spot_img
Home Blog Page 4441

ବଦଳିପାରେ +୨ ବିଜ୍ଞାନ ପରୀକ୍ଷା ସୂଚୀ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ପରିବର୍ତ୍ତନ ହୋଇପାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ସୂଚୀ । କେବଳ ଗଣିତ ପରୀକ୍ଷା ପରେ ହେବାକୁ ଥିବା ପରୀକ୍ଷା ପାଇଁ ଏହି ପରିବର୍ତ୍ତନ ହୋଇପାରେ । ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ । CHSEକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଗଣିତ ପରୀକ୍ଷାର ଗୋଟିଏ ଦିନ ବ୍ୟବଧାନରେ ପରବର୍ତ୍ତୀ ପରୀକ୍ଷା ଅଛି । ଯାହା ଫଳରେ ଛାତ୍ରଛାତ୍ରୀ ଏ ସମ୍ପର୍କରେ ମୋ ଦୃଷ୍ଟିକୁ ଆଣିଥିଲେ । ଯଦି ସମ୍ଭବ ହୁଏ ତେବେ ଏହି ପରିବର୍ତ୍ତନ କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ପରୀକ୍ଷା ସୂଚୀ ପରିବର୍ତ୍ତନ ହେବା ଦ୍ୱାରା ଛାତ୍ରଛାତ୍ରୀ ରିଭିଜନ କରିପାରିବେ । CHSE ଏ ଦିଗରେ ତର୍ଜମା କରୁଛି ।

ଚଳିତ ବର୍ଷ ରାଜ୍ୟର ୧ ହଜାର ୫୮୬ କଲେଜର ପିଲା ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ । ସେହିପରି ୧ ହଜାର ୧୪୮ଟି ପରୀକ୍ଷା କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ । ସବୁ ପରୀକ୍ଷା ସେଣ୍ଟରରେ CCTV କ୍ୟାମେରା ଲାଗିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କୋର୍ସ ମଧ୍ୟ ସରିବା ଉପରେ ରହିଛି । ଠିକ ସମୟରେ ଯୁକ୍ତ ଦୁଇ ପରୀକ୍ଷା ହୋଇ ଫଳାଫଳ ବାହାରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ରାଜ୍ୟରେ ବଢିବ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ୍‌ ପହିଲା ପର୍ଯ୍ୟନ୍ତ ହନ୍ତସନ୍ତ ହେବେ ରାଜ୍ୟବାସୀ

ଭୁବନେଶ୍ୱର: ରାଜ୍ୟ ତମାମ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ତେବେ ଆଗକୁ ଗ୍ରୀଷ୍ମ ପ୍ରବାହ ବଢିବ । ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ପବନ ବୋହିବା ସମ୍ଭାବନା ରହିଛି । ଯାହା ଫଳରେ ସାରା ରାଜ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବଲାଙ୍ଗିର ସମେତ ରାଜ୍ୟର ୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁଛି । ଏସବୁ ଅଞ୍ଚଳରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଛି । ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସୋମବାର ବଲାଙ୍ଗିର ପଛକୁ ବାରିପଦା ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ, ଅନୁଗୁଳ ୪୦.୧ ଡିଗ୍ରୀ, ତାଳଚେର ୪୦.୨ ଡିଗ୍ରୀ, ଟିଟିଲାଗଡ଼ ୪୦.୫ ଡିଗ୍ରୀ, ସୋନପୁର ୪୦.୧ ଡିଗ୍ରୀ, ବୌଦ୍ଧ ୪୦ ଡିଗ୍ରୀ, ବାରିପଦା ୪୦.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭବାନୀପାଟଣା, ମାଲକାନଗିରିରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିଲା । ଉପକୂଳ ଓଡ଼ିଶାର ଭୁବନେଶ୍ୱର, କଟକ, ଚାନ୍ଦବାଲିରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା ।

ସୁନା ଓ ରୂପା ଦରରେ ବଡ଼ ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ: ସୁନା ଓ ରୂପା ଦରରେ ଆଜି ବଡ଼ଧରଣ ପରିବର୍ତ୍ତନ ହୋଇଛି । ବିଶ୍ୱ ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇଛି । ଗତକାଲି ଆମେରିକାର ବଜାରରେ ପରିବର୍ତ୍ତନ ଆସିଥିଲା, ଯାହା ପରେ ଡଲାରରେ ସୁନା କ୍ରୟ ବୃଦ୍ଧି ପାଇଲା ଆଉ ଏହାର ପ୍ରଭାବ ସିଧା ସୁନା ଉପରେ ପଡ଼ିଲା । ବିଶ୍ୱ ବଜାରରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ହେତୁ ଘରୋଇ ବଜାରରେ ମଧ୍ୟ ସୁନା ଓ ରୁପା ଦର ହ୍ରାସ ପାଇଛି ।

Gold And Silver Rates Decreased In India

ଆଜି ସୁନା ଦର ୩୫୦ଟଙ୍କାରୁ ଅଧିକ ହ୍ରାସ ପାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଏହାର ଏପ୍ରିଲ୍ ମାସରେ ସୁନା ମୂଲ୍ୟ ୩୫୧ ଟଙ୍କା କିମ୍ବା ୦.୬୮ ପ୍ରତିଶତ ହ୍ରାସ ହୋଇ ୧୦ ଗ୍ରାମ ପିଛା ୫୧,୨୨୦ଟଙ୍କା ହୋଇଛି । ଅନ୍ୟପକ୍ଷରେ ରୂପା ବିଷୟରେ କହିବାକୁ ଗଲେ ଏହା ୫୫୦ରୁ ଅଧିକ ଟଙ୍କା ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜର ଉପରେ ରୂପା ମୂଲ୍ୟ ୫୫୫ଟଙ୍କା କିମ୍ବା ୦.୮୧ ପ୍ରତିଶତ ହ୍ରାସ ପାଇ ୬୭,୫୫୦ ଟଙ୍କା ହୋଇଛି ।

ବିଶ୍ୱ ବଜାରରେ ସୁନା ଏବଂ ରୂପାର ମୂଲ୍ୟ

ଯଦି ବିଶ୍ୱ ବଜାରରେ ଆମେ ସୁନା ଏବଂ ରୂପାର ମୂଲ୍ୟକୁ ଦେଖିବା, ତେବେ ଆଜି ସୁନା ମୂଲ୍ୟରେ ହ୍ରାସ ଘଟିଛି । ସୁନା ଆଜି ୧୯୨୨.୭୫ଡଲାରରେ କାରବାର ହେଉଥିବା ବେଳେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଉଛି । ରୂପା ଦର ହ୍ରାସ ପାଇ ଆଜି ଏହାର ମୂଲ୍ୟ ୨୪.୩୨ ଡଲାରରେ ପହଞ୍ଚିଛି ।

ଫେଲ୍ ମାରୁଛି ଶାନ୍ତି ଆଲୋଚନା, ଦିନକୁ ଦିନ ତିବ୍ର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ

କିଭ୍: ୩୪ ଦିନରେ ଋଷ-ୟୁକ୍ରେନ ୱାର । ବିଭିନ୍ନ ସହର ଦଖଲ ନେଇ ଦୁଇ ଦେଶର ଦାବିକୁ ନେଇ ଅସ୍ପଷ୍ଟ ସ୍ଥିତି । ଇରପିନ ସହରର ଅନେକ ଅଞ୍ଚଳକୁ ଋଷ କବଳରୁ ମୁକ୍ତ କରାଯାଇଛି ବୋଲି ଦାବି କରିଛନ୍ତି ୟୁକ୍ରେନ ଆଭ୍ୟନ୍ତରୀଣ ମନ୍ତ୍ରୀ ଦେନିସ ମୋନାସ୍ତିର୍କ୍ସି । ତେଣେ ଇରପିନ ମେୟର ବି କହିଛନ୍ତି- ଇରପିନର ଅନେକ କୌଶଳଗତ ସ୍ଥାନରୁ ଋଷୀୟ ସୈନ୍ୟଙ୍କୁ ହଟାଇଦିଆଯାଇଛି ।

ସେପଟେ ଘନ ସଙ୍କଟ ବଳୟରେ ସଢୁଥିବା ମାରିୟୁପୋଲରେ ବର୍ତ୍ତମାନ ସୁଦ୍ଧା ୫ ହଜାର ଲୋକ ପ୍ରାଣ ହରାଇଲେଣି ବୋଲି କହିଛି ୟୁକ୍ରେନ । ବାସ୍ତବ ମୃତ୍ୟୁ ସଂଖ୍ୟା ୧୦ ହଜାର ହେବ ବୋଲି ଆଶଙ୍କା କରାଯାଉଛି । ଦେଶରୁ ପ୍ରାୟ ୧ କୋଟି ଲୋକ ଘର ଛାଡିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୦ ହଜାର ହେବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ତେଣେ ଋଷୀୟ ଅର୍ବୁଦପତି ରୋମାନ ଆବ୍ରାମୋଭିଚ ଓ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମରତ ୟୁକ୍ରେନୀୟ ମଧ୍ୟସ୍ଥିଙ୍କ ବିରୋଧରେ ବିଷ ପ୍ରୟୋଗ ନେଇ ଗୁରୁତର ଅଭିଯୋଗ ହୋଇଛି ।

ୟୁକ୍ରେନ ରାଜଧାନୀ କିବରେ ଚଳିତ ମାସରେ ହୋଇଥିବା ଶାନ୍ତି ଆଲୋଚନା ବେଳେ ସେମାନଙ୍କ ନିକଟରେ ବିଷକ୍ରିୟାଜନିତ ଲକ୍ଷଣ ପ୍ରକାଶ ପାଇଥିଲା । ଏହି ଘଟଣା ପଛରେ ମସ୍କୋର କଠୋରପନ୍ଥୀଙ୍କ ହାତ ରହିଛି ବୋଲି କୁହାଯାଉଛି । କେତେକ ଗଣମାଧ୍ୟମର ସୂଚନା ଅନୁସାରେ ଶାନ୍ତି ଆଲୋଚନା ପରେ ଆବ୍ରାମୋଭିଚ ଓ ମଧ୍ୟସ୍ଥି ତଥା କ୍ରିମିଆର ତାତାରର ସାଂସଦ ରୁସ୍ତମ ଉମରୋଭଙ୍କ ନିକଟରେ ବିଷକ୍ରିୟାଜନିତ ଲକ୍ଷଣ ପ୍ରକାଶ ପାଇଥିଲା । ଯୁଦ୍ଧର ଅବସାନ ଘଟାଇବା ଲାଗି ୟୁକ୍ରେନର ଅନୁରୋଧ କ୍ରମେ ଆବ୍ରାମୋଭିଚ ଓ ଅନ୍ୟମାନେ କଥାବାର୍ତ୍ତା ପର୍ଯ୍ୟାୟକୁ ଆସିଥିଲେ । ମାତ୍ର ଏହି ଆଲୋଚନା ପରେ ସେମାନଙ୍କ ଆଖି ଲାଲ ପଡିଯିବା ସହ ମୁଖମଣ୍ଡଳ ଓ ହାତର ଚର୍ମ ଗୁରୁତର ସଂକ୍ରମିତ ହୋଇଥିଲା ।

ତେବେ ସେମାନେ ବର୍ତ୍ତମାନନ ସୁସ୍ଥ ଓ ବିପଦମୁକ୍ତ ଅଛନ୍ତି ବୋଲି କୁହାଯାଇଛି । ଯୁଦ୍ଧ ବନ୍ଦ କରିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ପ୍ରୟୋଗ କରିବା ଲାଗି ଆବ୍ରାମୋଭିଚ ଉଦ୍ୟମ କରିଥିଲେ । ପୂର୍ବରୁ ଯୁଦ୍ଧକୁ ନେଇ ଋଷର ବହୁ ଅର୍ବୁଦପତିଙ୍କ ବିରୋଧରେ ପାଶ୍ଚାତ୍ୟରାଷ୍ଟ୍ର ଯେଉଁ କଟକଣା ଲଗାଇଥିଲେ ସେମାନଙ୍କ ମଧ୍ୟରେ ଅଛନ୍ତି ଆବ୍ରାମୋଭିଚ ।

ସକାଳ ସାଢେ ୭ଟାରେ ଭୂମିକମ୍ପ ଅନୁଭୂତ, ଲେହ ସହ ଥରିଲା ଆଣ୍ଡାମାନ

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଲେହ । ମଙ୍ଗଳବାର ସକାଳୁ ସକାଳୁ ଜମ୍ମୁ-କାଶ୍ମୀରର ଲେହରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ଜଣା ପଡିଛି । ସକାଳ ୭ଟା ୨୯ରେ ଭୂକମ୍ପର ଝଟକା ଲାଗିଥିଲା । ଏହାର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ ଉତ୍ତର ଚୀନ୍ ବୋଲି କୁହାଯାଉଛି ।

ତେବେ ଭୂକମ୍ପର ଝଟକା ଅନୁଭୂତ ହେବା ପରେ ଲୋକେ ଭୟଭିତ ହୋଇ ଘରୁ ବାହାରି ଯାଇଥିଲେ । ତେବେ ଏହା ଏତେ ଗୁରୁତର ନଥିବା ଜଣା ପଡ଼ିଛି । ଏବଂ ଏହି ଭୂକମ୍ପ କାରଣରୁ କେହି ମୃତାହତ ହୋଇଥିବା ଖବର ମଧ୍ୟ ଏବେସୁଦ୍ଧା ରେକର୍ଡ ହୋଇନାହିଁ ।

ଏହାପୂର୍ବରୁ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୫୨ରେ ଆଣ୍ଡାମାନରେ ଭୂମିକମ୍ପର ଝଟକା ଅନୂଭବ ହୋଇଥିଲା । ଦିଗଲୀପୁର ଭୂମିକମ୍ପରେ ଥରିଥିଲା । ଏହି ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରହିଛି  । କେବଳ ଏତିକି ନୁହେଁ ଏହାର କେନ୍ଦ୍ରସ୍ଥଳୀ ଦିଗଲୀପୁରରୁ ୧୪୭ କିମି ଥିବା ସୂଚନା ମିଳିଛି ।

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର

ଚିଲିକା: ପୁଣି ଅସୁସ୍ଥ ହୋଇପଡ଼ିଲେ ପ୍ରଶାନ୍ତ ଜଗଦ୍ଦେବ । ଜେଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ କାରଣରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ।

ଏସପିଙ୍କ ସୂଚନା ଅନୁସାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗତକାଲି ମଧ୍ୟରାତ୍ରିରେ ଅସୁସ୍ଥତା ଅନୁଭବ କରିଥିଲେ । ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ବାଣପୁର ମେଡିକାଲ ଅଧିକାରୀ ସବଜେଲ ଯାଇ ବିଧାୟକଙ୍କ ଚିକିତ୍ସା କରିବାରୁ ତାଙ୍କର ଏକାଧିକ ରୋଗ ଥିବାର ଜାଣିବାକୁ ପାଇଥିଲେ । ବିଧାୟକଙ୍କ ଉଚ୍ଚ ରକ୍ତଚାପ, ମଧୁମେହ, ମୁଣ୍ଡ ବୁଲାଇବା, ଛାତି ଯନ୍ତ୍ରଣା ଆଦି ଥିବାର ମେଡିକାଲ ଅଧିକାରୀ ସମସ୍ତ ଯାଞ୍ଚ ପରେ ଜାଣିବାକୁ ପାଇଥିଲେ। ଏହା ପରେ ବାଣପୁର ମେଡିକାଲ ଅଧିକାରୀଙ୍କ ପରାମର୍ଶ କ୍ରମେ ବିଧାୟକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତ୍ତମାନ ବିଧାୟକ ଜେଲ ଏବଂ ପୋଲିସ କର୍ମଚାରୀଙ୍କ କଡ଼ା ପ୍ରହରାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ତେବେ ବିଧାୟକ ସୁସ୍ଥ ହେବା ପରେ ପୁଣି ବାଣପୁର ସବଜେଲକୁ ଆସିବେ ବୋଲି କହିଛନ୍ତି ଖୋର୍ଦ୍ଧା ଏସପି ।

ଦ୍ୱିତୀୟ ବିବାହ କରିବେ ଚର୍ଚ୍ଚିତ ଆଇଏଏସ ଟପ୍ପର ଟିନା ଡାବି

ନୂଆଦିଲ୍ଲୀ: ଆଇଏଏସ ଟପ୍ପର ଟିନା ଡାବି ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ୨୦୧୬ ରାଜସ୍ଥାନ କ୍ୟାଡରର ଅଫିସର ଟିନା ଡାବି ୨୦୧୩ ବ୍ୟାଚର ଆଇଏଏସ ପ୍ରଦୀପ ଗୱାନ୍ଦେଙ୍କ ସହ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଦୀପ ଗୱାନ୍ଦେସହ ନିଜର କିଛି ଫଟୋ ପୋଷ୍ଟ କରି ତାଙ୍କ ନୂଆ ଜୀବନ ସାଥୀଙ୍କ ବିଷୟରେ ଖୁଲାସା କରିଛନ୍ତି । ତେବେ ଏହି ଖବର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ତେବେ ସୋସିଆଲ ମିଡ଼ିଆରେ ସେ ଏହି ଫଟୋ ସେୟାର କରିବା ସହ ତାଙ୍କ ଖୁସିର ଶ୍ରେୟ ସେ ପ୍ରଦୀପ ଗୱାନ୍ଦେଙ୍କୁ ଦେଇଛନ୍ତି ।

ବର୍ତ୍ତମାନ ପ୍ରଦୀପ ଗୱାନ୍ଦେ ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଅଛନ୍ତି । ଏହାପୂର୍ବରୁ ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ । ୨୦୧୬ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ ।

ଟ୍ରେନିଂ ସମୟରେ ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିନେଇଥିଲେ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତାପରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ସେତେବେଳେ ପରସ୍ପରଙ୍କ ବିବାହକୁ ଚର୍ଚ୍ଚା ଜୋର ଧରିଥିଲା ।

ଯଦିଓ, ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠିପାରିନଥିଲା । ୨୦୨୦ ମସିହାରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।  ସେ ରାଜସ୍ଥାନରେ କାର୍ଯ୍ୟରତ ଥିଲେ ଛାଡପତ୍ର ହେବା ପରେ ସେ ତାଙ୍କ ରାଜ୍ୟ ଜାମ୍ମୁ-କାଶ୍ମୀରକୁ ଚାଲିଯାଇଥିଲେ ।

ଆଗକୁ ବ୍ୟାଙ୍କରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି କି ? ତେବେ ବ୍ୟାଙ୍କ ଛୁଟି ତାଲିକାରେ ଥରୁଟେ ନଜର ପକାନ୍ତୁ

ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷ ଏପ୍ରିଲ ୧, ୨୦୨୨ରୁ ଆରମ୍ଭ ହେବାକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ବ୍ୟାଙ୍କଗୁଡ଼ିକରେ ଗ୍ରାହକମାନଙ୍କ କାରବାର ହୋଇନଥାଏ । କେବଳ ଗୋଟିଏ ଦିନ ନୁହେଁ ବରଂ ଆସନ୍ତା ମାସରେ ମୋଟ ୩୦ ଦିନ ମଧ୍ୟରୁ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଏପରି ପରିସ୍ଥିତିରେ, ଯଦି ଆପଣ ନୂତନ ଆର୍ଥିକ ବର୍ଷରେ ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ କରିବାକୁ ଯାଉଛନ୍ତି । ତେବେ ବ୍ୟାଙ୍କର ଏହି ଛୁଟି ତାଲିକା ଉପରେ ଥରୁଟେ ନଜର ପକାଇ ଦିଅନ୍ତୁ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ୱେବସାଇଟରେ ବ୍ୟାଙ୍କ ସମ୍ବନ୍ଧୀୟ ଛୁଟିଦିନଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ରହିଛି । ଚଳିତ ବର୍ଷ ଏପ୍ରିଲରେ ଗୁଡ଼ି ପାଡୱା, ଆମ୍ବେଦକର ଜୟନ୍ତୀ ଏବଂ ସରହୁଲ ଅବସରରେ ବିଭିନ୍ନ ଜୋନରେ ସ୍ଥାନରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଆସନ୍ତା ମାସରେ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସହ ଚାରୋଟି ରବିବାର ମଧ୍ୟ ଛୁଟିଦିନ ଅନ୍ତର୍ଭୁକ୍ତ ।

କେଉଁ ଦିନରେ ବନ୍ଦ ରହିବ ବ୍ୟାଙ୍କ ?

୨୦୨୨ ଏପ୍ରିଲ୍ ୧, (ଶୁକ୍ରବାର): ନୂତନ ମାସ ଏବଂ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅଧିକାଂଶ ସ୍ଥାନରେ ବ୍ୟାଙ୍କଗୁଡିକ କାର୍ଯ୍ୟ ବନ୍ଦ ରହିବ ।

ଏପ୍ରିଲ୍ ୨,(ଶନିବାର): ଗୁଡି ପାଡୱା / ଉଗାଡି ଫେଷ୍ଟିଭାଲ୍ / ନବରାତ୍ରୀର ପ୍ରଥମ ଦିନ / ତେଲୁଗୁ ନୂଆ ବର୍ଷ / ସାଜିବୁ ନୋଙ୍ଗମମ୍ପବା ଅବସରରେ ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଇମ୍ଫାଲ, ଜାମ୍ମୁ, ମୁମ୍ବାଇ, ନାଗପୁର, ପାଣଜୀ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଏପ୍ରିଲ୍ ୩ (ରବିବାର): ଏହି ଦିନ ବ୍ୟାଙ୍କଗୁଡିକରେ ସାପ୍ତାହିକ ଛୁଟି ରହିଛି ।

ଏପ୍ରିଲ୍ ୪ (ସୋମବାର): ସରହୁଲ ଅବସରରେ ରାଞ୍ଚିରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଏପ୍ରିଲ ୫ ((ମଙ୍ଗଳବାର): ବାବୁ ଜଗଜୀବନ ରାମଙ୍କ ଜନ୍ମ ବାର୍ଷିକୀ ଅବସରରେ ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ ।

ଏପ୍ରିଲ୍ ୯ (ଶନିବାର): ମାସର ଦ୍ୱିତୀୟ ଶନିବାରରେ ବ୍ୟାଙ୍କଗୁଡିକ ବନ୍ଦ ।

ଏପ୍ରିଲ ୧୦ (ରବିବାର): ସାପ୍ତାହିକ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିଥାଏ ।

ଏପ୍ରିଲ ୧୪ (ଗୁରୁବାର): ଡକ୍ଟର ବାବାସାହେବ ଆମ୍ବେଦକର ଜୟନ୍ତୀ / ମହାବୀର ଜୟନ୍ତୀ / ବାଇସାଖୀ / ତାମିଲ ନୂଆ ବର୍ଷ / ଚେରୋବା, ବିଜୁ ଫେଷ୍ଟିଭାଲ / ବୋହର ବିହୁ ଅବସରରେ ଶିଲଙ୍ଗ ଓ ସିମଲା ବ୍ୟତୀତ ଅନ୍ୟସବୁଆଡ଼େ ବ୍ୟାଙ୍କ ବନ୍ଦ ରହିବ ।

ଏପ୍ରିଲ୍ ୧୫ (ଶୁକ୍ରବାର): ଗୁଡ୍ ଫ୍ରାଏ ଡେ / ବଙ୍ଗାଳୀ ନୂତନ ବର୍ଷ / ହିମାଚଳ ଦିବସ / ବୋହାଗ ବିହୁ ଅବସରରେ ଜୟପୁର, ଜାମ୍ମୁ ଏବଂ ଶ୍ରୀନଗର ବ୍ୟତୀତ ଅନ୍ୟ ସ୍ଥାନରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଏପ୍ରିଲ ୧୬ (ଶନିବାର): ଗୁହାହାଟୀରେ ବୋହାଗ ବିହୁ କାରଣରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ଏପ୍ରିଲ୍ ୧୭ (ରବିବାର): ସାପ୍ତାହିକ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ।

ଏପ୍ରିଲ୍ ୨୧ (ଗୁରୁବାର): ଗଡିୟା ପୂଜା ଅବସରରେ ଅଗରତାଲାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଏପ୍ରିଲ୍ ୨୩ (ଶନିବାର): ମାସର ଚତୁର୍ଥ ଶନିବାରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଏପ୍ରିଲ୍ ୨୪ (ରବିବାର): ସାପ୍ତାହିକ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ।

ଏପ୍ରିଲ୍ ୨୯ (ଶୁକ୍ରବାର): ଶବ୍-ଇ-କଦ୍ର / ଜୁମାତ-ଉଲ୍-ବିଡା ଅବସରରେ ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ଗୁରୁଗୁଡ଼ିଆ, ତାଳବନ୍ଧ ଓ ଚହଲା ରେଞ୍ଜର ୭ଟି ଜାଗାରେ ଲାଗିଛି ନିଆଁ

ମୟୂରଭଞ୍ଜ: ଏସିଆର ଦ୍ବିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳରେ ଲାଗିଛି ନିଆଁ । ଶିମିଳିପାଳ ଅଭୟାରଣ୍ୟରେ ଚଳିତ ବର୍ଷ ପ୍ରଥମ ନିଆଁ ଲାଗିବା ଦେଖାଦେଇଛି । ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ତାଳବନ୍ଧ ଓ ଚହଲା ରେଞ୍ଜର ୭ଟି ସ୍ଥାନରେ ନିଆଁ ଲାଗିଛି । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିଲେ । ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୧୦୦ରୁ ଉର୍ଦ୍ଧ୍ୱ ମିଳିତ ମକଡ୍ରିଲ କରିଥିଲା ବନବିଭାଗ । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ୭୦୦ ବନକର୍ମଚାରୀ ନିୟୋଜିତ ହୋଇଥିବାବେଳେ ୫୦୦ଟି ନିଆଁ ଲିଭା ମେସିନ ନିୟୋଜିତ ହୋଇଛି ।

କେନ୍ଦୁଝରରେ ଡବଲ ମର୍ଡର ଘଟଣାରେ ହତ୍ୟାକାରୀକୁ ଆଜୀବନ କାରଦଣ୍ଡ

କେନ୍ଦୁଝର: କେନ୍ଦୁଝରରେ ଡବଲ ମର୍ଡର ଘଟଣାରେ ହତ୍ୟାକାରୀକୁ ଆଜୀବନ କାରଦଣ୍ଡ । ଆଜୀବନ କାରଦଣ୍ଡ ସହ ୫୦ ହଜାର ଟଙ୍କାର ଜୋରିମାନା ଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରା ଜର୍ଜ । ଜୋରିମାନା ଅନାଦୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ସୂଚନା ଅନୁସାରେ ୨୦୧୭ ମସିହା ସେପ୍ଟମ୍ବର ୨୬ ତାରିଖରେ କେନ୍ଦୁଝର ଜିଲ୍ଲା ବାହାଳଡିହା ଗାଁ’ରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଅଭିଯୁକ୍ତ ପଠାଣୀ ପ୍ରଧାନ ନିଶାଶକ୍ତ ହୋଇ ଜୟ ଦେହୁରୀ, ବୀର ଦେହୁରୀ ଓ ଗ୍ରାମରକ୍ଷୀ ମହେଶ୍ୱର ପ୍ରଧାନକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଜୟ ଦେହୁରୀ ଓ ବୀର ଦେହୁରୀଙ୍କ ମୃତ୍ୟୁ ହୋଇଥିବାବେଳେ ମହେଶ୍ୱର ପ୍ରଧାନ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ପଠାଣୀ ପ୍ରଧାନଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଏହି ମାମଲାରେ ଆଜି କୋର୍ଟ ଶୁଣାଣି କରି ଅଭିଯୁକ୍ତ ପଠାଣୀ ପ୍ରଧାନଙ୍କୁ ଆଜୀବନ କାରଦଣ୍ଡ ଶୁଣାଇଛନ୍ତି ।