ପାଣିରେ ପଡ଼ିଲା ୮୦ ଲକ୍ଷ, ଜୁଆର ମାଡ଼ରେ ଭାସିଗଲା ଭସାପୋଲ

ବେଙ୍ଗାଲୁରୁ: ଉଚ୍ଚ ଜୁଆର ମାଡ଼ରେ ଭାସିଗଲା ଭାସାପୋଲ । ପାଣିରେ ପଡ଼ିଲା ୮୦ ଲକ୍ଷ ଟଙ୍କା । ଉଦଘାଟନର ତିନି ଦିନ ପରେ ଭାସିଗଲା । କର୍ଣ୍ଣାଟକର ଉଡୁପିଠାରେ ସମୁଦ୍ରରେ ନିର୍ମାଣ କରାଯାଇଥିବା ଭସାପୋଲ ଉଦଘାଟନର ତିନି ଦିନ ପରେ ନଷ୍ଟ ହୋଇଯାଇଛି । ୧୦୦ ମିଟର ଲମ୍ବ ଓ ୩ ମିଟିର ପ୍ରସ୍ଥ ଥିବା ଏହି ଭସାପୋଲ ଗତ ୬ ତାରିଖରେ ଉଦଘାଟନ କରିଥିଲେ ସ୍ଥାନୀୟ ବିଧାୟକ । ଭସାପୋଲ ନିର୍ମାଣ ପାଇଁ କର୍ଣ୍‌ଣାଟକ ସରକାର ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ତେବେ ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଯୋଗୁ ପୋଲର କିଛି ଅଂଶ ନଷ୍ଟ ହୋଇଯାଇଛି ।

ତେବେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଭସାପୋଲ ଆଂଶିକ ଭାଙ୍ଗିବା ପରେ ଏହାର କାର୍ଯ୍ୟ ସ୍ଥଗିତ ରଖାଯାଇଛି । ଅନ୍ୟପକ୍ଷରେ ସମୁଦ୍ର ଉପରେ ହୋଇଥିବା ଏହି ଭସାପୋଲର ସୁରକ୍ଷା ଦିଗ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।