ପାକିସ୍ତାନ ରାଜନୀତିରେ ସରୁନି ସସପେନ୍ସ, ସୁପ୍ରିମକୋର୍ଟରେ ଆଜି ମିଳିତ ବିରୋଧୀ ଦଳର ପିଟିସନର ଶୁଣାଣି

1 min read

ଇସଲାମାବାଦ: ସରୁନି ପାକିସ୍ତାନ ରାଜନୈତିକ ସଂକଟ । ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ଓ ନ୍ୟାସନାଲ ଆସେମ୍ବଲି ଭଙ୍ଗ ବିରୋଧରେ ମିଳିତ ବିରୋଧୀ ଦଳର ପିଟିସନର ଶୁଣାଣି ଆଜି ବି ଚାଲିବ । ଗତକାଲିର ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଥିଲେ ଯେ, ସଂସଦୀୟ ନିୟମଠାରୁ ସାମ୍ବିଧାନିକ ନିର୍ଦ୍ଦେଶ ସର୍ବୋପରି । ଇମ୍ରାନ ଖାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ନ୍ୟାସନାଲ ଆସେମ୍ବଲିରେ ଘଟିଥିବା ଘଟଣାର ତଥ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ ।

ସେପଟେ ନିର୍ବାଚନ କମିଶନ କହିଛନ୍ତି- ଦେଶରେ ଯଦି ସାଧାରଣ ନିର୍ବାଚନର ଆବଶ୍ୟକତା ହୁଏ ତେବେ ନିର୍ବାଚନ କରିବାକୁ କମିଶନ ପ୍ରସ୍ତୁତ ହେବ । ଗତ ରବିବାର ନ୍ୟାସନାଲ ଆସେମ୍ବ୍ଲିରେ ଉପବାଚସ୍ପତିଙ୍କ ଦ୍ୱାରା ଅନାସ୍ଥା ଭୋଟ ପ୍ରସ୍ତାବ ଅଗ୍ରାହ୍ୟ ହେବାକୁ ନେଇ ଦେଶରେ ଜାରି ରହିଛି ସସପେନ୍ସ ।