢ଼ିଙ୍କିଆରେ ପୁଣି ଉତ୍ତେଜନା, ହାଇକୋର୍ଟଙ୍କ ପ୍ରତିନିଧି ଦଳ ଓ ପୋଲିସ ସାମ୍ନାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ପାରାଦୀପ: ଢିଙ୍କିଆରେ ପୁଣି ଉତ୍ତେଜନା । ଜଗତସିଂହପୁର ଢିଙ୍କିଆ ଗାଁରେ ହାଇକୋର୍ଟଙ୍କ ୫ଜଣିଆ କମିଟି ଓ ପୋଲିସ ଉପସ୍ଥିତିରେ ଗାଁର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ପୁଣି ଢିଙ୍କିଆ ଅଶାନ୍ତ ହୋଇଛି । ଗାଁ ଲୋକଙ୍କ ସହ ହାଇକୋର୍ଟ କମିଟି ଆଲୋଚନାବେଳେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋଟଙ୍କ ଦ୍ବାରା ଗଠିତ ୫ ଜଣିଆ କମିଟି ଢିଙ୍କିଆରେ ପହଞ୍ଚିଥିଲା ।

୩ ଜଣ ଆବେଦନକାରୀଙ୍କ ଓକିଲ ଓ ୨ ଜଣ ସରକାରୀ ଓକିଲ ଢିଙ୍କିଆରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଫୁଲଖାଇ ମନ୍ଦିର ନିକଟରେ ଗାଁ ଲୋକଙ୍କ ସହିତ ଆଲୋଚନା କରିବା ସମୟରେ ଉତ୍ତେଜନା ଦେଖାଦେଇଥିଲା । ଏବେ ବି ଗାଁରେ ଉତ୍ତେଜନା ଲାଗିରହିଛି । ଢିଙ୍କିଆ ମାମଲାର ଶୁଣାଣି କରି ୫ ଜଣିଆ କମିଟି ଗଠନ କରିଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ପ୍ରତିନିଧି ଦଳ ଢିଙ୍କିଆ ଗ୍ରାଉଣ୍ଡ ସ୍ଥିତି ସମୀକ୍ଷା କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ରହିଛି । ଏହାପରେ ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଘଟଣା ନେଇ ହାଇକୋର୍ଟରେ ଦାଏର ୩ଟି ମାମଲାରେ ରାଜ୍ୟ ସରକାର ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ମଧ୍ୟ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଜେଏସଡବ୍ଲୁ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ବିରୋଧରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ଗାଁ ଲୋକଙ୍କ ଆକ୍ରମଣରେ କିଛି ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ । ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ କୋର୍ଟ ଏହାର ବିଚାର କରୁଛନ୍ତି ।

ସକାଳ ଜଳଖିଆରୁ ରାତି ଡିନର, ଜାଣନ୍ତୁ ରାଷ୍ଟ୍ରପତିଙ୍କ ପାଇଁ ହୋଇଥିବା ଖାଦ୍ଯ ସୂଚୀ…

ପୁରୀ: ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିସହ ରାଷ୍ଟ୍ରପତିଙ୍କ ଲାଗି ସୁସ୍ୱାଦୁ ଖାଦ୍ୟର ବ୍ୟବସ୍ଥା ହୋଇଛି । ନଜର ପକାନ୍ତୁ ୨ ଦିନ ରହଣୀ କାଳରେ ରାଷ୍ଟ୍ରପତିଙ୍କୁ କେତେବେଳେ କେଉଁ ଖାଇବା ଦିଆଯିବ ।

ହାଇଟି

୧୯ ତାରିଖ ଅପରାହ୍ଣରେ ରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ନଡ଼ିଆ ପାଣି, ଲେମ୍ବୁ ପାଣି, ମସଲା ବଟର ମିଲ୍କ, ଚା’ ଏବଂ କଫି ଦିଆଯିବ । ଏଥିସହ ସ୍ନାକ୍ସରେ ମାର୍ବଲ ଟି କେକ୍, ମସରୁମ୍ ଭଲୁଭେଣ୍ଟ, ପନିର କାଠି ରୋଲ୍, ଭେଜିଟେବୁଲ୍ ଫିଙ୍ଗର ସାଣ୍ଡୱିଚ୍, ଚିକେନ୍ କୋଲେସ୍ଲ ସାଣ୍ଡୱିଚ୍, ଆଫଗାନି ମୁଘ ଟିକା, କ୍ରଞ୍ଚି ଫ୍ରାଏଡ୍ ଫିସ୍ ଦିଆଯିବ । ମିଠାରେ ଗୁର ସନ୍ଦେଶ, ମଲାଇ ଚାମଚାମ, ଛେନା ପୋଡ଼ ସହ ତଟକା ଫଳ ପରସା ଯିବ ।

 President Ramnath Kovind Puri Visits, Here Breakfast To Dinner Food List

ରାତ୍ରୀଭୋଜନ

୧୯ ତାରିଖ ରାତି ଡିନରରେ ୱେଲକମ୍ ଡ୍ରିଙ୍କରେ ଫ୍ରୁଟ୍ ପଞ୍ଚ, ସଫ୍ଟ ଡିଙ୍କ୍ସ, ବ୍ଲୁ ଲାଗୁନ୍, ସପୁରୀ ଜୁସ୍ ରହିଛି । ସେହିଭଳି ଷ୍ଟାର୍ଟରରେ ସାହାଜାନି ପନିର ଟିକା, ଷ୍ଟଫେଡ୍ ମସରୁମ୍, କଷୁଣ୍ଡି ବ୍ରୋକୋଲି, ଗରି କବାବ୍, ମସଲା ରାୱା ଫ୍ରାଏଡ୍ ଫିସ୍ ଫିଙ୍ଗର, ପେରି ପେରି ପ୍ରନ୍ ରହିଛି । ସୁପରେ ଥିମ୍ ରୋଷ୍ଟେଡ୍ ପମ୍ପକିନ୍ ସୁପ୍, ବ୍ରଣ୍ଟ ଗାର୍ଲିକ୍ ଚିକେନ୍ ସୁପ୍, ଆସୋର୍ଟେଡ୍ ବ୍ରେଡ୍ ବାସ୍କେଟ୍ ବଟର, ଗ୍ରୀନ୍ ସାଲାଡ୍, ୱାଲ୍ଡରଫ୍ ସାଲାଡ୍, ପାସ୍ତା ୱିଥ୍ ପେଷ୍ଟୋ ଡ୍ରେସିଂ, ଗ୍ରୀକ୍ ସାଲାଡ୍, ମେକ୍ସିକାନ୍ ଥ୍ରୀ ବିନ୍ ସାଲାଡ୍, ପୋଟାଟୋ ଫ୍ରେଞ୍ଚ୍ ମଷ୍ଟାର୍ଡ ସାଲାଡ୍, ଦିଆଯିବ । ଏହାଛଡ଼ା ୟେଲୋ ଡାଲ୍ ତଡ଼କା, ବ୍ଲାକ ଡାଲି ମଧ୍ୟ ପରସିବା ଯିବ ।

ନିରାମିଷରେ ପନିର ପସିନ୍ଦା, ଭେଜିଟେବୁଲ୍ କୋଫତା, ଆଳୁ ଗୋବି ମଟର, ଛତୁ ବେଶର, ଜହ୍ନି ପୋସ୍ତୋ ରହିଥିବା ବେଳେ ଆମିଷରେ ମୁର୍ଘ ହାଣ୍ଡି ଲଜିଜ୍, ଚିଙ୍ଗୁଡ଼ି କଷା, ହାଣ୍ଡି ମଟନ ରହିଛି । ଚାଇନିଜ୍ ଆଇଟମରେ ସୋୟା ଚାପ୍ ଚିଲି, ଏସିଆନ୍ ଗ୍ରୀନ୍ ୱିଥ୍ ଗୋଲ୍ଡେନ୍ ଗାର୍ଲିକ୍, ଚିଲି ଗାର୍ଲିକ୍ ନୁଡଲ୍ ଦିଆଯିବ । ଏହାଛଡ଼ା ଷ୍ଟିମ୍ ରାଇସ୍, ଭେଜିଟେବୁଲ୍ ବିରୟାନୀ ସହ କର୍ଣ୍ଣ ଓ ଭେଜିଟେବୁଲ୍ ଫ୍ରାଏଡ୍ ରାଇସ୍ ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ହେବ । ରୁଟି, ନାନ୍, ମସଲା କୁଲଛା, ପରଠା ସହ ମିଠାରେ ଗାଜର ହାଲୁଆ, ରସମଲାଇ, ସନ୍ଦେଶ, ବେକଡ ଚିଜ୍ କେକ୍, ଫ୍ରୁଟ୍ ଟ୍ରିଫଲ୍ ଓ ବଟର ସ୍କଚ୍ ଆଇସକ୍ରିମ୍ ଦିଆଯିବ ।

 President Ramnath Kovind Puri Visits, Here Breakfast To Dinner Food List

ସକାଳ ଜଳଖିଆ

୨୦ ତାରିଖ ସକାଳ ଜଳଖିଆରେ ରାଷ୍ଟ୍ରପତିଙ୍କୁ ଚା ଓ କଫି, ଲେମ୍ବୁ ପାଣି, ୟାକୁଲ୍ଟ, ସୋୟା ମିଲ୍କ, ଫ୍ଲେଭରଡ ୟୋଗୁର୍ଟ, କୋଲ୍ଡ ମିଲ୍କ, ହଟ୍ ମିଲ୍କ, କୁକିଜ୍ ଦିଆଯିବ । ଏଥିସହ ଚକୋଲେଟ୍ ମୁଫିନ୍ସ, ଭାନିଲା ମୁଫିନ୍ସ, ଡ୍ରାଏ ଫ୍ରୁଟ୍ କେକ୍ ସ୍ଲାଇସ୍, ବାନାନା ୱାଲନଟ୍ କେକ୍, କ୍ରୋଇସାଣ୍ଟ, ଦନିଶ, ଡଫନଟ୍ସ, ବ୍ରାଉନ୍ ବ୍ରେଡ୍ ସ୍ଲାଇସ୍, ମଲ୍ଟି ଗ୍ରେନ୍ ସ୍ଲାଇସ୍, ହ୍ୱାଇଟ୍ ବ୍ରେଡ୍ ସ୍ଲାଇସ୍, ଜାମ ସହ ମହୁ ଦିଆଯିବ । ଫଳରେ ତରଭୁଜ, ଅମୃତଭଣ୍ଡା, ପାଚିଲା କଦଳୀ, ନାସପତି ଓ ପାଚିଲା କମଳା ରହିଛି । ମିକ୍ସ ଲେଟୁକ୍, କ୍ରୁଡିଟେସ୍, ସ୍ପ୍ରାଉଟ୍ସ ସହ ଢୋକଲା ପରସାଯିବ । କର୍ଣ୍ଣ ଫ୍ଲେକ୍ସ, ଚୋକେ ଫ୍ଲେକ୍ସ, ୱେଟ୍ ଫ୍ଲେକ୍ସ, ଭେଜିଟେବୁଲ୍ ସାଣ୍ଡୱିଚ୍ ଦିଆଯିବ । ଚିକେନ୍ ସଉସେଜସ୍, ହାସ ବ୍ରାଉନ୍ ପୋଟାଟୋ, ଗ୍ରିଲ୍ଡ ଟମାଟୋ, ପରିଜ୍, ସିଝା ଅଣ୍ଡା, ବେକଡ ବିନ୍ସ ଓ ସଉଟେ ଭେଜିଟେବୁଲ ରହିଛି । ଟିଫିନରେ ଇଡଲି ସହ ନଡ଼ିଆ ଚଟଣୀ, ଟମାଟୋ ଚଟଣି, ଭେଜିଟେବୁଲ୍ ଉପମା, ବିରି ବରା, ପୁରୀ, ଆଳୁ ମଟର ତରକାରୀ, କୋବି ପରଠା, ସମ୍ବର ସହ ଦୋଷା ଦିଆଯିବ । ମିଠାରେ ଶୁଖିଲା ଲଙ୍ଗଛା ଓ ମିଠା ଦହି ଖାଇବେ ରାଷ୍ଟ୍ରପତି ।

 President Ramnath Kovind Puri Visits, Here Breakfast To Dinner Food List

ମଧ୍ୟାହ୍ନ ଭୋଜନ

ସେହିଭଳି ୨୦ ତାରିଖ ମଧ୍ୟାହ୍ନ ଭୋଜନ ପାନୀୟରେ ତରଭୁଜ୍ ଓ ପୋଦିନା ଜୁସ, ଥଣ୍ଡା ପାନୀୟ, ଭର୍ଜିନ୍ ମୋଜିଟୋ, ମସଲା ଚାସ୍, ଦିଆଯିବ । ଷ୍ଟାର୍ଟରରେ ପୋଦିନ ପନିର ଟିକା, ଭେଜିଟେବୁଲ୍ ମିନି କଟଲେଟ୍, ମୁର୍ଘ ମଲାଇ ଟିକା ଓ ଚିଲି ଫିସ୍ ରହିଛି । ଏହାଛଡ଼ା ଚିକେନ୍ ସୁଇଟ୍ କର୍ଣ୍ଣ ସୁପ୍, ମାଇନଷ୍ଟ୍ରୋନ୍ ସୁପ୍, ଆସୋର୍ଟେଡ୍ ବ୍ରେଡ୍ ବାସ୍କେଟ୍, ଗ୍ରୀନ୍ ସାଲାଡ୍, ରୁଷିଆନ୍ ସାଲାଡ୍, ବିଟ୍ ଓ କମଳା ସାଲାଡ୍, ଟସଡ୍ ସାଲାଡ୍ ଓ ସ୍ପାଇସ୍ ଆପଲ୍ କର୍ଣ୍ଣ ଦିଆଯିବ । ଡାଲ୍ ପେଶାୱାର ସହ ଭଜା ମୁଗ ଡାଲି ପରସା ଯିବ ।

ନିରାମିଷରେ ପନିର ବଟର ମସଲା, ମୋଟି ମଟର, ମସରୁମ୍ ଦୋ ପ୍ୟାଜା, ଆଳୁ କଲରା ଚିପ୍ସ, ବେବି କର୍ଣ୍ଣ ମସଲା ରହିଥିବା ବେଳେ ଆମିଷରେ ଚିକେନ୍ କଷା, ଗ୍ରିଲଡ ଫିସ୍, ମଟନ୍ ରୋଗାନ ଜୋଶ ରହିଛି । କଲିଫ୍ଲାୱାର ମଞ୍ଚୁରିଆନ୍, ଏକ୍ସୋଟିକ୍ ଭେଜିଟେବୁଲ୍, ସିଙ୍ଗାପୁର ନୁଡଲ୍, ଷ୍ଟିମ୍ ରାଇସ୍, ଭେଜିଟେବୁଲ୍ ପଲାଉ, ଭେଜିଟେବୁଲ୍ ବ୍ରଣ୍ଟ ଗାର୍ଲିକ ଫ୍ରାଏଡ୍ ରାଇସ୍ ଦିଆଯିବ । ରୁଟି, ନାନ୍, ଲଛା ପରଠା, କୁଲଛା, ବଟର ନାନ ସହ ମିଠାରେ ବେକଡ୍ ଗୁର୍ ରସୋଗୋଲା, ଛେନା ଝିଲି, ମୁଗ ଡାଲି ହାଲୁଆ, ଅପେରା କେକ୍, କୋକାନଟ୍ ବ୍ଲୁ ବେରୀ ସାଡୋ ଓ ଭାନିଲା ଆଇସକ୍ରିମ୍ ରାଷ୍ଟ୍ରପତିଙ୍କୁ ଦିଆଯିବ ।

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୮.୦୩ ପ୍ରତିଶତ ମତଦାନ, ସୁବର୍ଣ୍ଣପୁରରେ ସର୍ବାଧିକ

ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୮.୦୩ ପ୍ରତିଶତ ମତଦାନ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ମତଦାନ ମଧ୍ୟରୁ ସୁବର୍ଣ୍ଣପୁରରେ ସର୍ବାଧିକ ୮୫.୬୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଝାରସୁଗୁଡାରେ ୮୫.୧୪ ପ୍ରତିଶତ ମତଦାନ ହୋଇଛି । ବୌଦ୍ଧରେ ୮୪.୦୯ ପ୍ରତିଶତ, କଳାହାଣ୍ଡିରେ ୮୩.୮୧ ପ୍ରତିଶତ, ଢେଙ୍କାନାଳରେ ୮୧.୦୮ ପ୍ରତିଶତ, ଭଦ୍ରକରେ ୮୧.୦୪ ପ୍ରତିଶତ ଭୋଟ୍ ହୋଇଛି ।

ସେହିପରି ଯାଜପୁରରେ ୭୦ ପ୍ରତିଶତ ମତଦାନ ହୋଇଛି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମରେ ସର୍ବନିମ୍ନ ୬୪.୮୬ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି । ସେପଟେ ଦ୍ଵିତୀୟ ପର୍ଯ୍ୟାୟରେ ୧୩ଟି ବୁଥରେ ପୁନଃମତଦାନ ପାଇଁ ପ୍ରସ୍ତାବ ଆସିଛି । ଦୁଇଟି ବୁଥରୁ ବାଲଟ ତ୍ରୁଟି ନେଇ ରିପୋର୍ଟ ଆସିଥିଲା । ସେହିପରି ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ପୁନଃମତଦାନ ନେଇ ପ୍ରସ୍ତାବ ଆସିଛି । ଏ ସବୁ ଉପରେ ନିର୍ବାଚନ କମିଶନ ବିଚାର ବିମର୍ଶ କରୁଥିବା କହିଛନ୍ତି ନିର୍ବାଚନ କମିଶନଙ୍କ ସଚିବ ।