ଅନୁଭବ-ବର୍ଷାଙ୍କୁ ସୋସିଆଲ ମିଡିଆ ବାରଣ କଲେ ହାଇକୋର୍ଟ

କଟକ: ବର୍ଷା ଅନୁଭବଙ୍କୁ ସୋସିଆଲ ମିଡିଆ ମନା । ସୋସିଆଲ ମିଡ଼ିଆକୁ ଆସିପାରିବେ ନାହିଁ ବର୍ଷା ଓ ଅନୁଭବ । ଜୁଲାଇ ୪ ତାରିଖ ଯାଏ କୌଣସି ଭିଡ଼ିଓ ପୋଷ୍ଟ କରିପାରିବେନି ଉଭୟ । ଉଭୟ ପକ୍ଷକୁ ନୋଟିସ୍ ଜାରି କଲେ ହାଇକୋର୍ଟ । ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ କୋର୍ଟ ଙ୍କ ନିର୍ଦ୍ଦେଶ ରହିଛି । ଜୁଲାଇ ୪ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ଅନୁଭବ ବର୍ଷାଙ୍କୁ ନେଇ ନାନା କଥା ଚର୍ଚ୍ଚା କରୁଛନ୍ତି ଓ ଭିଡ଼ିଓ ପୋଷ୍ଟ କରୁଛନ୍ତି ।

ଏହା ଦ୍ବାରା ତାଙ୍କର ମର୍ଯଦା ହାନି ହେଉଛି ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ବର୍ଷା । ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ କଥା ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏପରି ସୋସିଆଲ ମିଡିଆ ପୋଷ୍ଟ ଉପରେ କଟକଣା ଜାରି କରାଯିବା ଆବଶ୍ୟକ ବୋଲି ବର୍ଷା କୋର୍ଟଙ୍କୁ ପାର୍ଥନା କରିଥିଲେ । ଯାହାର ଆଜି ଶୁଣାଣି କରି ଏହି ନିର୍ଦ୍ଦେଶ ଶୁଣାଇଛନ୍ତି କୋର୍ଟ ।