spot_img
Home Blog Page 4483

ରାଜଧାନୀରେ ବଢ଼ୁଛି ରାଜନୈତିକ ଉଷ୍ମତା, ଖରା ତାତିରେ ଚାଲିଛି ଜୋରଦାର ପ୍ରଚାର

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ସରଗରମ ହେବାରେ ଲାଗିଛି ରାଜନୀତି । ରାଜଧାନୀରେ ତାତି ବଢ଼ିବା ସହ ବଢ଼ୁଛି ରାଜନୈତିକ ମାହୋଲ । ହାତରେ ଆଉ କମ୍ ସମୟ ଥିବାରୁ ଖରା ତାତିରେ ଚାଲିଛି ଜୋରଦାର ପ୍ରଚାର । କମ୍ ଦିନରେ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଜୋରଦାର ପ୍ରସ୍ତୁତ କରୁଛନ୍ତି ପ୍ରାର୍ଥୀ । ଭୁବନେଶ୍ବର ମହାନଗର ନିଗମ ମେୟର ପ୍ରାର୍ଥୀ ସୁଲୋଚନା ଦାସ ମଧ୍ୟ ୱାର୍ଡ ୱାର୍ଡ ବୁଲି ଭୋଟ ଭିକ୍ଷା କରୁଛନ୍ତି । ସୁଲୋଚନା ଦାସ୍ ସାଙ୍ଗରେ କର୍ପୋରେଟର ପ୍ରାର୍ଥୀଙ୍କ ସହ ସମର୍ଥକଙ୍କୁ ନେଇ କେତେ ବେଳେ ରୋଡ୍ ଶୋ’ କରି ତ କେବେ ପୁଣି ଚାଲି ଚାଲି ଭୋଟରଙ୍କ ପାଖକୁ ଯାଉଛନ୍ତି । ଘର ଘର ବୁଲି ଲୋକଙ୍କ ନିକଟତର ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ସୁଲୋଚନାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଭୁବନେଶ୍ୱର ମହାନଗର ନିଗମର ତିନି ବିଧାୟକ ।

ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ୨୪ରେ ତିନି ମହାନଗର ନିଗମ ସମେତ ୧୦୬ ପୌରାଞ୍ଚଳରେ ନିର୍ବାଚନ ହେବ । ପ୍ରଚାର ପାଇଁ ହାତରେ ଆଉ କମ୍ ସମୟ ରହିଥିବାରୁ ବିଭିନ୍ନ ଓ୍ୱାର୍ଡରେ ଚାଲିଛି ଜୋରଦାର ପ୍ରଚାର । ଅନ୍ୟପକ୍ଷରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଳାର ବିଭିନ୍ନ ଓ୍ୱାର୍ଡରୁ ୮ ଜଣଙ୍କୁ ନିଲମ୍ବନ କରିଛି ବିଜୁ ଜନତା ଦଳ ।

ରାଜଧାନୀରେ ଗଞ୍ଜେଇ ବେପାର କରୁଥିଲେ ମା’-ପୁଅ, ମାଡ଼ି ବସିଲା ସ୍ପେସାଲ ସ୍କ୍ୱାଡ

ଭୁବନେଶ୍ୱର: ରାଜଧାନୀରେ ଗଞ୍ଜେଇ କାରବାରରେ ମା’ ପୁଅ । ସ୍ପେସାଲ ସ୍କ୍ୱାର୍ଡ ଓ ଭରତପୁର ଥାନା ପୋଲିସ ପଂଝାରେ ଗଞ୍ଜେଇ ମାଫିଆ । ଭରତପୁର କୋଲାଥିଆରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ସ୍ପେସାଲ ସ୍କ୍ୱାର୍ଡ ଓ ଭରତପୁର ଥାନା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ । ଗଞ୍ଜେଇ ବେପାର କରୁଥିବା ଯୁବକ ଜଣକ ହେଉଛନ୍ତି ଭବାନୀ ମହାପାତ୍ର । ଭବାନୀ ଦକ୍ଷିଣ ଓଡ଼ିଶାରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକୁଥିଲେ ।

ସୂଚନା ଅନୁସାରେ ଭବାନୀ ମହାପାତ୍ର ଭୁବନେଶ୍ୱରର ଏକ ଘରୋଇ କଲେଜରୁ ଏମସିଏ ପାସ ଆଉଟ ଛାତ୍ର ଅଟନ୍ତି । ପାଠ ପଢିବା ପାଇଁ ଲୋନ କରିଥିଲେ ଭବାନୀ । କିନ୍ତୁ ପାଠ ପଢ଼ା ପରେ ଚାକିରୀ ନ ମିଳିବା ଓ ଟଙ୍କା ସୁଝି ନପାରିବା ପରେ ଗଞ୍ଜେଇ କାରବାରରେ ପାଦ ଥାପିଥିଲେ ସେ । ଗଞ୍ଜେଇ କାରବାର କରି ଟଙ୍କା ସୁଝିବାକୁ ଯୋଜନା କରିଥିଲେ । ତେବେ ଏହି ରାକେଟ ଭବାନୀଙ୍କ ସହ ଆଉ କିଏ କିଏ ଥିଲେ ତାହାକୁ ନେଇ ପୋଲିସର ପଚାରଉଚରା ଜାରି ରଖିଛି ।

ହୋଲିରେ କାହିଁକି ପିନ୍ଧାଯାଏ ଧଳା ରଙ୍ଗର ପୋଷାକ । ଜାଣନ୍ତୁ…

ରଙ୍ଗର ପର୍ବ ହୋଲିକୁ ପୂରା ଦେଶରେ ଧୁମଧାମରେ ପାଳନ କରାଯାଉଛି । ପୁରୁଣା ରାଗ ରୋଷ ଭୁଲି ଲୋକମାନେ ପରସ୍ପରକୁ ଅଭିର ଲଗାଉଛନ୍ତି । ଆଉ ଏହି ପର୍ବରେ କେବଳ ରଙ୍ଗ ପ୍ରାଧାନ୍ୟ ରହିନାହିଁ ଏହି ପର୍ବରେ ଲୋକେ ପ୍ରାୟ ଧଳା ରଙ୍ଗର ପୋଷାକକୁ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଥାନ୍ତି । ଅନେକ ସମୟରେ ଲୋକମାନେ ହୋଲି ଖେଳିବା ପାଇଁ ଧଳା ପୋଷାକ ପିନ୍ଧିଥିବାର ମଧ୍ୟ ଦେଖାଯାଏ । ତେବେ ଏହା ଫ୍ୟାସନ ନୁହେଁ ଏହା ପଛରେ ଏକ ବିଶେଷ କାରଣ ମଧ୍ୟରେ ରହିଛି ।

ହୋଲି ଦିନ କାହିଁକି ଧଳା ରଙ୍ଗର ପୋଷାକ ପିନ୍ଧାଯାଏ ?

  • ହୋଲି ଖେଳିବା ସମୟରେ ଲୋକମାନେ ପ୍ରାୟତ ଧଳା ରଙ୍ଗର ପୋଷାକ ପିନ୍ଧନ୍ତି । ଫଳରେ ଧଳା ରଙ୍ଗରେ ହୋଲିର ବିଭିନ୍ନ ରଙ୍ଗ ପଡ଼ି ଖୁବ୍ ସୁନ୍ଦର ଦେଖାଯାଏ । କିନ୍ତୁ ଏହା ପଛରେ ଏକ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଅଛି । ହୋଲି ଦିନ ଧଳା ରଙ୍ଗର ପୋଷାକ ପିନ୍ଧିବା ଜ୍ୟୋତିଷ ଶାସ୍ତ୍ରରେ ଶୁଭ ବୋଲି ବିବେଚନା କରାଯାଏ ।
  • ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଧଳା ରଙ୍ଗ ଚନ୍ଦ୍ର ସହିତ ଜଡିତ ଏବଂ ଚନ୍ଦ୍ରଙ୍କୁ ହୃଦୟର କାରକ ବୋଲି ବିବେଚନା କରାଯାଏ । କୁହାଯାଏ ଏହି ଦିନ ଧଳା ପୋଷାକ ପିନ୍ଧିବା ଦ୍ୱାରା ଜଣେ ବ୍ୟକ୍ତି ଖୁସି ବା ସକରାତ୍ମକ ରହିଥାଏ ।  ପୁରୁଣା କଥା ଏବଂ ଝଗଡ଼ାକୁ ସହଜରେ ଭୁଲି ଶତ୍ରୁକୁ ଆଲିଙ୍ଗନ କରିଥାନ୍ତି ।
  • ଏହାସହ କୁହାଯାଏ ଯେ ଧଳା ରଙ୍ଗ ହେଉଛି ଭାଇଚାରା ର ପ୍ରତୀକ । ସୁଖ ଏବଂ ଶାନ୍ତି ପାଇଁ କେବଳ ଧଳା ରଙ୍ଗ ବ୍ୟବହୃତ ହୋଇଥାଏ । ହୋଲି ଦିନ ଧଳା ପୋଷାକ ପିନ୍ଧିବା ଭାଇଚାରା ବଢିଥାଏ । ଏବଂ ଏହାଦ୍ୱାରା ସମ୍ପର୍କ ମଜବୁତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।
  • ଜ୍ୟୋତିଷମାନେ କହିଛନ୍ତି ଯେ ଯଦି ରାଶିଫଳର କୌଣସି ଗ୍ରହ ନକାରାତ୍ମକ କିମ୍ବା ଅପ୍ରାକୃତିକ ପ୍ରଭାବ ଦେଇଥାଏ, ତେବେ ଧଳା ରଙ୍ଗ ପିନ୍ଧିବା ଦ୍ୱାରା ସେ ସବୁରୁ ସକରାତ୍ମକ ଉର୍ଜା ଉତ୍ପନ୍ନ ହୁଏ ।  ଧଳା ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ବ୍ୟକ୍ତିକୁ ସଫଳତା ମଧ୍ୟ ମିଳିଥାଏ ।
  • ଏହି ପୋଷାକ ପିନ୍ଧିବା ଦ୍ୱାରା ଖରାରୁ ଆରାମ ଦେଇଥାଏ  । ହୋଲି ବେଳକୁ ଏପରି ପରିସ୍ଥିତିରେ ଧଳା ରଙ୍ଗର ପୋଷାକ ଆରାମଦାୟକ ଦେଖାଯାଏ ।

ୟୁକ୍ରେନ ଏୟାରପୋର୍ଟ ନିକଟରେ ଋଷର ମିଜାଇଲ୍ ମାଡ଼

ଲେଭିଭ୍: ୟୁକ୍ରେନର ପଶ୍ଚିମ ପଟରେ ଥିବା ଲେଭିଭ୍ ଏୟାରପୋର୍ଟ ନିକଟରେ ଶୁକ୍ରବାର ଦିନ ଋଷିଆର ମିଜାଇଲ୍ ମାଡ଼ ହୋଇଛି। ତେବେ ଏୟାରପୋର୍ଟର କିଛି କ୍ଷୟକ୍ଷତି ହୋଇନଥିବା କହିଛନ୍ତି ମେୟର ଆଣ୍ଡ୍ରି ସାଡୋଭି ।

ସ୍ଥାନୀୟ କର୍ତ୍ତୃପକ୍ଷ ସ୍ଥିତି ଉପରେ ନଜର ରଖିଥିବା ନେଇ ସେ ପ୍ରକାଶ କରିଛନ୍ତି। ତେବେ ପୂର୍ବରୁ ୩ଟି ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିବା ନେଇ ସୂଚନା ଦେଇଥିଲା ଟେଲିଭିଜନ୍ ଷ୍ଟେସନ୍ ୟୁକ୍ରେନ୍ ୨୪। ଅନ୍ୟଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଲେଭିଭ୍ ଉପରେ  ୬ଟି କ୍ରୁଜ୍ ମିଜାଇଲ୍ ପକା ହୋଇଛି । ଯେଉଁଥିରୁ ଦୁଇଟିକୁ ୟୁକ୍ରେନର ରୋଧି ମିସାଇଲ୍ ଦ୍ୱାରା ନଷ୍ଟ କରାଯାଇଥିଲା ।

୨୩ ଦିନର ଘମାଘୋଟ ଯୁଦ୍ଧ ପରେ ସୁଧୁରୁନି ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସ୍ଥିତି। ଦିନକୁ ଦିନ ଅଧିକ ଭୟଙ୍କର ହେଉଛି ଏହି ସଂଘର୍ଷ। ଯୁଦ୍ଧରେ ଏବେସୁଦ୍ଧା ୭ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ରିପୋର୍ଟ ଦେଇଛି । କେବଳ ମାରିଉପୋଲରେ ୨୪ଲୋକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି । ଋଷ ସେନାକୁ ରୋକିବାକୁ ୟୁକ୍ରେନ ଯଥାସମ୍ଭବ ଚେଷ୍ଟା ଚଳାଇଥିବା ବେଳେ ଆଟାକକୁ ଆହୁରି ଜୋରଦାର କରିଛି ମସ୍କୋ ।

Russian Military Centers In North Kiev Of Ukraine

ଅନ୍ୟପକ୍ଷରେ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ ଉପରେ ଚାପ ପକାଇବାକୁ ଖୁବ୍ ଚେଷ୍ଟା କରିଥିବା ବେଳେ ଆଜି ବାଇଡେନ୍ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି। ଯାହା ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ପୂର୍ବରୁ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ଅପରାଧୀ, ହତ୍ୟାକାରୀ, ଏକଛତ୍ରବାଦୀ ଶାସକ ଓ ଠକ ଭାବେ ଅବିହିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ।

US officials reportedly say Russia has a list of opponents to arrest or assassinate if it invades Ukraine

ଅପରପକ୍ଷରେ ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ୟୁକ୍ରେନ ସେନା ସହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଋଷ ସୈନ୍ୟ । କିଭରେ ମିସାଇଲ ଆକ୍ରମଣର ଶିକାର ହୋଇଛନ୍ତି ୟୁକ୍ରେନ ୬୭ ବର୍ଷୀୟ ଥିଏଟର ଅଭିନେତ୍ରୀ ଓକସାନା ସଭେତ। ଋଷର ମିଜାଇଲ ଆକ୍ରମଣ ଯୋଗୁଁ ପ୍ରାଣ ହରାଇଛନ୍ତି ଏହି ଅଭିନେତ୍ରୀ ଜଣକ। କିଭରେ ଥିବା ଏକ ଥିଏଟରରେ ମାଡ଼ ହୋଇଥିଲା ଋଷର ମିଜାଇଲ ।

ଦେଶ ପାଳୁଛି ରଙ୍ଗର ପର୍ବ ହୋଲି

ମୁମ୍ବାଇ ଜୁହୁ ବିଚରେ ପାଳିତ ହେଉଛି ହୋଲି

କୋଲକାତାରେ ଧୁମଧାମରେ ପାଳିତ ହେଉଛି ହୋଲି ମହୋତ୍ସବ

ଉତ୍ତରପ୍ରଦେଶର ବୃନ୍ଦାବନରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଉଛି ରଙ୍ଗର ପର୍ବ ହୋଲି

ନ୍ୟୁଜିଲାଣ୍ଡରେ ହୋଲି ଖେଳିଲେ ଭାରତୀୟ ମହିଳା କ୍ରିକେଟ ଦଳ

ମହାରାଷ୍ଟ୍ରରେ ହୋଲି ଖେଳୁଛନ୍ତି ଛୋଟ ପିଲା

 

 

ପଶ୍ଚିମବଙ୍ଗରେ ଧୁମଧାମରେ ପାଳିତ ହୋଲି ମହୋତ୍ସବ, ଭଜନ କୀର୍ତ୍ତନରେ କମ୍ପୁଛି ପରିବେଶ

କୋଲକାତା: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶରେ ମାୟାପୁର ଇସ୍କନ ମନ୍ଦିରରେ ପାଳିତ ହେଉଛି ଦୋଳ ଉତ୍ସବ। ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ସ୍ଥିତ ମାୟା ପୁର ଅଞ୍ଚଳର ଇସ୍କନ ମନ୍ଦିରରେ ଦୋଳ ପୂର୍ଣ୍ଣିମା ଉତ୍ସବ ପାଳିତ ହେଉଛି। ଅନ୍ୟପଟେ ଭଜନ କୀର୍ତ୍ତନରେ କମ୍ପୁଛି ପରିବେଶ । ଜୟ ଶ୍ରୀକୃଷ୍ଣ ନାମରେ ଗୁଞ୍ଜରିତ ହେଉଛି ପରିବେଶ । ଭାବଭକ୍ତିମୟ ପରିବେଶରେ ଭକ୍ତ ଶ୍ରଦ୍ଧାଳୁ ନାଚି ଉଠୁଛନ୍ତି ।

ଆଜି ଦେଶରେ ହୋଲିର ପର୍ବକୁ ଉତ୍ସାହର ସହିତ ପାଳନ କରାଯାଉଛି । ଗୁରୁବାର ରାତିରେ ହୋଲିକା ଦହନ ପରେ ଆଜି ରଙ୍ଗ ଖେଳାଯାଉଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ଆପଣ ସମସ୍ତଙ୍କୁ ହୋଲିର ବହୁତ ଶୁଭେଚ୍ଛା। ପାରସ୍ପରିକ ପ୍ରେମ, ସ୍ନେହ ଏବଂ ଭାଇଚାରାର ପ୍ରତୀକ ରଙ୍ଗର ଏହି ପର୍ବ ଆପଣଙ୍କ ଜୀବନରେ ସୁଖର ରଙ୍ଗ ଆଣୁ ।

ଅଧିକ ପଢନ୍ତୁ- ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 

ଅନୁପମଙ୍କ ବ୍ୟତୀତ ଏହିସବୁ ବଲିଉଡ଼ ଅଭିନେତା ମଧ୍ୟ କାଶ୍ମୀର ପଣ୍ଡିତ ପରିବାରର

ମୁମ୍ବାଇ: “ଦି କାଶ୍ମରୀ ଫାଇଲସ୍” ରିଲିଜ ହେବା ପରେ କାଶ୍ମୀର କୁ ନେଇ କିଛି ଅଜଣା କଥା ସାମ୍ନାକୁ ଆସିଛି । ଭାରତର ସ୍ୱର୍ଗ କୁହାଯାଉଥିବା କାଶ୍ମୀର ଉପରେ ସବୁବେଳେ ଆତଙ୍କବାଦୀଙ୍କ ନଜର ରହିଆସିଛି । ଆଉ ଏମାନଙ୍କ ପାଇଁ କାଶ୍ମୀରରେ ଏମିତି କିଛି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆଉ ଏଥିରୁ କାଶ୍ମୀର ପଣ୍ଡିତଙ୍କ କାହାଣୀ ସବୁଠୁ ଭିନ୍ନ । ନିକଟରେ ରିଲଜ ହୋଇଥିବା “ଦି କାଶ୍ମୀର ଫାଇଲସ”ରେ ସେ ସମସ୍ତ ଦୃଶ୍ୟକୁ ଦେଖାଯାଇଛି । ଆଉ ଏହି ଘଟଣାରେ ପ୍ରତ୍ୟେକ୍ଷଦର୍ଶୀ ଥିବା ଅନୁପମ ଖେର ମଧ୍ୟ ଏହି ଫିଲ୍ମରେ ନଜର ଆସିଛନ୍ତି । ଅନୁପମଙ୍କ ପରିବାର ମଧ୍ୟ ୧୯୯୦ର ଏହି କଳଙ୍କୀତ ଘଟଣା ଶୀକାର ହୋଇଥିଲେ ।

ତେବେ କେବଳ ବଲିଉଡ଼ର ଅନୁପମ ଖେର ଏକମାତ୍ର କାଶ୍ମୀର ପଣ୍ଡିତ ନୁହଁନ୍ତି, ତାଙ୍କ ବ୍ୟତୀତ ଅନେକ ଲୋକପ୍ରିୟ କଳାକାର ଅଛନ୍ତି ଯେଉଁମାନେ କାଶ୍ମୀର ପଣ୍ଡିତଙ୍କ ସମ୍ପର୍କୀୟ । ଆସନ୍ତୁ ଜାଣିବା କିଏ ଏମାନେ…

ମୋହିତ ରାଇନା

ମୋହିତ ବଲିଉଡ଼ ଏକ ଜଣାଶୁଣା ଚେହେରା । ଛୋଟ ଓ ବଡ଼ ପରଦାରେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି । ତାଙ୍କୁ ପ୍ରଥମଥର ପାଇଁ ଟିଭି ସିରିଏଲ ଦେବୋ କି ଦେବ ମହାଦେବ’ରେ ଦେଖିବାକୁ ମିଳିଥିଲା । ସେ ଏହି ଶୋ’ରେ ମହାଦେବଙ୍କ ଭୁମିକାରେ ନଜର ଆସିଥିଲେ । ଏହାପରେ ସେ ଅନେକ ଫିଲ୍ମରେ ମଧ୍ୟ ନଜର ଆସଛନ୍ତି । ଏବେ ତାଙ୍କ ଅଭିନିତ ୱେବ ସିରିଜକୁ ମଧ୍ୟ ଖୁବ ପସନ୍ଦ କରାଯାଉଛି । ତେବେ ମୋହିତ ମଧ୍ୟ ଜଣେ କାଶ୍ମୀର ପଣ୍ଡିତ । ତାଙ୍କ ଜନ୍ମ ୧୪ ଅଗଷ୍ଟ ୧୯୮୨ରେ କାଶ୍ମୀରରେ ହୋଇଥିଲା  । ତାଙ୍କ ର ବାଲ୍ୟାବସ୍ଥାରୁ ତାଙ୍କ ପାଠ ପଢା ସବୁ କାଶ୍ମୀରରେ ହୋଇଛି ।

କୁନାଲ କ୍ଷେମୁ

ଅନେକ ଜାଣି ନଥିବେ ଯେ, ଅଭିନେତା କୁନାଲ ଜଣେ କାଶ୍ମୀର ପଣ୍ଡିତ । ତାଙ୍କ ଜନ୍ମ ୨୫ମେ ୧୯୮୩ରେ ଜଣେ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ ରବି କ୍ଷେମୁ ଏବଂ ମାଆଙ୍କ ନାଁ ଜ୍ୟୋତି କ୍ଷେମୁ । କୁନାଲଙ୍କ ଜନ୍ମ କାଶ୍ମୀରରେ ହୋଇଥିଲା  ଏବଂ ପରେ ତାଙ୍କ ପରିବାର ମୁମ୍ବାଇକୁ ଆସିଯାଇଥିଲା ।

ଏମ କେ ରାଇନା

‘ଗାଙ୍ଗୁବାଇ କାଠିଆୱାଡି’, ‘ରାବ ନେ ବାନା ଦି ଯୋଡି’ ଏବଂ ‘ତାରେ ଜାମିନ ପର’ ପରି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ଏମ.କେ ରାଇନା ମଧ୍ୟ କାଶ୍ମୀରୀ ପଣ୍ଡିତ । ସେ ୨୪ ଜୁଲାଇ ୧୯୪୮ ରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ। ଏଥି ଏହାସହ, ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ୧୯୭୦ ବ୍ୟାଚର ମଧ୍ୟ ଥିଲେ ।

କିରଣ କୁମାର
ବଲିଉଡ ଅଭିନେତା କିରଣ କୁମାର ଦୀର୍ଘ ଦିନ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି । ଏହା ବ୍ୟତୀତ ସେ ଅନେକ ଟିଭି ଶୋ’ରେ ମଧ୍ୟ ନଜର ଆସିଛନ୍ତି । ସେ ୧୯୬୦ରୁ ତାଙ୍କ ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିଲେ । କିରଣ କୁମାର କାଶ୍ମୀରୀ ପଣ୍ଡିତ ପରିବାରର ଅଟନ୍ତି। ଯେହେତୁ ପିତା ଜୀବନ୍ କାଶ୍ମୀରରୁ ମୁମ୍ବାଇ ଆସିଥିଲେ, ତେଣୁ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।

 ରାଜ କୁମାର

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ଅଭିନେତା ରାଜକୁମାର ମଧ୍ୟ ଜଣେ କାଶ୍ମୀରୀ ପଣ୍ଡିତ । ତାଙ୍କର ପ୍ରକୃତ ନାମ ହେଉଛି କୁଲଭୂଷଣ ପଣ୍ଡିତ। ରାଜକୁମାର ଲୋରାଲାଇ (ପାକିସ୍ଥାନ) ର କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିଲେ।

ଏ.କେ ହଙ୍ଗଲ୍
ଫିଲ୍ମ ‘ଶୋଲେ’ର ରହୀମ ଚାଚା ଅର୍ଥାତ୍ ଅବତାର କୃଷ୍ଣ ହଙ୍ଗଲ ଜନ୍ମ ମଧ୍ୟ କାଶ୍ମୀରୀ ପଣ୍ଡିତ ପରିବାରରେ ହୋଇଥିଲା । ଏହାସହ, ସେ ୧ ଫେବୃଆରୀ ୧୯୧୪ ରେ ପଞ୍ଜାବର ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ। ସେ ଥିଏଟରରେ ମଧ୍ୟ ଅଭିନୟ କରିଥିଲେ । ଏବଂ ୧୯୩୬ ରୁ ୧୯୪୬ ମଧ୍ୟରେ ଅନେକ ନାଟକରେ ସେ ଅଭିନୟ କରିଛନ୍ତି ।


ଜୀବନ
ଖଳନାୟ ଭୁମିକାରେ ସବୁ ବେଳେ ଚର୍ଚ୍ଚାରେ ଥିବା ଜୀବନଙ୍କ ପ୍ରକୃତ ନାମ ଓଙ୍କାର ନାଥ । ସେ ୨୪ ଅକ୍ଟୋବର ୧୯୧୫ରେ କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏହାସହ ସେ ମାତ୍ର ୨୬ ଟଙ୍କା ନେଇ କାଶ୍ମୀରରୁ ମୁମ୍ବାଇକୁ ଆସିଥିବା କଥା କୁହାଯାଏ । ଅଭିନେତା କିରଣ କୁମାର ହେଉଛନ୍ତି ଜୀବନଙ୍କ ପୁଅ ।

 ସଞ୍ଜୟ ସୁରୀ
ଅଭିନେତା ସଞ୍ଜୟ ସୁରୀ ମଧ୍ୟ କାଶ୍ମୀରୀ ପଣ୍ଡିତ । ୧୯୯୦ ଦଶକରେ କାଶ୍ମୀରରୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଥିବା ଲୋକଙ୍କ ମଧ୍ୟରେ ତାଙ୍କ ପରିବାର ମଧ୍ୟ ଥିଲେ । ଏଥି ସହିତ, ଖୁବ୍ କମ୍ ଲୋକ ଜାଣିଥିବେ ଯେ ୩୨ ବର୍ଷ ତଳେ ତାଙ୍କ ବାପାଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରି ହତ୍ୟା କରିଥିଲେ ।

ଋଷ ମିଜାଇଲ ମାଡ଼ରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଋଷ୍-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି । ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ ପାଇଁ ଋଷ ଉପରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଚାପ ପଡ଼ୁଛି । କିନ୍ତୁ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବା ପରିବର୍ତ୍ତେ ଆକ୍ରମଣକୁ ଆହୁରି ଜୋରଦାର କରିଛି ମସ୍କୋ । ୨୪ ଫେବୃଆରୀରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ୟୁକ୍ରେନ ସେନା ସହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଋଷ ସୈନ୍ୟ । କିଭରେ ମିସାଇଲ ଆକ୍ରମଣର ଶିକାର ହୋଇଛନ୍ତି ୟୁକ୍ରେନ ୬୭ ବର୍ଷୀୟ ଥିଏଟର ଅଭିନେତ୍ରୀ ଓକସାନା ସଭେତ । ଋଷର ମିଜାଇଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଏହି ଅଭିନେତ୍ରୀ ଜଣକ । କିଭରେ ଥିବା ଏକ ଥିଏଟରରେ ଋଷର ମିଜାଇଲ ମାଡ଼ରେ ପ୍ରାଣ ହରାଇଛନ୍ତି ଓକସାନା । ଓକସାନାଙ୍କୁ ଯୁବ ଥିଏଟର କମ୍ୟୁନିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଓକସାନାଙ୍କୁ ଅଭିନୟ କ୍ଷେତ୍ରରେ ୟୁକ୍ରେନର ସବୁଠୁ ସମ୍ମାନଜନକ ପୁରସ୍କାର ଅନରଡ ଆର୍ଟିଷ୍ଟ ଅଫ୍ ୟୁକ୍ରେନ ଆଓ୍ବାର୍ଡରେ ସମ୍ମାନୀତ କରାଯାଇଥିଲା । ଇଭାନ ଫ୍ରାଙ୍କୋ ଓ କିଭ୍ ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଥିଏଟର ଆର୍ଟସରେ ଅଧ୍ୟୟନ କରିଥିଲେ ।

ଅନ୍ୟପକ୍ଷରେ ୟୁକ୍ରେନସ୍ଥିତିକୁ ନେଇ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହେବ । ଏହା ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ଅପରାଧୀ କହିଥିବା ବେଳେ ଏବେ ତାଙ୍କୁ ହତ୍ୟାକାରୀ, ଏକଛତ୍ରବାଦୀ ଶାସନ ଓ ଠକ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ । ସେପଟେ ଯୁଦ୍ଧ ବନ୍ଦ ନେଇ କୂଟନୈତିକସ୍ତରରେ ଆଲୋଚନା ଜାରି ରହିଛି ବୋଲି ଜାତିସଂଘରେ କହିଛି ଭାରତ । ଭାରତର ସ୍ଥାୟୀ ପ୍ରତିନିଧି ଟି. ଏସ ତିରୁମୂର୍ତ୍ତି କହିଛନ୍ତି ଯେ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପାଇଁ ଭାରତ ଗଭୀର ଚିନ୍ତିତ । ତୁରନ୍ତ ଏହାର ସମାଧାନ ଯେପରି ହୋଇପାରିବେ ସେଥିପାଇଁ କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରହିଛି ।

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ‘Y’ କାଟେଗୋରୀ ସୁରକ୍ଷା

ମୁମ୍ବାଇ: ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘Y’ କାଟେଗୋରୀ ସୁରକ୍ଷା ଦିଆଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପ୍ସନ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି। ସାରା ଭାରତରେ ତାଙ୍କୁ ଏହି ସୁରକ୍ଷା ଯୋଗାଇବ ସିଆରପିଏଫ୍ ।

CM Bhupesh Baghel To Watch The Kashmir Files Film With Congress BJP MLAS

‘Y’ କାଟେଗୋରୀ ସୁରକ୍ଷାରେ ମୋଟ୍ ୮ ଜଣ ସୁରକ୍ଷାକର୍ମୀ ମୁତୟନ ହୋଇଥାନ୍ତି । ଖାଲି ଏତିକି ନୁହେଁ ଏହି ସୁରକ୍ଷା ଯେଉଁ ଭିଆଇପିଙ୍କୁ ଦିଆଯାଏ ତାଙ୍କ ଘରେ ମଧ୍ୟ ୫ ଆର୍ମଡ୍ ଷ୍ଟେଟିକ୍ ଗାର୍ଡ ନିୟୋଜିତ ହୋଇଥାନ୍ତି ।

କାଶ୍ମୀର ପଣ୍ଡିତଙ୍କ ବିସ୍ଥାପନ ପ୍ରସଙ୍ଗକୁ ନେଇ ନିର୍ମିତ ବଲିଉଡ୍ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଧମାଲ୍ କରୁଛି । ଏହି ଚଳଚ୍ଚିତ୍ରଟି ୬ ଦିନରେ ପ୍ରାୟ ୮୦ କୋଟି ଟଙ୍କା ରୋଜଗାର କରିପାରିଛି । ଏହି ଚଳଚ୍ଚିତ୍ରକୁ ଅନେକ ରାଜ୍ୟରେ ଟିକସମୁକ୍ତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫିଲ୍ମର ଖୁବ୍ ପ୍ରଶଂସା କରିଛନ୍ତି। ଖାଲି ଏତିକି ନୁହେଁ ଏହି ଚଳଚ୍ଚିତ୍ରକୁ ନେଇ  ପୂରା ବଲିଉଡ୍ ଦୁଇ ଭାଗ ହେଉଥିବା ନଜର ଆସୁଛି ।

ଅଧିକ ପଢନ୍ତୁ- ଟ୍ରୋଲ୍ ହେଲେ ସ୍ୱରା, ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ କରିଥିଲେ ଟ୍ୱିଟ୍  

ରାଉରକେଲାରେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ, ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ କଲେ ତଦାରଖ

ରାଉରକେଲା: ରାଉରକେଲାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍ । ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି । ଷ୍ଟାଡିୟମ ବୁଲି ଦେଖିବା ସହ ଜାରି ରହିଥିବା କାମର ଅନୁଧ୍ୟାନ କରିଛନ୍ତି । ଏହା ସହ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମର କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହି ଅବସରରେ ରାଉରକେଲା ଛେଣ୍ଡ କଲେନୀ ଭିଏସଏସ ମାର୍କେଟରେ ନିର୍ମିତ ଶୀତଳ ଭଣ୍ଡାର ପରିଦର୍ଶନ କରିଥିଲେ । ଏହାର ପରିଚାଳନା ଦାୟିତ୍ୱରେ ଥିବା ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟଙ୍କ ସହ ଆଲୋଚନା କରିଥିଲେ 5T ସଚିବ ।