spot_img
Home Blog Page 4477

ନାଟୋ ବିରୋଧରେ ଋଷର ସ୍ୱତନ୍ତ୍ର ଯୋଜନା

ମସ୍କୋ: ଯୁଦ୍ଧ ଅବସ୍ଥା ଦିନକୁ ଦିନ ଘନୀଭୂତ ହେଉଥିବା ବେଳେ, ଋଷ ପକ୍ଷରୁ ଦିଆଯାଇଛି ଗୁରୁତ୍ବପୂର୍ଣ୍ଣ ସୂଚନା । ବସନିଆ ଓ ହେର୍ଜଗୋଭିନା ଲାଗି ନିଯୁକ୍ତ ଋଷ ରାଷ୍ଟ୍ରଦୂତ ଇଗୋର କାଲାବୁଖୋଭ କହିଛନ୍ତି, ନାଟୋ ବିରୋଧରେ ଋଷର ସ୍ୱତନ୍ତ୍ର ଯୋଜନା ରହିଛି । ସେ କହିଛନ୍ତି, କୌଶଳଗତ ଅବସ୍ଥା ନେଇ ଋଷ ଆକଳନ କରୁଛି ଏବଂ କୌଣସି ପ୍ରକାର ବିପଦର ମୁକାବିଲା କରିବାକୁ ତାଙ୍କ ଦେଶ ସକ୍ଷମ ।

ସେପଟେ ଏସ୍ତୋନିଆ, ଲାଟଭିଆ ଓ ଲିଥୁଆନିଆ ସରକାର ଋଷର ପ୍ରାୟ ୧୦ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି । ଯୁଦ୍ଧକୁ ଅଧିକ ସଂଗୀନ କରିବା ଲାଗି ଆମେରିକା ଜୋରଦାର ଉଦ୍ୟମ ଚଳାଇଛି । ଖୁବ୍ ଶୀଘ୍ର ୟୁକ୍ରେନରେ ଆମେରିକା ନିର୍ମିତ ଷ୍ଟିଞ୍ଜର ଓ ଜାଭେଲିନ ମିସାଇଲ ପହଞ୍ଚିବ ବୋଲି ସୂଚନା ମିଳିଛି । ଏହି ଅସ୍ତ୍ର ଆସିଲେ ଋଷ ନିଜର ଆକ୍ରମଣର ତରିକା ବଦଳାଇବା ଆଶଙ୍କା କରାଯାଉଛି ।

ଅନ୍ୟପଟେ, ତୁର୍କୀ ନିକଟରେ ପୂର୍ବରୁ ଗଚ୍ଛିତ ଋଷ ନିର୍ମିତ ମିସାଇଲ ସିଷ୍ଟମକୁ ୟୁକ୍ରେନକୁ ଦେବା ଲାଗି ତୁର୍କୀକୁ ପରାମର୍ଶ ଦେଇଛି ଆମେରିକା । ଯୁଦ୍ଧ ଟାଳିବାକୁ ଉଦ୍ୟମ କରିବା ବଦଳରେ ଏହାକୁ ଅଧିକ ତୀବ୍ର କରିବା ଲାଗି ଆମେରିକା ନିଜର ସାମରିକ ପିପାସା ଜାରି ରଖିଛି ।

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା, ବିଳମ୍ବିତ ରାତିରେ ଦୁଇଟି ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ବାଣୀ ବିହାର କ୍ୟାମ୍ପସ । ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଦେଖା ଦେଇଛି ଉତ୍ତେଜନା । ଗତକାଲି ବିଳମ୍ବିତ ରାତିରେ ଦୁଇଟି ବାଇକ୍ ପୋଡ଼ିଦେଲେ ଦୁର୍ବୃତ୍ତ । ଗୋଦାବରୀଶ ହଷ୍ଟେଲ ନିକଟରେ ଗାଡ଼ି ପୋଡ଼ାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଜାରି ରହିଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଗୋଦାବରୀଶ ହଷ୍ଟେଲ ନିକଟରେ ଥିବା ଗାଡି କେହି ପୋଡ଼ି ଦେଇଛନ୍ତି । ଗୋଟିଏ ଗୋଷ୍ଠୀର ପିଲା ଅନ୍ୟ ଗୋଷ୍ଠୀର ଗାଡି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଏବେ ବି କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ଆକ୍ରମଣକୁ ଜୋରଦାର କରୁଛି ଋଷ, ଏକାଥରକେ ପ୍ରାଣ ହରାଇଲେ ୧୦୦ ଯବାନ

କିଭ୍: ୨୫ ଦିନରେ ୟୁକ୍ରେନ ଓ୍ବାର । ଥମିବାର ନାଁ ଧରୁନି ଯୁଦ୍ଧ । ଦିନକୁ ଦିନ ତୀବ୍ର ହେଉଛି ଆକ୍ରମଣ । ମାୟକୋଲେଭର ଏକ ସାମରିକ ବାରାକ ଉପରେ ଋଷ କରିଥିବା ବୋମାମାଡ ଘଟଣାରେ ମୃତ୍ୟୁସଂଖ୍ୟା ୧୦୦ରୁ ଅଧିକ ହୋଇଥିବା ଆଶଙ୍କା କରାଯାଉଛି । ବାରାକରେ ୨୦୦ରୁ ଅଧିକ ସୈନ୍ୟ ଶୋଇଥିବା ବେଳେ ଏହି ହମଲା ହୋଇଥିଲା ବୋଲି ଅଭିଯୋଗ କରିଛି ୟୁକ୍ରେନ । ରକେଟ୍ ମାଡରେ ବାରାକ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି ।

କିଛି ଦିନ ଧରି କୌଶଳଗତ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ପୋର୍ଟ ସିଟି ଓଡେଶା ନିକଟସ୍ଥ ମାୟକୋଲେଭରେ ଘନ ଘନ ବୋମାମାଡ କରାଯାଉଛି । ରାଜଧାନୀ କିବରେ ବି ଆକ୍ରମଣ ଜାରିରହିଛି । ବର୍ତ୍ତମାନ ସୁଦ୍ଧା ସେଠାରେ ୨୨୮ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରିଛନ୍ତି ମେୟର । ସେପଟେ ତୁରନ୍ତ ଶାନ୍ତି କଥାବାର୍ତ୍ତା ଲାଗି ପୁଣି ଥରେ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ଯୁଦ୍ଧରେ ୟୁକ୍ରେନର ଯେଉଁ କ୍ଷତି ଘଟିଲାଣି ସେଥିଲାଗି ଋଷବାସୀଙ୍କ ଅନେକ ପିଢିଙ୍କୁ ମୂଲ୍ୟ ଦେବାକୁ ପଡିବ ।

Russia Running Short Of Soldiers Putin Recruiting Foreign Fighters

ୟୁକ୍ରେନ ପ୍ରସଙ୍ଗରେ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଗତ ଫେବ୍ରୁଆରୀ ୨୪ରେ ଆକ୍ରମଣର ଆରମ୍ଭ ପରଠାରୁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଛାଡି ଚାଲିଗଲେଣି ୩୩ ଲକ୍ଷ ୨୮ ହଜାରରୁ ଅଧିକ ନାଗରିକ । ଏହାସହ ପ୍ରାୟ ୬୫ ଲକ୍ଷ ଲୋକ ବେଘର ହେଲେଣି ବୋଲି ସୂଚନା ଦେଇଛି ଜାତିସଂଘ । ଦେଶ ଛାଡିଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ହେଉଛନ୍ତି ମହିଳା ଓ ଶିଶୁ । କେବଳ ପୋଲାଣ୍ଡକୁ ୨୦ ଲକ୍ଷ ଲୋକ ଚାଲିଯାଇଥିବା ବେଳେ ରୋମାନିଆରେ ଶରଣାର୍ଥୀ ସାଜିଲେଣି ୫ ଲକ୍ଷ ନାଗରିକ ।

ଆଜି କଳିଙ୍ଗରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଶେଷ ଟକ୍କର, ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ

ଭୁବନେଶ୍ୱର: ଆଜି କଳିଙ୍ଗରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଶେଷ ଟକ୍କର । ଗତକାଲିର ପରାଜୟର ପ୍ରତିଶୋଧ ନେବା ପାଇଁ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜି ସଂଧ୍ୟା ୭ଟା ୩୦ରେ ଆର୍ଜେଣ୍ଟିନା ସହିତ ଭାରତର କଡ଼ା ଟକ୍କର ଦେଖିବାକୁ ମିଳିବ । ଏହା ପୂର୍ବରୁ ଦୁଇ ଦଳ ଜୋରଦାର ଅଭ୍ୟାସ କରିବାରେ ଲାଗିଛନ୍ତି । ଗତକାଲି ଖେଳାଯାଇଥିବା ମ୍ୟାଚରେ ସଂଘର୍ଷ କରି ସୁଟ ଆଉଟରେ ପରାସ୍ତ ହୋଇଥିଲା ଭାରତ । ସୁଟଆଉଟରେ ଆର୍ଜେଣ୍ଟିନାଠାରୁ ୩-୧ ଗୋଲରେ ପରାସ୍ତ ହୋଇଥିଲା ଭାରତ । କଳିଙ୍ଗ ଷ୍ଟାଡିୟମରେ ଖେଳଯାଇଥିବା FIH ପ୍ରୋ ଲିଗ ଗତକାଲି ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ଯାହା ଫଳରେ ଏହି ମ୍ୟାଚଟି ଡ୍ର ରହିଥିଲା । ଡ୍ର’ ହେବା ଫଳରେ ମ୍ୟାଚ ସୁଟ୍ ଆଉଟକୁ ଯାଇଥିଲା । କିନ୍ତୁ ସୁଟ୍ ଆଉଟରେ ବଜି ମାରିନେଇଥିଲା ଆର୍ଜେଣ୍ଟିନା । ଆର୍ଜେଣ୍ଟିନା ଏହି ମ୍ୟାଚକୁ ୩-୧ରେ ନିଜ ନାମରେ କରିଥିଲା ।

୬ଜଣ ନିଖୋଜ ଘଟଣା: ମିଳିଲା ଶେଷ ଜଣଙ୍କର ମୃତ ଦେହ

ଯାଜପୁର: ଯାଜପୁର ଖରସ୍ରୋତା ନଦୀରେ ୬ ଜଣ ନିଖୋଜ ଘଟଣା । ମିଳିଲା ଆଉ ଜଣଙ୍କର ମୃତଦେହ । ବିଶ୍ୱଜିତ ଜେନା ଓରଫ ବବୁଲକୁ ଉଦ୍ଧାର କଲା ଉଦ୍ଧାରକାରୀ ଟିମ୍ । ମୋଟ୍ ୬ଜଣଙ୍କର ମୃତଦେହ ଉଦ୍ଧାର ହୋଇଗଲା । ପୂର୍ବରୁ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ତୃତୀୟ ଦିନରେ ସର୍ଚ୍ଚ ଅପରେସନ ବେଳେ ଆଉ ଏକ ମୃତଦେହ ଉଦ୍ଦାର ହୋଇଛି । ଗତକାଲି ୩ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଶୁକ୍ରବାର ୨ ଜଣଙ୍କ ମୃତଦେହ ମିଳିଥିଲା । ଗତକାଲି କ୍ରିଷ୍ଣା, କରନ ଜେନା, ଓ ରଶ୍ମିରଞ୍ଜନ ଜେନାଙ୍କ ମୃତ ଦେହ ଉଦ୍ଧାର କରାଯାଥିଲା ।

https://youtu.be/FzLki9W9spg

ଶୁକ୍ରବାର ଦିନ ହୋଲି ଖେଳିସାରି ଗାଧୋଇବାକୁ ଯାଇ ଭାସିଯାଇଥିଲେ ୭ଜଣ । ମଙ୍ଗଳା ଘାଟରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ସମସ୍ତେ ଭାସିଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ଘର ଲୋକଙ୍କ ଖୋଜାଖୋଜି ପରେ ନଦୀ କୂଳରେ ସମସ୍ତଙ୍କର ସାର୍ଟପ୍ୟାଣ୍ଟ ଚପଲ ଦେଖି ପିଲାମାନେ ଭାସି ଯାଇଥିବା ଜାଣିବାକୁ ପାଇଥିଲେ ।  ଜଣଙ୍କୁ ସେହିଦିନ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ପୌର ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ୨ ଦିନ, ପ୍ରଚାର କରୁଛନ୍ତି ହେଭିଓ୍ୱେଟ ଓ ସିନେ ତାରକା

ଭୁବନେଶ୍ୱର: ପୌର ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ୨ ଦିନ ସମୟ ରହିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଘର ଘର ବୁଲି ପ୍ରଚାର କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଲୋକଙ୍କ ନିକଟରେ ପହଞ୍ଚି ସୁବିଧା ଅସୁବିଧା ବୁଝିବା ସହ ବିଭିନ୍ନ ମୁଦ୍ଦା ରଖୁଛନ୍ତି ଆଶାୟୀ ପ୍ରାର୍ଥୀ । ହେଭିଓ୍ୱେଟ ସାଙ୍ଗକୁ ସିନେ ତାରକାଙ୍କୁ ନେଇ ରାଲି ଶୋଭାଯାତ୍ରା କରୁଛନ୍ତି ରାଜନୈତିକ ଦଳ । ଏନଏସି ଅଧ୍ୟକ୍ଷଠୁ ନେଇ ମେୟର ପଦ ପର୍ଯ୍ୟନ୍ତ ସବୁଠି ସରଗରମ ମାହୋଲ ।

ପଞ୍ଚାୟତ ନିର୍ବାଚନରେ ବିରୋଧୀ ପରାଜୟ ଗ୍ରହଣ କରିଥିବାରୁ ପୌରରେ ଜୋରଦାର କସରତ କରିଛନ୍ତି ବିରୋଧୀ ଦଳ । ବିଭିନ୍ନ ଜନହିତକର ଯୋଜନା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛି ବିଜେଡି । ସୋସିଆଲ ମିଡିଆରେ ପ୍ରଚାରକୁ ବି ଅଧିକ ଫୋକସ କରିଛି ଦଳ । ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ ଜନ ସମର୍ଥନ ସାଉଁଟିବାକୁ କଳବଳେ କୌଶଳ କରୁଛି ।

ବ୍ରହ୍ମଗିରି ଦଣ୍ଡୁଆସିପଡ଼ାରେ ଲାଗି ରହିଛି ଉତ୍ତେଜନା

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଦଣ୍ଡୁଆସିପଡ଼ା ଗାଁରେ ଘନ ଘନ ବୋମା ଓ ଗୁଳିମାଡ଼ ଘଟଣା । ଘଟଣାରେ ଜଣେ ମହିଳା ସମେତ ଦୁଇ ଜଣ ଯୁବକ ଆହତ ହୋଇଥିବା ଜଣାପଡ଼ିଛି । ଏକ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ଅଛନ୍ତି । ଗିରଫଦାରି ଭୟରେ ବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଛାଡି ଗାଁ ଜନଶୂନ୍ୟ ହୋଇପଡିଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି । ଗତକାଲି ଅପରାହ୍ନରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା ।

ହୋଲି ଖେଳ ପରେ ଗୋଟିଏ ଦଳର ଦୁଇ ଜଣ ଯୁବକ ଅନ୍ୟ ଗାଁରୁ ଚିକେନ କିଣି ଫେରିବା ବେଳେ ଅଚାନକ ଆକ୍ରମଣ କରିଥିଲେ ଅପରପକ୍ଷ । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମହାଭାରତ । ଦଣ୍ଡୁଆସିପଡ଼ା ପାଲଟିଥିଲା ରଣକ୍ଷେତ୍ର । ପୂର୍ବରୁ ଫେବୃଆରୀ ୧୦ ତାରିଖରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ପୋଲିସ ଉଭୟ ପଟୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ବ୍ରହ୍ମଗିରିରେ ନିର୍ବାଚନ ଶେଷ ପରେ ଫେବୃଆରୀ ୧୮ ତାରିଖରେ ଉଭୟ ୬ ଜଣ କୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିଥିଲେ । ଫେବୃଆରୀ ୨୪ରେ ପୁଣି ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରାୟ ୪୦ରୁ ଅଧିକ ବୋମା ମାଡ଼ କରାଯାଇଥିଲା । ପୋଲିସ ଗାଁରେ ଚଢ଼ାଉ କରି ଉଭୟ ପକ୍ଷର ୨୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଆଜି ବିଶ୍ୱ ପଖାଳ ଦିବସ, ପ୍ରସାର ପ୍ରଚାର ପାଇଁ ମାର୍ଚ୍ଚ ୨୦ରେ ପାଳନ ହୁଏ ପଖାଳ ଦିବସ

ଭୁବନେଶ୍ୱର: ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଓଡ଼ିଆଙ୍କ ଖୋଜା ପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ସତ୍ତା କିମ୍ବା ମହକ ହରାଇ ନାହିଁ । ଆମ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ ରହିଛି । ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ଘୋଷଣା କରାଯାଇଛି। ୨୦୧୨ ମସିହାରୁ ଏହା ପାଳନ ହୋଇଆସୁଛି । ପାଖରେ କିଛି ଥାଉ କି ନଥାଉ  କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ଜମିଲା ପଖାଳ ଖାଇବା । ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ଏହି ଦିନଟିକୁ ଚାହିଁ ବସିଥାନ୍ତି । ହେଲେ ଗାଁଠୁ ସହର ସବୁଠି ସବୁଦିନ ଲୋକେ ଖାଇଥାନ୍ତି ପଖାଳ । ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପଖାଳ ଦିବସ ପାଳିତ ହେଉଛି ।

ପଖାଳ ଦିବସ ଉପଲଖେ ଗ୍ରାହକଙ୍କ ପଖାଳ ଚାହିଦାକୁ ପୂରଣ କରିବାକୁ ଛୋଟ ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲ ଗୁଡିକ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥାଏ । ଦହି ମିଶା ପଖାଳ ସାଙ୍ଗକୁ ଶାକାହାରୀଙ୍କ ପାଇଁ ଶାଗ ଭଜା, ଆଳୁ ଚକଟା, ଚିପ୍‌ସ, କଖାରୁ ଫୁଲ ପିଠୋଉ, ବଡ଼ି ଚୂରା ଓ ଆମ୍ବୁଲ ରାଇ ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ଏବଂ ଆମିଷରେ ପଖାଳ ସହ ଚୁନାମାଛ, ଚିଙ୍ଗୁଡ଼ି ଛେଚା, ଆଦି ଗ୍ରାହକଙ୍କୁ ପରସି ଦିଆଯାଏ ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହରେ ଲାଗିବ ବ୍ରେକ୍, ୫ ଦିନ ପର୍ଯ୍ୟନ୍ତ ବଢ଼ିବନି ପାରଦ

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ଆଜିଠୁ ଲାଗିବ ବ୍ରେକ୍ । ଆଜିଠାରୁ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ଥଣ୍ଡା ବାୟୁ ପ୍ରବାହ ପାଇଁ ପାଗ ବଦଳିବା ସହ କିଛି ସ୍ଥାନରେ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ନାହିଁ ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଓ୍ୱେଲମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ଓ୍ୱେଲମାର୍କ ଲୋ-ପ୍ରେସର ପରିଣତ ହୋଇ ଏବେ ପୂର୍ବ-ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ୨୪ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହୋଇ ଆସନ୍ତାକାଲି ବାତ୍ୟା ରୂପ ନେବ । ବାତ୍ୟା ରୂପ ନେବା ପରେ ୨୨ ତାରିଖରେ ସ୍ଥଳଭାଗ ଛୁଇଁବ ଘୂର୍ଣ୍ଣିଝଡ ’ଆସାନୀ’ । ତେବେ ବାତ୍ୟାର ପ୍ରଭାବ ଓଡିଶା ଉପରେ ରହିବ ନାହିଁ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 

 

ମାଆକୁ ହତ୍ୟା କଲା ମଦ୍ୟପ ପୁଅ

ନବରଙ୍ଗପୁର: ନବରଙ୍ଗପୁର ଦାରୁବନ୍ଧ ସାହିରେ ଅଭାବନୀୟ ଘଟଣା । ମା’କୁ ହତ୍ୟା କଲା ମଦ୍ୟପ ପୁଅ । ମା’ ଜେମା ଅମନାତ୍ୟଙ୍କ ସହ ପୁଅ ନବୀନର ପ୍ରତିଦିନ ଝଗଡା ଲାଗି ରହୁଥିଲା । ହୋଲି ଖେଳିସାରି ଆଜି ମାତାଲ ଅବସ୍ଥାରେ ନବୀନ ଘରକୁ ଫେରିବା ପରେ ମା’ ତାକୁ ତାଗିଦ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନବୀନ ଜେମାଙ୍କୁ ନିସ୍ତୁକ ପିଟିଥିଲା । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପଡୋଶୀ ଘଟଣା ସମ୍ପର୍କରେ ଜାଣିବା ପରେ ନବରଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ପହଞ୍ଚି ପୁଅ ନବୀନ ଅମନାତ୍ୟଙ୍କୁ ଗିରଫ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।