କିଏ ଦଖଲ କରିବ ଧାମନଗର ଏନଏସି, ଆଜି ଆସିବ ଧାମନଗର ପୌର ଫଳ

ଭଦ୍ରକ: କିଏ ଦଖଲ କରିବ ଧାମନଗର ଏନଏସି । ଆଜି ଆସିବ ଧାମନଗର ଏନଏସିର ପୌର ଫଳ । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ୪ଟି ଓ୍ୱାର୍ଡର ୬ଟି ବୁଥରେ ଗତକାଲି ପୁନଃମତଦାନ ପରେ ଆଜି ଗଣତି କରାଯିବ । ୨ ନମ୍ବର ଓ୍ୱାର୍ଡର ୩ ନମ୍ବର ବୁଥ୍, ୫ ନମ୍ବର ଓ୍ୱାର୍ଡର ୮ ଓ ୯ ନମ୍ବର ବୁଥ, ୯ ନମ୍ବର ଓ୍ୱାର୍ଡର ୧୬ ନମ୍ବର ବୁଥ ଏବଂ ୧୦ ନମ୍ବର ଓ୍ୱାର୍ଡର ୧୭ ଓ ୧୮ ନମ୍ବର ବୁଥରେ ପୁନଃମତଦାନ ହୋଇଛି । ଗଣତି ପାଇଁ ଧାମନଗର ବ୍ଲକ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ସମସ୍ତ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

କୌଣସି ଅପ୍ରିତିକର ପରିସ୍ଥିତି ଆଶଂକାରେ ଏନଏସିରେ ୧୪୪ ଧାରା ଜାରି କରିଛି  ଜିଲ୍ଲା ପ୍ରଶାସନ । ଗତକାଲି ରାତି ୯ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ । ଏହି ସମୟରେ ୫ ଜଣଙ୍କୁ ଅଧିକ ଲୋକ ସମାଗମ ହୋଇପାରିବେ ନାହିଁ । ଗଣତି କେନ୍ଦ୍ର ନିକଟକୁ ଚାରିଚକିଆ ଗାଡି ରଖିବା ଓ ନେବା ଉପରେ ରୋକ ଲଗାଯାଇଛି । ଗତ ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହୋଇଥିଲା । ବିଶୃଙ୍ଖଳା ଯୋଗୁଁ ଧାମନଗରରେ ଭୋଟିଂକୁ ବାତିଲ କରାଯାଇଥିଲା ।