ସୁନ୍ଦର ଦେଖାଯିବାକୁ ଆଗଧାଡ଼ିର ଅଭିନେତା ବି କରିଛନ୍ତି ପ୍ଲାଷ୍ଟିକ୍ ସର୍ଜରୀ

ବଲିଉଡରେ ସୁନ୍ଦର ଦେଖାଯିବାକୁ କେବଳ ଅଭିନେତ୍ରୀ ନୁହଁନ୍ତି ଅଭିନେତା ବି କରିଛନ୍ତି ପ୍ଲାଷ୍ଟିକ୍ ସର୍ଜରୀ । ଲୋକମାନେ ଭାବନ୍ତି କେବଳ ମହିଳାମାନେ ପ୍ଲାଷ୍ଟିକ୍ ସର୍ଜରୀ କରିଥାନ୍ତି । କିନ୍ତୁ ନା ପୁରୁଷ ମାନେ ବି ସୁନ୍ଦର ଦେଖାଯିବାକୁ ଏହାକୁ ଆପଣାଇଛନ୍ତି । ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି ।

ତେବେ କେଉଁମାନେ କରିଛନ୍ତି ପ୍ଲାଷ୍ଟିକ୍ ସର୍ଜରୀ ଜାଣନ୍ତୁ ।

ଶାହରୁଖ ଖାନ୍

୫୬ ବର୍ଷ ବୟସର ଶାହାରୁଖ ଖାନଙ୍କ ଚେହେରା ସହିତ ଆଜିର ଯୁବବର୍ଗ ପ୍ରତିଯୋଗିତା କରନ୍ତି । କିନ୍ତୁ, ଆପଣ ଜାଣନ୍ତି କି, ଶାହାରୁଖ ଖାନ ସୁନ୍ଦର ଦିଶିବା ପାଇଁ ବୋଟକ୍ସ ଏବଂ ଇଞ୍ଜେକ୍ସନର ସାହାଯ୍ୟ ନେଇଥିଲେ ଏହା ଫଳରେ ତ୍ବଚାରେ କୁଞ୍ଚ ପଡିବା କମ୍ ହୋଇଥାଏ । ଯାହାଦ୍ବାରା ଯୌବନ ସହଜରେ ନ ଗଲା ଭଳି ଲାଗେ ।

ସାହିଦ କପୁର

ଯଦି ଆପଣ ସାହିଦଙ୍କ ପୁରୁଣା ଫଟୋ ଦେଖିଥିବେ, ତେବେ ଆପଣ ଜାଣି ପାରିବେ ଯେ, ସେ ନାକର ଅସ୍ତ୍ରୋପଚାର କରିଛନ୍ତି | ଯେଉଁଥିରେ ନାକ ଟିକିଏ ଉପରକୁ ଉଠାଯାଇଛି । ଏହା ଫଳରେ ନାକର ଉପଯୁକ୍ତ ଆକୃତି ଦେଖାଯାଉଛି ।

ସୈଫ୍ ଅଲ୍ଲୀ ଖାନ୍

ଯୁବକ ଦିଶିବା କାହାକୁ ପସନ୍ଦ ନୁହେଁ । ଯଦି ଆପଣଙ୍କୁ ୨୪ ଘଣ୍ଟା କ୍ୟାମେରା ଆଗରେ ରହିବାକୁ ପଡ଼ିବ ତାହାଲେ ତ୍ବଚା ଉପରେ ପ୍ରଭାବ ପଡ଼ିବ ହିଁ ପଡ଼ିବ । ସେହିଭଳି ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ନିଜ ଚେହେରାରେ ଯୌବନର ଚମକ ଆଣିବାକୁ ବୋଟକ୍ସ ଚିକିତ୍ସା କରାଇଛନ୍ତି ।

ସଲମାନ ଖାନ୍

ବଲିଉଡର ୩ ଖାନ ମଧ୍ୟରୁ ସଲମାନ ଖାନ ମଧ୍ୟ ସୌନ୍ଦର୍ଯ୍ୟର ଅସ୍ତ୍ରୋପଚାର କରିଛନ୍ତି। ଯଦି ଆପଣ ସଲମାନଙ୍କ ପୁରୁଣା ଏବଂ ଏବେର ଫଟୋ ଦେଖନ୍ତି, ତାହାଲେ ଆପଣଙ୍କୁ ପାର୍ଥକ୍ୟ ଜଣାପଡ଼ିବ । ପୂର୍ବରୁ ତାଙ୍କ ଗାଲ ପତଳା ଥିଲା । କିନ୍ତୁ ପରେ ଗାଲ ଫିଲର ଏବଂ ବୋଟକ୍ସର ସାହାଯ୍ୟ ନେଇଥିଲେ । ସଲମାନ କେଶ ପ୍ରତିରୋପଣ ମଧ୍ୟ କରାଇଛନ୍ତି ।

ଆମୀର ଖାନ୍

ଫିଲ୍ମ ଥ୍ରୀ ଇଡିଅଟରେ ଆମୀରଙ୍କ ବୟସ ୪୪ ବର୍ଷ ଥିଲା | କିନ୍ତୁ, ସେ ସେହି ଚଳଚ୍ଚିତ୍ରରେ ଯୁବକ ଏବଂ ସୁନ୍ଦର ଦେଖାଯାଉଥିଲେ | ଆପଣ ହୁଏତ ଜାଣି ନଥିବେ, କିନ୍ତୁ ଏହା ବୋଟକ୍ସର ଆଶ୍ଚର୍ଯ୍ୟ । ଯେଉଁଥିପାଇଁ ସେ ୟଙ୍ଗ୍ ଏବଂ ସ୍ମାର୍ଟ ଲାଗୁଥିଲେ ।

ରଣବୀର କପୁର

ବଲିଉଡର ଚକୋଲେଟ୍ ବୟ ରଣବୀର କପୁର ମଧ୍ୟ ଅସ୍ତ୍ରୋପଚାର କରିଛନ୍ତି। ଯଦି ଆପଣ ରଣବୀର କପୁରଙ୍କ କେଶକୁ ଦେଖନ୍ତି, ତେବେ ତାଙ୍କର କେଶ ଠିକ୍ ନଥିଲା । କିନ୍ତୁ ପରେ ସେ କେଶର ଚିକିତ୍ସା କରାଇଛନ୍ତି ।

ଅକ୍ଷୟ କୁମାର

ଏହି ତାଲିକାରେ ଅକ୍ଷୟ କୁମାରଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି । ଅକ୍ଷୟଙ୍କ କେଶ ଉପୁଡ଼ିବା ଆରମ୍ଭ କରିଦେଇଥିଲା । ସେ ଚଳଚ୍ଚିତ୍ରରେ ୱିଗ୍ ବା ନକଲି କେଶ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ । କିନ୍ତୁ ସେ କିଛି ଦିନ ପୂର୍ବରୁ କେଶ ପ୍ରତିରୋପଣ କରାଇଛନ୍ତି ।

କପିଲ ଶର୍ମା

କପିଲ ଶର୍ମା ଟେଲିଭିଜନ ଜଗତରେ ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା । ଯଦି ଆପଣ କପିଲଙ୍କ ପୁରୁଣା ଫଟୋ ଗୁଡ଼ିକ ଉପରେ ନଜର ପକାଇବେ ତାହାଲେ ଜାଣିପାରିବେ ଯେ, ସେ କେଶ ପ୍ରତିରୋପଣ କରିଛନ୍ତି ।