ହାଇକୋର୍ଟଙ୍କ ଗୁରୁରତ୍ୱପୂର୍ଣ୍ଣ ରାୟ, ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ ବାଣିଜ୍ୟ ଡିଗ୍ରୀଧାରୀ

ଭୁବନେଶ୍ୱର: ଏଣିକି ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ ବାଣିଜ୍ୟରେ ଡିଗ୍ରୀଧାରୀ ।ବାଣିଜ୍ୟରେ ସ୍ନାତକ କିମ୍ବା ସ୍ନାତ୍ତକୋତ୍ତରେ ଡିଗ୍ରୀଧାରୀମାନେ ପାଠ୍ୟକ୍ରମରେ ପଢ଼ିଥିବା ଇଂଲିସ୍ ଏବଂ ଅର୍ଥନୀତିକୁ ସ୍କୁଲ ପାଠ ହିସାବରେ ଗ୍ରହଣ କରାଯିବ । ଅନ୍ୟାନ୍ୟ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହିତ ବାଣିଜ୍ୟ ସ୍ନାତକ ଡିଗ୍ରି ଥିବା ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱ ବାତିଲ୍ ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି । ଆବେଦନକାରୀଙ୍କ ପ୍ରାର୍ଥିତ୍ୱ ଗ୍ରହଣ କରି ନିଯୁକ୍ତି ପ୍ରଦାନ ପ୍ରସଂଗରେ ବିଚାର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଚୁକ୍ତିଭିତ୍ତିକ ଟିଜିଟି ପଦ ପୂରଣ ପାଇଁ ଗଣଶିକ୍ଷା ବିଭାଗ ତରଫରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ୨୦୨୧, ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । କଳା/ବାଣିଜ୍ୟ ବା ଶାସ୍ତ୍ରୀ ଡିଗ୍ରୀ ସହିତ ବିଏଡ୍ ପାସ୍ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରି ପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା । ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଆବେଦନକାରୀ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆବେଦନକାରୀଙ୍କ ପ୍ରାର୍ଥିତ୍ବ ଖାରଜ କରାଯାଇଥିଲା ।