ଭାରତୀୟ ବାୟୁସେନାର ସେଇ ଜେଟ୍, ଯାହା ପାଇଲଟଙ୍କୁ ବନାଇ ଥାଏ ‘ଅଭିନନ୍ଦନ’

1 min read

ନୂଆଦିଲ୍ଲୀ: ଭାରତୀୟ ବାୟୁ ବୀର ଅଭିନନ୍ଦନ ବର୍ଦ୍ଧମାନ । ନାଁଟା ତ ମନେ ଥିବ । ମିଗ୍-୨୧ ଉଡାଇ ଆମେରିକା ନିର୍ମିତ ପାକିସ୍ତାନର ଅତ୍ୟାଧୁନିକ ଏଫ୍-୧୬କୁ ଆକାଶରେ ଧ୍ବଂସ କରିଦେଇଥିଲେ । ନିଜ ବୀରତ୍ବ ପାଇଁ ସାରା ଦୁନିଆରେ ସାବାସୀ ସାଉଁଟି ଥିବା ଏହି ବାୟୁ ବୀର ଭାରତ ମାତା ପାଇଁ ଗର୍ବ ଓ ଗୌରବ ।

ତେବେ ଜାଣିଛନ୍ତି କି ଭାରତୀୟ ପାଇଲଟ ଏତେ ପ୍ରଶିକ୍ଷିତ କେମିତି ହୋଇଥାନ୍ତି ? ଶତ୍ରୁ ପକ୍ଷର ଅତ୍ୟାଧୁନିକ ଫାଇଟର୍ ଜେଟକୁ କେମିତି ନିପାତ କରିଥାନ୍ତି ? କେମିତି ଏମାନଙ୍କୁ ଦିଆଯାଇଥାଏ ଟ୍ରେନିଂ ? କେଉଁ ଫାଇଟର୍ ଜେଟ୍ ଏମାନଙ୍କୁ ବନାଇଥାଏ ବିଶ୍ବର ଅଦ୍ବିତୀୟ ବାୟୁ ବୀର ?

ବେଶି ଡେରି ନକରି ଆସନ୍ତୁ ଜାଣିବା ଭାରତୀୟ ବାୟୁସେନାର ସେହି ଟ୍ରେନର୍ ଫାଇଟର୍ ଜେଟ୍ ସମ୍ପର୍କରେ ଯିଏ, ଭାରତୀୟ ପାଇଲଟଙ୍କୁ ନୀଳ ଆକାଶରେ ବନାଇ ଦେଇଥାଏ ପକ୍ଷୀରାଜ ।

Hawk MK 132 ।ଭାରତୀୟ ବାୟୁ ବୀରଙ୍କୁ ବନାଇଥାଏ ‘ଅଭିନନ୍ଦନ’ । ଶିଖାଇଥାଏ ଅତ୍ୟାଧୁନିକ ଫାଇଟର ଜେଟକୁ ନଷ୍ଟ କରିବାର କୌଶଳ ସୀମା ଉପରେ ଆକାଶରୁ ରଖିଥାନ୍ତି ତୀକ୍ଷ୍ନ ନଜର । ଆକାଶରୁ ସ୍ଥଳ ଓ ଜଳପଥରେ ଶତ୍ରୁ ଉପରେ ମୃତ୍ୟୁ ହୋଇ ମାଡି ଆସେ ।

୧୪ ଦେଶର ପାଇଲଟ୍ ନେଇଥାନ୍ତି ଟ୍ରେନିଂ

ଭାରତୀୟ ବାୟୁସେନାର ଟ୍ରେନର୍ ଫାଇଟର ଜେଟ୍ ହକ୍ ଏମକେ ୧୩୨ । ଏମିତି ଏକ ଫାଇଟର ଟ୍ରେନର ଜେଟ୍, ଯାହାର ବ୍ୟବହାର ଭାରତ ସମେତ ୧୪ଟି ଦେଶ ନିଜ ପାଇଲଟଙ୍କୁ ଟ୍ରେଣ୍ଡ କରିବାରେ ବ୍ୟବହାର କରୁଛନ୍ତି । ଏବେ ଆସନ୍ତୁ ଜାଣିବା ଏହାର ବିଶେଷତ୍ବ ସମ୍ପର୍କରେ ଯାହା ଜଣେ ପାଇଲଟଙ୍କୁ ନିର୍ଭିକ ଓ ବୀର ଭାବେ ଗଢି ତୋଳିଥାଏ ।

ଟୁ ସିଟେଡ୍ ଏହି ଜେଟରେ ପାଇଲଟ ଓ ଟ୍ରେନର୍ ବସିଥାନ୍ତି । ୪୦.୯ ଫୁଟର ଲମ୍ବାର ଏହି ଜେଟର ପଙ୍ଖା ୩୨.୭ ଫୁଟ ଓ ଉଚ୍ଚତା ୧୩.୧ ଫୁଟ୍ । ୪୪୮୦ କିଲୋଗ୍ରାମର ଏହି ଫାଇଟର ଜେଟ ସାଙ୍ଗରେ ୯୧୦୦ କିଲୋଗ୍ରାମ ଓଜନ ନେଇ ଉଡିପାରେ ।

ଏଥିରେ ପ୍ରସିଦ୍ଧ କାର କମ୍ପାନୀ ରୋଲ୍ସ ରୋଏସର ଟର୍ବୋମେକା ଅଡୋର ଏମେକ ୯୫୧ ଟର୍ବୋଫୋନ ଇଞ୍ଜିନ ଲାଗିଥାଏ । ଏହା ଉଡିବା ସମୟରେ ୨୯ କିଲୋ ନ୍ୟୁଟନ ଶକ୍ତି ପ୍ରଦାନ କରିଥାଏ । ଘଣ୍ଟାକୁ ୧୦୨୮ କିମି ବେଗରେ ଉଡି ପାରୁଥିବା ଏହି ଜେଟ୍ ଥର କେ ୨୫୨୦ କିମି ଉଡିପାରେ । ୧୩ ହଜାର ୫୬୫ ଫୁଟ ଉପରକୁ ଯାଇ ପାରେ ଏହି ଟ୍ରେନି ଜେଟ୍ ।

କମ୍ବୋ ପ୍ୟାକ୍ ହକ୍ ଏମେକ-୧୩୨

ଏବେ ମନରେ ପ୍ରଶ୍ନ ଆସୁଥିବ ଏହା କେବଳ ଟ୍ରେନିଂ ଦେବାରେ ବ୍ୟବହାର ହୋଇଥାଏ ନା ଯୁଦ୍ଧକ୍ଷେତ୍ରରେ ବି ନିଜ ପରାକ୍ରମ ଦେଖାଇପାରେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଜେଟ୍ ଏକ କମ୍ବୋ ପ୍ୟାକ୍ । ଅର୍ଥାତ, ଏହା ପାଇଲଟଙ୍କୁ ଯେମିତି ଟ୍ରେନ୍ଡ କରିଥାଏ ଶତ୍ରୁ ଉପରେ କାଳ ସାଜି ସେମିତି ଆକ୍ରମଣ କରିଥାଏ ।

ହକ୍ ଏମକେ ୧୩୨ରେ ୩୦ ମିମିର ADNE ତୋପ ଲାଗିଛି ଯାହା ଅନ୍ଧାଧୂନ ଫାୟରିଂ କରିବାରେ ପାରଙ୍ଗମ । ଏହାବାଦ୍ ଏଥିରେ ୫ଟି ହାର୍ଡ ପଏଣ୍ଟ ଥାଏ । ଅର୍ଥାତ ଏକା ସାଙ୍ଗରେ ୫ଟି ସ୍ଥାନକୁ ଆଡଭାନ୍ସଡ ସର୍ଟ ରେଞ୍ଜ Air To Air ଷ୍ଟ୍ରାଇକ୍ କରି ପାରେ । ଏଥିରେ ଦୁଇଟି ଗାଇଡେଡ୍ ବମ୍ ଲଗାଯାଇପାରେ । ଏହାବାଦ ଗୋଟିଏ ୬୮୦ କେଜିର ସେଣ୍ଟାଲ ବମ୍ କିମ୍ବା ଫାଇଟର ଜେଟ ପଙ୍ଖାରେ ଦୁଇଟି ବମ୍ ଫିଟ୍ କରାଯାଇପାରିବ । ହକ୍ ଏମକେ ୧୩୨ ଟ୍ରେନର ଜେଟ୍ ଦୁନିଆର ସବୁଠାରୁ ଆଡଭାନ୍ସଡ ବର୍ଜନ । ଯାହା ଆକାଶରେ ଶତ୍ରୁକୁ ଆକ୍ରମଣ କରିବାରେ ଧୁରନ୍ଧର ।

୨୦୦୮ ଫେବୃଆରୀ ୨୩ ତାରିଖରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ବିଏଇ ସିଷ୍ଟମରେ ୨୦୦୭ ନଭେମ୍ବରରୁ ୨୦୦୮ରେ ୨୪ଟି ହକ୍ ଏମକେ ୧୩୨ ଭାରତ ଆସିଥିଲା । ୨୦୦୮ରୁ ୨୦୧୧ ମଧ୍ୟରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍) ୪୨ଟି ହକ୍ ଏମକେ ୧୩୨ ଏୟାରକ୍ରାଫ୍ଟ ଦେଶ ମଧ୍ୟରେ ଆସେମ୍ବଲ କରାଯାଇଥିଲା । ଏବେ ହକ ଏମେକ ୧୩୨ ସ୍ବାଡ କର୍ଣ୍ଣାଟକର ବିଦର ଏୟାରଫୋର୍ସରେ ମୁତୟନ ହୋଇଛି ।