ଇସଲାମାବାଦ: ବିବାଦ ଘେରରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ନିଜର ଗାଦି ରକ୍ଷା କରିବାକୁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ଇମ୍ରାନ୍ । ଗୋଟିଏ ପଟେ ତାଙ୍କ ତୃତୀୟ ସ୍ତ୍ରୀ କଳା ଯାଦୁ ମାଧ୍ୟମରେ ତାଙ୍କ ଗାଦି ରକ୍ଷା କରିଦେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଅନ୍ୟପଟେ ଇମ୍ରାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ତାଙ୍କ ଦ୍ୱିତୀୟ ପତ୍ନୀ । ଶୁକ୍ରବାର ଇମ୍ରାନଙ୍କ ପୂର୍ବ ପତ୍ନୀ ରେହମ କହିଛନ୍ତି ଯେ ନିଜ ପ୍ରଧାନମନ୍ତ୍ରିତ୍ୱ କାଳରେ ଦେଶରେ ଇମ୍ରାନ ଖାନ ସୃଷ୍ଟି କରିଥିବା ବିଶୃଙ୍ଖଳାକୁ ହଟାଇ ଦେଶକୁ ଆଉଥରେ ଶୃଙ୍ଖଳିତ କରିବା ପାଇଁ ଦେଶବାସୀ ବର୍ତ୍ତମାନ ଏକାଠି ହେବା ଉପରେ ଧ୍ୟାନ ଦେବା ଉଚିତ।
ଇମ୍ରାନ ଖାନ ୨୦୧୮ରେ ଏକ ‘ନୟା ପାକିସ୍ତାନ’ ବା ନୂଆ ପାକିସ୍ତାନ୍ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ, ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଥିଲେ। ଖାଲି ସେତିକି ନୁହେଁ, ବରଂ ଦେଶବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ଶୋଚନୀୟ ଭାବରେ ବିଫଳ ହୋଇ ଇମ୍ରାନ ଖାନ ୨୦୧୮ରେ ଏକ ‘ନୂଆ ପାକିସ୍ତାନ’ (ନୟା ପାକିସ୍ତାନ) ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ, ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଥିଲେ। ଖାଲି ସେତିକି ନୁହେଁ, ବରଂ ଦେଶବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ଶୋଚନୀୟ ଭାବରେ ବିଫଳ ହୋଇଥିଲେ ଇମ୍ରାନ, ଯାହା ବିରୋଧୀଙ୍କୁ ତାଙ୍କ ସରକାରଙ୍କୁ ଅପାରଗ ଭାବରେ ଟାର୍ଗେଟ କରିବାକୁ ସୁଯୋଗ ଦେଇଥିଲା।
ଏହା ବ୍ୟତୀତ ରେହମ ଟୁଇଟ୍ କରି ଲେଖିଛନ୍ତି, ‘ଇମ୍ରାନ୍ ଇତିହାସ!! ମୁଁ ଭାବୁଛି ନୟା ପାକିସ୍ତାନ ନାମରେ ଦେଶରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ସଫା କରିବା ପାଇଁ ଆମେ ଏକାଠି ଠିଆ ହେବା ଉପରେ ଧ୍ୟାନ ଦେବା ଉଚିତ’ । ରେହମ କହିଛନ୍ତିଯେ, ଇମ୍ରାନଙ୍କ ନିକଟରେ ନା ବୁଦ୍ଧି ଅଛି ନା ସାମର୍ଥ୍ୟ । ଯେତେବେଳେ ଆପଣ ପ୍ରଧାନମନ୍ତ୍ରୀ ନଥିଲେ ସେତେବେଳେ ପାକିସ୍ତାନ ବହୁତ ଭଲ ଥିଲା’ ବୋଲି କହି ସେ ଇମ୍ରାନଙ୍କୁ କଡ଼ା ସମଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ ଗୁରୁବାର ଦେଶକୁ ଦେଇଥିବା ଅଭିଭାଷଣରେ ଇମ୍ରାନ ଖାନ କହିଥିଲେ ଯେ ତାଙ୍କ ଦଳର ବିଦ୍ରୋହୀ ବିଧାୟକମାନେ ସେମାନଙ୍କର ବିବେକ ବିକ୍ରି କରି ଦେଇଛନ୍ତି, ସେ ଇସ୍ତଫା ଦେବେ ନାହିଁ।

‘କେହି ଜଣେ ମୋତେ ଇସ୍ତଫା ଦେବାକୁ କହିଥିଲେ। ମୁଁ ଇସ୍ତଫା ଦେବି କି? ମୁଁ ୨୦ ବର୍ଷ ଧରି କ୍ରିକେଟ୍ ଖେଳିଛି, ଏବଂ ମୁଁ ଶେଷ ବଲ୍ ପର୍ଯ୍ୟନ୍ତ ଖେଳେ । ମୁଁ ମୋ ଜୀବନରେ କେବେ ବି ହାର ମାନି ନାହିଁ ବୋଲି ଇମ୍ରାନ ଖାନ କହିବା ସହ, ଆପଣମାନେ ଦେଖିବେ ଯେ ଭୋଟ୍ ପରେ ଭୋଟ୍ର ଫଳାଫଳ ଯାହା ହେଉ ନା କାହିଁକି ମୁଁ ଅଧିକ ଶକ୍ତିଶାଳୀ ହେବି।’