ପାକିସ୍ତାନ କ୍ଷମତା ଖେଳରେ ନୂଆ ଟ୍ୱିଷ୍ଟ, ନିର୍ବାଚନ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ କଲେ ଇମ୍ରାନ

1 min read

ଇସଲାମାବାଦ: ପାକିସ୍ତାନ କ୍ଷମତା ଖେଳରେ ନୂଆ ଟ୍ୱିଷ୍ଟ । ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କଲେ ଉପବାଚସ୍ପତି । ବିଦେଶୀ ରାଷ୍ଟ୍ରର ଷଡ଼ଯନ୍ତ୍ର ଦର୍ଶାଇ ଅନାସ୍ଥା ପ୍ରସ୍ତାବ ରଦ୍ଦ କରିଛନ୍ତି ଉପବାଚସ୍ପତି । ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବ ରଦ୍ଦ କରିବା ପରେ ପାକିସ୍ତାନର ଜାତୀୟ ସଂସଦରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ପୁଣି ମୁଲତବି ହେଲା ପାକିସ୍ତାନ ସଂସଦ । ଏପ୍ରିଲ ୨୫ ପର୍ଯ୍ୟନ୍ତ ପାକିସ୍ତାନ ସଂସଦ ମୁଲତବୀ । ତେବେ ସଂସଦରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ ବିରୋଧୀ ।

ତେବେ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ ଖାନ କହିଛନ୍ତି କି ଏକ ବିଦେଶୀ ଚକ୍ରାନ୍ତ ପଣ୍ଡ ହୋଇଛି । ଏହା ସହ ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି ଇମ୍ରାନ ଖାନ । ସଂସଦ ଭଙ୍ଗ ପରେ ମଧ୍ୟବର୍ତ୍ତୀ ନିର୍ବାଚନ କରିବାକୁ ମଧ୍ୟ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି ଇମ୍ରାନ ।