spot_img
Home Blog Page 4560

ଭାରତୀୟଙ୍କୁ ବିପଦରେ ପକାଇଲା ୟୁକ୍ରେନ୍, ଋଷ ଆଗରେ ବିଦେଶୀଙ୍କୁ ମୋହରା ବନାଇବା ଯୋଜନା

କିଏଭ୍: ୟୁକ୍ରେନକୁ ତିନିପଟୁ ଘେରି ଆକ୍ରମଣ ଆରମ୍ଭ କରିଛି ଋଷ । ଋଷ ସେନାର ଏୟାରଷ୍ଟ୍ରାଇକରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ୟୁକ୍ରେନରେ କେମିତି ଅଛନ୍ତି ଭାରତୀୟ ଛାତ୍ର । ଋଷ ସୀମା ଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ଡନିପ୍ରୋ ସହରରେ ରହୁଥିବା ଭାରତୀୟ ଛାତ୍ର ଅଭିଷେକ କହିଛନ୍ତି, ୟୁକ୍ରେନ୍ ନିଜ ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ଭାରତୀୟ ଓ ବିଦେଶୀ ଲୋକଙ୍କ ଜୀବନକୁ ବିପଦରେ ପକାଇଛି ।

ଡନିପ୍ରୋ ଷ୍ଟେଟ ୟୁନିଭରସିଟିରେ ରହି ଏମବିବିଏସ୍ ପଢ଼ନ୍ତି ଦିଲ୍ଲୀର ଅଭିଷେକ । ତାଙ୍କ କହିବା ଅନୁସାରେ, ସ୍ଥିତି ଖରାପ ହେବା ପରେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆମକୁ ଯିବାକୁ ଦେଇ ନଥିଲେ । କାହିଁକି ନା ଋଷ ସେନା ଆସିଲେ ସେମାନଙ୍କ ଆଗରେ ବିଦେଶୀ ନାଗରିକଙ୍କୁ ବ୍ୟବହାର କରିପାରିବେ ।

Russia Invades Ukraine Indian Student Dnipro

ଡନିପ୍ରୋ ବିମାନବନ୍ଦରରେ ମିଜାଇଲ୍ ଆକ୍ରମଣ ହୋଇଥିବା କହିଛନ୍ତି ଅଭିଶେକ । ତଥାପି ଡନିପ୍ରୋ ସହରରେ ସ୍ଥିତି ସ୍ୱଭାବିକ ରହିଛି । ଯୁଦ୍ଧ ଆରମ୍ଭ ହୋଇ ଯାଇଥିବାରୁ ଲୋକେ ଭୟଭୀତ ଅଛନ୍ତି । ସୁପର ଷ୍ଟୋର୍ସରେ ଖାଦ୍ୟ ସାଇତି ରଖିବାକୁ ଲୋକଙ୍କ ଭିଡ଼ ହେଉଛି । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଶ୍ୱାସଘାତକତା କରିଥିବା କହିଛନ୍ତି ଅଭିଷେକ ।

ଭାରତ, ନାଇଜେରିଆ ସମେତ ଆରବ ରାଷ୍ଟ୍ରର ଛାତ୍ରଛାତ୍ରୀ ୟୁକ୍ରେନରେ ଫସିଛନ୍ତି । ଏମାନଙ୍କ ଉପରେ ଆକ୍ରମଣ କଲେ ଋଷକୁ ଉକ୍ତ ରାଷ୍ଟ୍ରକୁ ଜବାବ ଦେବାକୁ ପଡ଼ିବ । ଏଥିପାଇଁ ଋଷ କେବଳ ବିମାନବନ୍ଦର ଉପରେ ଆକ୍ରମଣ କରୁଛି । ରୋଡ୍ ଓ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛି । ଫଳରେ ଲୋକ କୁଆଡ଼େ ଯାଇ ପାରିବେ ନାହିଁ ।

ରାଜଧାନୀରେ ରକ୍ତ ଅଭାବ, ଜୀବନ ଦେଉଛି ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ୱର: କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ ରାଜ୍ୟରେ ଦେଖାଦେଇଛି ରକ୍ତ ସଙ୍କଟ । ଅଧିକାଂଶ ଲୋକ ଟିକା ନେଇଥିବାରୁ ରକ୍ତ ଦାନ କରିବା ସମ୍ଭବପର ହେଉନାହିଁ । ଫଳରେ ରାଜ୍ୟର ବିଭିନ୍ନ ରକ୍ତ ଭଣ୍ଡାରରେ ବିଭିନ୍ନ ବର୍ଗର ରକ୍ତର ଅଭାବ ଦେଖାଦେଇଛି । ଭୁବନେଶ୍ୱରରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । ଓଡିଶା ମୋ ପରିବାର ପକ୍ଷରୁ ଗତ ବର୍ଷ ବହୁ ସଂଖ୍ୟାରେ ରକ୍ତ ୟୁନିଟ ସଂଗ୍ରହ କରାଯାଇଥିବା ବେଳେ ଚଳିତ ବର୍ଷ ରକ୍ତ ଦାନ ଶିବିର ଆୟୋଜନ କରିବା ମୁସକିଲ ହୋଇପଡିଛି ।

ରକ୍ତ ସଙ୍କଟକୁ ଦୂର କରିବାକୁ ପୁଣି ଓଡିଶା ମୋ ପରିବାର ବିଭିନ୍ନ ସଙ୍ଗଠନ ସହଯୋଗରେ ରକ୍ତଦାନ ଶିବିର ଆୟୋଜନ କରୁଛି । ଭୁବନେଶ୍ୱର ଜିମ୍ ମାଲିକ ସଂଘ ସହଯୋଗରେ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି । ସେହିଭଳି ଏହି ଅବସରରେ ଅଙ୍ଗଦାନ କାର୍ଯ୍ୟକ୍ରମ ମଧ୍ୟ ଓଡିଶା ମୋ ପରିବାର ପକ୍ଷରୁ କରାଯାଇଛି । ଏହିପରି ଅନେକ ସଂଗଠନ ମଧ୍ୟ ସମଗ୍ର ଓଡ଼ିଶାରେ ଦେଖା ଦେଇଥିବା ରକ୍ତ ଅଭାବକୁ ଦୂର କରିବାକୁ ପ୍ରୟାସରତ ଅଛନ୍ତି  ।

ସେପଟେ ଭୁବନେଶ୍ୱରରେ ଜାନୁଆରୀ ୨୧ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ବିଭିନ୍ନ ଦୁର୍ଘଟଣା ଯୋଗୁଁ ଲୋକେ ଅଙ୍ଗ ହରାଉଛନ୍ତି ତ ଆଉ କେଉଁଠି ବ୍ରେନ୍ ଡେଡ୍ ହୋଇ ଲୋକଙ୍କ ଅଙ୍ଗ ନଷ୍ଟ ହେଉଛି । ଫଳରେ ଅଙ୍ଗ ପ୍ରତ୍ୟଙ୍ଗ ଅଭାବକୁ ଦୂର କରିବାକୁ ଏହି ଅଭିଯାନ ହାତକୁ ନେଇଛି ଓଡିଶା ମୋ ପରିବାର।

ବୁଥରେ ବିଜେପି କର୍ମୀଙ୍କ ଆତଙ୍କରାଜ, ୨ ବିଜେଡି କର୍ମୀ ଆହତ

ବାଲେଶ୍ୱର: ଭଦ୍ରକ ପରେ ବାଲେଶ୍ୱରରେ ବିଜେପି କର୍ମୀଙ୍କ ଉନ୍ମତ୍ତକାଣ୍ଡ  । ରେମୁଣା ବ୍ଲକ୍‌ ତାଳପଦା ପଞ୍ଚାୟତର 4ନଂ ବୁଥ୍‌ରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ  । ବିଜେଡିର ଜଣେ ମହିଳାଙ୍କ ସମେତ ୨ଜଣ କର୍ମୀ ଆହତ ହୋଇଛନ୍ତି । ଭୋଟ ଦେବାକୁ ଯାଉଥିବାବେଳ ଆକ୍ରମଣ କରିଛନ୍ତି ବିଜେପି କର୍ମୀ  ।

ସୂଚନା ମୁତବାକ ଭୋଟର ଲିଷ୍ଟରେ ଡାକ ନାଁ ଶିବା ରହିଛି ଏବଂ ଭୋଟର କାର୍ଡରେ ଶିବା ମଳିକ ରହିଛି । ତେଣୁ ତାଙ୍କ ନାମ ହିଁ ଲିଷ୍ଟରେ ପରିବର୍ତ୍ତନ ହୋଇଯାଇଥିବା ସେ କହିଥିଲେ  । ଭୋଟ ଦେବାକୁ ମଧ୍ୟ କହିଥିଲେ ଉକ୍ତ ବ୍ୟକ୍ତି  । କିନ୍ତୁ ଏହି ବ୍ୟକ୍ତି ଜଣଙ୍କୁ ଭୋଟ ଦେବାକୁ ବିରୋଧ କରିଥିଲେ ବିଜେପି କର୍ମୀ । ପରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା, ବିଜେଡି କର୍ମୀଙ୍କୁ ଆକ୍ରମଣ କରିତଇଳଏ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି  ।

ଶୋଭିଏତ୍ ସଂଘର ବିଘଟନରୁ ‘ୟୁକ୍ରେନ୍’ର ଜନ୍ମ, ଋଷର ଉତ୍ଥାନରୁ ପତ୍ତନ ?

କିଏଭ୍: ୟୁକ୍ରେନ୍ ଉପରେ ଋଷର ଘନ ଘନ ଆକ୍ରମଣ । ୟୁକ୍ରେନର ଏକାଧିକ ସହରରେ ଋଷ ମିଜାଇଲ୍ ମାଡ଼ କରିବା ସହ ଦକ୍ଷିଣ ଉପକୂଳରେ ସ୍ଥିତି ଜାହିର୍ କରିଛନ୍ତି ଋଷ ସୈନ୍ୟ । ୧୯୯୧ରେ ସୋଭିଏତ୍ ୟୁନିୟନ୍ ଠାରୁ ୟୁକ୍ରେନ୍ ନିଜକୁ ସ୍ୱାଧୀନ ଘୋଷଣା କରିବା ସହ ନୂଆ ଇତିହାସ ଲେଖିଥିଲା । ସେତେବେଳର ସୋଭିଏତ୍ ରିପବ୍ଲିକ୍ ଅଫ୍ ୟୁକ୍ରେନର ନେତା ଥିଲେ ଲିୟୋଣ୍ଡ କ୍ରାଭଚୁକ୍ । ମସ୍କୋ ଠାରୁ ୟୁକ୍ରେନକୁ ସ୍ୱାଧୀନ ଘୋଷଣା କରି ଲିୟୋଣ୍ଡ କ୍ରାଭଚୁକ୍ ହୋଇଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ।

Ukraine's Turbulent History Since Independence in 1991

ଏହାପରେ ୟୁକ୍ରେନରେ ଆରମ୍ଭ ହୋଇଥିଲା କ୍ଷମତାର ଅସଲ ଲଢ଼େଇ । ପାଲି ପଲଟିଗଲା । ୧୯୯୪ ରାଷ୍ଟ୍ରପତି ନିର୍ବାଚନରେ ଲିୟୋଣ୍ଡ କୁଚମାଙ୍କୁ ଠାରୁ ହାଗିରଲେ ଲିୟୋଣ୍ଡ କ୍ରାଭଚୁକ୍ । ତମାମ୍ ବିବାଦ ସତ୍ତ୍ୱେ ଲିୟୋଣ୍ଡ କୁଚମା ପୁଣି ୧୯୯୯ରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଋଷିଆ ସମର୍ଥିତ ଭିକ୍ଟର ୟାନୁକୋଭିଚ ୟୁକ୍ରେନ୍ ରାଷ୍ଟ୍ରପତି ବନିଥିଲେ । ନାଟୋରେ ୟୁକ୍ରେନକୁ ସାମିଲ୍ ନେଇ ୨୦୦୫ରେ ଲଢ଼େଇ ଆରମ୍ଭ କରିଥିଲେ ୟାନୁକୋଭିଚ ।

Ukraine's Turbulent History Since Independence in 1991

୨୦୧୦ରେ ଟାଇମୋସେଙ୍କୋକୁ ହରାଇ ୟାନୁକୋଭିଚ ପୁଣି ରାଷ୍ଟ୍ରପତି ହୋଇଥିଲେ । ଏଥିସହ ଋଷିଆ ନୌସେନା ୟୁକ୍ରେନର ବ୍ଲାକ ସି ପୋର୍ଟକୁ ଲିଜରେ ନେଇଥିଲା । ୨୦୧୩ରେ ଋଷ ସହ ସମ୍ପର୍କକୁ ବଢ଼ାଇବାକୁ ଯାଇ ଭିକ୍ଟର ୟାନୁକୋଭିଚ ୟୁରୋପିଆନ୍ ୟୁନିୟନ୍ ସହ ସମସ୍ତ ବାଣିଜ୍ୟିକ କାରବାର ବନ୍ଦ କରି ଦେଇଥିଲେ । ଯାହାର ବିରୋଧରେ ଅଶାନ୍ତ ହୋଇ ଉଠିଥିଲା ୟୁକ୍ରେନ୍ ରାଜଧାନୀ କିଏଭ୍ । ମୈଦାନ ସ୍କୋୟାରରେ ହୋଇଥିବା ହିଂସାରେ ଶତାଧିକ ନାଗରିକ ପ୍ରାଣ ହରାଇଥିଲେ ।

Ukraine's Turbulent History Since Independence in 1991

୨୦୧୪ ଫେବ୍ରୁଆରୀରେ ଭିକ୍ଟର ୟାନୁକୋଭିଚଙ୍କ ବିପକ୍ଷରେ ସଂସଦରେ ଜନମତ ଆସିବା ପରେ ସେ ରାଷ୍ଟ୍ରପତି ପଦରୁ ହଟିଥିଲେ । ରାଷ୍ଟ୍ରପତି ପଦରୁ ହଟିବାର କିଛିଦିନ ମଧ୍ୟରେ ୟୁକ୍ରେନ୍ ସଂସଦଙ୍କୁ କବଜା କରିବା ସହ ବିଦ୍ରୋହୀ ଋଷ ପତାକା ଉଡ଼ାଇଥିଲେ । ସେହିବର୍ଷ ଏପ୍ରିଲରେ ୟୁକ୍ରେନର ଡୋନାବସକୁ ଋଷ ବିଚ୍ଛିନ୍ନତାବାଦୀ ସ୍ୱାଧୀନ ଘୋଷଣା କରିଥିଲେ । ସେବେଠୁ ଆରମ୍ଭ ହୋଇଥିବା ଅସ୍ତ୍ରବିରତି ଏବେ ୨୦୨୨ରେ ଯୁଦ୍ଧର ରୂପ ନେଇଛି ।

Ukraine's Turbulent History Since Independence in 1991

ମେ ୨୦୧୪ରେ ଶିଳ୍ପପତି ପେଟ୍ରୋ ପୋରୋସେଙ୍କୋ ଯୁକ୍ରେନ୍ ରାଷ୍ଟ୍ରପତି ହୋଇଥିଲେ । ୨୦୧୯ରେ ପେଟ୍ରୋଙ୍କୁ ହରାଇ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ ପୂର୍ବତନ ହାସ୍ୟ ଅଭିନେତା ଭୋଲୋଦିମିର୍ ଜେଲେନସ୍କି । ୨୦୨୧ରେ ଅଭ୍ୟାସ ନାଁରେ ୟୁକ୍ରେନ୍ ସୀମାରେ ସୈନ୍ୟ ଠୁଳ କରିବା ଆରମ୍ଭ କରିଥିଲା ଋଷ । ଡିସେମ୍ବରରେ ୟୁକ୍ରନକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷକୁ ଚେତାବନୀ ଦେଇଥିଲେ । ଆଉ ୨୦୨୨ ଜାନୁଆରୀରୁ ୟୁକ୍ରେନ୍ ସୀମାର ବଢ଼ିଥିଲା ଋଷର ସୈନ୍ୟ କାର୍ଯ୍ୟକଳାପ ।

Ukraine's Turbulent History Since Independence in 1991

ଜାନୁଆରୀ ୧୭ରେ ଋଷ ସେନା ଯୁକ୍ରେନର ଉତ୍ତରରେ ଥିବା ବେଲାଋଷରେ ପହଞ୍ଚିଥିଲା । ଏହାକୁ ଦେଖି ଜାନୁଆରୀ ୨୪ରେ ଯୁଦ୍ଧ ବିମାନ ସହ ସଜାଗ ହୋଇଥିଲା ନାଟୋ । ଫେବ୍ରୁଆରୀ ପହିଲାରୁ ୟୁକ୍ରେନ ଉପରେ ଋଷର ଆକ୍ରାମଣାତ୍ମକ ଆଭିମୁଖ୍ୟ ଦେଖି ଆମେରିକା ବାରମ୍ବାର ପୁଟିନଙ୍କୁ ଚେତାବନୀ ଦେଇଥିଲା । ୧୯ ତାରିଖରେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ନିର୍ଦ୍ଦେଶ ଦେଇ ଯୁଦ୍ଧର ଆଶଙ୍କାକୁ ଆହୁରି ଶାଣିତ କରିଥିଲେ ପୁଟିନ୍ । ଆଉ ୨୪ ସକାଳୁ ପୁଟିନ୍ ସ୍ୱତନ୍ତ୍ର ମିଲିଟାରୀ ଅପରେସନ୍ ଲାଗି ଋଷ ସେନାକୁ ନିର୍ଦ୍ଦେଶ ଦେଇଥିଲେ । ପୁଟିନଙ୍କ ନିର୍ଦ୍ଦେଶ ପାଇବା କ୍ଷଣି ଋଷ ସେନା ୟୁକ୍ରେନ୍ ସୈନ୍ୟ, ଏୟାରବେସ୍ ଉପରେ ମିଜାଇଲ୍ ଓ ତୋପମାଡ଼ କରିବା ଆରମ୍ଭ କରି ଦେଇଛନ୍ତି ।

ରାଜ୍ୟରେ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଦିନ ୧୨.୩୦ ସୁଦ୍ଧା ୫୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଶେଷ ହୋଇଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ । ୨୫ ଜିଲ୍ଲାର ୪୮ ବ୍ଲକରେ ମତଦାନ ଶେଷ ହୋଇଛି । ଅନ୍ତିମ ପର୍ଯ୍ୟାୟରେ ନିର୍ବାଚନରେ ୧୩୧ ଜିଲ୍ଲା ପରିଷଦ ଆସନ ପାଇଁ ନେତା ବାଛିଛନ୍ତି ଜନତା । ଦିନ ସାଢେ ୧୨ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଆଜି ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ୧୭୭୫ଟି ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା । ଆଇନଶୃଙ୍ଖଳା ପାଇଁ ପ୍ରାୟ ୩୦ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ । କେବଳ କଟକ ନିଆଳି ବ୍ଲକରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖା ଦେବାରୁ ମତଦାନ ବାଧାପ୍ରାପ୍ତ ହୋଇଛି ।

ସେପଟେ ତୃତୀୟ ପର୍ଯ୍ୟାୟର ୩୦ଟି ଓ ଚତୁର୍ଥ ପର୍ଯ୍ୟାୟର ୬ଟି ସ୍ଥାନରେ ନିର୍ବାଚନ ବାଧାପ୍ରାପ୍ତ ହୋଇଥିଲା । ତେବେ ବାଧାପ୍ରାପ୍ତ ହୋଇଥିବା ବୁଥରେ ଆସନ୍ତାକାଲି ସାନି ମତଦାନ ହେବ । ତେବେ ଆଜି ଯେଉଁ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି ସେହି ବୁଥରେ ଆସନ୍ତାକାଲି ସାନି ମତଦାନ ହେବ । ସୂଚନା ଅନୁସାରେ ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିଲା । ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଆସନ୍ତା ଫେବ୍ରୁଆରୀ ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ ଗଣତି ହେବ ।

ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଛାତ୍ର, ଉଦ୍ଧାର ପାଇଁ ପରିବାର କଲେ ନିବେଦନ

କଟକ: ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ କରିଛି । ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ  ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ର ଏବେ  ୟୁକ୍ରେନରେ ଫସି ରହିଛନ୍ତି । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ଫଳରେ ସେଠାରେ ଫସିଯାଇଛନ୍ତି ଓଡ଼ିଆ ଛାତ୍ର ଆଶାଦୀପ ମହାପାତ୍ର । ଆଶାଦୀପ ୟୁକ୍ରେନରେ ତୃତୀୟ ବର୍ଷ ଡାକ୍ତରୀ ପାଠ ପଢୁଛନ୍ତି । ଯୁଦ୍ଧ ଆରମ୍ଭ ହୋଇଯିବାରୁ ଫେରିପାରୁନାହାଁନ୍ତି ଆଶାଦୀପ । ସେଥିପାଇଁ ଚିନ୍ତାରେ ପୂରା ପରିବାର ବୋଲି କହିଛନ୍ତି ତାଙ୍କ ବଡ଼ବାପା ଅନିଲ ମହପାତ୍ର  ।

କଟକ ପୁଅ ଆର୍ଯ୍ୟମାନ ଅଭିଷେକ ବି ୟୁକ୍ରେନରେ ଫସିଯାଇଛନ୍ତି । ଆର୍ଯ୍ୟମାନ ଅଭିଷେକଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ତାଙ୍କ ମାଆ ଅରୁଣା ଜ୍ୟୋତି ବିଶ୍ୱାଳ । ୬ ବର୍ଷ ଧରି ୟୁକ୍ରେନରେ ଡାକ୍ତରୀ ପାଠ ପଢୁଛନ୍ତି ଆର୍ଯ୍ୟମାନ । ତେବେ ବର୍ତ୍ତମାନ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଆର୍ଯ୍ୟମାନଙ୍କୁ ସୁରକ୍ଷିତ ଘରକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ଅରୁଣା ଜ୍ୟୋତି ବିଶ୍ୱାଳ । ଗତକାଲି ଫୋନରେ କଥା ହୋଇଥିଲେ ଆର୍ଯ୍ୟମାନ । ସ୍ଥିତି ଅଧିକ ଗମ୍ଭୀର ହେଉଥିବା ନେଇ ମଧ୍ୟ କହିଥିଲେ ସେ ।

ସେହିପରି ଢ଼େଙ୍କାନାଳ ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଫସିରହିଛନ୍ତି । ତିନିମାସ ତଳେ ସେ ଏମବିବିଏସ ପଢ଼ିବା ପାଇଁ ଯାଇଥିଲେ । ୨୦ ବର୍ଷୀୟ ସୁପ୍ରୀତ ସ୍ୱାଇଁ ବିନିସ୍ତା କଲେଜରେ ଏବେ ରହୁଥିବା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ସହ ଆଜି ମଧ୍ୟ କଥା ହୋଇଛନ୍ତି । କଲେଜ ପକ୍ଷରୁ ତାଙ୍କୁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ଯେ କୌଣସି ମୁହୂର୍ତ୍ତରେ ତାଙ୍କୁ ଫ୍ଲାଇଟରେ ପଠାଯାଇପାରେ ବୋଲି ତାଙ୍କ କଲେଜ ତରଫରୁ କହୁଯାଇଛି ବୋଲି ସୁପ୍ରୀତଙ୍କ ମା’ କହିଛନ୍ତି ।

ୟୁକ୍ରେନ ଉପରେ ଘନ ଘନ ମିଜାଇଲ୍-ବୋମାମାଡ଼, ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଉଛନ୍ତି ଲୋକ

କିଏଭ୍: କେତେବେଳେ ବୋମା ତ କେତେବେଳେ ମିଜାଇଲ୍ । ଆଖି ପିଛୁଳାକେ ଧ୍ୱଂସ ହୋଇଯାଉଛି ସବୁକିଛି । ୟୁକ୍ରେନରେ ସଂହାରଲୀଳା ଚଳାଇଛି ଋଷ । ୟୁକ୍ରେନ୍-ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ସାରିଥିବା ବେଳେ ନାଗରିକଙ୍କୁ ସୁରକ୍ଷା ଦେବା ପାଇ ରାଜଧାନୀ କିଏଭରେ ୟୁକ୍ରେନ୍ ଖୋଲିଛି ସେଲ୍ଟର ହୋମ୍ ।

Kyiv Residents Underground Metro Stations Bomber Shelter

ରାଜଧାନୀ କିଏଭ୍ ଓ ସବୱେର ନିର୍ମିତ ସେଲ୍ଟର ହୋମକୁ ଲୋକଙ୍କୁ ଯିବାକୁ ୟୁକ୍ରେନ୍ ଅପିଲ୍ କରୁଛି । ଖବର ଅନୁସାରେ ଏବେ ଯାଏ କିଏଭ୍ ସେଲ୍ଟରରେ ୫ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇ ସାରିଲେଣି । ଋଷର ଆକ୍ରମଣରୁ ବର୍ତ୍ତିବା ଲାଗି ଦୀର୍ଘ ବର୍ଷ ଧରି ଏଭଳି ବମ୍ବ ସେଲ୍ଟର ହୋମ୍ ନିର୍ମାଣ କରୁଥିଲା ୟୁକ୍ରେନ୍ । ଆକାଶରୁ ଖସୁଥିବା ବୋମାରୁ ଏହି ସେଲ୍ଟର ହୋମ୍ ଲୋକଙ୍କୁ ସୁରକ୍ଷା ଦେଇ ପାରିବ ।

Kyiv Residents Underground Metro Stations Bomber Shelter

ଖାଲି ମେଟ୍ରୋ ନୁହେଁ ୟୁକ୍ରେନର ଦୋକାନ, ମେଟ୍ରୋ ଷ୍ଟେସନ୍, ଅଣ୍ଡରପାସ୍, କୋଲ୍ଡ ବାର ନ୍ୟୁକ୍ଲିୟର ସେଲ୍ଟର ଓ ଷ୍ଟ୍ରିପ୍ କ୍ଲବକୁ ସେଲ୍ଟର ହୋମରେ ପରିବର୍ତ୍ତନ କରାଯାଇଛି । ଲୋକେ ତୁରନ୍ତ ଅଣ୍ଡର ଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନ ସେଲ୍ଟରରେ ଶରଣ ନେବାକୁ କୁହାଯାଇଛି । ୟୁକ୍ରେନରେ ପୂର୍ବ ୟୁରୋପର ସବୁଠୁ ବଡ଼ ଓ ସବୁଠୁ ପୁରୁଣା ଅଣ୍ଡରଗ୍ରାଉଣ୍ଡ ରହିଛି ।

Kyiv Residents Underground Metro Stations Bomber Shelter

ମାର୍ସଲ ଆଇନ୍ ଲାଗୁ ହେବା ପରେ ହଜାର ହଜାର ସଂଖ୍ୟାରେ ଲୋକ ସେଲ୍ଟର ହୋମରେ ଆଶ୍ରୟ ନେଇଛନ୍ତି ।

ୟୁକ୍ରେନ୍ ଉପରେ ଋଷର ସାଇବର ଆଟାକ୍, ବନ୍ଦ ହୋଇଗଲା ଶତାଧିକ କମ୍ପ୍ୟୁଟର୍

କିଏଭ୍: ୟୁକ୍ରେନରେ ଯୁଦ୍ଧ । ୟୁକ୍ରେନକୁ ତିନିପଟୁ ଘେରି ସାରିଲାଣି ଋଷ । ମିଜାଇଲ୍ ପରେ ଋଷ ସୈନ୍ୟ ୟୁକ୍ରେନରେ ପଶି ଟ୍ୟାଙ୍କରୁ ଆକ୍ରମଣ କରୁଛନ୍ତି । ମିଜାଇଲ୍ ଆକ୍ରମଣ ପରେ ୟୁକ୍ରେନ୍ ଉପରେ ସାଇବାର ଆଟାକ୍ କରିଛି ଋଷ । ୟୁକ୍ରେନର ସରକାରୀ ସଂସ୍ଥାର କମ୍ପ୍ୟୁଟର ଅଚାନକ କାମ କରିବା ବନ୍ଦ କରି ଦେଇଛି ।

ଏଥିସହ ପଢ଼ନ୍ତୁ: ମିଜାଇଲ୍ ମାଡ଼ ପରେ ୟୁକ୍ରେନରେ ପଶିଲା ଋଷ ଟ୍ୟାଙ୍କ, ୮ ଜଣଙ୍କ ମୃତ୍ୟୁ, ଏକାଧିକ ଆହାତ

ରିପୋର୍ଟ ଅନୁସାରେ, ୟୁକ୍ରେନର ସରକାରୀ ୱେବସାଇଟ୍, ବ୍ୟାଙ୍କ ଓ ଅନ୍ୟ ସଂସ୍ଥାର ଅନଲାଇନ୍ ପ୍ଲାଟଫର୍ମ ଉପରେ ସାଇବର ଆକ୍ରମଣ କରିଛି ଋଷ । ୟୁକ୍ରେନର ସମସ୍ତ ବ୍ୟାଙ୍କ, ଡିଫେନ୍ସ ସେକ୍ଟର ଓ ସରକାରୀ ସଂସ୍ଥାକୁ ଟାର୍ଗେଟ୍ କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି କମ୍ପ୍ୟୁଟରରୁ ସମସ୍ତ ତଥ୍ୟ ଓ ଡାଟାକୁ ହ୍ୟାକ୍ କରି ନେବା ।

ଏଥିସହ ପଢ଼ନ୍ତୁ: ଯେଉଁ ଓଡ଼େଶାରେ ଋଷ ପ୍ରବଳ ବୋମା ବର୍ଷଣ କରୁଛି,ଜାଣନ୍ତୁ ତା’ର ଇତିହାସ କ’ଣ ?

ତେବେ ଆକ୍ରମଣ ନେଇ ଋଷ ଅନେକ ଦିନ ତଳୁ ଯୋଜନା କରିଥିଲା । ଋଷ ସାଇବର ଆଟାକ୍ କରି ଗୁଇନ୍ଦା ସୂତ୍ରକୁ ଏକାଠି କରିପାରିବ । ଯାହା ସାହାଯ୍ୟରେ ସେନାର ଅପରେସନ୍ ଆହୁରି ସହଜ ହୋଇଯିବା ସହ ଯୁଦ୍ଧରେ କାମରେ ଆସିବ । ଅନ୍ୟପଟେ ୟୁକ୍ରେନ୍ ତାର ଏୟାର ସ୍ପେଶକୁ ବନ୍ଦ କରି ଦେଇଛି ।

ମିଜାଇଲ୍ ମାଡ଼ ପରେ ୟୁକ୍ରେନରେ ପଶିଲା ଋଷ ଟ୍ୟାଙ୍କ, ୮ ଜଣଙ୍କ ମୃତ୍ୟୁ, ଏକାଧିକ ଆହାତ

କିଏଭ୍: ୟୁକ୍ରେନ୍ ଉପରେ ଆକ୍ରମଣ କରିଛି ଋଷ । ଗୁରୁବାର ୟୁକ୍ରେନର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ତାଜା ସୂଚନା ଅନୁସାରେ, ଋଷର ମିଜାଇଲ୍ ଆକ୍ରମଣରେ ୮ ଜଣ ୟୁକ୍ରେନ୍ ନାଗରିକଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନର ଅନେକ ଗାଁକୁ ଦଖଲକୁ ନେଇଛି ଋଷ ସେନା । ଏବେବି ୟୁକ୍ରେନର ଅନେକ ସ୍ଥାନରେ ଆକ୍ରମଣ ହେଉଥିବା ବେଳେ ଆକାଶରୁ ନିଆଁ ଖସୁଛି ।

Russia Invades Ukraine, 8 Dead Many Injured

ୟୁକ୍ରେନର ନ୍ୟାସନାଲ ଗାର୍ଡ ମୁଖ୍ୟାଳୟକୁ ନଷ୍ଟ କରି ଦେଇଥିବା ଋଷ ଦାବି କରିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ୍ ତାର ଏୟାର ସ୍ପେସ୍ ବା ବାୟୁ ସୀମାକୁ ବନ୍ଦ କରି ଦେଇଛି । ୟୁକ୍ରେନକୁ ଆସୁଥିବା ବିମାନକୁ ସାଇବର ଆଟାକ ଭୟରେ ଏଭଳି ପଦକ୍ଷେପ ନେଇଛି ୟୁକ୍ରେନ୍ । ୟୁକ୍ରେନର ଅନେକ ସହର ବିମାନବନ୍ଦରରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି ।

Russia Invades Ukraine, 8 Dead Many Injured

ଋଷର ସ୍ଥଳ ସେନା ୟୁକ୍ରେନରେ ପ୍ରବେଶ କରି ଆକ୍ରମଣ କରିଛି । ମିଜାଇଲ୍ ପରେ ଋଷ ଟ୍ୟାଙ୍କରୁ ଆକ୍ରମଣ କରିବା ଆରମ୍ଭ କରିଛି । ଅନ୍ୟପଟେ ଋଷର ୫ଟି ବିମାନକୁ ଖସାଇ ଦେଇଥିବା ଦାବି କରିଛି ୟୁକ୍ରେନ୍ । ଆକ୍ରମଣ ପରେ ୟୁକ୍ରେନ୍ ରାଜଧାନୀ କିଏଭ୍ ଛାଡ଼ିବାରେ ଲାଗିଛନ୍ତି ଲୋକ । କିଏଭ୍ ରାସ୍ତାରେ ହଜାର ହଜାର ଗାଡ଼ି ଭିଡ଼ ଲାଗିଛି ।

ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ଭୁଶୁଡ଼ିଲା ସେୟାର ବଜାର, ୨ ହଜାର ହ୍ରାସ ପାଇଲା ସେନସେକ୍ସ

ନୂଆଦିଲ୍ଲୀ: ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଋଷ-ୟୁକ୍ରେନ ମଧ୍ୟରେ ଲାଗିଥିବା ବିବାଦ କାରଣରୁ ବିଗତ କିଛି ଦିନ ଧରି ଲଗାତର ଭାବରେ ଭୁଷୁଡିବାରେ ଲାଗିଥିଲା ସେୟାର ବଜାର । ଆଉ ଆଜି ପୁଟିନ୍ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ସେୟାର ବଜାର ପୂରା ଭୁଷୁଡି ପଡ଼ିଛି । ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସିଧାସଳଖ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି। ଆଜି କାରବାର ଆରମ୍ଭରୁ ହିଁ ଭାରତୀୟ ବଜାର ଉପରେ ଯୁଦ୍ଧର ସିଧା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା। କାରବାର ଆରମ୍ଭରୁ ସେନସେକ୍ସ ୧୫୨୪ ପଏଣ୍ଟ ହ୍ରାସ ପାଇଛି। ସେହପିରି ନିଫ୍ଟି ମଧ୍ୟ ୪୫୧ ପଏଣ୍ଟ ତଳକୁ ଖସିଥିଲା ।

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ସେୟାର ବଜାରରେ ଆଜି କାରବାର ଆରମ୍ଭ ପୂର୍ବରୁ ପ୍ରି-ଓପନ୍‌ ସେସନରେ ସେନସେକ୍ସରେ ୧୫୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା । ସେନସେକ୍ସ ସହ ନିଫ୍ଟି ମଧ୍ୟ ୫୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା । ତେବେ ସେୟାର ବଜାରରେ କାରବାର ଆରମ୍ଭ ହେବା ମାତ୍ରେ ସେନସେକ୍ସ ୧୩୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା । ନିଫ୍ଟି ମଧ୍ୟ ୩୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା । ଏହାପୂର୍ବରୁ ଗତକାଲି ସେୟାର ବଜାରରେ ଭଲ କାରବାର ହୋଇଥିଲା । ହେଲେ ସନ୍ଧ୍ୟା ସମୟରେ ବଜାର ଡାଉନ୍‌ ହୋଇଯାଇଥିଲା ।