ଦେଶ ନୁହେଁ ବିଦେଶରେ ବି ରହିଛି KGF Chapter 2 କ୍ରେଜ୍

1 min read

ମୁମ୍ବାଇ: ବିଗ୍ ବଜେଟ୍ ମୁଭି କେଜିଏଫ୍ ୨। ୧୪ ଏପ୍ରିଲରେ ରିଲିଜ କରିଥିବା ଏହି ଫିଲ୍ମ ୧୨୦୦ କୋଟି କ୍ଲବରେ ସାମିଲ ହୋଇଛି। ଏହା ଭିତରେ ରିଲିଜ ହୋଇଥିବା ଅନେକ ବଲିଉଡ ଫିଲ୍ମ ମଧ୍ୟ କେଜିଏଫର କ୍ରେଜ୍ କମାଇପାରିନାହାଁନ୍ତି । ସଞ୍ଜୟ ଦତ୍ତ, ୟଶ ଓ ରବିନା ଟଣ୍ଡନ ଅଭିନୀତ ଏବଂ ପ୍ରଶାନ୍ତ ନିଲ୍ ନିର୍ଦ୍ଦେଶିତ ଫିଲ୍ମ ବକ୍ସ ଅଫିସରେ ପ୍ରତିଦିନ ନୂଆ ରେକର୍ଡ କରୁଛି । KGF ଆଗରେ ଫିକା ପଡିଛନ୍ତି ହିରୋପନ୍ତୀ ୨, ସାହିଦ କପୁରଙ୍କ ଜର୍ସି, ରନୱେ ୩୪, RRR ।

ଖାଲି ଏତିକି ନୁହେଁ KGF ସୁପର ହିରୋ ଫିଲ୍ମ Strange In The Multiverse Of Madness କୁ କଡ଼ା ଟକ୍କର ଦେଇଛି । ଯେଉଁଥିରୁ ଜଣାପଡୁଛି ୟଶଙ୍କ ଏହି ଫିଲ୍ମର କ୍ରେଜ୍ କେବଳ ଦେଶ ନୁହେଁ ବିଦେଶ ବଜାରରେ ବି ରହିଛି।

ବକ୍ସ ଅଫିସ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ‘କେଜିଏଫ୍ ଚାପ୍ଟର ୨’ ୯ ମିଲିୟନ୍ ଡଲାର ଛୁଇଁଛି । ଆଉ ହିନ୍ଦୀ ଭର୍ସନ ସାରା ଦୁନିଆରେ ୫୬୦ କୋଟିରୁ ଅଧିକ କଲେକ୍ସନ କରିଛି । କୁହାଯାଉଛି ଯେ ଦୁନିଆର ଟପ୍-5 ଫିଲ୍ମ ମଧ୍ୟରେ କେଜିଏଫ ସାମିଲ ହୋଇପାରେ।

ଆମେରିକା ଓ UNରେ ବି କେଜିଏଫର କ୍ରେଜ୍

BoxOfficeIndiaର ରିପୋର୍ଟ ଅନୁସାରେ  ଅଷ୍ଟ୍ରେଲିଆରେ $2.6m ଇନକମ୍ କରିଛି । ଯାହାପରେ ପଦ୍ମାବତ ଓ ଦଙ୍ଗଲ୍ ରହିଛି । ଉତ୍ତର ଆମେରିକା ବଜାରରେ $3.30 ମିଲିୟନରେ ରହିଥିବା ବେଳେ ଗଲ୍ଫ ଦେଶରେ $2.1m ଇନକମ୍ କରିଛି । ସେହିପରି ୟୁନାଇଟେଡ୍ କିଙ୍ଗଡମ୍ ରେ କେଜିଏଫ୍ ୨ £500k ଅଙ୍କ ପାର୍ କରିଛି ।