spot_img
Home Blog Page 4497

ଇମକାର ବାର୍ଷିକ ସମ୍ମିଳନୀ ‘କୁ କନେକ୍‍ସନ ୨୦୨୨’

ଭୁବନେଶ୍ୱର: ଭାରତୀୟ ଜନ ସଂଚାର ସଂସ୍ଥାନର ପୁରାତନ ଛାତ୍ର ସଂସଦ (ଇମକା) ଓଡ଼ିଶା ଶାଖାର ୧୦ମ ବାର୍ଷିକ ସମ୍ମିଳନୀ ‘କୁ’ କନେକସନ୨୦୨୨’ ଅନୁଷ୍ଠିତ ହୋଇଛି । ରବିବାର ସନ୍ଧ୍ୟାରେ ହୋଟେଲ ମାରିଅନରେ ଆୟୋଜିତ କାର୍ଯ୍ୟକ୍ରମରେ ‘ଷଷ୍ଠ ଇଫ୍‍କୋ ଇମ୍‍କା ପୁରସ୍କାର’ ପ୍ରଦାନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକା ଶାରଦା ଲାହଙ୍ଗୀରଙ୍କୁ ‘ଜର୍ଣ୍ଣାଲିଷ୍ଟ ଅଫ୍‍ ଦ ଇୟର’ (ପ୍ରକାଶନ) ଭାବେ ପୁରସ୍କୃତ କରାଯାଇଥିଲା । ଭାରତୀୟ ଭାଷା ରିପୋର୍ଟର ଅଫ୍‍ ଦ ଇୟର (ପ୍ରସାରଣ) ଭାବେ ଜ୍ୟୋତିସ୍ମିତା ନାୟକ ପୁରସ୍କୃତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇମ୍‍କାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଆଇଆଇଏମସି ଓଡ଼ିଶା ଶାଖା ସଭାପତି ସଞ୍ଜୟ ସାହୁ ସଭାପତିତ୍ୱ କରିଥିଲେ । ପ୍ରତିଷ୍ଠାତା ସଦସ୍ୟ ରିତେଶ ବର୍ମା ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ । କରୋନା ମହାମାରୀ ସମୟରେ ସାମ୍ବାଦିକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରିଆସୁଛନ୍ତି । ଖୁବ୍‍ ଶୀଘ୍ର ପୁରାତନ ଛାତ୍ରଛାତ୍ରୀ ତଥା ସାମ୍ବାଦିକଙ୍କ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ ବୀମା କରିବା ନେଇ ଘୋଷଣା କରିଥିଲେ ।

ଏହି ଅବସରରେ ସଂସ୍ଥାନର ରୌପ୍ୟ ଜୟନ୍ତୀ ବ୍ୟାଚ୍‍ (୧୯୯୬-୯୭) ଛାତ୍ରଛାତ୍ରୀ ବରିଷ୍ଠ ସାମ୍ବାଦିକ ଯଯାତି କରନ, ଶାରଦା ଲାହାଙ୍ଗୀର, ତପନ ସ୍ୱାଇଁ, ପବିତ୍ର ମୋହନ ସେନାପତି, ସଙ୍ଗିତା ଅଗ୍ରୱାଲ, ପ୍ରଦୀପ୍ତ ତ୍ରିପାଠୀଙ୍କୁ ଇମକା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କେନ୍ଦ୍ରୀୟ କମିଟିର ପରିଚାଳନା ପରିଷଦ ସଦସ୍ୟ ଦାଦନ ବିଶ୍ୱକର୍ମା ଯୋଗ ଦେଇଥିଲେ । ଓଡ଼ିଶା ଶାଖା ସମ୍ପାଦକ ଜ୍ୟୋତି ପ୍ରକାଶ ମହାପାତ୍ର, ସମସ୍ତ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଚର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

ଥମୁନି ଋଷ-ୟୁକ୍ରେନ ଯୁଦ୍ଧ, ୨୦ ଦିନରେ ୨୦ ସହରରେ ଧ୍ୱଂସର ତାଣ୍ଡବ

କିଭ୍: ୨୦ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ୨୦ ଦିନରେ ୨୦ ସହରରେ ଚାଲିଛି ଧ୍ୱଂସର ତାଣ୍ଡବ । କିଭ୍ ଦଖଲ କରିବା ପାଇଁ ଋଷ କିଭ୍ ଉପରେ କରୁଛି ବାରମ୍ବାର ଏୟାର ଷ୍ଟ୍ରାଇକ । ସେପଟେ ଯୁଦ୍ଧରେ ବିରାମ ପାଇଁ ଦୁଇ ରାଷ୍ଟ୍ର ମଧ୍ୟରେ ଆଜି ପୁଣି ହେବ ଆଲୋଚନା । ଯୁଦ୍ଧ ଟାଳିବା ନେଇ ଦୁଇ ଦେଶର ପ୍ରତିନିଧିସ୍ତରୀୟ ଆଲୋଚନା ଗତକାଲି ହୋଇଥିବା ସତ୍ତ୍ବେ କୌଣସି ସମାଧାନ ବାହାରି ପାରି ନଥିଲା । ତେଣୁ ଆଜି ପୁଣି ଚାଲିବ ଆଲୋଚନା ।

ଅନ୍ୟପଟେ ଆମେରିକା କଂଗ୍ରେସକୁ ଭର୍ଚୁଆଲ ଜରିଆରେ ଉଦବୋଧନ ଦେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେପଟେ ଚୀନକୁ ଚେତାବନୀ ଦେଇଛି ଆମେରିକା । ଋଷକୁ ସହଯୋଗ କଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚୀନକୁ ଧମକ ଦେଇଛି ଆମେରିକା । ରୋମରେ ଚାଲିଥିବା ଆଲୋଚନା ପରିପ୍ରେକ୍ଷୀରେ ଏହା କହିଛି ଆମେରିକା । ତେଣେ ଯୁଦ୍ଧ ସାମଗ୍ରୀ ଯୋଗାଇବା ଲାଗି ଚୀନକୁ କହି ନଥିବା ଦର୍ଶାଇଲା ଋଷ ।  ଚୀନ ବୈଦେଶିକ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି- ୟୁକ୍ରେନ ପ୍ରସଙ୍ଗରେ ଚୀନ ଅଯଥା ଭୁଲ ଯୁଦ୍ଧ ପ୍ରସଙ୍ଗରେ ସୂଚନା ପ୍ରକାଶ କରୁଛି । ଚୀନ ବର୍ତ୍ତମାନ ବି ନାଟୋର ପୂର୍ବଦିଗ ସମ୍ପ୍ରସାରଣକୁ ବିରୋଧ କରୁଥିବାବେଳେ ମସ୍କୋକୁ ନିନ୍ଦା କରିନାହିଁ ।

ବହୁଚର୍ଚ୍ଚିତ ହିଜାବ ମାମଲା, ଆଜି ଆସିବ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବେଙ୍ଗାଲୁରୁ: ବହୁଚର୍ଚ୍ଚିତ ହିଜବ ମାମଲାରେ ଆଜି ଆସିବ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ । ମୁଖ୍ୟ ବିଚାରପତି ଜଷ୍ଟିସ ରୀତୁରାଜ ଅଓ୍ବସ୍ତି, ଜଷ୍ଟିସ କ୍ରିଷ୍ଣା ଏସ. ଦୀକ୍ଷିତ ଓ ଜଷ୍ଟିସ ଜେଏମ ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଇବେ ରାୟ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ବେଙ୍ଗାଲୁରୁରେ ଜନ ସମାଗମକୁ ନିଷିଦ୍ଧ କରାଯାଇଥିବାବେଳେ ସ୍କୁଲ କଲେଜ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସର୍ବସାଧାରଣ ସ୍ଥାନରେ ସତର୍କ ଦୃଷ୍ଟି ରଖାଯାଇଛି । ଗତମାସରେ ହିଜବ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଜୋରଦାର ଆନ୍ଦୋଳନ ହୋଇଥିବାବେଳେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିଲା ବଳ କଷାକଷି ।

ରାଜ୍ୟର ଶିକ୍ଷା ପ୍ରତିଷ୍ଠାନ ଗୁଡିକରେ ହିଜବ ନିଷିଦ୍ଧ କରାଯିବା ନେଇ ନିଷ୍ପତ୍ତି ବିରୋଧରେ ଉଡୁପିର କେତେକ ଛାତ୍ରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଶିକ୍ଷା ପ୍ରତିଷ୍ଠାନରେ ହିଜବ ନିଷିଦ୍ଧ କରିବା ନେଇ କୌଣସି ଆଇନ ନାହିଁ ବୋଲି ସେମାନେ ଦର୍ଶାଇଥିଲେ । ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ, ସମ୍ବିଧାନ ଧାର୍ମିକ ସ୍ୱାଧୀନତାକୁ ସୁରକ୍ଷା ଦେଇଛି । ଏହି ସ୍ବାଧୀନତାକୁ କୌଣସି ଶିକ୍ଷା ପ୍ରତିଷ୍ଠାନ କ୍ଷୁଣ୍ଣ କରିପାରିବେ ନାହିଁ । ହାଇକୋର୍ଟଙ୍କ ନିକଟରେ ସରକାର ଦର୍ଶାଇଥିଲେ ଯେ, ଭାରତରେ ହିଜାବ ପିନ୍ଧିବା ଉପରେ କୌଣସି କଟକଣା ନାହିଁ । ତେବେ ଶିକ୍ଷାନୁଷ୍ଠାନର ନିଷ୍ପତ୍ତି ଅନୁସାରେ ଏହି କଟକଣା ଜାରି କରାଯାଇଥାଏ । ଗତ ଫେବ୍ରୁଆରୀ ୧୦ ତାରିଖରେ ଖଣ୍ଡପୀଠ ଦର୍ଶାଇଥିଲେ ଯେ କୋର୍ଟରେ ମାମଲା ବିଚାରାଧୀନ ଥିବା ପର୍ଯ୍ୟନ୍ତ କଲେଜ ଖୋଲିବ ମାତ୍ର ଛାତ୍ରଛାତ୍ରୀ କୌଣସି ଧାର୍ମିକ ପୋଷାକ ପରିଧାନ କରିପାରିବେ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଫେବ୍ରୁଆରୀ ୧୬ ତାରିଖରୁ କଲେଜ ଖୋଲିଥିଲା ।

ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବ ପରେ ଜମୁଛି ପ୍ରଚାର

ଭୁବନେଶ୍ୱର: ଖରା ସାଙ୍ଗକୁ ସହରରେ ବଢୁଛି ନିର୍ବାଚନ ତାତି । ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବ ପରେ ଏବେ ଆହୁରି ଜମୁଛି ପ୍ରଚାର ମାହୋଲ  । ଭୁବନେଶ୍ୱର ମହାନଗର ନିଗମ ମଇଦାନରେ ଏବେ ୧୨ ମେୟର ଓ ୨୮୯ କର୍ପୋରେଟର ପ୍ରାର୍ଥୀ  । ସେହିପରି କଟକରେ ୧୬ ଜଣ ମେୟର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ।

ସାରା ରାଜ୍ୟରେ ଏବେ ୫୬୯ଟି ଅଧ୍ୟକ୍ଷ ଓ ମେୟର ପାଇଁ ପ୍ରାର୍ଥିପତ୍ର କାଏମ ରହିଥିବାବେଳେ ୫ହଜାର ୮୪୨ଟି କାଉନସିଲର ଓ କର୍ପୋରେଟର ପାଇଁ ନାମାଙ୍କନ କାଏମ ରହିଛି  । ଚୂଡାନ୍ତ ତାଲିକା ଆସିବା ପରେ ଏବେ ପ୍ରଚାର ମଇଦାନରେ ଚାଲିଛି ଜୋରଦାର କସରତ । ବିଏମସି ଓ ସିଏମସି ଦଖଲ କରିବାକୁ ସବୁ ଦଳ କରିଛନ୍ତି ସ୍ବତନ୍ତ୍ର ରଣନୀତି  । ନିଜ ନିଜ ଦଳର ପ୍ରର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ  ।

ଜିଲ୍ଲାପରିଷଦ ପରି ସବୁ ପୌର ପରିଷଦ ମଧ୍ୟ ବିଜେଡି ଦଖଲ କରିବାକୁ ଦୃଢୋକ୍ତି କରିଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ରାଜ୍ୟବାସୀ ଗ୍ରହଣ କରିଛନ୍ତି  । ଜିଲ୍ଲାର ସବୁ ପୌର ପରିଷଦରେ ଦଳ ବାଜିମାତ୍ କରିବ ବୋଲି ବିଜେଡି କହିଛି । ସେପଟେ ନିର୍ବାଚନ ପୂର୍ବରୁ ହାତ ଟେକିଦେଇଛି କଂଗ୍ରେସ  । ବିଜେପିରେ ଦଳୀୟ ଅସନ୍ତୋଷ ମଧ୍ୟ ତୀବ୍ର ରହିଛି  ।

ବିଧାନସଭା ଅଧିବେଶନ ପୂର୍ବରୁ ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଛଅ ଦିନିଆ ଅଧିବେଶନ । ଏହା କିପରି ସୂଚାରୁ ରୂପେ ସବୁଦଳର ନେତୃବୃନ୍ଦଙ୍କ ସହଯୋଗ ଓ ସହଭାଗିତାରେ ସମ୍ପାଦିତ ହେବ ସେ ସମ୍ପର୍କରେ ବିଶଦ ଆଲୋଚନା ପାଇଁ ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ନିମନ୍ତେ ଆହ୍ୱାନ ଦେଇଛନ୍ତି  । ଏହି ବୈଠକ ଆସନ୍ତାକାଲି ସାଢ଼େ ୧୧ ସମୟରେ ବିଧାନସଭା ସଚିବାଳୟର ୫୯ ନମ୍ୱର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ । ପ୍ରାୟତଃ ବିଧାନସଭା ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଏହି ବୈଠକ ଆହ୍ୱାନ କରାଯାଇଥାଏ । କିନ୍ତୁ ସମ୍ପ୍ରତି ପୌର ଓ ମହାନଗର ନିଗମ ନିର୍ବାଚନରେ ବିଧାୟକ ଓ ବିଧାୟିକାମାନେ ବ୍ୟସ୍ତ ରହୁଥିବା ହେତୁ ଅଧିବେଶନ ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଛି ।

ବିଧାନସଭା ନିୟମାବଳୀ ଏବଂ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ । ଅଧିବେଶନରେ ପ୍ରଶ୍ନକାଳ, ଶୂନ୍ୟକାଳ ତଥା ମୁଲତବୀ ପ୍ରସ୍ତାବ ଆଦି ରହିବ ବୋଲି ସେ ପ୍ରକାଶ କରିଛନ୍ତି । ବିଧାନସଭା ଆରମ୍ଭ ଅର୍ଥାତ ମାର୍ଚ୍ଚ ୨୫ ତାରିଖ ଦିନ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ପ୍ରଦାନ କରିବେ । ଏହାପରେ ମାର୍ଚ୍ଚ ୨୫, ୨୬ ଓ ୨୮ ତାରିଖ ତିନିଦିନ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିସ୍ତୃତ ଭାବରେ ଆଲୋଚନା ହେବ । ମାର୍ଚ୍ଚ ୩୦ ତାରିଖରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨/୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଏବଂ ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ଆଦି ସମ୍ପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି ଡ. ପାତ୍ର କହିଛନ୍ତି ।

 

ତଥ୍ୟକୁ ମୋଡ଼ି ମକଚି ଲୋକଙ୍କ ସାମ୍ନାରେ ରଖିବା ଓ ଭ୍ରମିତ କରିବା ବିଜେପିର ଅଭ୍ୟାସ

ଭୁବନେଶ୍ୱର: ମୋଡ଼ି ମକଚି ତଥ୍ୟକୁ ଲୋକଙ୍କ ସାମ୍ନାରେ ରଖିବା ଏବଂ ଲୋକଙ୍କୁ ଭ୍ରମିତ କରିବା ବିଜେପିର ଅଭ୍ୟାସ । ଏଣୁ ଲୋକେ ବାରମ୍ୱାର ଭାରତୀୟ ଜନତା ପାର୍ଟିକୁ ଅଗ୍ରାହ୍ୟ କରୁଛନ୍ତି । ଓଡ଼ିଶା ବିଜେପି ମୁଖ୍ୟ ସମୀର ମହାନ୍ତି ସାମ୍ୱାଦିକ ସମ୍ମିଳନୀ ଜରିଆରେ ଆଜି ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ବିଜେପିର ଏଭଳି ଅଭିସ୍ୟାର ଆଉ ଏକ ନିର୍ଦ୍ଦଶନ ।

ସେ ରାଜେନୖତିକ ମାଇଲେଜ୍ ହାସଲ କରିବାକୁ ପୁଣି ତଥ୍ୟକୁ ବିକୃତ କରି ଲୋକଙ୍କ ସାମ୍ନାରେ ରଖିଛି । ପୂର୍ବରୁ ମଧ୍ୟ ଓଡ଼ିଶା ବିଜେପି ଏଭଳି ପନ୍ଥା ଆପଣାଇଥିବା ବେଳେ ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେଇଛନ୍ତି । ଏବଂ ଏଭଳି କାର୍ଯ୍ୟ ଦ୍ୱାରା ବିଜେପି ଦଳ ଲୋକଙ୍କୁ ଠାରୁ ଆହୁରି ଦୂରେଇ ଯିବ । ଭବିଷ୍ୟତରେ ମଧ୍ୟ ଲୋକେ ବିଜେପି ଅଗ୍ରାହ୍ୟ କରିବେ ।

ଏଥିସହିତ ପଢ଼ନ୍ତୁ: ପଂଚାୟତ ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ

ନୂଆ ଅନ୍ଦାଜରେ ଚାଲିଛି କ୍ରିକେଟ ଖେଳ: ପଡ଼ିଆ ନୁହେଁ ଛାତ ଉପରେ ଚାଲିଛି ମ୍ୟାଚ୍

କଟକ: କ୍ରିକେଟକୁ ନେଇ କଟକିଆଙ୍କ ନୂଆ ଅନ୍ଦାଜ । ଗଲି କ୍ରିକେଟ ପରେ ଏବେ ଦେଖିବାକୁ ମିଳିଛି ଟେରିସ୍ କ୍ରିକେଟ୍ । ଖରାଦିନେ ସନ୍ଧ୍ୟାବେଳେ ଛାତ ଉପରେ ଚାଲିଛି କ୍ରିକେଟ ଟୁର୍ଣ୍ଣମେଣ୍ଟ । ମନୋରଞ୍ଜନ ସହିତ ଶାରୀରିକ ବ୍ୟାୟମକୁ ପ୍ରୋତ୍ସାହିତ କରିବାପାଇଁ ଏଭଳି ଏକ ଅଭିନବ ପଦକ୍ଷେପ ନେଇଛନ୍ତି ମୋମେଣ୍ଟମ ଜିମ୍ । ଆଉ ଏହାକୁ ବେଶ ଉପଭୋଗ କରିଛନ୍ତି କଟକ ବାସିନ୍ଦା ।

ତଳେ ପଡିଛି ସିନ୍ଥେଟିକ୍ ମ୍ୟାଟ୍ । ସୁରକ୍ଷା ପାଇଁ ଲାଗିଛି ନେଟ୍ । ଅମ୍ପାୟର ପ୍ରସ୍ତୁତ, ଖେଳାଳି ବି ପ୍ରସ୍ତୁତ । ବାଣ ଆଲୋକ ମଝିରେ ଏଣ୍ଟ୍ରି ମାରୁଛନ୍ତି ଖେଳାଳି । ଉତ୍ସାହିତ ଦର୍ଶକ । ଚାଲିଛି କ୍ରିକେଟ୍ ମ୍ୟାଚ୍ । ହେଲେ ଏହା କୌଣସି ଖେଳ ପଡ଼ିଆ ନୁହେଁ । ଘରର ଛାତ ଉପରେ ଆୟୋଜିତ ହୋଇଛି ମ୍ୟାଚ୍ । କଟକ ମାତାମଠରେ ଥିବା ଏକ ୪ ମହଲା ଛାତ ଉପରେ ଖେଳାଯାଉଛି ଟୁର୍ଣ୍ଣାମେଣ୍ଟ । ଛାତର ପରିସୀମାକୁ ନେଇ କରାଯାଇଛି ଛକା ଆଉ ଚଉକା ପାଇଁ ନିୟମ । ଫିଜିକାଲ ଫିଟନେସକୁ ନେଇ ଏଭଳି ଏକ ନିଆରା ପ୍ରୟାସକୁ ବେଶ ଉପଭୋଗ କରିଛନ୍ତି ଖେଳାଳି ।

୩ଟି ଟିମକୁ ନେଇ ଏମିତି ଏକ ନିଆରା ମ୍ୟାଚ୍ ଆୟୋଜନ ହୋଇଛି କଟକ ମାତାମଠ ସ୍ଥିତ ମୋମେଣ୍ଟମ ଜିମ୍ ସେଣ୍ଟର । ହାଲୋଜିନ୍ ଲାଇଟରେ ଖେଳାଯାଉଛି ମ୍ୟାଚ । କଟକରେ ଏଭଳି ଏକ ନିଆରା ମ୍ୟାଚକୁ ବେଶ ଉପଭୋଗ କରିଛନ୍ତି ଦର୍ଶକ । ଆଉ ଏଭଳି ମ୍ୟାଚରେ ସାମିଲ ହେବାକୁ ଯୁବକ ମାନଙ୍କର ମଧ୍ୟ ଉତ୍ସାହ ବଢିଥିବା କହିଛନ୍ତି ଆୟୋଜକ ।  ଗଲି କ୍ରିକେଟ ପରେ ଏବେ ଟେରିସ୍ କ୍ରିକେଟର କ୍ରେଜ ବଢ଼ୁଥିବାରୁ ଆଗାମୀ ଦିନରେ ଏହାକୁ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଆୟୋଜକ ।

 

ମିଷ୍ଟର ଓଡ଼ିଶା ହେଲେ ସୌମ୍ୟ ରଞ୍ଜନ ଓ ଜ୍ଞାନଞ୍ଜଳି ସାହୁ ହାତେଇଲେ ମିସ୍ ଓଡ଼ିଶା ଟାଇଟଲ୍

ସମ୍ୱଲପୁର: ସମ୍ବଲପୁରରେ ଆୟୋଜିତ ହୋଇଛି ମିଷ୍ଟର ଓ ମିସ୍ ଓଡ଼ିଶା ୨୦୨୨ । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୩୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ କଟକର ଜ୍ଞାନଞ୍ଜଳୀ ସାହୁ ମିସ୍ ଓଡ଼ିଶା ଟାଇଟଲ ହାତେଇଥିବାବେଳେ ମିଷ୍ଟର ଓଡ଼ିଶା ହୋଇଛନ୍ତି ସମ୍ବଲପୁରର ସୌମ୍ୟ ରଞ୍ଜନ ପ୍ରଧାନ । ସମ୍ବଲପୁର ବଡି ବିଲ୍ଡର୍ସ ଆଣ୍ଡ ଫିଟନେସ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା ।

କଟକର ଜ୍ଞାନଞ୍ଜଳୀ ସାହୁ ହେଲେ ମିସ୍ ଓଡ଼ିଶା ୨୦୨୨ । ମିଷ୍ଟର ଓଡ଼ିଶା ଟାଇଟଲ ହାତେଇଲେ ସମ୍ବଲପୁରର ସୌମ୍ୟରଞ୍ଜନ ପ୍ରଧାନ । ସମ୍ବଲପୁରରେ ଦୀର୍ଘ ୧୧ ବର୍ଷ ପରେ ଆୟୋଜିତ ହୋଇଥିଲା ମିଷ୍ଟର ଓ ମିସ୍ ଓଡ଼ିଶା ୨୦୨୨ । ବଡି ବିଲ୍ଡର୍ସ ଆଣ୍ଡ ଫିଟନେସ୍ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୩୧ ଜଣ ପ୍ରଫେସନାଲ ପ୍ରତିଯୋଗୀ ଭାଗ ନେଇଥିଲେ । ମୋଟ ୧୯ଟି ବର୍ଗରେ ନିଜର ସୁନ୍ଦର ସ୍ୱାସ୍ଥ୍ୟ କୌଶଳ ପ୍ରଦର୍ଶନ କରିଥିଲେ ପ୍ରତିଯୋଗୀ । ପ୍ରଥମଥର ପାଇଁ ମିସ୍ ଓଡିଶା ୨୦୨୨ ଆୟୋଜିତ ହୋଇଥିବାବେଳେ ଏଥିରେ ଭାଗ ନେଇ ବେଶ ଉତ୍ସାହିତ ଥିଲେ ପ୍ରତିଯୋଗୀ ।

ପୁରୁଷ ବଡି ବିଲ୍ଡିଂରେ ୯ଟି, ପୁରୁଷ ବରମୁଡାରେ ୩ଟି, ମହିଳା ବଡି ବିଲ୍ଡିଂରେ ୨ଟି, ମାଷ୍ଟର ବର୍ଗରେ ଗୋଟିଏ ଓ ଜୁନିଅର ବର୍ଗପାଇଁ ମୋଟ ୧୯ଟି ବର୍ଗରେ ହୋଇଥିଲା ପ୍ରତିଯୋଗିତା । ସମ୍ବଲପୁର ଅଇଁଠାପାଲୀ ପିଏଚଡି ପଡିଆରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ପ୍ରତିଯୋଗିତାକୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ରାଢାଖୋଲ ବିଧାୟକ ରୋହିତ ପୂଜାରୀ, ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ଉଦଘାଟନ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ହିଟ୍ ଓ୍ୱେଭ୍ ପାଇଁ ଆକ୍ସନ ପ୍ଳାନ୍: ୧୧ଟାରୁ ୩ଯାଏଁ ଗଡ଼ିବନି ବସ୍

୨-୦ରେ ସିରିଜ ଜିତିଲା ଭାରତ, ୨୦୮ରେ ଅଟକିଲା ଶ୍ରୀଲଙ୍କା

ବେଙ୍ଗାଲୁର: ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ କବଜା କଲା ଭାରତ  ।  2-0 ରେ ସିରିଜ୍ ହାତେଇଲା ଟିମ୍‌ ଇଣ୍ଡିଆ  । ପ୍ରଥମେ ବ୍ୟାଟିଂ କରି ଭାରତ 238 ରନ୍‌ ସଂଗ୍ରହ କରିଥିଲା  । ସେପଟେ ଦ୍ୱିତୀୟ ଇଂନିସରେ ଭାରତକୁ ପିଛା କରିି ଶ୍ରୀଲଙ୍କା ୨୦୮ ରନରେ ଅଟକିଯାଇଥିଲା  । ଅର୍ଥାତ ୨୦୮ ରନ ସୁଦ୍ଧା ଦଳ ତାହାର ସମସ୍ତ ୱିକେଟ ହରାଇବସିଥିଲା  । ଫଳରେ ମ୍ୟାଚକୁ ସହଜରେ ଜିତି ନେଇଥିଲା ଭାରତୀୟ ଦଳ  । ବେଙ୍ଗାଲୁରୁରେ ଚାଲିଥିବା ପିଙ୍କ ବଲ୍‌ ଟେଷ୍ଟରେ ଭାରତର ଏହା ବଡ଼ ବିଜୟ  ।

ହୋଲି ପୂର୍ବରୁ ସାଧାରଣ ଲୋକଙ୍କୁ ଲାଗିବ ବଡ଼ ଝଟକା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ: ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଏହାକୁ ନେଇ ସାରା ଦେଶବାସୀଙ୍କ ମନରେ ଉତ୍ସାହ ରହିଥିଏ । ଚଳିତ ବର୍ଷ ଏହି ପର୍ବ ମାର୍ଚ୍ଚ୧୮ରେ ଅନୁଷ୍ଠିତ ହେବ । ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନ ହୋଲି ପର୍ବ ଅବସରରେ ବିଭିନ୍ନ ଅଫର ଦେବା ସହିତ ଲୋକଙ୍କୁ ଡିସକାଉଣ୍ଟ ମଧ୍ୟ ଦେଇଥାନ୍ତି । କିନ୍ତୁ ଚଳିତ ଥର ହୋଲି ପୂ୍ରବରୁ ସାଧାରଣ ଲୋକଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟକା । ଏଡି ଝଟକାରେ ଇପିଏଫ୍ ସୁଧ ହାରରେ ହ୍ରାସ, ଦୁଗ୍ଧ ଦାମ୍‌ରେ ବୃଦ୍ଧି ସାମିଲ ରହିଛି । ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ ।

ଇପିଏଫ୍ ସୁଧ ହ୍ରାସ

ଚଳିତ ବର୍ଷ ୧୨ ତାରିଖରେ EPF ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ ସୁଧ ହ୍ରାସ କରିଛି । ଆର୍ଥିକ ବର୍ଷ ୨୦୨୧-୨୨ ନେଇ ପିଏଫ୍ ଖାତାରେ ଜମା ରାଶି ଉପରେ ସୁଧ ହାର ୮.୧ ପ୍ରତିଶତକୁ ହ୍ରାସ କରାଯାଇଛି । ଏହା ଦ୍ୱାରା ୬କୋଟି ଇପିଏଫ୍ ଉପଭୋକ୍ତାଙ୍କୁ ଝଟକା ଲାଗିବ । ତେବେ ଏହି ନିଷ୍ପତ୍ତିକୁ ଏଯାଏଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିନାହିଁ । ଇପିଏଫ୍ ଖାତାଧାରୀଙ୍କୁ ପୂର୍ବଥର ଜମାକାରୀଙ୍କୁ ୮.୫ ପ୍ରତିଶତର ସୁଧ ମିଳିଥିଲା ।

ଦୁଗ୍ଧ ଦାମ୍ ବଢ଼ିବ

ଚଳିତ ମାସ ଆରମ୍ଭରୁ ହିଁ ଦୁଗ୍ଧ ଦାମ୍‌ରେ ବୃଦ୍ଧି ଘଟିଛି । ପ୍ରଥମେ ଅମୂଲ ପରେ ପରାଗ୍ ଏବଂ ମଦର ଡାଏରୀ ଭଳି ବଡ଼ ବଡ଼ କମ୍ପାନୀ ଦୁଗ୍ଧ ଦାମରେ ୨ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ଏହିଭଳି ଭାବେ ଦୁଗ୍ଧ କିଣିବାକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ।

ସିଏନଜି ଦାମ ମଧ୍ୟ ବଢ଼ିଲା

ଉତ୍ତରପ୍ରଦେଶ ସମେତ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଦିଲ୍ଲୀ-ଏନସିଆର ସହିତ ବହୁ ସହରରେ ସିଏନ୍‌ଜିର ଦାମ୍‌ରେ ୫୦ ପଇସାରୁ ୧ ଟଙ୍କା ଯାଏଁ ବୃଦ୍ଧି ଦେଖିବାକୁ ମିଳିଛି । ଏହା ବ୍ୟତୀତ  ଦେଶର ରାଜଧାନୀ ଦିଲ୍ଲୀରେ ସିଏନ୍‌ଜି ଦାମ୍ କିଲୋଗ୍ରାମ ପିଛା ୫୭.୦୧ ଟଙ୍କାରୁ ୫୦ ପଇସା ବଢ଼ି ୫୭.୫୧ ଟଙ୍କାରେ ପହଞ୍ଚିଛି ।

ବ୍ୟବସାୟିକ ଗ୍ୟାସ୍ ଦର ବୃଦ୍ଧି

ଅଏଲ ମାର୍କେଟିଂ କମ୍ପାନୀ ଗୁଡ଼ିକ ମାସର ପ୍ରଥମ ଦିନରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ଦାମରେ ବୃଦ୍ଧି ଘୋଷଣା କରିଛନ୍ତି । କମ୍ପାନୀ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦାମ୍ ୧୦୫ ଟଙ୍କା ପ୍ରତି ସିଲଇଣ୍ଡର ବୃଦ୍ଧି କରିଛନ୍ତି ।