ପୁଣି ବିବାଦରେ ଟ୍ୱିଟର, କମ୍ପାନୀ ଉପରେ ପଡ଼ିଛି ୧୫୦ ମିଲିୟନ ଡଲାର ଜରିମାନା

ଓ୍ୱାଶିଂଟନ: ପୁଣି ବିବାଦରେ ଟ୍ୱିଟର । ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟର ୟୁଜର୍ସଙ୍କ ତଥ୍ୟ ଗୋପନୀୟ ରଖିନଥିବା ଅଭିଯୋଗ ଆସିବା ପରେ କମ୍ପାନୀ ଉପରେ ପଡ଼ିଛି ୧୫୦ ମିଲିୟନ ଡଲାରର ଜରିମାନା । ବିଜ୍ଞାପନକାରୀଙ୍କୁ ଟ୍ୱିଟର ୟୁଜର୍ସଙ୍କ ତଥ୍ୟ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଫେଡରାଲ ଟ୍ରେଡ ଏଗ୍ରିମେଣ୍ଟ ଓ ନାୟିକ ବିଭାଗ ତଥ୍ୟ ମୁତାବକ କମ୍ପାନୀ ୨୦୧୧ରେ ହୋଇଥିବା ଚୁକ୍ତିକୁ ଉଲ୍ଲଂଘନ କରିଛି । ମେ’ ୨୦୧୩ରୁ ସେପ୍ଟେମ୍ବର ୨୦୧୯ ମଧ୍ୟରେ ଟ୍ୱିଟର ନିଜ ୟୁଜର୍ସଙ୍କ ଫୋନ୍ ନମ୍ବର ଏବଂ ଇମେଲ୍ ଠିକଣା ସଂଗ୍ରହ କରିଥିଲା ।

ଆକାଉଣ୍ଟଗୁଡିକର ସୁରକ୍ଷା ପାଇଁ ଏପରି ଡାଟା ସଂଗ୍ରହ କରାଯାଉଥିବା ସେତେବେଳେ କମ୍ପାନୀ ସଫେଇ ଦେଇଥିଲା । ହେଲେ ଉପଭୋକ୍ତାଙ୍କ ନିକଟକୁ ଅନଲାଇନ ବିଜ୍ଞାପନ ପଠାଇବା ଲାଗି କମ୍ପାନୀ ଏହାକୁ ବ୍ୟବହାର କରିଛି ବୋଲି ଆମେରିକା ସରକାର ଅଭିଯୋଗ କରିଛନ୍ତି । ପ୍ରାୟ ୧୪୦ ମିଲିୟନ ୟୁଜର୍ସଙ୍କ ଡାଟା କମ୍ପାନୀ ଚୋରି କରିଥିବା ଅଭିଯୋଗ ହୋଇଛି ।