spot_img
Home Blog Page 4484

ରାଉରକେଲାରେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ, ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ କଲେ ତଦାରଖ

ରାଉରକେଲା: ରାଉରକେଲାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍ । ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି । ଷ୍ଟାଡିୟମ ବୁଲି ଦେଖିବା ସହ ଜାରି ରହିଥିବା କାମର ଅନୁଧ୍ୟାନ କରିଛନ୍ତି । ଏହା ସହ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମର କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହି ଅବସରରେ ରାଉରକେଲା ଛେଣ୍ଡ କଲେନୀ ଭିଏସଏସ ମାର୍କେଟରେ ନିର୍ମିତ ଶୀତଳ ଭଣ୍ଡାର ପରିଦର୍ଶନ କରିଥିଲେ । ଏହାର ପରିଚାଳନା ଦାୟିତ୍ୱରେ ଥିବା ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟଙ୍କ ସହ ଆଲୋଚନା କରିଥିଲେ 5T ସଚିବ ।

ଢାକାର ଇସ୍କନ ମନ୍ଦିରରେ ଭଙ୍ଗାରୁଜା, ମୂଲ୍ୟବାନ ସାମଗ୍ରୀ ଲୁଟ୍ ଅଭିଯୋଗ

ଢାକା: ବାଲାଂଦେଶର ଏକ ହିନ୍ଦୁ ମନ୍ଦିର ଉପରେ କେହି ଦୁବୁର୍ତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାଜଧାନୀ ଢାକା ସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଥିଲ। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ବେଳେ ମନ୍ଦିରରୁ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଲୁଟି ନେଇଛନ୍ତି ।

ସୂଚନା ଅନୁଯାୟୀ, ଢାକାର ବାରୀରେ ୨୨୨ ଲାଲ ମୋହନ ସାହା ଷ୍ଟ୍ରିଟ୍ ସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ  ଗତକାଲି ସନ୍ଧ୍ୟା ସମୟରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣର ନେତୃତ୍ୱ ହାଜି ସେଫୁଲ୍ଲାହ ନେଇଥିଲା ବେଳେ ଏହି ଭିଡ଼ରେ ୨୦୦ରୁ ଅଧିକ ଲୋକ ସାମିଲ ଥିଲେ ।

ତେବେ ବାଲାଂଦେଶର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ଗତ ବର୍ଷ ନବରାତ୍ରୀ ସମୟରେ ଦୁର୍ଗା ପୂଜା ପେଣ୍ଡାଲ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଖାଲି ଏତିକି ନୁହେଁ ହିନ୍ଦୁ ଲୋକଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା । ଏପରିକି ଢାକା ସ୍ଥିତ ଇସ୍କନ ମନ୍ଦିରରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା । ସେହିପରି ଗତବର୍ଷ ଅକ୍ଟୋବର ମାସରେ ବାଂଲାଦେଶର ଚାନ୍ଦିପରୁ ସ୍ଥିତ ହାଜିଗଞ୍ଜ ଉପଜିଲାରେ ଦୁର୍ଗା ପୂଜା ସମାରୋହ ବେଳେ ସାମ୍ପ୍ରଦାୟିକ ହିଂସାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା  । ଆଉ ୬୦ରୁ ଅଧିକ ଆହତ ହୋଇଥିଲେ । ଏକ ଫେସବୁକ୍ ପୋଷ୍ଟରେ କୋରାନକୁ ଅପମାନ କରାଯାଇଥିବା ଦର୍ଶାଇ ହିଂସା ହୋଇଥିଲା । ଯାହା ପରେ ଅନେକ ଦୁର୍ଗା ପେଣ୍ଡାଲରେ ଭଙ୍ଗାରୁଜା କରାଯାଇଥିଲା ବୋଲି ସୂଚନା ମିଳିଥିଲା।

ସେ ସମୟରେ ଦୁର୍ଗା ପୂଜା ପେଣ୍ଡାଲରେ ଭଙ୍ଗାରୁଜା ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାର ନିନ୍ଦା କରିଥିଲେ ପ୍ରଧାନମନ୍ତ୍ରୀ ଶେଖ ହାସିନା। ଏହି ଆକ୍ରମଣରେ ସାମିଲ ହୋଇଥିବା ବ୍ୟକ୍ତି ଯେକୗେଣସି ଧର୍ମ କିମ୍ବା ଜାତିର ହୋଇଥିଲେ ବି କଦାପି କ୍ଷମା ଦିଆଯିବନି ବୋଲି ଚେତାବନୀ ଦେଇଥିଲେ।

ଅଧିକ ପଢନ୍ତୁ-  ବାଂଲାଦେଶରେ ଦୁର୍ଗା ପେଣ୍ଡାଲ ଉପରେ ଆକ୍ରମଣ ମାମଲା, ଶେଖ ହାସିନାଙ୍କ ଭାରତକୁ ପରାମର୍ଶ

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ଦେଶରେ ହୋଲିର ପର୍ବକୁ ଉତ୍ସାହର ସହିତ ପାଳନ କରାଯାଉଛି । ରଙ୍ଗର ପର୍ବରେ ଦେଶର ପ୍ରତ୍ୟେକ ସହରରେ ପ୍ରସ୍ତୁତି ଦେଖିବାକୁ ମିଳିଛି । ଗୁରୁବାର ରାତିରେ ହୋଲିକା ଦହନ ପରେ ଆଜି ରଙ୍ଗ ଖେଳାଯାଉଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ଆପଣ ସମସ୍ତଙ୍କୁ ହୋଲିର ବହୁତ ଶୁଭେଚ୍ଛା। ପାରସ୍ପରିକ ପ୍ରେମ, ସ୍ନେହ ଏବଂ ଭାଇଚାରାର ପ୍ରତୀକ ରଙ୍ଗର ଏହି ପର୍ବ ଆପଣଙ୍କ ଜୀବନରେ ସୁଖର ରଙ୍ଗ ଆଣୁ ।

ଅନ୍ୟପଟେ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୁରୁବାର ଦିନ ହୋଲି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆଶା କରିଛନ୍ତି ଯେ ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ସକରାତ୍ମକତା ଆଣୁ । ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ହୋଲିର ଶୁଭ ଅବସରରେ ମୁଁ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।

ଏହାସହ ରାଷ୍ଟ୍ରପତି କହିଛନ୍ତି ଯେ,’ ବୟସ ଓ ଶ୍ରେଣୀର ଶିଶୁ, ଯୁବକ, ପୁରୁଷ ଏବଂ ମହିଳା ସମ୍ପୂର୍ଣ୍ଣ ଉତ୍ସାହର ସହ ହୋଲିକୁ ପାଳନ କରନ୍ତି।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ଚାହେଁ ଯେ ଏହି ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ସକରାତ୍ମକ ଶକ୍ତି ଆଣିଥାଉ । ରାଷ୍ଟ୍ର ନିର୍ମାଣର ଭାବନାକୁ ମଧ୍ୟ ପ୍ରବଳ କରିଛି ।

ଋଷ-ଯୁକ୍ରେନ ଯୁଦ୍ଧକୁ ସମାପ୍ତ କରିବାକୁ କୂଟନୈତିକ ଆଲୋଚନାରେ ସାମିଲ ହେବ ଭାରତ

ନୂଆଦିଲ୍ଲୀ: ଋଷ ଯୁକ୍ରେନ ଯୁଦ୍ଧ ଦିନକୁ ଦିନ ଭିଷଣ ହେବାରେ ଲାଗିଛି । ଆଉ ଏହି ଯୁଦ୍ଧକୁ ସମାପ୍ତ କରିବାକୁ ଚାରିଆଡ଼ୁ ପ୍ରୟାସ ଜାରି ରହିଛି । ଏନଇ ଭାରତ କହିଛି ଯେ, ସେ ଦୁଇ ଦେଶ ମଧ୍ୟରେ କୂଟନୈତିକ ବର୍ତ୍ତା ମାଧ୍ୟମରେ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ ଅଛି । ଯୁଦ୍ଧ କାରଣରୁ ଲକ୍ଷାଧିକ ଲୋକଙ୍କ ଭବିଶ୍ୟ ନଷ୍ଟ ହୋଇଯିବା ନେଇ ଚିନ୍ତା ବ୍ୟକ୍ତି କରିଛି ମିଳିତ ଜାତିସଂଘ  ।

ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି ଗୁରୁବାର ଦିନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ଦାବି କରି କହିଛନ୍ତି ଯେ, କଥାବାର୍ତ୍ତା ଓ କୂଟନୀତି ବ୍ୟତୀତ ଯୁଦ୍ଧ ସାମାପ୍ତ କରିବାକୁ ଆଉ କୌଣସି ବାଟ ନାହିଁ । ସେ ଆହୁରି ମଧ୍ୟ କହିଠନ୍ତି ଯେ,ଆମେ ସୁରକ୍ଷା ପରିଷଦ ସହ ଋଷ – ୟୁକ୍ରେନ ସହ ମଧ୍ୟ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ । ତେବେ ଏହାକୁ ନେଇ ୟୁକ୍ରେନ ଓ ଋଷର ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ମୋଦି  ।  ଦୁଇ ଦେଶ ପରଷ୍ପର ସହ ସ୍ପଷ୍ଟ ଭାବେ କଥା ହେବାକୁ ମୋଦି ଅନୁରୋଧ କରିଛନ୍ତି ।

Russia Invades Ukraine, 8 Dead Many Injured

ୟୁକ୍ରେନରେ ଗୁରୁତର ମାନବିକ ସଙ୍କଟ

ଅଣ୍ଡର ସେକ୍ରେଟେରୀ ଜେନେରାଲ୍ ରୋଜେମେରି ଡିକାର୍ଲୋ କହିଛନ୍ତି ଯେ ଋଷର ଆକ୍ରମଣର ସମ୍ମୁଖୀନ ହେବାକୁ ଥିବା ଲକ୍ଷାଧିକ ନାଗରୀକଙ୍କ ଜୀବନ ସଙ୍କଟରେ । ରୁଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଆଲୋଚନାରେ ମଧ୍ୟ କିଛି ସକାରାତ୍ମକ ପଦକ୍ଷେପ ନିଆଯାଇଛି ।

ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଉତ୍ସବମୁଖର ହୋଇଛି ଗାଁଠୁ ସହର । ଆଜି ଦୋଳ ପୂର୍ଣ୍ଣିମା ଦୋଳ ମେଲଣ ପାଇଁ ଚାରିଆାଡେ ପ୍ରସ୍ତୁତ କରାଯାଇଛି । ବିମାନରେ ବିଜେ ହୋଇ ଗାଁ ଗାଁ ବୁଲୁଛନ୍ତି ଠାକୁର । ସାହିକୁ ସାହି ବୁଲି ଭୋଗ ଖାଇବା ସହ ରଙ୍ଗ ବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ । ତେବେ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୋଳ ପୂର୍ଣ୍ଣିମା ଅବସରରେ ସେ ଟ୍ୱିଟ୍ କରି କହିଛନ୍ତି କି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେଉ ।

ଅନ୍ୟପକ୍ଷରେ ଦୋଳ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଆଜି ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ସୁନାବେଶରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଧ୍ୟାନ ଦେଇଛି ପ୍ରଶାସନ । ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୁଦେବୀ ଓ ଶ୍ରୀଦେବୀ ଦୋଳବେଦୀକୁ ବିମାନରେ ବିଜେ କରିବେ ।

 

 

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି କୁର୍ଲୁଘାଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ

ନବରଙ୍ଗପୁର: ନବରଙ୍ଗପୁରର କୁର୍ଲୁଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସ୍ୟାମ ହରାଇ ଗଛକୁ ପିଟିଲା କାର । ଯାହା ଫଳରେ ଗାଡ଼ିରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଦୁଇ ଜଣ ହେଲେ ରାଜା ଟାକ୍ରି ଓ ପ୍ରଦୀପ ଟାକ୍ରି । ତେବେ ଏହି ଦୁର୍ଘଟଣାରେ ଆହାତ ହୋଇଥିବା ଦୁଇ ଜଣଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କୋରାପୁଟକୁ ସ୍ଥାନନ୍ତର କରାଯିବ । ଦୁର୍ଘଟଣାର ଶିକାର ହୋଇଥିବା ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ଆଉଁଳି ଗୁମ୍ମାର ହୋଇଥିବା ବେଳେ, ଜଣେ ଇନ୍ଦ୍ରାବତୀର ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ନବରଙ୍ଗପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ପେରୁ ମରୁଭୂମୀରୁ ମିଳିଲା ସାଢେ ୩କୋଟି ବର୍ଷ ତଳର ହ୍ୱେଲ

ନୂଆଦିଲ୍ଲୀ: ଗବେଷକମାନେ ଗୁରୁବାର ଦିନ ଗୋଟିଏ ପ୍ରାଚୀନ ହ୍ୱେଲ ମାଛର କଙ୍କାଳ ଚିହ୍ନଟ କରିଛନ୍ତି । ଏହି ମାଛଟି ପ୍ରାୟ ସାଢେ ୩କୋଟି ବର୍ଷ ତଳେ ସମୁଦ୍ରରେ ଦେଖିବାକୁ ମିଳୁଥିଲା । ଗତ ବର୍ଷ ଏହି ମାଛଟିର ଜୀବାଶ୍ମ ପେରୁର ମରୁଭୂମୀରେ ଦେଖିବାକୁ ମିଳିଥିଲା ।

କଙ୍କାଳକୁ ନେଇ ଗବେଷଣଆ କରୁଥିବା ଦଳର ମୁଖ୍ୟ ମାରିୟା ଉର୍ବିନା କହିଛନ୍ତି ଯେ, ଆମେ ନୂଆ ପେରୁବିୟନ ବେସିଲୋସୋରସ୍ ବାହାର କରିଛୁ, ଏହା ଏକ ପୂରାତନ ହ୍ୱେଲ ମାଛର ଖପୁରି ଯିଏ ସାଢେ ୩କୋଟି ବର୍ଷ ପୂର୍ବରୁ ବାସ କରୁଥିଲେ । ୨୦୨୧ର ଶେଷ ଆଡ଼କୁ ଲୀମାଠାରୁ ପାଖାପାଖି ୩୫୦ କିଲୋମିଟର ଦକ୍ଷିଣରେ ମରୁଭୂମୀରେ ଏହାର ଜୀବାଶ୍ମକୁ ଉଦ୍ଧାର କରାଯାଇଥିଲା । ଲକ୍ଷାଧିକ ବର୍ଷ ପୂର୍ବରୁ ଏଠାରେ ଏକ ଅସ୍ଥାୟୀ ସମୁଦ୍ର ଥିଲା, ତେଣୁ ଏଠାରୁ ବହୁ ସଂଖ୍ୟାରେ ଆଦିମ ସାମୁଦ୍ରିକ ଜୀବାଶ୍ମ ମିଳିଛି ।

ମାର୍କୋସ ନ୍ୟାସନାଲ ୟୁନିଭରସିଟିର ଗବେଷକ ଉର୍ବିନା କହିଛନ୍ତି ଯେ ଏହି ଗବେଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଦୁନିଆରେ ଅନ୍ୟ କୌଣସି ସ୍ଥାନରୁ ଏମିତି ନମୁନା ସଂଗ୍ରହ କରାଯାଇପାରିନାହିଁ । ଦଳର ସଦସ୍ୟ ରୋଡୋଲଫୋ ସାଲାସ୍-ଜିସମୋଣ୍ଡି କରିଛନ୍ତି ଯେ, ବେସିଲୋସୋରସ୍ ର ଆକାର ଏବଂ ଦାନ୍ତର ବିକାଶ ଅନ୍ୟ ଜଣାଶୁଣା ପ୍ରାଚୀନ ହ୍ୱେଲ ପ୍ରଜାତିଠାରୁ ସମ୍ପୂର୍ଣ୍ଣ ଭିନ୍ନ, ତେଣୁ ଏହି ଜୀବର ଖାଦ୍ୟ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼େ । ସେ ଏହା ଏକ ଅସାଧାରଣ ଗବେଷଣା ବୋଲି ମଧ୍ୟ କହିଛନ୍ତି ।

ତେବେ ଏହି ପ୍ରକାର ଜୀବାଶ୍ମ ଯୋଗୁଁ ପେରୁ ସମୁଦ୍ରର ଇତିହାସକୁ ପୁନଃ  ନିର୍ମାଣ କରିପାରିବ ବୋଲି ଗବେଷକମାନେ କହିଛନ୍ତି । ବେସିଲୋସରସ୍ ପରି ପ୍ରଥମେ କେଟେସିୟନ ପାଖାପାଖି ୫କୋଟି ବର୍ଷ ପୂର୍ବେ ସ୍ଥଳ ପ୍ରାଣୀମାନଙ୍କଠାରୁ ଉତ୍ପନ୍ନ ହୋଇଥିଲେ ।

ପାରିବାରିକ କଳହର କରୁଣ ପରିଣତି: ପେଟ୍ରୋଲ ଢାଳି ଲଗାଇ ଦେଲେ ନିଆଁ, ଦୁଇ ମୃତ

ରାୟଗଡ଼ା: ପାରିବାରିକ କଳହ ଓ ଋଣ ଭାର ପାଇଁ ଚାଲିଗଲା ୨ ଜୀବନ । ଏବେ ବି ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ପରିବାରର ଆଉ ୩ ସଦସ୍ୟ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଗାଁରେ ବେକେରୀରେ ନିଆଁ ଲାଗିବା ଘଟଣାରେ ନୂଆମୋଡ଼ । ସର୍ଟସର୍କିଟରୁ ନୁହେଁ ବରଂ ପାରିବାରିକ କଳହରୁ ପରିବାର ଲୋକଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ ବାପା ଦୟାନିଧି । ନିଆଁରେ ପୋଡି ବେକେରୀ ମାଲିକ ଦୟାନିଧି ବେହେରା ଓ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ପୁଅ ଓ ବୋହୂ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।

ସୂଚନା ଅନୁସାରେ ଦୀର୍ଘଦିନ ହେବ ବେକେରୀ କରି ଦୟାନିଧିଙ୍କ ପରିବାର ଚଳୁଥିଲା । ବହୁ ଧାର କରଜ ମୁଣ୍ଡରେ ଥିବାରୁ ଘରେ ପ୍ରତିଦିନ ଲାଗୁଥିଲା ଝଗଡା । ଶେଷରେ ଗତକାଲି ବଡ଼ପୁଅ ଘରେ ନଥିବା ବେଳେ ମଝିଆ ପୁଅ ଅନୀଲ ଓ ବାପା ଦୟାନିଧିଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ । ରାଗିଯାଇ ବାପା ଘରର ସବୁ କବାଟ ଝରକା ବନ୍ଦ କରି ପରିବାର ଲୋକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗି ଦୟାନିଧି ଓ ପତ୍ନୀ ଲକ୍ଷ୍ମୀ ବେହେରାଙ୍କ ମୃତ୍ୟୁ ହୋଇଛି । ମଝିଆ ପୁଅ ଅନିଲ, ବୋହୂ ସ୍ବପ୍ନା ଓ ସାନପୁଅ ଶ୍ରୀକାନ୍ତ ବେହେରାଙ୍କର ଚାଲିଛି ଚିକିତ୍ସା । ଘଟଣାରେ କଲ୍ୟାଣସିଂହପୁର ପୋଲିସ ଅଧିକ ତଦନ୍ତ କରୁଛି ।

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ଭୁବନେଶ୍ୱର: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ଉତ୍ସବମୁଖର ହୋଇଛି ଗାଁଠୁ ସହର । ଆଜି ଦୋଳ ପୂର୍ଣ୍ଣିମା ଦୋଳ ମେଲଣ ପାଇଁ ଚାରିଆାଡେ ପ୍ରସ୍ତୁତ କରାଯାଇଛି । ବିମାନରେ ବିଜେ ହୋଇ ଗାଁ ଗାଁ ବୁଲୁଛନ୍ତି ଠାକୁର । ସାହିକୁ ସାହି ବୁଲି ଭୋଗ ଖାଇବା ସହ ରଙ୍ଗ ବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ । ଦୋଳ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ଥାନରେ ବାଡ଼ିଖେଳ ମଧ୍ୟ ଯାଉଛି । ସେପଟେ ଦୋଳ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଆଜି ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ସୁନାବେଶରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଧ୍ୟାନ ଦେଇଛି ପ୍ରଶାସନ । ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୁଦେବୀ ଓ ଶ୍ରୀଦେବୀ ଦୋଳବେଦୀକୁ ବିମାନରେ ବିଜେ କରିବେ ।

ରାଉରକେଲା ଗସ୍ତ କରିବେ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍

ରାଉରକେଲା: ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରିବେ ଫାଇଭ୍‌-ଟି ସଚିବ । ରାଉରକେଲା ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍  । ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଅନ୍ତର୍ଜାତୀୟ ସ୍ତରର ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରିବେ ।  ଏହାସହ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ଶୁକ୍ରବାର ସକାଳ ୧୦ ଟା ୧୫ରେ  ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ । ସକାଳ ୧୦ ଟା ୨୫ ସମୟରେ ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଆନ୍ତର୍ଜାତୀୟ ସ୍ତରର ଦେଶର ସର୍ଵ ଵୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଵେ । ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ସେହିପରି ଶିଳ୍ପ ସଚିବ ହେମନ୍ତ ଶର୍ମା, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର ଭିନିଲ କ୍ରୀଷ୍ଣା ଓ ଇଡକୋ ଏମଡି ଭୁପିନ୍ଦ୍ର ସିଂ ପୁନିଆ ମଧ୍ୟ ରାଉରକେଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।