ଯୋଡ଼ାରେ ପୁଟିଲା ଗୁଳି, ବ୍ୟବସାୟୀଙ୍କୁ ଫାୟାରିଂ

କେନ୍ଦୁଝର:  ଯୋଡ଼ା କଲ୍ୟାଣମଣ୍ଡପ ନିକଟରେ ଗୁଳିକାଣ୍ଡ । ଲୁଟ ପାଇଁ ଗ୍ରୋସରୀ ବ୍ୟବସାୟୀଙ୍କ ଉପରକୁ ଫାୟାରିଂ କଲେ ଦୁଇ ଦୁର୍ବୃତ୍ତ । ଗୁଳିମାଡରେ ଗୁରୁତର ହୋଇଛନ୍ତି ବ୍ୟବସାୟୀ ରାଜେଶ ମହାକୁଡ଼ । ରାଜେଶ ମହାକୁଡ ରାତି ପ୍ରାୟ ସାଢ଼େ ଆଠଟା ସମୟରେ ଏକ ବ୍ୟାଗ୍ ଧରି ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ଆସି ତାଙ୍କୁ ଗୁଳିମାଡ଼ କରି ବ୍ୟାଗ୍ ଛଡ଼ାଇ ନେଇଥିଲେ ।

ରାଜେଶଙ୍କର ଡାହାଣ ଗୋଡ଼ ଆଣ୍ଠୁ ପାଖରେ ଗୁଳିମାଡ଼ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଟିସ୍କୋ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବର ପାଇ ଯୋଡା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।