ଜମି ପାଇଁ ଗାଁ ଦାଣ୍ଡରେ ମାଆକୁ ଘୋଷାଡ଼ି ମାରିଲା ଝିଅ

Girl Beaten Mother For Land In Village Of Cuttack

କଟକ: ଜମିବାଡ଼ି ଭାଗବଣ୍ଟା ପାଇଁ ମାଆକୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲା ଝିଅ । ମାଆର ଚିତ୍କାର ଶୁଣି ଉଦ୍ଧାର କରିଛନ୍ତି ପଡ଼ୋଶୀ । କଟକ ବାଙ୍କୀ ବୈଦେଶ୍ୱର ଥାନା ରଜୀବ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ରଜୀବ ଗାଁର ଗୁଲାପ ଦେଇଙ୍କ ଝିଅ ବାଙ୍କୀ ବରପୁଟ ଗାଁରେ ବିବାହ କରିଥିଲେ । ଶାଶୂଘର ଲୋକଙ୍କ ସହିତ ପାଟିତୁଣ୍ଡ ହେବାରୁ ବାପ ଘରକୁ ଆସିଥିଲେ ।

Girl Beaten Mother For Land In Village Of Cuttack

ବାପଘରେ ଘର କରି ରହିବାକୁ ମାଆକୁ କହିଥିଲେ । ହେଲେ ମାଆ ଏଥିରେ ରାଜି ନହେବାରୁ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ପାଖରେ ଥିବା ବ୍ୟକ୍ତି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ମାଡ଼ ମାରୁଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା କହିଛନ୍ତି ଗୁଲାପ ଦେଇ ।