ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଅଗ୍ନିଶମ ବାହିନୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଅଗ୍ନିଶମ ବାହିନୀ । ଯଦି ବାତ୍ୟା ହୁଏ, ତେବେ କିପରି ଏହାର ତୁରନ୍ତ ପଦକ୍ଷପ ନିଆଯାଇପାରିବ, ସେନେଇ ଅଗ୍ନିଶମ ବାହିନୀ ସଜାଗ ରହିଛି । ରାଜ୍ୟର ୧୭୫ ସ୍ପେଶିଆଲାଇଜ ଟିମ୍ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ହୋଇଛନ୍ତି । ସରକାରଙ୍କ ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।

ବାତ୍ୟା ମୁକାବିଲା ପାଇଁ ଅତ୍ୟାଧୁନିକ ମେସିନ ବ୍ୟବହାର ହେବ । ସବୁ ଜିଲ୍ଲାରେ ଅଗ୍ନିଶମ ଟିମ୍ ସଜାଗ ରହିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସେମାନେ କାମ କରିବେ । ୪ ଜିଲ୍ଲାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଲ୍ୟାଣ୍ଡଫଲ ସ୍ଥାନ ସ୍ପଷ୍ଟ ହେଲେ ଅଧିକ ଅଗ୍ନିଶମ ବାହିନୀ ସେହି ସ୍ଥାନକୁ ସ୍ଥାନାନ୍ତର କାରଯିବ । ଭୁବନେଶ୍ବରରେ ଜଳବନ୍ଦୀ ସ୍ଥିତି ମୁକାବିଲା ପାଇଁ ୧୮ ଟିମ୍ ପ୍ରସ୍ତୁତ ରହିଛନ୍ତି । ଜଳବନ୍ଦୀ ସ୍ଥିତି ଉପୁଜିଲେ ପମ୍ପ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।