ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

1 min read

ଭଞ୍ଜନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ । ଗଞ୍ଜାମ ଓ ଭୁବନେଶ୍ୱର ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ । ଭଞ୍ଜନଗର ସ୍ଥିତ ଅଫିସ, କ୍ୱାର୍ଟସ, ଖଲ୍ଲିକୋଟ ଲଙ୍ଗଳେଶ୍ୱରରେ ଥିବା ପୈତୃକ ଘରେ ଚାଲିଛି ଚଢ଼ାଉ । ସେହିପରି ଭୁବନେଶ୍ୱର ଖଣ୍ଡଗିରି ସ୍ଥିତି ତୁଷ୍ଟି ଆପାର୍ଟମେଣ୍ଟର ବି-୧ ଫ୍ଲାଟ୍‌ରେ ଚଢାଉ ଚାଲିଛି । କସ୍ମୋପଲିସ ରେସିଡେନ୍ସିର ଫ୍ଲାଟ୍ ନମ୍ବର A-୦୭୩ ଫ୍ଲାଟ୍ ଓ ଜାଗମରାରେ ଥିବା ୩ମହଲା ବିଲ୍ଡିଂରେ ଚାଲିଛି ରେଡ୍ । ଭୁବନେଶ୍ୱର ସ୍ପଶାଲ ଭିଜିଲାନ୍ସ ଜଜଙ୍କ ଓ୍ୱାରେଣ୍ଟ ବଳରେ ଭିଜିଲାନ୍ସ ରେଡ୍ କରାଯାଇଛି । ଭିଜିଲାନ୍ସର ଏହି ଚଢ଼ାଉରେ ୫ ଜଣ ଡିଏସପି, ୧୧ ଜଣ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।