ଭଞ୍ଜନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ । ଗଞ୍ଜାମ ଓ ଭୁବନେଶ୍ୱର ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ । ଭଞ୍ଜନଗର ସ୍ଥିତ ଅଫିସ, କ୍ୱାର୍ଟସ, ଖଲ୍ଲିକୋଟ ଲଙ୍ଗଳେଶ୍ୱରରେ ଥିବା ପୈତୃକ ଘରେ ଚାଲିଛି ଚଢ଼ାଉ । ସେହିପରି ଭୁବନେଶ୍ୱର ଖଣ୍ଡଗିରି ସ୍ଥିତି ତୁଷ୍ଟି ଆପାର୍ଟମେଣ୍ଟର ବି-୧ ଫ୍ଲାଟ୍ରେ ଚଢାଉ ଚାଲିଛି । କସ୍ମୋପଲିସ ରେସିଡେନ୍ସିର ଫ୍ଲାଟ୍ ନମ୍ବର A-୦୭୩ ଫ୍ଲାଟ୍ ଓ ଜାଗମରାରେ ଥିବା ୩ମହଲା ବିଲ୍ଡିଂରେ ଚାଲିଛି ରେଡ୍ । ଭୁବନେଶ୍ୱର ସ୍ପଶାଲ ଭିଜିଲାନ୍ସ ଜଜଙ୍କ ଓ୍ୱାରେଣ୍ଟ ବଳରେ ଭିଜିଲାନ୍ସ ରେଡ୍ କରାଯାଇଛି । ଭିଜିଲାନ୍ସର ଏହି ଚଢ଼ାଉରେ ୫ ଜଣ ଡିଏସପି, ୧୧ ଜଣ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।
ଏହି ୬ ଟି ରାଶିଙ୍କର ଧନ ବର୍ଷା
ମେଷ : ବୁଧବାର ଅଧା ରହିଥିବା କାର୍ଯ୍ୟ ଶେଷ ହେବ । ଏହି ରାଶିର କିଛି ବ୍ୟକ୍ତିଙ୍କୁ କୌଣସି ରାଜନୈତିକ ସମ୍ପର୍କିତ କାର୍ଯ୍ୟ କରିବାକୁ ସୁଯୋଗ ମିଳିପାରେ । ବ୍ୟବସାୟିକ ବ୍ୟକ୍ତି ସାବଧାନର ସହ କାର୍ଯ୍ୟ କରନ୍ତୁ ନଚେତ୍ କ୍ଷତି ସହିବାକୁ ପଡ଼ିପାରେ । ଏଥିସହ ଧାର୍ମିକ ଯାତ୍ରାର ସୁଯୋଗ ରହିଛି । ସନ୍ତାନସନ୍ତତିଙ୍କଠାରୁ ସନ୍ତୋଷ ମିଳିବ ।
ବୃଷ : ଧନଲାଭ ହେବାର ସମ୍ପୂର୍ଣ୍ଣ ସୁଯୋଗ ରହିଛି । ଧୈର୍ଯ୍ୟ ଏବଂ ସ୍ଥିରତାର ସହ କାର୍ଯ୍ୟ କରନ୍ତୁ ନିଶ୍ଚିତ ଫଳ ପ୍ରାପ୍ତି ହେବ । ସଫଳ ହେବ ପାଇଁ ପ୍ରୟାସ କରନ୍ତୁ ।
ମିଥୁନ : ଅକାରଣରେ ଶତ୍ରୁ ଜାତ ହୋଇପାରନ୍ତି ଅର୍ଥାତ୍ ଘରେ କିମ୍ବା କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ବିବାଦ ଉପୁଜିପାରେ । ଏହା ଆପଣଙ୍କ ଚିନ୍ତାର କାରଣ ହୋଇପାରେ । ଏଥିପ୍ରତି ସାବଧାନ ରୁହନ୍ତୁ । ବ୍ୟବସାୟରେ ସାବଧାନତା ଅବଲମ୍ବନ କରନ୍ତୁ । ଜଟିଳ କାର୍ଯ୍ୟଠୁ ଦୂରରେ ରୁହନ୍ତୁ ।
ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନ ଶୁଭ :-
କର୍କଟ : ଆଜି ଦିନଟି ସୁଖଶାନ୍ତିରେ ଅତିବାହିତ କରିବେ । ପୂର୍ବରୁ ଉପୁଜିଥିବା ବିବାଦ କିଛି ମାତ୍ରାରେ କମ୍ ହେବ । ଆଇନଗତ ମାମଲାରେ ବିଜୟଲାଭ କରିବେ । ଜୀବନସାଥୀଙ୍କ ସହଯୋଗ ମିଳିବ ।
ସିଂହ : ସନ୍ଧ୍ୟା ସମୟରେ କୌଣସି ଖୁସି ଖବର ଆସିପାରେ । ରାତିରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିପାରେ ।
କନ୍ୟା : ସ୍ୱାସ୍ଥ୍ୟରେ ସୁଧାର ଆସିପାରେ । ବନ୍ଦ ରହିଯାଇଥିବା କାର୍ଯ୍ୟ ପୁନାରମ୍ଭ ହୋଇପାରେ । ଧନଲାଭ ହେବାର ସମ୍ଭାବନା ରହିଛି । ଜୀବନସାଥୀ ଏବଂ ସନ୍ତାନ ପକ୍ଷରୁ ଶୁଭ ଖବର ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସମ୍ପର୍କରେ ଥିବା ମନୋମାଳିନ୍ୟ ଦୂର କରିବାର ସଠିକ୍ ସୁଯୋଗ ରହିଛି । ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ ।
ତୁଳା : କୌଣସି ରାଜନୈତିକ ସମ୍ପର୍କିତ କାର୍ଯ୍ୟ କରିବାକୁ ସୁଯୋଗ ମିଳିପାରେ । ସାଂସାରିକ ସୁଖ ପ୍ରାପ୍ତି ହେବ । ସନ୍ଧ୍ୟା ସମୟରେ କୌଣସି ମହାନ ବ୍ୟକ୍ତିଙ୍କୁ ଭେଟି ପାରନ୍ତି । ସ୍ଥଗିତ ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।
ଏହି ରାଶିର ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ :-
ବିଛା : ଆଜିର ଦିନ ଚିନ୍ତା ଏବଂ ବ୍ୟସ୍ତତାରୁ ମୁକ୍ତି ପାଇବେ । ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ନିକଟବର୍ତ୍ତୀ ଲୋକଙ୍କ ସହ ତୁଚ୍ଛ ବିବାଦରେ ପଡ଼ନ୍ତୁ ନାହିଁ, କ୍ଷତି ସହିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟ ସାମାନ୍ୟ ରହିବ । ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ ।
ଧନୁ : ଜୀବନସାଥୀଙ୍କ ଜୀବନ ପ୍ରତି ବିପଦ ରହିଛି । ଦୂର ଯାତ୍ରାର ସମ୍ଭାବନା ରହିଛି । ସନ୍ଧ୍ୟା ସମୟରେ ଶୁଭ ଖବର ମିଳିପାରେ ।
ମକର : ଜମିବାଡ଼ି ମାମଲା ପାଇଁ ଅତ୍ୟନ୍ତ ଲାଭଦାୟକ । କୌଣସି ଉଚ୍ଚାଧିକାରୀଙ୍କ ହସ୍ତକ୍ଷେପରେ ବିଗିଡ଼ି ଯାଇଥିବା କାମ ସମ୍ପୂର୍ଣ୍ଣ ହେବ ।
କୁମ୍ଭ : ନୂତନ ସୁଯୋଗ ଆସିପାରେ । ଶତ୍ରୁ ପରାଜିତ ହେବେ । ନୂତନ ପରିଚୟ ମିଳିପାରେ । ବନ୍ଧୁତ୍ବ ଲାଭ ହୋଇପାରେ । ସଠିକ୍ ସମୟର ଲାଭ ଉଠାନ୍ତୁ ।
ମୀନ : ସମ୍ପତି ପ୍ରାପ୍ତିର ସମ୍ଭାବନା ରହିଛି । ହଜିଯାଇଥିବା ଧନ ମିଳିପାରେ । ଜଟିଳ ସମସ୍ୟା ଦୂର ହେବ ।
କାନ୍ଭାସ୍ରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ: ଚିତ୍ରକଳାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କାନ୍ଭାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟଙ୍କୁ ନେଇ ଏକ ସାଇକେଲିକ୍ ଚିତ୍ର ପ୍ରସ୍ତୁତ ହୋଇଛି । ଯେଉଁଥିରେ ବିଜୁ ବାବୁଙ୍କ ଫଟୋ ଥିବା ତାଙ୍କ ନିକଟରେ ଏକ ଚୌକିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିଥିବା ଚିତ୍ରିତ ହୋଇଛି । ଆଉ ଏହି ଚିତ୍ରକଳାର ଶୀର୍ଷକ ରହିଛି ‘ଓଡ଼ିଶା ଭିଜନ୍’ । ବ୍ରହ୍ମପୁରର ଚିତ୍ରଶିଳ୍ପୀ ଉମା ଆଚାର୍ଯ୍ୟ ଏହାକୁ ପ୍ରସ୍ତୁତ କରିଛନ୍ତି । ଯାହାକୁ ଜେନ୍ ଆର୍ଟ କଲେଜର ଏକ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ମଙ୍ଗଳବାର ଭୁବନେଶ୍ୱର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଚିତ୍ର ପ୍ରଦାନ କରିଛନ୍ତି । ଏହି ଚତ୍ରକଳା ପ୍ରଦାନ ସମୟରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଏହି ସୁନ୍ଦର ଚିତ୍ରକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ପୂରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।
ତୋଷାଳି ମେଳା ବୁଲି ଦେଖିଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି
ଭୁବନେଶ୍ୱର: ସ୍ଥାନୀୟ ଜନତା ମୈଦାନ ଠାରେ ମାର୍ଚ୍ଚ ୨୮ ତାରିଖ ଠାରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହୋଇଛି । ଏହି ମେଳାରେ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ହେଉଛି । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଏସ୍ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପ ପ୍ରଦାନ କରି ଆଜି ସନ୍ଧ୍ୟାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭାଶର୍ମା ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିବା ସହିତ ମେଳା ଭ୍ରମଣ କରାଇଥିଲେ ।

ଆଜି ସନ୍ଧ୍ୟାରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, କେସିଙ୍ଗା, କଳାହାଣ୍ଡିର କଳାକାରମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା । ତତସହିତ ପାୟଲ ଅନୁଷ୍ଠାନ, କଟକର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ଓ ସମ୍ୱଲପୁରୀ ନୃତ୍ୟ ସଙ୍ଗେ ସଙ୍ଗେ ଶ୍ରୀମତୀ ସୁଚିସ୍ମିତା ବେହେର ଓ ସାଥିଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା ।

ଷୋଡ଼ଙ୍ଗ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ଜନତା ମୈଦାନରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା । ପରିଦର୍ଶକମାନେ ନିଜ ମନ ପସନ୍ଦର ହସ୍ତଶିଳ୍ପ ଓ ହସ୍ତଶିଳ୍ପ ସାମଗ୍ରୀର କିଣାବିକା କରିବା ସହିତ ସୁସ୍ୱାଦୁ ଖାଦ୍ୟ ତଥା ପାରମ୍ପରିକ କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ । ଏ ପର୍ଯ୍ୟନ୍ତ ଏହି ମେଳାରେ ଖୁବ୍ ଭଲ କାରବାର ହେଉଥିବାରୁ କାରିଗର ତଥା ବୁଣାକାରମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳା ପ୍ରତ୍ୟହ ଅପରାହ୍ଣ ୨ଘଣ୍ଟିକା ଠାରୁ ରାତ୍ର ୧୦ଘଣ୍ଟିକା ପର୍ଯ୍ୟନ୍ତ ଖୋଲା ରହୁଛି । ତୋଷାଳି ଜାତୀୟ ହସ୍ତଶିଳ୍ପ, ମେଳା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।


