ଭାରତରେ ଓମିକ୍ରନର ନୂଆ ଭାରିଆଣ୍ଟ, ନୂଆ ପ୍ରଜାତି BA.4 ଏବଂ BA.5 ଚିହ୍ନଟ

1 min read

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ ଭାରିଆଣ୍ଟର ନୂଆ ପ୍ରଜାତି ଚିହ୍ନଟ । ଓମିକ୍ରନର ୨ ପ୍ରଜାତି BA.4 ଏବଂ BA.5 ଚିହ୍ନଟ ହୋଇଛି । ୨ ନୂଆ ପ୍ରଜାତି ମଧ୍ୟରେ ପ୍ରଥମଟି ତାମିଲନାଡୁରୁ ଚିହ୍ନଟ ହୋଇଛି । ଜଣେ ୧୯ ବର୍ଷୀୟ ମହିଳା BA.4ରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ତେଲେଙ୍ଗାନାରେ ଜଣେ ପୁରୁଷ BA.5 ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ଉଭୟଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି । ଉଭୟଙ୍କ ଟ୍ରାଭେଲ ହିଷ୍ଟ୍ରି ନଥିବା ସୂଚନା ରହିଛି । BA.4 ଏବଂ BA.5 ଏହି ଦୁଇ ଓମିକ୍ରନର ଭାରିଆଣ୍ଟର ସବ ଭାରିଆଣ୍ଟ ।

ରିପୋର୍ଟ ଅନୁସାରେ ଓମିକ୍ରନର BA.4 ପ୍ରଜାତିର ଲକ୍ଷଣ ଏବଂ ପ୍ରକୃତି BA.2 ଭାରିଆଣ୍ଟ ସହ ସମାନ । ଜିନୋମ ସିକ୍ୱେନ୍ସିଂ ଜରିଆରେ କରୋନାର ପ୍ରକୃତି ଯାଞ୍ଚ କରୁଥିବା ସଂସ୍ଥା INSACOG ଅନୁସାରେ ଭାରତରେ ଓମିକ୍ରନର ଭାରିଆଣ୍ଟ BA.4 ଚିହ୍ନଟ ହେବା ଆଶ୍ଚର୍ଯ୍ୟକର । ଯଦିଓ ଭାଇରସର ଏହି ପ୍ରଜାତି BA.2 ସହ ସମାନତା ରହିଛି । ଏହାର ଲକ୍ଷଣ ଏବଂ ସଂକ୍ରମିତ ରୋଗୀଙ୍କ ଇମ୍ୟୁନିଟିକୁ କ୍ଷତି ପହଞ୍ଚାଇବାରେ ଦୁହିଁଙ୍କ ପ୍ରକ୍ରିୟା ସମାନ। ତେବେ ଏହା ଓମିକ୍ରନର XE ଭାରିଆଣ୍ଟ ଠାରୁ ଭିନ୍ନ ।