ଡିଜେ ତାଳରେ ନାଚୁ ନାଚୁ ଟଳି ପଡ଼ିଲେ ଯୁବକ

ଭୋପାଳ: ବାହାଘର ହେଉ କି ବ୍ରତଘର କିମ୍ବା କୌଣସି ଶୋଭାଯାତ୍ରା । ଡିଜେ ନ ବାଜିଲେ ଅନେକ ନାଚିବା ତ ଦୂର କଥା ପାଦ ବି ଘୁଞ୍ଚାନ୍ତିନି । ଡିଜେର ଜୋର୍ ଶବ୍ଦରେ ଆଜିକାଲି ସମସ୍ତେ ବାୟା । କିନ୍ତୁ ଏହି ଡିଜେର ଜୋର୍ ଶବ୍ଦ ବି କେବେ କାହାର ଜୀବନ ନେଇପାରେ । ହୁଏ ତ ଆପଣ ଏହା କଳ୍ପନା କରିନଥିବେ । ଏଭଳି କିଛି ଘଟିଛି ମଧ୍ୟପ୍ରଦେଶର ଉଜ୍ଜୟନରେ । ବାହାଘର ଶୋଭାଯାତ୍ରାରେ ଡିଜେ ମ୍ୟୁଜିକର ତାଳେ ତାଳେ ଛନ୍ଦ ପକାଇବା ବେଳେ ଟଳି ପଡ଼ିଛନ୍ତି ଯୁବକ ।

Youth Died In The Wedding Procession Due To DJ Loud Music

ସୂଚନା ଅନୁସାରେ, ଉଜ୍ଜୟନ ନିକଟ ଅମ୍ବୋଦିଆର ୧୮ ବର୍ଷ ଯୁବକ ଲାଲ୍ ସିଂହଙ୍କ ସାଙ୍ଗ ବିଜୟର ବାହାଘରରେ ସାମିଲ୍ ପାଇଁ ତାଜପୁର ଯାଇଥିଲେ । ବରଯାତ୍ରୀରେ ଲାଲ୍ ସିଂହ ଅନ୍ୟ ସାଙ୍ଗମାନଙ୍କ ସହ ଡିଜେର ପଛେ ପଛେ ନାଚୁଥିଲେ । ନାଚୁଥିବା ବେଳେ ହଠାତ୍ ତଳେ ପଡ଼ି ଯାଇଥିଲେ ଯୁବକ ଜଣଙ୍କ । ତାଙ୍କୁ ବେହୋସ୍ ଅବସ୍ଥାରେ ମେଡିକାଲ୍ ନିଆଯାଇଥିଲା । ଯେଉଁଠି ଡାକ୍ତର ଯୁବକ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିଛି, ଲାଲ ସିଂହଙ୍କ ହୃତପିଣ୍ଡରେ ରକ୍ତ ଜମାଟ ବାନ୍ଧି ଥିଲା । ଡାକ୍ତର ଜିତେନ୍ଦ୍ର ଶର୍ମାଙ୍କ ଅନୁସାରେ, ଡିଜେର ଅତ୍ୟଧିକ ଶବ୍ଦ ଯୋଗୁ ଏଭଳି ହୋଇଛି । ଡାକ୍ତର ଆହୁରି କହିଛନ୍ତି, ଡିଜେ କିମ୍ବା ଅନ୍ୟ ବଡ଼ ସାଉଣ୍ଡ ସିଷ୍ଟମରେ ଜୋରରେ ମ୍ୟୁଜିକ୍ ବାଜିବା ଦ୍ୱାରା ଶରୀରରେ ଅସାମାନ୍ୟ ଗତିବିଧି ଦେଖା ଦେଇଥାଏ । ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଡେସିବିଲର ଶବ୍ଦ ମଣିଷ ଶରୀର ପାଇଁ କ୍ଷତିକାରକ । ଯାହାର ପ୍ରଭାବ ହୃତପିଣ୍ଡ ସହ ମସ୍ତିଷ୍କ ଉପରେ ପଡ଼ି ପାରେ ।