କ୍ୟାମ୍ପେନରେ କମ୍ପୁଛି ବ୍ରଜରାଜନଗର, ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ତାରକା ପ୍ରଚାରକ

ବ୍ରଜରାଜନଗର: କ୍ୟାମ୍ପେନିଂରେ କମ୍ପୁଛି ବ୍ରଜରାଜନଗର । ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ମଇଦାନରେ ଚାଲିଛି ଷ୍ଟାରଓ୍ୱାର । ଉପନିର୍ବାଚନ ତାରିଖ ଯେତେ ପାଖ ହେଉଛି, ସେତେ ବଢ଼ୁଛି ପ୍ରଚାର ତାତି । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ମଇଦାନରେ କସରତ୍ କରୁଛନ୍ତ ସବୁ ଦଳ । ବିଜୟ ପାଇଁ ଚାଲିଛି ସ୍ପେଶାଲ୍ ପ୍ଲାନ୍ । ଉପନିର୍ବାଚନ ପ୍ରଚାରରେ ବହୁ ଆଗରେ ରହିଛି ଶାସକ ବିଜୁ ଜନତା ଦଳ ।

ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଜିତାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ଚାଲିଛି କ୍ୟାମ୍ପେନିଂ। ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ଷ୍ଟାର କ୍ୟାମ୍ପେନର । ରାଜ୍ୟ ସରକାରଙ୍କ ବିକାଶମୂଳକ କାମକୁ ଆଧାର କରି ଭୋଟରଙ୍କ ପାଖକୁ ଯାଉଛନ୍ତି ନେତା । ଅଳକାଙ୍କୁ ବଡ଼ ବ୍ୟବଧାନରେ ଜିତାଇବାକୁ ଗ୍ରାଉଣ୍ଡରେ ଝାଳ ବୁହାଉଛନ୍ତି କର୍ମୀ । ସେପଟେ ବିରୋଧୀ ମଧ୍ୟ ଜୋରସୋରରେ ଚଳାଇଛନ୍ତି ପ୍ରଚାର । ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଗାଁ ଗାଁରେ ସଭାସମିତି କରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ ।